ଗୋଆର ମୁଖ୍ୟମନ୍ତ୍ରୀ ପ୍ରମୋଦ ସାୱନ୍ତ ଆଗାମୀ ପାଞ୍ଚ ବର୍ଷ ମଧ୍ୟରେ ରାଜ୍ୟର ପ୍ରତି ଜିଲ୍ଲାରେ ଭିନ୍ନକ୍ଷମମାନଙ୍କ ପାଇଁ ସ୍ଥାୟୀ ହଷ୍ଟେଲ ନିର୍ମାଣ କରାଯିବ ବୋଲି ପ୍ରକାଶ କରିଛନ୍ତି । ଭିନ୍ନକ୍ଷମ ଛାତ୍ରଛାତ୍ରୀଙ୍କ ଅଧ୍ୟୟନ ଓ ଆବାସଜନିତ ଚିନ୍ତାରେ ରହିଥିବା ଅଭିଭାବକମାନଙ୍କ ଚିନ୍ତାକୁ ବ୍ୟକ୍ତ କରି ଏହି ହଷ୍ଟେଲ ସୁବିଧାର ନିହାତି ଆବଶ୍ୟକତା ରହିଛି ବୋଲି ସେ ସୂଚାଇଛନ୍ତି ।
ଗୋଆର ମୁଖ୍ୟମନ୍ତ୍ରୀ ପ୍ରମୋଦ ସାୱନ୍ତ ଆଗାମୀ ପାଞ୍ଚ ବର୍ଷ ମଧ୍ୟରେ ରାଜ୍ୟର ପ୍ରତି ଜିଲ୍ଲାରେ ଭିନ୍ନକ୍ଷମମାନଙ୍କ ପାଇଁ ସ୍ଥାୟୀ ହଷ୍ଟେଲ ନିର୍ମାଣ କରାଯିବ ବୋଲି ପ୍ରକାଶ କରିଛନ୍ତି । ଭିନ୍ନକ୍ଷମ ଛାତ୍ରଛାତ୍ରୀଙ୍କ ଅଧ୍ୟୟନ ଓ ଆବାସଜନିତ ଚିନ୍ତାରେ ରହିଥିବା ଅଭିଭାବକମାନଙ୍କ ଚିନ୍ତାକୁ ବ୍ୟକ୍ତ କରି ଏହି ହଷ୍ଟେଲ ସୁବିଧାର ନିହାତି ଆବଶ୍ୟକତା ରହିଛି ବୋଲି ସେ ସୂଚାଇଛନ୍ତି । ଏହି ଆବାସ ସୁବିଧା କେବଳ ସ୍ୱତନ୍ତ୍ର ଭାବେ ବୌଦ୍ଧିକ ଭିନ୍ନକ୍ଷମ ବ୍ୟକ୍ତିବିଶେଷଙ୍କ ପ୍ରତି ଲାଗୁହେବ, ଯେଉଁମାନଙ୍କର କେବଳ ଏକକ ଅଭିଭାବକ ଅବା ଉଭୟ ମାତାପିତା ହରାଇ ସାରିଛନ୍ତି । ପୁନଶ୍ଚ ସେ ପ୍ରକାଶ କରିଛନ୍ତି, ଏ ସୁବିଧା ସମ୍ପୂର୍ଣ୍ଣ ଦେୟମୁକ୍ତ ରହିବ ଏବଂ ୧୮ ବର୍ଷ ବା ତଦୁର୍ଦ୍ଧ୍ଵ ବୌଦ୍ଧିକ ଭିନ୍ନକ୍ଷମ ଛାତ୍ରଛାତ୍ରୀ ଏହାର ସୁଯୋଗ ନେଇ ପାରିବେ । ଏହି ଛାତ୍ରବାସ ସହ ଏକ ଭୋକେସନାଲ୍ ବା ଧନ୍ଦାମୂଳକ କେନ୍ଦ୍ର ସଂଯୁକ୍ତ ରହିବ, ଯେଉଁଠାରେ କି ଏହି ଭିନ୍ନକ୍ଷମ ଛାତ୍ରଛାତ୍ରୀମାନେ ନିଜକୁ ନିୟୋଜିତ ରଖି ପାରିବେ । ଏହି ଆବାସ କେନ୍ଦ୍ରଗୁଡିକ ଭିନ୍ନକ୍ଷମତା ସହ ସମ୍ପୃକ୍ତ ବିଶେଷଜ୍ଞମାନଙ୍କ ଦ୍ୱାରା ପରିଚାଳିତ ହେବ । ଏଥିସହ ସେ ଏହା ମଧ୍ୟ ପ୍ରକାଶ କରିଛନ୍ତି ଯେ ଗୋଆର ଏହି ପରି ବୌଦ୍ଧିକ ଭିନ୍ନକ୍ଷମ ପିଲାଙ୍କ ପିତାମାତାମାନେ ଖୁବ୍ ବ୍ୟାକୁଳ ଭାବରେ ଏହିପରି ଏକ ଆବାସଯୋଗ୍ୟ ସୁବିଧାକୁ ଅପେକ୍ଷା କରି ରହିଛନ୍ତି, ନିଜ ସନ୍ତାନକୁ ନେଇ ଅନିଶ୍ଚିତତା ଭିତରେ ରହୁଥିବା ଅଭିଭାବକମାନେ ଯେଉଁଠାରେ କି ସେମାନେ ସେମାନଙ୍କର ସାବାଳକ ସ୍ୱତନ୍ତ୍ର ପିଲାକୁ ଛାଡି ନିଶ୍ଚିତ ରହିପାରିବେ । କାରଣ ଏଠାରେ ଏହି ସୁବିଧା ଉପଲବ୍ଧ ନ ଥିବାରୁ ବାହାର ରାଜ୍ୟରେ ଥିବା କେନ୍ଦ୍ରମାନଙ୍କରେ ସେମାନଙ୍କର ପିଲାକୁ ନେଇ ଛାଡ଼ିବାକୁ ଏକ ପ୍ରକାର ବାଧ୍ୟ ହେଉଛନ୍ତି ।















