କେବଳ ଅନୁକମ୍ପା ଭିତ୍ତିରେ ନୁହେଁ, ବରଂ ସେମାନଙ୍କ ଅଧିକାର ଆଧାରରେ ଭିନ୍ନକ୍ଷମଙ୍କ କଲ୍ୟାଣ ପାଇଁ ଆମେ ଯୋଜନା ପ୍ରସ୍ତୁତ କରୁଛୁ । ଶ୍ରୀ ଷ୍ଟାଲିନ୍ କହିଛନ୍ତି ଯେ ପିଡବ୍ଲ୍ୟୁଡିମାନଙ୍କ ପାଇଁ ୪% ସଂରକ୍ଷଣ ମାଧ୍ୟମରେ ଗତ ଚାରି ବର୍ଷ ମଧ୍ୟରେ ୧,୪୯୩ ଜଣ ସରକାରୀ ଚାକିରି ପାଇଛନ୍ତି।
Search
କେବଳ ଅନୁକମ୍ପା ଭିତ୍ତିରେ ନୁହେଁ, ବରଂ ସେମାନଙ୍କ ଅଧିକାର ଆଧାରରେ ଭିନ୍ନକ୍ଷମଙ୍କ କଲ୍ୟାଣ ପାଇଁ ଆମେ ଯୋଜନା ପ୍ରସ୍ତୁତ କରୁଛୁ । ଶ୍ରୀ ଷ୍ଟାଲିନ୍ କହିଛନ୍ତି ଯେ ପିଡବ୍ଲ୍ୟୁଡିମାନଙ୍କ ପାଇଁ ୪% ସଂରକ୍ଷଣ ମାଧ୍ୟମରେ ଗତ ଚାରି ବର୍ଷ ମଧ୍ୟରେ ୧,୪୯୩ ଜଣ ସରକାରୀ ଚାକିରି ପାଇଛନ୍ତି।
କାରା (CARA) ଏହାର ୨୦୨୩ କାର୍ଯ୍ୟନିର୍ବାହୀ ଆଦେଶକୁ ପ୍ରୟୋଗ କରିଥିଲା ଯାହା ସମ୍ଭାବ୍ୟ ପୋଷ୍ୟ ପିତାମାତାଙ୍କର ପୂର୍ବରୁ ଦୁଇଟି ଜୈବିକ ସନ୍ତାନ ରହିଥିଲେ ଏକ ସାଧାରଣ ଶିଶୁକୁ ପୋଷ୍ୟ ସନ୍ତାନ ଗ୍ରହଣ କରିବାକୁ ପ୍ରତିବନ୍ଧକ କରିଥିଲା ।
ହୃଦଘାତ ସାଂପ୍ରତିକ ମଣିଷକୁ ବର୍ତ୍ତମାନ ସବୁଠାରୁ ଆତଙ୍କଗ୍ରସ୍ତ କରି ରଖିଥିବା ଅପ୍ରତ୍ୟାଶିତ ରୋଗ ରୂପେ ପରିଗଣିତ । କେବଳ ସାଧାରଣ ଲୋକ ନୁହଁନ୍ତି ଅଧିକନ୍ତୁ, ଅନ୍ୟ ଯେକୌଣସି ରୋଗ ଦ୍ୱାରା କବଳିତ ବା ଅର୍ଦ୍ଧ ଅସୁସ୍ଥ ବ୍ୟକ୍ତିମାନେ ମଧ୍ୟ ଏହାର ଶିକାର ହୋଇଥାନ୍ତି ।
ଅଟିଜିମ୍, ଏଡ଼ି ଏଚ୍ ଡି, ଏଏସ୍ଡ଼ି, ଡାଉନ୍ ସିନଡ୍ରମ୍ ସେରେବ୍ରାଲ ପାଲସି ଏସବୁ ଶବ୍ଦ ଶିଶୁ କ୍ଷେତ୍ରରେ ଏକ ବ୍ୟତିକ୍ରମ ଏବଂ ଶୁଣିଲା ବେଳେ ମନ ଭିତରେ ଅନେକ ଦ୍ୱନ୍ଦ୍ୱ, ନିରାଶ ଭାବନା ଓ ଅଡୁଆ ତଡୁଆ ପ୍ରଶ୍ନ ଓ ତା’ର ସମାଧାନର ବାଟ ନିର୍ଣ୍ଣୟ କରିବାରେ ପିତାମାତା ଓ ପରିବାରବର୍ଗ ଓ ସମାଜ ପାଇଁ ଅନେକଟା ସମାଧାନର ବାଟ ଖୋଜିବାରେ ଦିନ ବର୍ଷ ଦଣ୍ଡ ବିତିଯାଏ ।
ଅଟିଜିମ୍ ଆକ୍ରାନ୍ତ ପିଲାମାନେ ସୁସ୍ଥ ସବଳ ଦେଖାଯାଇଥାଆନ୍ତି; ମାତ୍ର ମସ୍ତିଷ୍କର (ସ୍ନାୟୁ-ନ୍ୟୁରୋଲୋଜିକାଲ୍) ଗଠନ ବା ଆଘାତ ହେତୁ ଏବଂ କେତେକ ବିଶେଷ ଅସୁବିଧା କାରଣରୁ ସେମାନଙ୍କଠାରେ ଅକ୍ଷମତା ଦେଖାଦେଇଥାଏ । ମସ୍ତିଷ୍କର ସ୍ନାୟବିକ ଅସୁବିଧା ହେତୁ କେତେକ ପିଲା ନିଜର ଭାବକୁ ଠିକ୍ ଭାବରେ ପ୍ରକାଶ କରିପାରନ୍ତି ନାହିଁ ।
ଇଚ୍ଛାଶକ୍ତି ଓ ଦୃଢ଼ ମନୋବଳ ଦ୍ୱାରା ଅସମ୍ଭବ ସମ୍ଭବରେ ପରିଣତ ହୋଇପାରେ । ଏହାର ଜ୍ୱଳନ୍ତ ପ୍ରମାଣ ସି୍ରା ପ୍ରିୟଦର୍ଶିନୀଙ୍କଠାରେ ଦେଖିବାକୁ ମିଳିଛି । ସମାଜ ଆଖିରେ ଭିନ୍ନକ୍ଷମ ଦୃଷ୍ଟିକୋଣକୁ ଭୁଲ ପ୍ରମାଣିତ କରିାରିଛନ୍ତି ସି୍ରା । ଭିନ୍ନକ୍ଷମ ହୋଇ ମଧ୍ୟ ଖେଳରେ ଜିତିଛନ୍ତି ଅନେକ ସଫଳତା ଆଉ ପଦକ । ସ୍ୱତନ୍ତ୍ର ଅଲିମ୍ପିକ୍ସ ବିଶ୍ୱ ଶୀତକାଳୀନ ପ୍ରତିଯୋଗିତାରେ ଏକମାତ୍ର ଓଡ଼ିଆ ଭାବେ ଅଂଶଗ୍ରହଣ କରିଛନ୍ତି ।
ଶୁଣିଲେ କାନକୁ ଅବିଶ୍ୱାସ ଲାଗିପାରେ ! ମାତ୍ର ଦେଶପ୍ରେମ ଆଗରେ ନିଜର ଯନ୍ତ୍ରଣା ଓ ଅସାମର୍ଥ୍ୟତାକୁ ଯୁଦ୍ଧଯଜ୍ଞରେ ଆହୂତି ଦେଇ ଅଶ୍ରୁତପୂର୍ବ ସାହସର ନିଦର୍ଶନ ଦେଖାଇଛନ୍ତି ୟୁକ୍ରେନ ସୈନ୍ୟ । ଯୁଦ୍ଧରେ ଆହତ କିଛି ସୈନିକ ସୁସ୍ଥ ହେଲା ପରେ ପୁଣି ଯୁଦ୍ଧରେ ସାମିଲ ହୋଇଛନ୍ତି ।
ଏହି ବିଶାଳ ବର୍ଗର ଅଣକୁଶଳୀ ନିଯୁକ୍ତିକ୍ଷମ ଭିନ୍ନକ୍ଷମ ଯୁବକ ଯୁବତୀଙ୍କୁ କୁଶଳୀ କରାଇ ମୁଖ୍ୟ ସ୍ରୋତର ନିଯୁକ୍ତି ଧାରାରେ ସାମିଲ କରାଇବାର ବୃହତ୍ତର ସୁଯୋଗ ରହିଛି ।
ଭିନ୍ନକ୍ଷମ କଲ୍ୟାଣ ପାଇଁ ଚଳିତ ବର୍ଷ ରଖାଯାଇଥିବା ବଜେଟ୍ ୨୦୨୪ରେ ୧୨୨୫ କୋଟି ଟଙ୍କା ତୁଳନାରେ ସାମାନ୍ୟ ବୃଦ୍ଧି ପାଇ ୧୨୭୫ କୋଟି ଟଙ୍କାରେ ପହଞ୍ଚିଛି, ଯାହା ପୂର୍ବ ବର୍ଷ ତୁଳନାରେ ମାତ୍ର ୩.୪୩% ବୃଦ୍ଧି ପାଇଛି । ତେବେ ୨୦୨୦-୨୧ରେ ୩୦ ଲକ୍ଷ କୋଟିରୁ ୨୦୨୫- ୨୦୨୬ରେ ୫୦ ଲକ୍ଷ କୋଟି ଟଙ୍କାକୁ ବୃଦ୍ଧି ପାଇଥିବା ବଜେଟ୍ ପରିପ୍ରେକ୍ଷୀରେ ଦେଖିଲେ ଆମେ ଦେଖୁଛୁ ଯେ ଭିନ୍ନକ୍ଷମ କଲ୍ୟାଣ ପାଇଁ ବଜେଟ୍ ଆବଣ୍ଟନ ୧୩୨୫ କୋଟି ଟଙ୍କାରୁ ୧୨୭୫ କୋଟି ଟଙ୍କାକୁ ଖସି ଆସିଛି ।
ଭିନ୍ନକ୍ଷମ ଅଧିକାର କର୍ମୀମାନେ ଚଳିତ ବର୍ଷ ନିଟ୍ (ନ୍ୟାସନାଲ ଏଲିଜିବିଲିଟି କମ୍ ଏଣ୍ଟ୍ରାନ୍ସ ଟେଷ୍ଟ) ୨୦୨୫-୨୬ ପୁସ୍ତିକା ପ୍ରକାଶ ପାଇବା ପୂର୍ବରୁ ଭିନ୍ନକ୍ଷମ ଛାତ୍ରଛାତ୍ରୀଙ୍କୁ ଆବଶ୍ୟକ ସହାୟତା ପ୍ରଦାନ ଦିଗରେ ପଦକ୍ଷେପ ନେବା ପାଇଁ ସୁପ୍ରିମ୍ କୋର୍ଟଙ୍କ ପ୍ରଦତ୍ତ ଆଦେଶକୁ ଅନୁରୋଧ କରିଛନ୍ତି ।