Category: ସଫଳ ଦୃଷ୍ଟାନ୍ତ

Home / ସଫଳ ଦୃଷ୍ଟାନ୍ତ

ଦିବ୍ୟାଙ୍ଗନା ରାଜଶ୍ରୀ – ଏକ ବିରଳ ସୃଜନ ପ୍ରତିଭା

କେହି ସହୃଦୟ ବ୍ୟକ୍ତି, ଅନୁଷ୍ଠାନ ଅଥବା ସରକାରୀ ଅନୁଷ୍ଠାନ ଏଥିପ୍ରତି ଦୃଷ୍ଟି ପ୍ରଦାନ କଲେ ଏବଂ ତାଙ୍କର ଅପ୍ରକାଶିତ ପାଣ୍ଡୁଲିପିଗୁଡ଼ିକ ପ୍ରକାଶ କଲେ, ସେଗୁଡ଼ିକ ଓଡ଼ିଆ ସାହିତ୍ୟ ପାଇଁ ଅମୂଲ୍ୟ ସମ୍ପଦ ହୁଅନ୍ତା ।

ବରଫ ତରଳିବା ଆରମ୍ଭ କରିଛି…ଦିବ୍ୟାଙ୍ଗଙ୍କ ପ୍ରତି ଦୃଷ୍ଟି ବଦଳୁଛି

ଖୁବ୍ ଛୋଟ ବୟସରୁ ପୋଲିଓଗ୍ରସ୍ଥ ହୋଇ ଶାରୀରିକ ଭାବେ ଚଳନଶକ୍ତି ବାଧିତ ହୋଇଥିଲେ ସତ, କିନ୍ତୁ ନିଜର ଦୃଢ ମନୋବଳ ଓ ମେଧାଶକ୍ତିର ବିନିମୟରେ ଯେଉଁ ସଂଖ୍ୟାଧିକ ଗବେଷଣା ନିଃସୃତ ନିଦର୍ଶନ ସୃଷ୍ଟି କରି ଯାଇଛନ୍ତି, ତାହା ତାଙ୍କ ଅମଳିନ କୀର୍ତ୍ତିର ଏକ ଏକ ସ୍ଵାକ୍ଷର ଅଟେ ।

ଅନ୍ଧାର ସେପଟ ଆଲୋକ

ଯେଉଁ ଅଧ୍ୟାପକ ଧନୀ, ଗରିବ, ମେଧା, ସ୍ୱଳ୍ପ ମେଧା, ବୁଦ୍ଧିମାନ ଓ ସାଧାରଣ; ବିବିଧ ଛାତ୍ରମାନଙ୍କୁ ସେମାନଙ୍କର ସାମର୍ଥ୍ୟ ଅନୁସାରେ ବୁଝି ସଫଳ ଶିକ୍ଷାଦାନ କରିପାରେ, ତାକୁ ହିଁ ଜଣେ ଭଲ ଅଧ୍ୟାପକ କୁହାଯିବ ।”

ଦିବ୍ୟାଙ୍ଗ ୟୁଟ୍ୟୁବର୍ ଜୁଲି କର

ଭଗବାନ କାହାକୁ ସମ୍ପୂର୍ଣ୍ଣ କରି ଗଢ଼ି ନାହାନ୍ତି । ଶ୍ରୀଜଗନ୍ନାଥଙ୍କର ତ ହାତ, ଗୋଡ଼ ନ ଥାଇ ସେ ବିଶ୍ୱନିୟନ୍ତା, ସେ ହିଁ ଆମର ଶ୍ରେଷ୍ଠ ପଥପ୍ରଦର୍ଶକ । ଏଣୁ ଦିବ୍ୟାଙ୍ଗଙ୍କୁ ହୀନ ଦୃଷ୍ଟିରେ ନ ଦେଖି ତାଙ୍କ ଭିତରେ ଥିବା ପ୍ରତିଭାକୁ ଚିହ୍ନନ୍ତୁ ।

ମୋ ଜୀବନ ମୋ କାହାଣୀ

ମାତ୍ର ଅର୍ଥ ଅଭାବରୁ ସେଥିପାଇଁ ପ୍ରଶିକ୍ଷଣ ନେବା ମୋ ପାଇଁ ସମ୍ଭବପର ନ ଥିଲା । ଆସାମ ଗୌହାଟୀ ଠାରେ ଅନୁଷ୍ଠିତ ଜାତୀୟ ପାରା ସନ୍ତରଣ ପ୍ରତିଯୋଗିତାରେ ଅଂଶଗ୍ରହଣ କରିବାର ସୁଯୋଗ ପାଇ ମଧ୍ୟ ଉପଯୁକ୍ତ ପ୍ରଶିକ୍ଷଣର ଅଭାବ ହେତୁ ସଫଳତା ପ୍ରଦର୍ଶନ କରିପାରିଲି ନାହିଁ । ଏବେ ଇଚ୍ଛା ସତ୍ତ୍ୱେ ବୋଉକୁ ଘରେ ଏକା ଛାଡି ଏ ଦିଗରେ ଅଗ୍ରସର ହେବା ପାଇଁ ଆଗ୍ରହ ଯେତିକି ଜନ୍ମୁ ନାହିଁ । ତା' ଛଡା ଅର୍ଥର ବାଧକତା ମଧ୍ୟ ଏକ ବଡ଼ ପ୍ରତିବନ୍ଧକ ହୋଇ ଛିଡା ହୋଇଛି ।

ବରଜର ବିଜୟ ଗାଥା

କେନ୍ଦ୍ରାପଡ଼ା ଜିଲ୍ଲାର ଉପାନ୍ତ ମହାକାଳପଡ଼ା ବ୍ଲକ୍ ଅନ୍ତର୍ଗତ ବିଜୟନଗର ପଞ୍ଚାୟତର ଏକ ଅଖ୍ୟାତ ପଲ୍ଲୀରେ ଜନ୍ମ ହୋଇଥିବା ଅପାଂକ୍ତେୟ ବୋଲି ଗଣା ହୋଇଥିବା ଜଣେ ଯୁବକ ବରଜ କୁମାର ଦାସର ଅନନ୍ୟ ପ୍ରେରଣାଦାୟୀ ଜୀବନ କାହାଣୀକୁ ଉପସ୍ଥାପିତ କରୁଛି ।

କାହାଣୀ ନୁହେଁ ସେ କାହାଣୀ କନ୍ୟା: ଜୟନ୍ତୀ ଓ ସୁଚିତ୍ରା

ଆନ୍ତର୍ଜାତୀୟ ପାରାକ୍ରୀଡ଼ା କ୍ଷେତ୍ରରେ ଓଡ଼ିଶାର ଯେଉଁ କତିପୟ ମହିଳା କ୍ରୀଡ଼ାବିତ୍ ନିଜର ସ୍ୱର୍ଣ୍ଣିମ ସ୍ୱାକ୍ଷର ସୃଷ୍ଟି କରିଛନ୍ତି, ସେମାନଙ୍କ ମଧ୍ୟରେ ଜୟନ୍ତୀ ବେହେରା ଓ ସୁଚିତ୍ରା ପରିଡ଼ା ଅନ୍ୟତମ । ଦୁହେଁ ଜୀବନର ଚରମ ବିପର୍ଯ୍ୟୟ ପରେ ନିଜକୁ ସଜାଡ଼ି ଦୃଢ଼ ମନୋବଳ ଓ ଇଚ୍ଛାଶକ୍ତି ବଳରେ ପାରାକ୍ରୀଡ଼ା କ୍ଷେତ୍ରରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି । କେବଳ ସେତିକି ନୁହେଁ, ପାରାକ୍ରୀଡ଼ା କ୍ଷେତ୍ରରେ ଅସଂଖ୍ୟ ନବାଗତାଙ୍କ ପାଇଁ ପ୍ରେରଣାର ଜୀବନ୍ତ କାହାଣୀ ପାଲଟିଛନ୍ତି ।

ଅଟିଜିମ୍ ର ବିଜୟୀ ବୀର ସାର୍ଥକର ସାର୍ଥକତା

ଅଟିଜିମ୍, ଏଡ଼ି ଏଚ୍ ଡି, ଏଏସ୍ଡ଼ି, ଡାଉନ୍ ସିନଡ୍ରମ୍ ସେରେବ୍ରାଲ ପାଲସି ଏସବୁ ଶବ୍ଦ ଶିଶୁ କ୍ଷେତ୍ରରେ ଏକ ବ୍ୟତିକ୍ରମ ଏବଂ ଶୁଣିଲା ବେଳେ ମନ ଭିତରେ ଅନେକ ଦ୍ୱନ୍ଦ୍ୱ, ନିରାଶ ଭାବନା ଓ ଅଡୁଆ ତଡୁଆ ପ୍ରଶ୍ନ ଓ ତା’ର ସମାଧାନର ବାଟ ନିର୍ଣ୍ଣୟ କରିବାରେ ପିତାମାତା ଓ ପରିବାରବର୍ଗ ଓ ସମାଜ ପାଇଁ ଅନେକଟା ସମାଧାନର ବାଟ ଖୋଜିବାରେ ଦିନ ବର୍ଷ ଦଣ୍ଡ ବିତିଯାଏ ।