ବମ୍ବେ ହାଇକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ: ଦୁଇ ଭିନ୍ନକ୍ଷମ ପିଲାଙ୍କ ପିତାମାତା ତୃତୀୟ ସାଧାରଣ ସନ୍ତାନକୁ ପୋଷ୍ୟ ଭାବେ ଗ୍ରହଣ କରିପାରିବେ

କାରା (CARA) ଏହାର ୨୦୨୩ କାର୍ଯ୍ୟନିର୍ବାହୀ ଆଦେଶକୁ ପ୍ରୟୋଗ କରିଥିଲା ଯାହା ସମ୍ଭାବ୍ୟ ପୋଷ୍ୟ ପିତାମାତାଙ୍କର ପୂର୍ବରୁ ଦୁଇଟି ଜୈବିକ ସନ୍ତାନ ରହିଥିଲେ ଏକ ସାଧାରଣ ଶିଶୁକୁ ପୋଷ୍ୟ ସନ୍ତାନ ଗ୍ରହଣ କରିବାକୁ ପ୍ରତିବନ୍ଧକ କରିଥିଲା ।

ବମ୍ବେ ହାଇକୋର୍ଟର ଦୁଇଜଣିଆ ଖଣ୍ଡପୀଠ ମାନ୍ୟବର ଜଷ୍ଟିସ୍‌ ଗିରିଶ କୁଲକର୍ଣ୍ଣି ଏବଂ ଜଷ୍ଟିସ ଅଦ୍ବୈତ ସେଠନା ପୌଷ୍ୟ ସନ୍ତାନ ଗ୍ରହଣ ସମ୍ପର୍କିତ ଏକ ସ୍ପର୍ଶକାତର ମାମଲାର ବିଚାର କରି ଗତ ଏପ୍ରିଲ ୭ ତାରିଖର ଏକ ଆଦେଶରେ କହିଛନ୍ତି, “ଯଦି ସେମାନେ ନିଜ ପରିବାରରେ ଅତିରିକ୍ତ ସଦସ୍ୟ ପାଇବାର ସାମର୍ଥ୍ୟ ସହିତ ଏକ ନୂତନ ଆଶାର କିରଣ ଖୋଜୁଛନ୍ତି ଏବଂ ଏହା ଦ୍ୱାରା ସେମାନଙ୍କ ଜୀବନ ଅଧିକ ଅର୍ଥପୂର୍ଣ୍ଣ ହେବା ସହିତ ପାରସ୍ପରିକ ପରିପୂର୍ଣ୍ଣତା ହାସଲ କରୁଛି, ତେବେ ଏଥିରେ କିଛି ଭୁଲ ନାହିଁ । ହାଇକୋର୍ଟ କହିଛନ୍ତି ଯେ ୨୦୨୨ରେ ପୋଷ୍ୟ ସନ୍ତାନ ଗ୍ରହଣକୁ ନିୟନ୍ତ୍ରଣ କରିବା ପାଇଁ ପ୍ରସ୍ତୁତ କରାଯାଇଥିବା ପ୍ରଚଳିତ ନିୟମାବଳୀରେ ‘କୋହଳ କରିବାର କ୍ଷମତା’ ନୀୟମ ରହିଛି । ବିଶେଷକରି ଦମ୍ପତି ସମ୍ମୁଖୀନ ହେଉଥିବା ‘ସ୍ୱତନ୍ତ୍ର ପରିସ୍ଥିତି’ର ମୁକାବିଲା କରିବା ସମୟରେ ଏବଂ ଏହି ନୀୟମଗୁଡ଼ିକ ମାମଲାର ସାମଗ୍ରିକ ବିଚାରରେ ଲାଗୁ ହେବା ଉଚିତ୍ ।

ପୂର୍ବରୁ ଦୁଇଟି ସନ୍ତାନ ଥିବାରୁ ତୃତୀୟ ସନ୍ତାନକୁ ପୋଷ୍ୟ ସନ୍ତାନ ଭାବେ ଗ୍ରହଣ କରିବା ପାଇଁ ଦମ୍ପତିଙ୍କ ଆବେଦନକୁ ପ୍ରତ୍ୟାଖ୍ୟାନ କରି କେନ୍ଦ୍ରୀୟ ପୋଷ୍ୟ ଗ୍ରହଣ ସମ୍ବଳ କର୍ତ୍ତୃପକ୍ଷ (CARA) ୨୦୨୩ରେ ଦୁଇଟି ଭିନ୍ନକ୍ଷମ ସନ୍ତାନ ଥିବା ଦମ୍ପତିଙ୍କୁ ଦେଇଥିବା ନିଷ୍ପତ୍ତିକୁ କୋର୍ଟ ଖାରଜ କରିଦେଇଛନ୍ତି । କାରା (CARA) ଏହାର ୨୦୨୩ କାର୍ଯ୍ୟନିର୍ବାହୀ ଆଦେଶକୁ ପ୍ରୟୋଗ କରିଥିଲା ଯାହା ସମ୍ଭାବ୍ୟ ପୋଷ୍ୟ ପିତାମାତାଙ୍କର ପୂର୍ବରୁ ଦୁଇଟି ଜୈବିକ ସନ୍ତାନ ରହିଥିଲେ ଏକ ସାଧାରଣ ଶିଶୁକୁ ପୋଷ୍ୟ ସନ୍ତାନ ଗ୍ରହଣ କରିବାକୁ ପ୍ରତିବନ୍ଧକ କରିଥିଲା । ମାତ୍ର ଏହି ଦମ୍ପତିଙ୍କ କ୍ଷେତ୍ରରେ ସେମାନଙ୍କ ୨୦୧୪ ଓ ୨୦୧୯ରେ ଜନ୍ମ ହୋଇଥିବା ଉଭୟ ସନ୍ତାନ ଭିନ୍ନକ୍ଷମ ଆଇନ ଅଧୀନରେ ଆସିଛନ୍ତି । ବମ୍ବେ ହାଇକୋର୍ଟ ରାୟ ଦେଇଛନ୍ତି ଯେ ଦୁଇଟି ଭିନ୍ନକ୍ଷମ ସନ୍ତାନ ଥିବା ଦମ୍ପତି ତୃତୀୟ, ସାଧାରଣ ସନ୍ତାନକୁ ପୋଷ୍ୟ ସନ୍ତାନ ଭାବେ ଗ୍ରହଣ କରିପାରିବେ ।

ଅଧିକନ୍ତୁ, ଖଣ୍ଡପୀଠ କହିଛନ୍ତି, ମାନବ ଜୀବନ ଆଶା, ପ୍ରତ୍ୟାଶା ଓ ଆହ୍ୱାନର ଏକ ମିଶ୍ରିତ ସମ୍ମିଶ୍ରଣ । ପିଲାମାନଙ୍କ ସହିତ ଗଭୀର ସମ୍ପର୍କ ଏକ ଅର୍ଥପୂର୍ଣ୍ଣ ଜୀବନରେ ଯୋଗଦାନ କରିଥାଏ ଯାହା ଏପରି ବ୍ୟକ୍ତିଙ୍କ ଦ୍ୱାରା ପୋଷିତ ଆଶା ମଧ୍ୟରେ ସନ୍ତୁଷ୍ଟ ହୋଇଥାଏ ବୋଲି ମତ ପୋଷଣ କରିଛନ୍ତି । ୨୦୨୨ର କେନ୍ଦ୍ରୀୟ ପୋଷ୍ୟ ଗ୍ରହଣ ସମ୍ବଳ କର୍ତ୍ତୃପକ୍ଷ (CARA) ନୀୟମକୁ ଯାନ୍ତ୍ରିକ ଭାବେ ପ୍ରୟୋଗ କରି ନୁହେଁ ବରଂ ଏହି ଆବେଦନ ବିଶେଷ ବିଚାରର ଯୋଗ୍ୟ ବୋଲି ଖଣ୍ଡପୀଠ ନିଜର ରାୟ ଶୁଣାଇଛନ୍ତି ।

Share the post

Leave a Reply

Your email address will not be published. Required fields are marked *

ସାମ୍ପ୍ରତିକ ଦୃଶ୍ୟପଟ୍ଟ ଓ ଭିନ୍ନକ୍ଷମଙ୍କ ନିଯୁକ୍ତିଗତ ଚିତ୍ର

ଏହି ବିଶାଳ ବର୍ଗର ଅଣକୁଶଳୀ ନିଯୁକ୍ତିକ୍ଷମ ଭିନ୍ନକ୍ଷମ ଯୁବକ ଯୁବତୀଙ୍କୁ କୁଶଳୀ କରାଇ ମୁଖ୍ୟ ସ୍ରୋତର ନିଯୁକ୍ତି ଧାରାରେ ସାମିଲ କରାଇବାର ବୃହତ୍ତର ସୁଯୋଗ ରହିଛି ।

କେନ୍ଦ୍ର ବଜେଟ୍ ୨୦୨୫ରେ ଭିନ୍ନକ୍ଷମ ଅନ୍ତର୍ଭୁକ୍ତୀକରଣ : ଏକ ଅନୁଧ୍ୟାନ

ଭିନ୍ନକ୍ଷମ କଲ୍ୟାଣ ପାଇଁ ଚଳିତ ବର୍ଷ ରଖାଯାଇଥିବା ବଜେଟ୍ ୨୦୨୪ରେ ୧୨୨୫ କୋଟି ଟଙ୍କା ତୁଳନାରେ ସାମାନ୍ୟ ବୃଦ୍ଧି ପାଇ ୧୨୭୫ କୋଟି ଟଙ୍କାରେ ପହଞ୍ଚିଛି, ଯାହା ପୂର୍ବ ବର୍ଷ ତୁଳନାରେ ମାତ୍ର ୩.୪୩%...

ଆଗକୁ ଆସୁଛି ନିଟ୍ ପରୀକ୍ଷା: ଭିନ୍ନକ୍ଷମ ଛାତ୍ରଛାତ୍ରୀଙ୍କ ପାଇଁ ଆହ୍ୱାନ

ଭିନ୍ନକ୍ଷମ ଅଧିକାର କର୍ମୀମାନେ ଚଳିତ ବର୍ଷ ନିଟ୍ (ନ୍ୟାସନାଲ ଏଲିଜିବିଲିଟି କମ୍ ଏଣ୍ଟ୍ରାନ୍ସ ଟେଷ୍ଟ) ୨୦୨୫-୨୬ ପୁସ୍ତିକା ପ୍ରକାଶ ପାଇବା ପୂର୍ବରୁ ଭିନ୍ନକ୍ଷମ ଛାତ୍ରଛାତ୍ରୀଙ୍କୁ ଆବଶ୍ୟକ ସହାୟତା ପ୍ରଦାନ ଦିଗରେ ପଦକ୍ଷେପ ନେବା ପାଇଁ...

ଏଣିକି ଦିବ୍ୟାଙ୍ଗଙ୍କ ପାଇଁ ଟ୍ରେନରେ ତଳ ବର୍ଥରେ ବ୍ୟବସ୍ଥା

ଟ୍ରେନ୍ ଯାତାୟତ ସମୟରେ ଦିବ୍ୟାଙ୍ଗ ଓ ବରିଷ୍ଠ ନଗରିକମାନଙ୍କର ଅସୁବିଧାକୁ ଦେଖି ରେଳ ବିଭାଗ ସେମାନଙ୍କ ସୁଗମ୍ୟତାକୁ ପ୍ରାଧାନ୍ୟ ଦେବାକୁ ନିଷ୍ପତ୍ତି ଗ୍ରହଣ କରିଛି ।

ବ୍ୟବସ୍ଥାଗତ ସଂଶୋଧନ ଦ୍ୱାରା ଭିନ୍ନକ୍ଷମଙ୍କୁ ମୁଖ୍ୟ ସ୍ରୋତରେ ସାମିଲ କରିବା ପାଇଁ ସାଂସଦ ଶଶି ଥରୁରଙ୍କ ଆହ୍ୱାନ

ଦିବ୍ୟାଙ୍ଗମାନଙ୍କୁ ମୁଖ୍ୟ ସ୍ରୋତରେ ସାମିଲ କରିବା ପାଇଁ ତୁରନ୍ତ ପଦକ୍ଷେପ ନେବାକୁ ପରାମର୍ଶ ଦେଇ କଂଗ୍ରେସ ସାଂସଦ ଶଶି ଥରୁର ପାରମ୍ପରିକ ଢାଞ୍ଚାରେ ପରିବର୍ତ୍ତନ ଆଣିବାକୁ ଆହ୍ୱାନ ଦେଇଛନ୍ତି, ଯାହାଫଳରେ ଆଇନଗତ ଢାଞ୍ଚା ବିଗତ...