ଅଟିଜିମ୍ ର ବିଜୟୀ ବୀର ସାର୍ଥକର ସାର୍ଥକତା

ଅଟିଜିମ୍, ଏଡ଼ି ଏଚ୍ ଡି, ଏଏସ୍ଡ଼ି, ଡାଉନ୍ ସିନଡ୍ରମ୍ ସେରେବ୍ରାଲ ପାଲସି ଏସବୁ ଶବ୍ଦ ଶିଶୁ କ୍ଷେତ୍ରରେ ଏକ ବ୍ୟତିକ୍ରମ ଏବଂ ଶୁଣିଲା ବେଳେ ମନ ଭିତରେ ଅନେକ ଦ୍ୱନ୍ଦ୍ୱ, ନିରାଶ ଭାବନା ଓ ଅଡୁଆ ତଡୁଆ ପ୍ରଶ୍ନ ଓ ତା’ର ସମାଧାନର ବାଟ ନିର୍ଣ୍ଣୟ କରିବାରେ ପିତାମାତା ଓ ପରିବାରବର୍ଗ ଓ ସମାଜ ପାଇଁ ଅନେକଟା ସମାଧାନର ବାଟ ଖୋଜିବାରେ ଦିନ ବର୍ଷ ଦଣ୍ଡ ବିତିଯାଏ ।

ରାଜ୍ୟ ଭିନ୍ନକ୍ଷମ ଅଯୁକ୍ତଙ୍କ ସହ ସାର୍ଥକ
କିନ୍ତୁ ଏହି ଅଟିଜମ୍ ବା ଏଡିଏଚ୍ଡ଼ିର ଶିକାର ସାର୍ଥକ ଦ୍ୱିବେଦୀ କ୍ଷେତ୍ରରେ ବାଧକତା ହାର୍ ମାନିଛି ଓ ସେ ନିଜକୁ ଏକ ବହୁବିଧ ପ୍ରତିଭାର ଅଧିକାରୀ ରୂପେ ପ୍ରତିପାଦନ କରିପାରିଛନ୍ତି ।
 
ଗୀତ, ଚିତ୍ରାଙ୍କନ, ନୃତ୍ୟ, ବକ୍ତୃତା, ଫେସନ୍ ସୋ ବାଦ୍ୟଯନ୍ତ୍ର ବଜାଇବା, ଖେଳକୁଦ ଇତ୍ୟାଦି ବିଭିନ୍ନକ୍ଷେତ୍ରରେ ସେ ଲୋକମାନଙ୍କର ମନ ଜିଣି ପାରିଛନ୍ତି । କେବଳ ଭିନ୍ନକ୍ଷମ ଛାତ୍ରଛାତ୍ରୀଙ୍କ ଗହଣରେ ନୁହଁନ୍ତି । ସକ୍ଷମମାନଙ୍କ ସହ ପ୍ରତିଯୋଗିତା କରି ମଧ୍ୟ ସେ ବିଜୟୀ ହୋଇପାରିଛନ୍ତି । ଏଥି ସଙ୍ଗେ ସଙ୍ଗେ ସହପାଠୀମାନଙ୍କୁ ପଛରେ ପକାଇ ଦେଇଛନ୍ତି । ଏହା କେବଳ ସମ୍ଭବ ହୋଇପାରିଛି ସାର୍ଥକଙ୍କ ନିଷ୍ଠା, ପରାକାଷ୍ଠା ବାପା ମା’ଙ୍କ ଅକୁଣ୍ଠ ସ୍ନେହ ଓ ପରିଶ୍ରମ ଯୋଗୁଁ ସାର୍ଥକ ଏବେ ତାଙ୍କ ନାମକୁ ସାର୍ଥକ କରିଛନ୍ତି ଏବଂ ବାପା ମା’ଙ୍କ ଜୀବନରେ ସାର୍ଥକତା ଆଣିଦେଇଛନ୍ତି ଏବଂ ସାର୍ଥକ ଭଳି ଶିକାର ହୋଇଥିବା ଅନେକ ଭାଇ ଭଉଣୀ ଓ ମାତା ପିତାଙ୍କ ଓ ସମାଜ ପ୍ରତି ଏହା ହେଉଛି ପ୍ରେରଣାର ଦିଗଦର୍ଶନ ବା ଉତ୍ସ ସାର୍ଥକଙ୍କ ଏହି ସଫଳତା ପଛରେ ଆହୁରି ରହିଛି ବହୁ ପେଶାଦାରଙ୍କ ନିଷ୍ଠାପର ଉଦ୍ୟମ ।
 
ସାର୍ଥକ କିନ୍ତୁ ଜନ୍ମରୁ ଅଟିଜିମ୍ (ଏଡ଼ିଏଚ୍ଡ଼ି)ର ଶିକାର ନ ଥିଲେ, ତିନିବର୍ଷ ପର୍ଯ୍ୟନ୍ତ ତାଙ୍କର ପିଲାବେଳ ବାପା ମା’, ଜେଜେମା’ ଓ ଭଉଣୀଙ୍କ ଗହଣରେ ବେଶ୍ ଆନନ୍ଦ ଉଲ୍ଲାସରେ କଟିଥିଲା । କିନ୍ତୁ ଦୁର୍ଭାଗ୍ୟବଶତଃ ଖେଳୁ ଖେଳୁ ମୁଣ୍ଡରେ ଟେଲିଭିଜନ (ଟିଭି) ପଡ଼ିଯିବା ଫଳରେ ତାଙ୍କ ମୁଣ୍ଡରେ ଆଘାତ ଲାଗିଥିଲା । ଫଳସ୍ୱରୂପ ତାଙ୍କ ବ୍ୟବହାରରେ ଅସ୍ୱାଭାବିକ ଦେଖାଦେଇଥିଲା । ସେ ଭଲଭାବରେ କଥାବାର୍ତ୍ତା ମଧ୍ୟ କରିପାରୁ ନ ଥିଲେ ।
 
ନିଜ ଚାରିପଟର ପରିବେଶକୁ ଚିହ୍ନିବା ଆରମ୍ଭ କରିବା ବେଳକୁ ପୃଥିବୀ ତାଙ୍କ ପାଇଁ ସମ୍ପୂର୍ଣ୍ଣ  ଅପରିଚିତ ହୋଇଗଲା । ଅନେକ ଡାକ୍ତର ଥେରାପିଷ୍ଟଙ୍କ ପରାମର୍ଶ ପରେ ଅନ୍ତତଃ ଜଣାପଡ଼ିଲା ସାର୍ଥକ ଅଟିଜିମ୍ ର ଶିକାର ହୋଇଛନ୍ତି ବୋଲି । ତା’ପରେ ସାର୍ଥକଙ୍କ ମାତା ସୁମତୀ ଓ ପିତା କୈଳାସଙ୍କୁ ସଂଘର୍ଷ କରିବାକୁ ପଡେ଼ । ସୋନୁର ଲାଳନ ପାଳନ ଓ ତା’ର ଶିକ୍ଷା ପ୍ରଦାନ କରିବାରେ ଏବଂ ମାନସିକ ସ୍ତରରେ ନ ହାରି ସାର୍ଥକ (ସୋନୁ) ପାଇଁ ଆବଶ୍ୟକ ସ୍ୱତନ୍ତ୍ର ଚିକିତ୍ସା କରାଇଲେ ଏବଂ ତାଲିମପ୍ରାପ୍ତ ବିଶେଷଜ୍ଞମାନଙ୍କର ସହାୟତା ନେଲେ ଆଉ ଏସବୁର ଫଳଶ୍ରୁତି ହେଲା ଆଜି ସାର୍ଥକଙ୍କର ସ୍ୱତନ୍ତ୍ର ପରିଚୟ ।
 
ସାର୍ଥକଙ୍କ ଏହି ସଫଳତା ପଛର କାହାଣୀ କିନ୍ତୁ ବେଶ୍ ସଂଘର୍ଷମୟ । ପ୍ରଥମ ପ୍ରତିବନ୍ଧକ ଥିଲା ସାର୍ଥକଙ୍କ ସମସ୍ୟାର ରୂପରେଖ ଓ ତା’ର ନିରାକରଣର ବାଟ ବାହାର କରିବା । କଟକ, ସମ୍ବଲପୁର, ବାଙ୍ଗାଲୋରର ଡାକ୍ତର ଓ ଥେରାପିଷ୍ଟଙ୍କ ସାହାଯ୍ୟରେ ସାର୍ଥକ (ଡାକନାମ ସୋନୁ)ଙ୍କ ସମସ୍ୟା ଚିହ୍ନଟ କରାଯାଇ ପୁନଃ ଥଇଥାନର ପନ୍ଥା ନିରାକରଣ କରାଗଲା ।
 
ସୋନୁ ଏବେ ବିଭିନ୍ନ ଶବ୍ଦ କହିପାରିଲେ । ସୋନୁର ପରବର୍ତ୍ତୀ ତାଲିମ ସୁଯୋଗ ଆମ ରାଜ୍ୟରେ କେବଳ ଭୁବନେଶ୍ୱରରେ ଥିଲା ତେଣୁ ସୋନୁକୁ ଭୁବନେଶ୍ୱର ଅଣାଗଲା । ସୋନୁର ମା’ ସମ୍ବଲପୁର ପରେ ଭୁବନେଶ୍ୱରରେ ମଧ୍ୟ ଘରଭଡ଼ା ନେଇ ବୃଦ୍ଧା ଶାଶୁଙ୍କ ସହିତ ରହିଲେ ଏବଂ ବିଭିନ୍ନ ଥେରାପି ସେଣ୍ଟରରେ ତା’ର ତାଲିମରେ ମନପ୍ରାଣ ଢାଳିଦେଲେ । ମାତ୍ର ସୋନୁ ବାପା ଓ ଭଉଣୀଙ୍କ ଅନୁପସ୍ଥିତି ପାଇଁ ଝୁରିହେଲା ଏବଂ ତାଙ୍କ ମା’ ବେଶିଦିନ ସଂଘର୍ଷ କରିପାରିଲେ ନାହିଁ । ଫଳସ୍ୱରୂପ ସେମାନଙ୍କୁ ସୁନ୍ଦରଗଡ଼ ଫେରିବାକୁ ପଡ଼ିଥିଲା ।
 
ସେଠାରେ ଭିନ୍ନ ଏକ ସଂଘର୍ଷ ସୋନୁର ପାଠପଢ଼ାକୁ ନେଇ ଅନେକ ବିଦ୍ୟାଳୟ ସୋନୁଙ୍କ ନାମ ଲେଖେଇବାକୁ ମନା କରିଦେଲେ । ଯେଉଁ ବିଦ୍ୟାଳୟରେ ସୋନୁଙ୍କ ନାମରେ ଲେଖାଯାଇ ପାରିଲା । ସେଠାରେ ଶିକ୍ଷକ ଓ କର୍ମଚାରୀମାନେ ସୋନୁଙ୍କର ସ୍ୱତନ୍ତ୍ର ଆବଶ୍ୟକତା ପ୍ରତି ସମ୍ବେଦନଶୀଳ ନ ଥିଲେ । ବାପା ମା’ ହୃଦୟଙ୍ଗମ କଲେ ଯେ କେବଳ ଭୁବନେଶ୍ୱରରେ ହିଁ ଦୀର୍ଘକାଳୀନ ଭିତ୍ତିରେ ସୋନୁର ଚିକିତ୍ସା ତାଲିମ ଓ ଶିକ୍ଷା ସମ୍ଭବ ହେବ ।
 
ସୌଭାଗ୍ୟବଶତଃ ସେହି ସମୟରେ ହିଁ ସୋନୁର ତାଲିମ ଓ ଶିକ୍ଷା ପାଇଁ କୈଳାସ ବାବୁଙ୍କର ଭୁବନେଶ୍ୱର ବଦଳିର ଆବେଦନ ଗୃହୀତ ହୋଇଗଲା । ସାରା ପରିବାର ଆସିଗଲେ ଭୁବନେଶ୍ୱର ।
 
ଅନେକ ବ୍ୟକ୍ତି ଓ ଅନୁଷ୍ଠାନଙ୍କର ସହଯୋଗରେ ଭୁବନେଶ୍ୱରରେ ସୋନୁଙ୍କର ତାଲିମ ଆଗେଇଲା । ତାଙ୍କର ଏକାଗ୍ରତା ଶାରୀରିକ କାର୍ଯ୍ୟଦକ୍ଷତା ବଢ଼ିଲା । ଖେଳପ୍ରତି ଆଗ୍ରହ ବଢ଼ିଲା । ବିଭିନ୍ନ ସ୍ୱେଚ୍ଛାସେବୀ ଅନୁଷ୍ଠାନ ଦ୍ୱାରା ଆୟୋଜିତ ପ୍ରତିଯୋଗିତାରେ ସେ ସଫଳ ହେଲେ ।
 
ଭୁବନେଶ୍ୱରରେ ମଧ୍ୟ ସୋନୁଙ୍କର ଶିକ୍ଷା ସମ୍ପର୍କିତ ସମସ୍ୟା ଲାଗିରହିଲା । ତାଙ୍କ ନାମ ଲେଖାଇଥିବା ଇଂରାଜୀ ମାଧ୍ୟମ ବିଦ୍ୟାଳୟଗୁଡ଼ିକ ତାଙ୍କର ବିଶେଷ ଆବଶ୍ୟକତା ପ୍ରତି ସଚେତନ ନ ଥିଲେ । ଶିକ୍ଷା ଅଧିକାର ଆଇନ ଅନୁଯାୟୀ ସରକାରୀ ବିଦ୍ୟାଳୟଗୁଡ଼ିକରେ ସଂରକ୍ଷଣର ବ୍ୟବସ୍ଥା ରହିଛି । ତେଣୁ ଅନେକ ଭାବିଚିନ୍ତି ସାର୍ଥକର ନାମଲେଖା ପ୍ରଧାନ ଶିକ୍ଷୟିତ୍ରୀ କୁମୁଦିନୀ ମହାନ୍ତିଙ୍କ ସହାୟତାରେ ଆଚାର୍ଯ୍ୟ ବିହାର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଦାଖଲା ହୁଏ । ସେଠି ଶ୍ରେଣୀ ଶିକ୍ଷୟିତ୍ରୀ ବୈଦେହୀ ସେଠୀଙ୍କ ସ୍ନେହ, ନିରନ୍ତର ପ୍ରୟାସ ଓ ଧୈର୍ଯ୍ୟ ଯୋଗୁଁ ସାର୍ଥକ ପ୍ରଥମ ଶ୍ରେଣୀରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ଉନ୍ନତିର ଶିଖରେ ପହଞ୍ଚିବାରେ ସକ୍ଷମ ହୁଅନ୍ତି ଏବଂ ସାର୍ଥକ ଜଣେ ମେଧାବୀ ଛାତ୍ର ହିସାବରେ ପରିଚୟ ସୃଷ୍ଟି କରେ ।
 
ତତ୍ପଶ୍ଚାତ୍ ୬ଷ୍ଠରୁ ୧୦ମ ଶ୍ରେଣୀ ପର୍ଯ୍ୟନ୍ତ ସାର୍ଥକକୁ ୟୁନିଟ୍-୯, ସରକାରୀ ଉଚ୍ଚ ବିଦ୍ୟାଳୟରେ ଅଧ୍ୟୟନ କରିବାକୁ ପଡେ଼ । ସେଠି ମଧ୍ୟ ବିଦ୍ୟାଳୟର ପ୍ରଧାନ ଶିକ୍ଷକ, ଶିକ୍ଷକ, ଶିକ୍ଷୟିତ୍ରୀଙ୍କ ସହଯୋଗରେ । ମାତା ସୁମତୀଙ୍କୁ ଶ୍ରେଣୀ ଭିତରେ ରହି ସାର୍ଥକକୁ ଗାଇଡ଼ କରିବା ପାଇଁ ସୁଯୋଗ ମିଳେ । ଏତଦ୍ ବ୍ଯତୀତ ସରକାରଙ୍କ ଗାଇଡ଼ ଅନୁଯାୟୀ ଡିଇଓ, କୋଅର୍ଡିନେଟର, ସିଆରସିସିଙ୍କ ନିରନ୍ତର ସହଯୋଗ ଓ ପ୍ରେରଣା ପାଇ ସାର୍ଥକ ଜଣେ ମେଧାବୀ ଛାତ୍ର ହିସାବରେ ବିଭିନ୍ନ ମହଲରେ ପରିଚିତ କରାନ୍ତି ଏବଂ ସେମାନଙ୍କ ପ୍ରେରଣା ପାଇ ସାର୍ଥକ ସ୍କୁଲ, ଜିଲ୍ଲା ଓ ଜାତୀୟ ସ୍ତରରେ ବିଭିନ୍ନ ପ୍ରତିଯୋଗିତାରେ ଅଂଶଗ୍ରହଣ କରି କୃତକାର୍ଯ୍ୟ ହୁଏ ଓ ସମ୍ମାନିତ ହୋଇ ସ୍କୁଲର ଗର୍ବ ବୋଲି ପରିଗଣିତ ହୁଏ ଓ ଉଚ୍ଚପ୍ରଶଂସିତ ହୁଏ ।
 
ସାର୍ଥକ ଓଏସସିସି (ଓଡ଼ିଶା ଷ୍ଟେଟ୍ କାଉନ୍ସିଲ ଫର୍ ଚାଇଲ୍ଡ ୱେଲଫେୟାର) ତରଫରୁ ପେଣ୍ଟିଂ ପାଇଁ ପ୍ରଥମ ଶ୍ରେଣୀରେ ସ୍ଥାନ ଅଧିକାର କରି ପୁରସ୍କୃତ ହୁଏ । ଏନଜିଓ ସଂସ୍ଥା ‘କସ୍ତୁରୀ’ ଦ୍ୱାରା ଆୟୋଜିତ ପ୍ରତିଯୋଗିତାର ସେ ବାଦ୍ୟଯନ୍ତ୍ର (କି-ବୋର୍ଡ), ବକ୍ତୃତା, ରାମି ସୋରେ ପାରଦର୍ଶିତା ଦେଖାଇ ‘ଲିଟଲ ମାଷ୍ଟର’ ଆଖ୍ୟା ପାଏ । ‘ସ୍ୱାଭିମାନ’ ଆନୁକୂଲ୍ୟରେ ୧୩ ନଭେମ୍ବର ୨୦୧୭ରେ ଭିନ୍ନକ୍ଷମ ଦିବସରେ ନୂଆପଡ଼ା ଜିଲ୍ଲାର ଇଣ୍ଡିଆ ଗେଟ୍ ସମ୍ମୁଖରେ କି-ବୋର୍ଡରେ ‘ବନ୍ଦେ ଉକ୍ରଳ ଜନନୀ’ ପ୍ରଦର୍ଶନ କରି ସମସ୍ତଙ୍କ ହୃଦୟ ଜିତେ ଓ ୧୬ ଓ ୧୭ ତମ ଅନ୍ତର୍ଜାତୀୟ ଅଞ୍ଜଳି ପ୍ରୋଗ୍ରାମରେ ସମ୍ମାନିତ ହୁଏ । ବିଭିନ୍ନ କ୍ଷେତ୍ରରେ ପାରିଦର୍ଶିତା ଦେଖାଇ ନିଜକୁ ଏକ ବହୁମୁଖୀ ପ୍ରତିଭା ରୂପେ ପ୍ରତିପାଦନ କରିପାରିଥିଲେ ।
 
ସାର୍ଥକ ୟୁନିଟ୍-୯ ହାଇସ୍କୁଲରୁ  ପ୍ରଥମ ଶ୍ରେଣୀରେ କୃତକାର୍ଯ୍ୟ ହୋଇ ବିଦ୍ୟାଳୟର ସୁନାମ ଆଣେ ଏବଂ ରାଜ୍ୟ ଭିନ୍ନକ୍ଷମ ଆୟୁକ୍ତଙ୍କ ଦ୍ୱାରା ପ୍ରଶଂସିତ ଓ ସମ୍ମାନିତ ହୁଏ । ତତ୍ପଶ୍ଚାତ୍ ସାର୍ଥକ ସମ୍ପ୍ରତି କୋପା ଆଇଟିଆଇ ଅଧୀନରେ କମ୍ପ୍ୟୁଟର ଶିକ୍ଷାର ତାଲିମ ଗ୍ରହଣ କରୁଛି ।
 
ସାର୍ଥକଙ୍କ ମା’ ସୁମତୀ ଦେବୀଙ୍କ ଭାଷାରେ ଏପରି ପ୍ରତିଭା ସମ୍ପନ୍ନ ପୁଅ ପାଇଁ ମୁଁ ଗର୍ବିତ । ଗୁରୁ, ଭଗବାନଙ୍କ ଆଶୀର୍ବାଦ ଓ ଶୁଭେଚ୍ଛୁମାନଙ୍କ ନିରନ୍ତର ସହଯୋଗ, ସ୍ନେହ ପ୍ରେରଣାର ଉତ୍ସକୁ ପାଥେୟ କରି ଅତିକ୍ରମ କରିବାକୁ ପଡ଼ିବ କଣ୍ଟକିତ ଓ ଦୁର୍ଗମ ପଥ ଓ ନିଜର ଲକ୍ଷ୍ୟ ପଥରେ ପହଞ୍ଚିବା ପାଇଁ ଦରକାର ନିରନ୍ତର ପ୍ରୟାସ, ସଂଘର୍ଷ ଓ ଧୈର୍ଯ୍ୟ । ତେବେ ଯାଇହେବ ଦୁର୍ଲ୍ଲଭ ମଣିଷ ଜନ୍ମର ସାର୍ଥକତା ଓ ସମାଜ ପାଇଁ ହେବ ଉଦାହରଣ । 
 
ସାର୍ଥକର ଉଦ୍ୟମ ଓ ପିତାମାତାଙ୍କ ସଂଘର୍ଷ କେବଳ ତା’ ନିଜ ପାଇଁ ନୁହେଁ ବରଂ ଏହା ହେଉ ସାର୍ଥକ ଭଳି ଅନେକ ଭାଇଭଉଣୀ ଓ ପିତାମାତାଙ୍କ ପାଇଁ ପ୍ରେରଣାର ଦିଗଦର୍ଶନ ବା ଉତ୍ସ ।
Share the post

Comments

  1. Gunjan

    Reply
    April 14, 2025

    Good job

Leave a Reply

Your email address will not be published. Required fields are marked *

Proposal for Medical Board for Divyang at Jhuli Sub-District Hospital Pending; Disabled Organizations Demand Swift Implementation

ଝୁଲିରହିଛି ଉପଖଣ୍ଡ ଡାକ୍ତରଖାନାରେ ଦିବ୍ୟାଙ୍ଗଙ୍କ ପାଇଁ ମେଡିକାଲ ବୋର୍ଡର ପ୍ରସ୍ତାବ ଶୀଘ୍ର କାର୍ଯ୍ୟକାରିତା ପାଇଁ ଭିନ୍ନକ୍ଷମ ସଂଘଠନର ଦାବି

ଲୋକଙ୍କ ସମସ୍ୟା ତଥା ପଡ଼ି ରହିଥ‌ିବା ଲକ୍ଷାଧିକ ଆବେଦନକୁ ଦୃଷ୍ଟିରେ ରଖି ଉପଖଣ୍ଡ ଚିକିତ୍ସାଳୟରେ ୟୁଡିଆଇଡି କାର୍ଡ ବଣ୍ଟନ ଆରମ୍ଭ କରିବାକୁ ଚଳିତ ଜୁଲାଇ ମାସରେ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ‌(ଏସ୍ଏସ୍‌ଇପିଡି) ବିଭାଗ...
Dead Freeing the Blind: Posthumous Eye Donations Surge in Odisha

ଅନ୍ଧତ୍ୱ ମୁକ୍ତ କରୁଛନ୍ତି ମୃତକ

ସୂଚନା ଅନୁସାରେ ୨୦୦୭ରୁ ୨୦୧୭ମଧ୍ୟରେ ୫, ୭୧୪ ସ୍ଵଚ୍ଛପଟଳ ସଂଗ୍ରହ କରାଯାଇଥିବାବେଳେ ୪୭୯୫ ଜଣ ଏଥିଯୋଗୁଁ ଉପକୃତ ହୋଇଛନ୍ତି । ସେହିପରି ଆରମ୍ଭରୁ ଗତ ଜୁଲାଇ ୨୦୨୫ ସୁଦ୍ଧା ମୋଟ ପ୍ରାୟ ୧୯ ହଜାର...
Disability's New Terror: Parkinson's Disease

ଅକ୍ଷମତାର ନୂଆ ଆତଙ୍କ: ପାର୍କିନସନ ରୋଗ

୨୦୨୧ରେ ଯେତେ ସଂଖ୍ୟକ ପାର୍କିନସନ ରୋଗୀ ଥିଲେ ୨୦୫୦ ବେଳକୁ ତାହା ୧୧୨% ବୃଦ୍ଧି ପାଇବ ବୋଲି ବ୍ରିଟିଶ ମେଡିକାଲ ଜର୍ଣ୍ଣାଲରେ ପ୍ରକାଶ ପାଇଛି । ସୁତରାଂ ପାର୍କିନସନ ରୋଗୀଙ୍କ ସଂଖ୍ୟା ବଢ଼ିବା ଫଳରେ...
0-6 Years Old Disabled Children Early Identification For Extensive Survey Begins

୦-୬ ବର୍ଷ ବୟସର ଭିନ୍ନକ୍ଷମ ପିଲାମାନଙ୍କ ପ୍ରାଥମିକ ଚିହ୍ନଟ ପାଇଁ ବ୍ୟାପକ ସର୍ଭେ ଆରମ୍ଭ

ସାମାଜିକ ସୁରକ୍ଷା ଏବଂ ଭିନ୍ନକ୍ଷମବ୍ୟକ୍ତିଙ୍କ ସଶକ୍ତିକରଣ (ଏସଏସଇପିଡି) ବିଭାଗ ଦ୍ଵାରା ଘୋଷଣା କରାଯାଇଥିବା ଏହି ପଦକ୍ଷେପ ଭିନ୍ନକ୍ଷମବ୍ୟକ୍ତିଙ୍କ ଅଧିକାର (ଆରପିଡବ୍ଲୁଡି) ଆଇନ, ୨୦୧୬ ଅନୁଯାୟୀ ପରିଭାଷିତ ସମସ୍ତ ୨୧ ପ୍ରକାରର ଅକ୍ଷମତାକୁ ଅନ୍ତର୍ଭୁକ୍ତ କରିବ...
High-Support Disabled Persons to Receive ₹40,000 Assistance

ଉଚ୍ଚ-ସହାୟତା ଅକ୍ଷମତା ଥିବା ବ୍ୟକ୍ତିମାନଙ୍କୁ ମିଳିବ ୪୦,୦୦୦ ଟଙ୍କାର ସହାୟତା

ଗୋଆ ସରକାର ଗୁରୁତର ଭିନ୍ନକ୍ଷମ ବର୍ଗର ବ୍ୟକ୍ତିବିଶେଷମାନଙ୍କ ନିମନ୍ତେ ଏକ ଆର୍ଥିକ ସହାୟତା ଯୋଜନା ପ୍ରଚଳନ କରିଛନ୍ତି । ଏହି ଯୋଜନାରେ ଉଚ୍ଚ-ସହାୟତା ଅକ୍ଷମତା ଥିବା ବ୍ୟକ୍ତିମାନଙ୍କୁ ଏକକାଳୀନ ସହାୟତା ରାଶି ଭାବରେ ୪୦,୦୦୦...