ବୀରତ୍ୱରେ ପଛରେ ନାହାନ୍ତି ଦିବ୍ୟାଙ୍ଗ, ହାତ ଗୋଡ ନ ଥାଇବି ଲଢ଼ିପାରନ୍ତି ଯୁଦ୍ଧ

ଶୁଣିଲେ କାନକୁ ଅବିଶ୍ୱାସ ଲାଗିପାରେ ! ମାତ୍ର ଦେଶପ୍ରେମ ଆଗରେ ନିଜର ଯନ୍ତ୍ରଣା ଓ ଅସାମର୍ଥ୍ୟତାକୁ ଯୁଦ୍ଧଯଜ୍ଞରେ ଆହୂତି ଦେଇ ଅଶ୍ରୁତପୂର୍ବ ସାହସର ନିଦର୍ଶନ ଦେଖାଇଛନ୍ତି ୟୁକ୍ରେନ ସୈନ୍ୟ । ଯୁଦ୍ଧରେ ଆହତ କିଛି ସୈନିକ ସୁସ୍ଥ ହେଲା ପରେ ପୁଣି ଯୁଦ୍ଧରେ ସାମିଲ ହୋଇଛନ୍ତି ।

ଶୁଣିଲେ କାନକୁ ଅବିଶ୍ୱାସ ଲାଗିପାରେ ! ମାତ୍ର ଦେଶପ୍ରେମ ଆଗରେ ନିଜର ଯନ୍ତ୍ରଣା ଓ ଅସାମର୍ଥ୍ୟତାକୁ ଯୁଦ୍ଧଯଜ୍ଞରେ ଆହୂତି ଦେଇ ଅଶ୍ରୁତପୂର୍ବ ସାହସର ନିଦର୍ଶନ ଦେଖାଇଛନ୍ତି ୟୁକ୍ରେନ ସୈନ୍ୟ । ଯୁଦ୍ଧରେ ଆହତ କିଛି ସୈନିକ ସୁସ୍ଥ ହେଲା ପରେ ପୁଣି ଯୁଦ୍ଧରେ ସାମିଲ ହୋଇଛନ୍ତି । ରୁଷିଆ-ୟୁକ୍ରେନ୍ ଯୁଦ୍ଧକୁ ତିନି ବର୍ଷ ପୂରଣ ହୋଇଥିବାବେଳେ ୟୁକ୍ରେନ୍ ସୈନ୍ୟଙ୍କ ଏଭଳି କାହାଣୀ ସାମ୍ନାକୁ ଆସିଛି । ଦୀର୍ଘ ଯୁଦ୍ଧ ଲଢେ଼ଇ ପାଇଁ ୟୁକ୍ରେନ୍ ପାଖରେ ଯଥେଷ୍ଟ ସୈନ୍ୟ ନାହାନ୍ତି ସତ; ହେଲେ କୃତ୍ରିମ ଗୋଡ଼ହାତ ଲଗାଇ କିଛି ସୈନ୍ୟଙ୍କ ଯୁଦ୍ଧ କରିବାର ଚିତ୍ର ସେମାନଙ୍କ ଦେଶପ୍ରେମର ପ୍ରମାଣ ଦେଇଛି । ଯୁ୍କ୍ରେନ୍ ରାଷ୍ଟ୍ରପତି ଭୋଲୋଦିମିର୍ ଜେଲେନସ୍କିଙ୍କ ସୂଚନାନୁସାରେ ଦେଶର ପ୍ରାୟ ୪୬ ହଜାର ସୈନ୍ୟ ପ୍ରାଣ ହରାଇଛନ୍ତି ଓ ୩ ଲକ୍ଷ ୮୦ ହଜାର ଆହତ ହୋଇଥିବାବେଳେ ୧୦ ହଜାରରୁ ଅଧିକ ନିଖୋଜ ଅଛନ୍ତି । ଯୁଦ୍ଧର ସ୍ଥିତି ଏପରି ଯେ ସୈନିକମାନେ ଘରେ ବା ଡାକ୍ତରଖାନାରେ ପଡ଼ିରହିବାକୁ ପସନ୍ଦ କରୁନାହାନ୍ତି । ଦେଶପ୍ରେମର ଆହ୍ୱାନ ସେମାନଙ୍କୁ ଯୁଦ୍ଧକ୍ଷେତ୍ରକୁ ଡାକିଆଣୁଛି । ଯୁଦ୍ଧ ଅନେକଙ୍କ ପସନ୍ଦ ନ ଥିଲେ ମଧ୍ୟ ସେମାନେ ୟୁନିଫର୍ମ ପିନ୍ଧି ରଡେ଼ଲରେ ସାମିଲ ହୋଇଛନ୍ତି । ୟୁକ୍ରେନ୍ ଗୁଇନ୍ଦା ବିଭାଗରେ କାର୍ଯ୍ୟରତ ୩୮ ବର୍ଷୀୟ ଆଣ୍ଡ୍ରି ରବଲିକ୍ ନାମକ ଜଣେ ସୈନ୍ୟ ଯୁଦ୍ଧକ୍ଷେତ୍ରରେ ବିସ୍ଫୋରଣରେ ଉଭୟ ହାତ ଓ ଗୋଟିଏ ଗୋଡ଼ ହରାଇଛନ୍ତି । ଦାର୍ଘ ଦୁଇ ବର୍ଷ ଚିକିତ୍ସା ପରେ ସେ କୃତ୍ରିମ ହାତ ଓ ଗୋଡ଼ ଲଗାଇ ପୁନର୍ବାର ବନ୍ଧୁକ ଧରି ଯୁଦ୍ଧକୁ ଓହ୍ଲାଇଛନ୍ତି । ତାଙ୍କ କହିବାନୁସାରେ ବହୁ ସୈନିକ ଏଭଳି ଅବସ୍ଥାରେ ଯୁଦ୍ଧକ୍ଷେତ୍ରକୁ ଫେରିଛନ୍ତି । ଦେଶ ପାଇଁ କର୍ତ୍ତବ୍ୟ ସେମାନଙ୍କୁ ଫେରାଇ ଆଣିଛି । ଏଥିରେ ପଶ୍ଚାତାପ କରିବାର କିଛି ନାହିଁ । ରବଲିକ୍ ଙ୍କ ପରି ଆଉ ଜଣେ ହେଉଛନ୍ତି ୪୨ ବର୍ଷୀୟ ମାକସିମ ଭିସୋସ୍କି । ଯୁଦ୍ଧରେ ସେ ଗୋଟିଏ ଗୋଡ଼ ହରାଇଥିଲେ । ପ୍ରାୟ ୮ ମାସ ଚିକିତ୍ସା ପରେ ସେ ପୁଣି ୟୁନିଫର୍ମ ପିନ୍ଧି ଲଢେ଼ଇକୁ ଓହ୍ଲାଇଲେ । ଘରକୁ ଫେରିବା ପରେ ଏହା ଆବଶ୍ୟକ ଥିଲା ବୋଲି ସେ କହନ୍ତି । ଏବେ ସେ ବିସ୍ଫୋରକ ଭର୍ତ୍ତି ଡ୍ରୋନ୍ ପରିବହନ ଦାୟିତ୍ୱରେ ଅଛନ୍ତି । କ୍ୟାପ୍ଟେନ୍ ଅଲେକଜାଣ୍ଡାର ପୁଜିକୋଭାଙ୍କ କାହାଣୀ ମଧ୍ୟ ସେମିତି । ହାତ ହରାଇଥିବା ୪୦ ବର୍ଷୀୟ ଏହି ଯୋଦ୍ଧା ପ୍ରାୟ ଅଢେ଼ଇ ବର୍ଷ ପରେ ଯୁଦ୍ଧକ୍ଷେତ୍ରକୁ ଫେରିଛନ୍ତି । ଅନ୍ୟ ସ୍ୱାସ୍ଥ୍ୟ ସମସ୍ୟା ସତ୍ତ୍ୱେ ସେ ଲଢେ଼ଇ ଜାରି ରଖିଛନ୍ତି । ଅନ୍ୟ ଜଣେ ହେଉଛନ୍ତି ୩୪ ବର୍ଷୀୟ ଅଲେକଜାଣ୍ଡାର ଝାଲିନସ୍କି । ଗୋଟିଏ ହାତ ହରାଇଥିବା ଝାଲିନସ୍କି ସେନା ଗାଡ଼ିରେ ଗୋଳାବାରୁଦ ବୋହୁଛନ୍ତି । ଏମିତି ଅନେକ ଅଛନ୍ତି, ଯେଉଁମାନଙ୍କ ହାତ ବା ଗୋଡ଼ କଟାହୋଇଛି । କାହାର ଅନ୍ୟ କୌଣସି ଅଙ୍ଗ କ୍ଷତିଗ୍ରସ୍ତ ହୋଇଛି; ତଥାପି ସେମାନେ ଯୁଦ୍ଧକ୍ଷେତ୍ରକୁ ଫେରିଛନ୍ତି । ପ୍ରବଳ ଯନ୍ତ୍ରଣା ସତ୍ତ୍ୱେ ସେମାନେ ଯୁଦ୍ଧ ଜାରି ରଖିଛନ୍ତି, ଆବଶ୍ୟକ ହେଲେ ଜୀବନ ଦେବାକୁ ମଧ୍ୟ ପଣ କରିଛନ୍ତି । ସେମାନଙ୍କ କାହାଣୀ ୟୁକ୍ରେନବାସୀଙ୍କୁ ବିଜୟ ପାଇଁ ଉତ୍ସାହିତ କରୁଛି । ଅନେକ ନାଗରିକ କାମଧନ୍ଦା ଛାଡ଼ି ବନ୍ଧୁକ ଧରୁଛନ୍ତି । ଅପରପକ୍ଷରେ ରୁଷିଆ ଅନେକ ଆହତ ସୈନିକଙ୍କୁ ବାଧ୍ୟକରି ଯୁଦ୍ଧକ୍ଷେତ୍ରକୁ ଫେରାଇଥିବା ଜଣାପଡ଼ିଛି । ସମ୍ପ୍ରତି ଯୁଦ୍ଧର ସ୍ଥିତି ବଦଳିଯାଇଛି । ୟୁକ୍ରେନକୁ ଯୁଦ୍ଧ ପାଇଁ ଉସୁକାଇଥିବା ଓ ଅସ୍ତ୍ରଶସ୍ତ୍ର ସହାୟତା ଦେଉଥିବା ଆମେରିକା ମତିଗତି ପରିବର୍ତ୍ତନ ସହ ରୁଷିଆ ସହିତ ଯୁଦ୍ଧ ବନ୍ଦ ସମ୍ପର୍କରେ ଆଲୋଚନା କରୁଛି । ଏଥିରେ ୟୁକ୍ରେନକୁ ସାମିଲ କରୁନାହିଁ ବରଂ ଯୁଦ୍ଧ ବନ୍ଦ ପାଇଁ ଧମକ ଦେଉଛି । ଡୋନାଲ୍ଡ ଟ୍ରମ୍ପଙ୍କ ଆମେରିକା ରାଷ୍ଟ୍ରପତି ହେବା ପରେ ଏଭଳି ସ୍ଥିତି ଉପୁଜିଛି । ଟ୍ରମ୍ପଙ୍କ ଧମକକୁ ଜେଲେନସ୍କି ନିଜ ସୈନିକଙ୍କ ପରି ଖାତିର କରୁନାହାନ୍ତି ।

Share the post

Leave a Reply

Your email address will not be published. Required fields are marked *

କର୍ପୋରେଟ୍ ସେକ୍ଟରରେ ଦିବ୍ୟାଙ୍ଗଙ୍କ ପ୍ରତିନିଧିତ୍ୱ ଅତ୍ୟନ୍ତ ନୈରାଶ୍ୟଜନକ

କମ୍ପାନୀମାନଙ୍କର ବାସ୍ତବ ଚିତ୍ର ଆକଳନ କଲେ ଜଣାପଡ଼େ ଯେ, ୧୮୪ଟି ସଂଗଠନ ପିଡବ୍ଲୁଡ଼ିଙ୍କ ଅଂଶଗ୍ରହଣ ବଢ଼ାଇଥିବା ବେଳେ ୨୪୭ଟି ସଂଗଠନରେ ନିଯୁକ୍ତି କମିଛି ଏବଂ ୨୧୨ଟି କମ୍ପାନୀରେ ଗତ ଦୁଇ ବର୍ଷ ଧରି ଜଣେ...

ଭିନ୍ନକ୍ଷମତା ଆଧାରରେ ହୋଇପାରୁନି ପଦବୀ ବର୍ଗୀକରଣ: ଅନିଶ୍ଚିତତାରେ ନିଯୁକ୍ତି ଓ ପଦୋନ୍ନତି

କେବଳ ସରକାରଙ୍କ ଆନ୍ତରିକତା ଅଭାବ ଯୋଗୁଁ ଓଡ଼ିଶାର ଲକ୍ଷାଧିକ ଭିନ୍ନକ୍ଷମ ନିଜ ଅଧିକାରରୁ ବଞ୍ଚିତ ହେଉଛନ୍ତି । ଅଦାଲତଙ୍କ ନିର୍ଦ୍ଦେଶକୁ ମଧ୍ୟ ପାଳନ କରାଯାଉନାହିଁ । ଏହା ବିରୋଧରେ ଆମେ ଏକ୍‌ଜୁଟ ହୋଇ ରାସ୍ତାକୁ...

ୟୁପି ସରକାରଙ୍କ କୃଷକ ଦୁର୍ଘଟଣା କଲ୍ୟାଣ ଯୋଜନାରେ ଭିନ୍ନକ୍ଷମତା ପାଇଁ ୫ ଲକ୍ଷ

ଯୋଜନା ସମ୍ପୂର୍ଣ୍ଣ ଅନଲାଇନ୍ ହେବା ପରେ କୃଷକମାନଙ୍କୁ ଆଉ ବାରମ୍ବାର ତହସିଲ୍ କିମ୍ବା ଜିଲ୍ଲା କାର୍ଯ୍ୟାଳୟକୁ ଦୌଡ଼ିବାକୁ ପଡ଼ିବ ନାହିଁ, ଯାହାଫଳରେ ଦୁର୍ନୀତିର ସମ୍ଭାବନା ହ୍ରାସ ପାଇବ । ଏହି ପୋର୍ଟାଲ୍ ମାଧ୍ୟମରେ ଆବେଦନ...

ଦିବ୍ୟାଙ୍ଗଜନ ବଜେଟ୍ ବିକୃତ ନ ହେଉ

ଏହାକୁ ଦୃଷ୍ଟିରେ ରଖି ଆଗାମୀ ବଜେଟ୍ ରେ ଏଥିପାଇଁ ଯଥେଷ୍ଟ ଅଧିକ ପ୍ରାବଧାନ ରଖିବା ସହ ଏହାର ସମୟାନୁଯାୟୀ ଓ ସାର୍ଥକ ବିନିଯୋଗ ଉପରେ ସରକାର ପ୍ରାଧାନ୍ୟ ଦେବା ଉଚିତ୍ । ଦିବ୍ୟାଂଗଜନ ବଜେଟ୍‌କୁ...

କେନ୍ଦ୍ରୀୟ ବଜେଟ୍‌ରେ ଦିବ୍ୟାଙ୍ଗ ଭାଗ : କମ୍ ତରଙ୍ଗ ବେଶୀ ନିସ୍ତରଙ୍ଗ

ମୋଟ୍ ଉପରେ ଦେଖିବାକୁ ଗଲେ ଚଳିତ କେନ୍ଦ୍ରୀୟ ବଜେଟ୍ ୨୦୨୬-୨୭ର ଦିବ୍ୟାଙ୍ଗ ବର୍ଗଙ୍କ ପ୍ରତି ପ୍ରଭାବ ମୁଖ୍ୟତଃ ପରୋକ୍ଷ । ଦିବ୍ୟାଙ୍ଗମାନଙ୍କ ପାଇଁ ଜରୁରୀ ରହିଥିବା ଆହ୍ୱାନପ୍ରଦ କ୍ଷେତ୍ରଗୁଡ଼ିକରେ ସୁନିର୍ଦ୍ଧିଷ୍ଟ ହସ୍ତକ୍ଷେପ ପରି ଯୋଜନାର...