କ୍ରୀଡା କ୍ଷେତ୍ରରେ ବି କମ୍ ନୁହଁନ୍ତି ଦିବ୍ୟାଙ୍ଗ ନାରୀ

ଇଚ୍ଛାଶକ୍ତି ଓ ଦୃଢ଼ ମନୋବଳ ଦ୍ୱାରା ଅସମ୍ଭବ ସମ୍ଭବରେ ପରିଣତ ହୋଇପାରେ । ଏହାର ଜ୍ୱଳନ୍ତ ପ୍ରମାଣ ସି୍ରା ପ୍ରିୟଦର୍ଶିନୀଙ୍କଠାରେ ଦେଖିବାକୁ ମିଳିଛି । ସମାଜ ଆଖିରେ ଭିନ୍ନକ୍ଷମ ଦୃଷ୍ଟିକୋଣକୁ ଭୁଲ ପ୍ରମାଣିତ କରିାରିଛନ୍ତି ସି୍ରା । ଭିନ୍ନକ୍ଷମ ହୋଇ ମଧ୍ୟ ଖେଳରେ ଜିତିଛନ୍ତି ଅନେକ ସଫଳତା ଆଉ ପଦକ । ସ୍ୱତନ୍ତ୍ର ଅଲିମ୍ପିକ୍ସ ବିଶ୍ୱ ଶୀତକାଳୀନ ପ୍ରତିଯୋଗିତାରେ ଏକମାତ୍ର ଓଡ଼ିଆ ଭାବେ ଅଂଶଗ୍ରହଣ କରିଛନ୍ତି ।

ଭିନ୍ନକ୍ଷମ ସମୁଦାୟଙ୍କ ମଧ୍ୟରେ ସବୁଠାରୁ ଅବହେଳିତ ବର୍ଗ ଭିନ୍ନକ୍ଷମ ମହିଳାମାନଙ୍କ ମଧ୍ୟରେ ଯେ ନିଜର ପ୍ରତିଭାକୁ ପ୍ରମାଣିତ କରିବାର ଦକ୍ଷତା ରହିଛି । ଏହାର ସଫଳ ଦୃଷ୍ଟାନ୍ତ ହେଉଛନ୍ତି ଜଗତସିଂହପୁର ଜିଲ୍ଲାର ତିର୍ତ୍ତୋଲ ଗ୍ରାମର ସୁଭଦ୍ରା ଦାସ ।

ହାତ ନଥାଇ ବି ଚାମ୍ପିଅନ “ସୁଭଦ୍ରା’

ଟାହିଟାପରାକୁ ପଛରେ ଫିଙ୍ଗି ଆଗକୁ ବଢ଼ିବାର ସ୍ୱପ୍ନ ଦେଖିଥିଲେ । ସଂଘର୍ଷ ସହିତ ନିୟମିତ ଅଭ୍ୟାସ ବଳରେ ସଫଳତାର ସ୍ୱାଦ ଚାଖିଥିଲେ । ଜନ୍ମରୁ ଗୋଟିଏ ହାତ ନ ଥାଇ ମଧ୍ୟ ନିଜର ନିରନ୍ତର ପ୍ରୟାସ ବଳରେ ସେ ରାଜ୍ୟସ୍ତରୀୟ ପାରା ଦୌଡ଼କୁଦ କ୍ରୀଡ଼ାରେ ସ୍ୱର୍ଣ୍ଣ ପଦକ ସହ ଏକାଧିକ ପଦକ ହାସଲ କରିଛନ୍ତି । ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ବ୍ଲକ୍ ପଟିଲୋ ପଞ୍ଚାୟତ ନନ୍ଦନ ଗାଁର ୨୯ ବର୍ଷ ବୟସ୍କା ସୁଭଦ୍ରା ଦାସଙ୍କର ଇଏ ହେଉଛି ସଂଘର୍ଷରୁ ସଫଳତାର କାହାଣୀ । ସନାତନ ଦାସ ଓ ଶାନ୍ତିଲତା ଦାସଙ୍କର ଦୁଇ ଝିଅ ଓ ଗୋଟିଏ ପୁଅଙ୍କ ମଧ୍ୟରେ ସୁଭଦ୍ରା ହେଉଛନ୍ତି ବଡ଼ । ଜନ୍ମରୁ ତାଙ୍କର ଗୋଟିଏ ହାତ (ବାମ) ନ ଥିଲା । ସେଥିପାଇଁ ପରିବାର ଲୋକ ନାଁ ରଖିଥିଲେ ସୁଭଦ୍ରା । ତେବେ ପାଠ ପଢ଼ିବାକୁ ଯିବା ସମୟରେ ହେଉ କିମ୍ୱା ଖେଳ ପଡ଼ିଆରେ, ସବୁବେଳେ ତାଙ୍କୁ ଟାହିଟାପରା ଶୁଣିବାକୁ ପଡୁଥିଲା କିନ୍ତୁ ସେଇ ଟାହିଟାପରା ହିଁ ସୁଭଦ୍ରାଙ୍କୁ ଆଗକୁ ବଢ଼ିବାର ପ୍ରେରଣା ଦେଲା । ସ୍ନାତକ ଶେଷ ହେବା ପରେ ସେ ଭୁବନେଶ୍ୱର ଚାଲିଗଲେ । ଗଣ୍ଡମୁଣ୍ଡାଠାରେ ଭିନ୍ନକ୍ଷମ ପ୍ରଶିକ୍ଷଣ କେନ୍ଦ୍ରରେ କମ୍ପୁ୍ୟଟର ତାଲିମ ନେଲେ । ପରିବାର କିମ୍ୱା ସମାଜ ଉପରେ ବୋଝ ହେବାକୁ ନ ଚାହିଁ ଭୁବନେଶ୍ୱର ପୋଖରୀପୁଟରେ ଏକ ଛୋଟ ଦୋକାନ କରି ସ୍ୱାବଲମ୍ୱୀ ହେଲେ । ବିଭିନ୍ନ ଦିବ୍ୟାଙ୍ଗ ପିଲାମାନଙ୍କ ପାଇଁ ଅନୁଷ୍ଠିତ ପ୍ରତିଯୋଗିତାକୁ ଯିବା ସମୟରେ ଧୀରେ ଧୀରେ ଖେଳ ପ୍ରତି ଆକୃଷ୍ଟ ହେବା ସହିତ ଏଥିପାଇଁ ତାଲିମ ବି ନେଲେ । ୨୦୨୩ ରାଜ୍ୟସ୍ତରୀୟ ପାରା ଦୌଡ଼କୁଦ ପ୍ରତିଯୋଗିତାରେ ସେ ପ୍ରଥମ ସଫଳତା ସାଉଁଟି ଜାଭଲିନ୍ ଥ୍ରୋ’ରେ ସ୍ୱର୍ଣ୍ଣ ଓ ଡିସ୍କସ୍ ଥ୍ରୋ’ରେ ରୌପ୍ୟ ପଦକ ହାସଲ କରିଥିଲେ । ୨୦୨୪ରେ ଜାଭଲିନ୍ ଥ୍ରୋ’ରେ ଗୋଟିଏ ସ୍ୱର୍ଣ୍ଣ ଓ ସଟ୍ ପୁଟ୍ ରେ ଗୋଟିଏ ରୌପ୍ୟ ପଦକ ହାସଲ କରିଛନ୍ତି ସୁଭଦ୍ରା । ଆଗକୁ ଜାତୀୟ ଓ ଅଲିମ୍ପିକ୍ସ କ୍ରୀଡ଼ାରେ ଭାଗ ନେବାକୁ ଲକ୍ଷ୍ୟ ରଖିଛନ୍ତି । ଏଯାଏଁ କୌଣସି ସରକାରୀ ସହାୟତା ପାଇ ନ ଥିବା ସୁଭଦ୍ରାଙ୍କୁ ହୁଏତ ପ୍ରୋତ୍ସାହନ ମିଳିଲେ, ରାଜ୍ୟ ଓ ଦେଶ ପାଇଁ ଗୌରବ ଆଣିବାରେ ସଫଳ ହେବେ ।

ସଫଳ କ୍ରୀଡ଼ାବିତ୍ ଚଳନଶକ୍ତିବାଧିତା ସିପ୍ରା ପ୍ରିୟଦର୍ଶିନୀ –

ଇଚ୍ଛାଶକ୍ତି ଓ ଦୃଢ଼ ମନୋବଳ ଦ୍ୱାରା ଅସମ୍ଭବ ସମ୍ଭବରେ ପରିଣତ ହୋଇପାରେ । ଏହାର ଜ୍ୱଳନ୍ତ ପ୍ରମାଣ ସିପ୍ରା ପ୍ରିୟଦର୍ଶିନୀଙ୍କଠାରେ ଦେଖିବାକୁ ମିଳିଛି । ସମାଜ ଆଖିରେ ଭିନ୍ନକ୍ଷମ ଦୃଷ୍ଟିକୋଣକୁ ଭୁଲ ପ୍ରମାଣିତ କରିପାରିଛନ୍ତି ସିପ୍ରା । ଭିନ୍ନକ୍ଷମ ହୋଇ ମଧ୍ୟ ଖେଳରେ ଜିତିଛନ୍ତି ଅନେକ ସଫଳତା ଆଉ ପଦକ । ସ୍ୱତନ୍ତ୍ର ଅଲିମ୍ପିକ୍ସ ବିଶ୍ୱ ଶୀତକାଳୀନ ପ୍ରତିଯୋଗିତାରେ ଏକମାତ୍ର ଓଡ଼ିଆ ଭାବେ ଅଂଶଗ୍ରହଣ କରିଛନ୍ତି ।

ଇଚ୍ଛାଶକ୍ତି ଆଗରେ ହାର୍ ମାନିଛି ଅକ୍ଷମତା

କଟକ ଜିଲ୍ଲା ବଡମ୍ୱା ଅଞ୍ଚଳର ଅନ୍ତର୍ଯ୍ୟାମୀ ନାୟକଙ୍କ ତିନି ଝିଅ ଓ ଗୋଟିଏ ପୁଅ ମଧ୍ୟରୁ ସିପ୍ରା ପ୍ରିୟଦର୍ଶିନୀ ଅନ୍ୟତମ । ପିଲାଦିନୁ ସିପ୍ରା ଭଲ ଭାବେ ଶୁଣିପାରୁ ନ ଥିବାବେଳେ ଗୋଟିଏ ହାତରେ ମଧ୍ୟ ସମସ୍ୟା ରହିଛି । ହାତରେ ସମସ୍ୟା ଥିଲେ ମଧ୍ୟ ସିପ୍ରା ନିଜକୁ ଦୁର୍ବଳା ମନେ ନ କରି କିଛି କରିବାର ଲକ୍ଷ୍ୟ ନେଇ କ୍ରୀଡ଼ାକୁ ଆପଣାଇଥିଲେ । ସିପ୍ରା ୨୦୧୮ ସେପ୍ଟେମ୍ୱରରେ ଭୁବନେଶ୍ୱରସ୍ଥିତ ଏକ ସ୍ୱତନ୍ତ୍ର ବିଦ୍ୟାଳୟ ଓପନ ଲର୍ଣ୍ଣିଂ ସିଷ୍ଟମ୍ସରେ ନାମ ଲେଖାଇଥିଲେ । ସିପ୍ରା ପାଠ ପଢ଼ିବା ସେଙ୍ଗସେଙ୍ଗ କ୍ରୀଡ଼ା କ୍ଷେତ୍ରରେ ପ୍ରଶିକ୍ଷିକା ଗୀତା ପଣ୍ଡାଙ୍କଠାରୁ ଉପଯୁକ୍ତ ପ୍ରଶିକ୍ଷଣ ନେଇ ଆଗକୁ ଆଗକୁ ବଢ଼ି ଚାଲିଲେ ।

ପ୍ରତିବର୍ଷ ଜିଲ୍ଲାସ୍ତରୀୟ ଦୌଡ଼କୁଦ ପ୍ରତିଯୋଗିତା ସଟ୍ ପୁଟ୍, ଦୌଡ଼, ମିନି ଜାଭେଲିନ ଏବଂ ରୋଲରସ୍କେଟିଂରେ ଭାଗ ନେଇ ସଫଳତା ହାସଲ କରିବା ସହ ପୁରସ୍କୃତ ହୋଇଛନ୍ତି ସେ । ରାଜ୍ୟସ୍ତରୀୟ ପ୍ରତିଯୋଗିତାରେ ସିପ୍ରା ଫ୍ଲୋର୍ ବଲ୍, ରୋଲର ସ୍କେଟିଂ ଓ ଦୌଡ଼କୁଦରେ ଭାଗ ନେଇ ମଧ୍ୟ ସଫଳତା ହାସଲ କରିଥିଲେ । ୨୦୨୧ରେ ଜାତୀୟସ୍ତରରେ ଫ୍ଲୋର୍ ବଲ୍ କ୍ରୀଡ଼ାରେ ଭାଗ ନେବାକୁ ସୁଯୋଗ ପାଇଥିଲେ । ହିମାଚଳ ପ୍ରଦେଶରେ ଆୟୋଜିତ ଜାତୀୟ ସ୍ୱତନ୍ତ୍ର ଅଲିମ୍ପିକ୍ସ ଫ୍ଲୋର୍ ବଲ୍ କ୍ରୀଡ଼ାରେ ସିପ୍ରା ପ୍ରଥମ ସ୍ଥାନ ହାସଲ କରି ଚର୍ଚ୍ଚାକୁ ଆସିଥିଲେ । ଜାତୀୟ ଦଳ ପକ୍ଷରୁ ଅନ୍ତର୍ଜାତୀୟ ପ୍ରତିଯୋଗିତା ଲାଗି ମନୋନୀତ ହୋଇଥିଲେ ମଧ୍ୟ କରୋନା ପାଇଁ ସେ ସମୟରେ ସେ ଭାଗ ନେଇପାରି ନ ଥିଲେ । ୨୦୨୪ରେ ସିପ୍ରା ଜାତୀୟ ଚମ୍ପିଅନସିପ୍ ଫ୍ଲୋର୍ ବଲ୍ ରେ ଚମତ୍କାର ପ୍ରଦର୍ଶନ କରି ସ୍ୱତନ୍ତ୍ର ଅଲିମ୍ପିକ୍ସ ବିଶ୍ୱ ଶୀତକାଳୀନ କ୍ରୀଡ଼ା ଲାଗି ମନୋନୀତ ହୋଇଥିଲେ । ଇଟାଲିର ତୁରିନରେ ଆୟୋଜିତ ସ୍ୱତନ୍ତ୍ର ଅଲିମ୍ପିକ୍ସ ବିଶ୍ୱ ଶୀତକାଳୀନ ପ୍ରତିଯୋଗିତାରେ ସିପ୍ରା ମହିଳା ଫ୍ଲୋର୍ ବଲ୍ ରେ ଅଂଶଗ୍ରହଣ କରିଛନ୍ତି । ଦୃଢ଼ ନିଷ୍ଠା ଓ ଇଚ୍ଛାଶକ୍ତି ଯୋଗୁ ଏତେ ବାଟ ଆସି ପାରିଛି । ସ୍ୱତନ୍ତ୍ର ଅଲିମ୍ପିକ୍ସ ଶୀତକାଳୀନ କ୍ରୀଡ଼ାରେ ଅଂଶଗ୍ରହଣ କରିବାକୁ ସୁଯୋଗ ପାଇଥିବାରୁ ବହୁତ ଖୁସି । ଏଥିରେ ଭଲ ପ୍ରଦର୍ଶନ କରିବାକୁ ଆଶାବାଦୀ ବୋଲି ସିପ୍ରା କହିଛନ୍ତି । ଓପନ ଲର୍ଣ୍ଣିଓ ସିଷ୍ଟମ, ପ୍ରକାଶ କୁମାର ରଥ, ଅର୍ପିତା ମହାପାତ୍ର, ଗୀତା ପଣ୍ଡା ଓ ସସ୍ମିତା ମହାପାତ୍ରଙ୍କ ସହଯୋଗରେ ଏତେ ବାଟ ଆସିପାରିଛି ବୋଲି ସିପ୍ରା କହିଛନ୍ତି ।

ସ୍ୱତନ୍ତ୍ର ଅଲିମ୍ପିକ୍ସ, ଓଡ଼ିଶା କ୍ରୀଡ଼ା ସମ୍ପାଦକ ସସ୍ମିତା ମହାପାତ୍ର କହନ୍ତି, ଓପନ ଲର୍ଣ୍ଣିଂ ସିଷ୍ଟମ ସବୁବେଳେ ସମାଜର ଦିବ୍ୟାଙ୍ଗ ଓ ଅସହାୟ ପିଲାମାନଙ୍କ ଭବିଷ୍ୟତ ଗଢ଼ିବା ସହ କ୍ରୀଡ଼ା ଦକ୍ଷତା ନେଇ କାମ କରିଆସୁଛି । ସିପ୍ରା ପ୍ରିୟଦର୍ଶିନୀ ସ୍ୱତନ୍ତ୍ର ଅଲିମ୍ପିକ୍ସ ଶୀତକାଳୀନ କ୍ରୀଡ଼ାରେ ପ୍ରତିନିଧିତ୍ୱ କରିବା ଓଡ଼ିଶା ଓ ଦେଶ ପାଇଁ ଗୌରବର ବିଷୟ । ସ୍ୱତନ୍ତ୍ର ଅଲିମ୍ପିକ୍ସ ଶୀତକାଳୀନ କ୍ରୀଡ଼ାରେ ସିପ୍ରା ସଫଳତା ହାସଲ କରିବେ ବୋଲି ସସ୍ମିତା କହିଛନ୍ତି । ସ୍ୱତନ୍ତ୍ର ଅଲମ୍ପିକ୍ସ ସମାଜର ଅସହାୟ ଓ ମାନସିକ ଅନଗ୍ରସର ପିଲାଙ୍କୁ ନେଇ ଆୟୋଜିତ ହୋଇଥାଏ । ଏଥିରେ ଓଡ଼ିଶା ଖେଳାଳିମାନେ ମଧ୍ୟ ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ସଫଳତା ହାସଲ କରୁଛନ୍ତି । ସିପ୍ରା ସେମାନଙ୍କ ମଧ୍ୟରୁ ଜଣେ । ତାଙ୍କୁ ଠିକ୍ ଭାବେ ପ୍ରୋତ୍ସାହନ ମିଳିଲେ ଆଗାମୀ ଦିନରେ ସେ ଦେଶ ଓ ରାଜ୍ୟ ପାଇଁ ନିଶ୍ଚିତ ସଫଳତା ହାସଲ କରିପାରିବେ ବୋଲି ସ୍ୱତନ୍ତ୍ର ଅଲମ୍ପିକ୍ସ ଓଡ଼ିଶାର ପ୍ରଶିକ୍ଷକା ଅର୍ପିତା ମହାପାତ୍ର କହିଛନ୍ତି ।

Share the post

Leave a Reply

Your email address will not be published. Required fields are marked *

ନୂଆବଜାରର କୁଷ୍ଠାଶ୍ରମ

ଯେଉଁମାନେ କାମ କରିବା ସ୍ଥିତିରେ ଥିଲେ ସେମାନଙ୍କୁ ରୋଜଗାର ପ୍ରଦାନ ଉଦ୍ଦେଶ୍ୟରେ କୁଷ୍ଠାଶ୍ରମ ପରିସରରେ ଜୋତା କାରଖାନା, ତନ୍ତବୁଣା ଆଦି ବ୍ୟବସ୍ଥା କରାଯାଇଥିଲା । କୁଷ୍ଠରୋଗୀମାନେ ସ୍ୱତନ୍ତ୍ର ଜୋତା ପିନ୍ଧୁଥିବାରୁ ସେମାନଙ୍କ ମାପ ଅନୁସାରେ...

କୁଷ୍ଠର କଷ୍ଟ : ଆରୋଗ୍ୟ ନିଶ୍ଚିତ

କୁଷ୍ଠରୋଗ ମାଇକୋବ୍ୟାକ୍ଟେରିଅଲେପ୍ରା ଜୀବାଣୁ ଦ୍ୱାରା ହୁଏ ଏବଂ ଏହାର ନିରାକରଣ ପାଇଁ ସମୟୋଚିତ ପଦକ୍ଷେପ ଆବଶ୍ୟକ । ପ୍ରଥମେ ରୋଗୀଙ୍କୁ ଶୀଘ୍ର ଚିହ୍ନଟ କରିବା ଆବଶ୍ୟକ, କାରଣ ଆରମ୍ଭରୁ ଚିକିତ୍ସା କରାଇଲେ ସଂକ୍ରମଣ ପ୍ରସାରଣ...