ଦିବ୍ୟାଙ୍ଗସମୂହଙ୍କ ରାଜନୈତିକ ପ୍ରତିନିଧିତ୍ଵ ସରଂକ୍ଷଣ ବିଲ ଉପସ୍ଥାପିତ କଲା ତାମିଲନାଡୁ ।

କେବଳ ଅନୁକମ୍ପା ଭିତ୍ତିରେ ନୁହେଁ, ବରଂ ସେମାନଙ୍କ ଅଧିକାର ଆଧାରରେ ଭିନ୍ନକ୍ଷମଙ୍କ କଲ୍ୟାଣ ପାଇଁ ଆମେ ଯୋଜନା ପ୍ରସ୍ତୁତ କରୁଛୁ । ଶ୍ରୀ ଷ୍ଟାଲିନ୍ କହିଛନ୍ତି ଯେ ପିଡବ୍ଲ୍ୟୁଡିମାନଙ୍କ ପାଇଁ ୪% ସଂରକ୍ଷଣ ମାଧ୍ୟମରେ ଗତ ଚାରି ବର୍ଷ ମଧ୍ୟରେ ୧,୪୯୩ ଜଣ ସରକାରୀ ଚାକିରି ପାଇଛନ୍ତି।

ସ୍ଥାନୀୟ ଶାସନ ସଂସ୍ଥାରେ ୧୪,୦୦୦ ଭିନ୍ନକ୍ଷମଙ୍କ ପ୍ରତିନିଧିତ୍ଵ ପାଇଁ ବିଲ୍ ଆଗତ କଲେ ଷ୍ଟାଲିନ୍‌ ।

ଏଣିକି ଜନପ୍ରତିନିଧି ହେବାର ଦକ୍ଷତା ରଖୁଥିବା ତାମିଲନାଡ଼ୁର ଭିନ୍ନକ୍ଷମବର୍ଗ ସରଂକ୍ଷଣର ସୁଯୋଗ ପାଇପାରିବେ । ଏହା କେବଳ ଭିନ୍ନକ୍ଷମବର୍ଗଙ୍କୁ ରାଜନୈତିକ ଅନ୍ତର୍ଭୂକ୍ତିର ଅଧିକାର ପ୍ରଦାନ କରିବା ନାହିଁ , ଅଧିକନ୍ତୁ, ବିବିଧ ତୃଣାମୂଳସ୍ତରୀୟ ଜନପ୍ରତିନିଧି ସଭାରେ ସେମାନଙ୍କର ସ୍ଵରକୁ ଉତ୍ଥାପିତ କରିବାରେ ସମର୍ଥ କରାଇବ । ଯଦି ଏହି ଉପସ୍ଥାପିତ ସଂଶୋଧନ ବିଲଟି ଆଇନରେ ପରିଣତ ହୋଇଯାଏ, ତେବେ ସମାଜର ଏହି ଅବହେଳିତ ଦୁର୍ବଳବର୍ଗଙ୍କୁ ଯଥାର୍ଥ ସାମାଜିକ ନ୍ୟାୟ ପ୍ରଦାନ କରିପାଇବ । ଗତ ଏପ୍ରିଲ ୧୬, ୨୦୨୫ ରେ ତାମିଲନାଡୁ ବିଧାନସଭାରେ ମୁଖ୍ୟମନ୍ତୀ ଷ୍ଟାଲିନ ଦୁଇଟି ବିଲ୍ ଉପସ୍ଥାପନ କରିଛନ୍ତି, ଯେଉଁଥିରେ ରାଜ୍ୟର ସମସ୍ତ ସ୍ଥାନୀୟ ଶାସନ ସଂସ୍ଥାକୁ ଭିନ୍ନକ୍ଷମଙ୍କୁ ମନୋନୀତ କରିବାକୁ ପ୍ରସ୍ତାବ ରଖାଯାଇଛି । ତାମିଲନାଡୁ ସହରାଞ୍ଚଳ ସ୍ଥାନୀୟ ଶାସନ ସଂସ୍ଥା ଆଇନ, ୧୯୯୮ (୧୯ର ତାମିଲନାଡୁ ଅଧିନିୟମ ୯) ରେ ସଂଶୋଧନ କରି ସମସ୍ତ ନଗର ପଞ୍ଚାୟତ, ପୌର ପରିଷଦ ଏବଂ ପୌରନିଗମରେ ଭିନ୍ନକ୍ଷମବ୍ୟକ୍ତିଙ୍କୁ ମନୋନୀତ କରିବା ପାଇଁ ରାଜ୍ୟ ସରକାରଙ୍କ ନିଷ୍ପତ୍ତିକୁ କାର୍ଯ୍ୟକାରୀ କରିବାକୁ ଦାବି କରାଯାଇଅଛି । ଗ୍ରାମ୍ୟ ଉନ୍ନୟନ ବିଭାଗ ତରଫରୁ ଆଗତ ଅନ୍ୟ ଏକ ବିଲ୍ ରେ ତାମିଲନାଡୁ ପଞ୍ଚାୟତ ଆଇନ, ୧୯୯୪ (୧୯୯୪ର ତାମିଲନାଡୁ ଅଧିନିୟମ ୨୧) ରେ ସଂଶୋଧନ କରି ସମସ୍ତ ଗ୍ରାମ ପଞ୍ଚାୟତ, ପଞ୍ଚାୟତ ସମିତି ପରିଷଦ ଏବଂ ଜିଲ୍ଲା ପଞ୍ଚାୟତରେ ଜଣେ ଭିନ୍ନକ୍ଷମ ବ୍ୟକ୍ତିଙ୍କୁ ମନୋନୀତ କରିବାକୁ ସରକାରଙ୍କ ନିଷ୍ପତ୍ତିକୁ କାର୍ଯ୍ୟକାରୀ କରିବାକୁ ପ୍ରସ୍ତାବ ରଖାଯାଇଛି । ବିଲ୍ ଆଗତ କରିବା ପୂର୍ବରୁ ଶ୍ରୀ ଷ୍ଟାଲିନ୍ ଦର୍ଶାଇଥିଲେ ଯେ ବର୍ତ୍ତମାନ ନିର୍ବାଚିତ ପ୍ରତିନିଧିଙ୍କ ମଧ୍ୟରୁ ସହରାଞ୍ଚଳ ସ୍ଥାନୀୟ ଶାସନ ସଂସ୍ଥାରେ ମାତ୍ର ୩୫ଟି ପିଡବ୍ଲ୍ୟୁଡି ପ୍ରତିନିଧି ରହିଛନ୍ତି । ଏହି ବିଲ୍ ପ୍ରଣୟନ ହେବା ପରେ ସହରାଞ୍ଚଳରେ ପ୍ରାୟ ୬୫୦ ଜଣ ଭିନ୍ନକ୍ଷମ, ଗ୍ରାମ ପଞ୍ଚାୟତରେ ୧୨,୯୧୩ ଜଣ ଭିନ୍ନକ୍ଷମ, ପଞ୍ଚାୟତ ସମିତିରେ ୩୮୮ ଜଣ ଭିନ୍ନକ୍ଷମ, ଜିଲ୍ଲା ପଞ୍ଚାୟତରେ ୩୭ ଜଣ ଭିନ୍ନକ୍ଷମ ଙ୍କୁ ନିଯୁକ୍ତି ଦିଆଯିବ । ସ୍ଥାନୀୟ ଶାସନରେ ସେମାନଙ୍କ ସ୍ୱର ଶୁଣିବାକୁ ମିଳିବ । ଏହା ହିଁ ସବୁଠାରୁ ବଡ଼ ଫାଇଦା ବୋଲି ସେ ଦର୍ଶାଇଛନ୍ତି । ୨୦୨୫-୨୬ ବଜେଟ୍‌ରେ ରାଜ୍ୟର ସମସ୍ତ ପ୍ରକାର ସ୍ଥାନୀୟ ଶାସନ ସଂସ୍ଥାରେ ଭିନ୍ନକ୍ଷମଙ୍କ ଉପଯୁକ୍ତ ପ୍ରତିନିଧିତ୍ୱ ସୁନିଶ୍ଚିତ କରିବା ଆମେ ଘୋଷଣା କରିଥିଲୁ । ମୁଁ ଏହି ବିଲ୍ ଗୁଡ଼ିକୁ ଉପସ୍ଥାପିତ କରି ମୋ ଜୀବନର ଏକ ଗର୍ବିତ ମୁହୂର୍ତ୍ତ ଭାବେ ବିବେଚନା କରୁଛି ବୋଲି ଶ୍ରୀ ଷ୍ଟାଲିନ୍ କହିଛନ୍ତି । ଏହା ଏକ ଐତିହାସିକ ଦିନ । ଏହି ଆନ୍ଦୋଳନ ଅବହେଳିତ ଲୋକଙ୍କୁ ସଶକ୍ତ କରିବା ଏବଂ ସେମାନଙ୍କୁ ଶାସନରେ ଅଂଶଗ୍ରହଣ କରିବାରେ ସକ୍ଷମ କରିବାକୁ ଚାହୁଁଛି ବୋଲି ଷ୍ଟାଲିନ୍ କହିଛନ୍ତି । ବିଲ୍ ରେ ଉଲ୍ଲେଖ କରାଯାଇଛି ଯେ ଯେଉଁଠାରେ ପରିଷଦର ସଦସ୍ୟ ସଂଖ୍ୟା ଶହେରୁ ଅଧିକ ହେବ ସେଠାରେ ଦୁଇଟି ପିଡବ୍ଲ୍ୟୁଡିଙ୍କୁ ସଦସ୍ୟ ଭାବେ ମନୋନୀତ କରାଯିବ । ୨୦୦୯ରେ ଅରୁଣଥିୟାରଙ୍କ(ତାମିଲ ଭାଷାରେ ଭିନ୍ନକ୍ଷମ) ପାଇଁ ୩% ସଂରକ୍ଷଣ ବ୍ୟବସ୍ଥା ପାଇଁ ବିଲ୍ ଆଗତ କରିବା ସମୟରେ ମୁଁ ଯେଉଁ ଆନନ୍ଦ ଅନୁଭବ କରିଥିଲି, ଆଜି ମଧ୍ୟ ମୁଁ ସେହି ଆତ୍ମସନ୍ତୋଷ ସହିତ ଆପଣଙ୍କ ସମ୍ମୁଖରେ ଛିଡ଼ା ହୋଇଛି । ଏହି ବିଲ୍ ଗୁଡ଼ିକ ସ୍ଥାନୀୟ ଶାସନ ସଂସ୍ଥାରେ ଭିନ୍ନକ୍ଷମଙ୍କ ପ୍ରତିନିଧିତ୍ୱ ସୁନିଶ୍ଚିତ କରିବ ଏବଂ ସେମାନଙ୍କୁ ସମାନ ସୁଯୋଗ ଓ ସୁବିଧା ସୁଯୋଗ ପ୍ରଦାନ କରିବ । ସେ ମଧ୍ୟ ପ୍ରକାଶ କରିଥିଲେ ଯେ, ଡିଏମକେ କ୍ଷମତାକୁ ଆସିବା ପୂର୍ବରୁ ଦିବ୍ୟାଙ୍ଗଙ୍କ କଲ୍ୟାଣ ପାଇଁ ୬୬୭ କୋଟି ଟଙ୍କା ଆବଣ୍ଟନ କରାଯାଇଥିଲା । ଚଳିତ ଆର୍ଥିକ ବର୍ଷରେ ଆବଣ୍ଟନ ୧୪୩୨ କୋଟି ଟଙ୍କା ପ୍ରଦାନ କରି ଆମେ ଏହି ଆବଣ୍ଟନକୁ ଦ୍ୱିଗୁଣିତ କରିଛୁ ବୋଲି ଶ୍ରୀ ଷ୍ଟାଲିନ୍ କହିଛନ୍ତି । କେବଳ ଅନୁକମ୍ପା ଭିତ୍ତିରେ ନୁହେଁ, ବରଂ ସେମାନଙ୍କ ଅଧିକାର ଆଧାରରେ ଭିନ୍ନକ୍ଷମଙ୍କ କଲ୍ୟାଣ ପାଇଁ ଆମେ ଯୋଜନା ପ୍ରସ୍ତୁତ କରୁଛୁ । ଶ୍ରୀ ଷ୍ଟାଲିନ୍ କହିଛନ୍ତି ଯେ ପିଡବ୍ଲ୍ୟୁଡିମାନଙ୍କ ପାଇଁ ୪% ସଂରକ୍ଷଣ ମାଧ୍ୟମରେ ଗତ ଚାରି ବର୍ଷ ମଧ୍ୟରେ ୧,୪୯୩ ଜଣ ସରକାରୀ ଚାକିରି ପାଇଛନ୍ତି।

Share the post

Leave a Reply

Your email address will not be published. Required fields are marked *

Autism Spectrum Disorder: 21st Century's New Challenge

ଅଟିଜିମ୍ ସ୍ପେକଟ୍ରମ୍ ଡିସଅର୍ଡର୍ : ଏକବିଂଶ ଶତାବ୍ଦୀର ନୂତନ ଆହ୍ୱାନ୍

ଅଟିଜିମ୍ ସ୍ପେକଟ୍ରମ୍ ଡିସଅର୍ଡର୍ (Autism Spectrum Disorder) ଏକ ସ୍ନାୟୁଗତ ବିକାଶ ଜନିତ ସ୍ଥିତି । ବିଗତ କିଛି ବର୍ଷ ମଧ୍ୟରେ ଅଟିଜିମ୍ ସମ୍ପର୍କରେ ସଚେତନତା ବୃଦ୍ଧି ପାଇଥିଲେ ମଧ୍ୟ, ବର୍ତ୍ତମାନ ସମୟରେ ଏହି...
New Stream in Denial of Disability: Combined Effort of Technology, Humanity, and Social Justice

ଦିବ୍ୟାଙ୍ଗତା ନିରାକରଣ କ୍ଷେତ୍ରରେ ନୂତନ ଧାରା: ପ୍ରଯୁକ୍ତିବିଦ୍ୟା, ମାନବିକତା ଏବଂ ସାମାଜିକ ନ୍ୟାୟର ମିଳିତ ପ୍ରୟାସ

ଦିବ୍ୟାଙ୍ଗତାକୁ ସମ୍ବୋଧିତ କରିବାର ନୂତନ ପଥ ଏକ ବ୍ୟାପକ ଏବଂ ଅନ୍ତର୍ଭୁକ୍ତିକାରୀ (Inclusive) ଦୃଷ୍ଟିକୋଣକୁ ଗ୍ରହଣ କରେ । ଏହା କେବଳ ବ୍ୟକ୍ତିବିଶେଷଙ୍କର କ୍ଷତିପୂରଣ ଉପରେ ଗୁରୁତ୍ଵ ନ ଦେଇ, ସେମାନଙ୍କର ସମ୍ଭାବନାକୁ (Potential)...

ବରଫ ତରଳିବା ଆରମ୍ଭ କରିଛି…ଦିବ୍ୟାଙ୍ଗଙ୍କ ପ୍ରତି ଦୃଷ୍ଟି ବଦଳୁଛି

ଖୁବ୍ ଛୋଟ ବୟସରୁ ପୋଲିଓଗ୍ରସ୍ଥ ହୋଇ ଶାରୀରିକ ଭାବେ ଚଳନଶକ୍ତି ବାଧିତ ହୋଇଥିଲେ ସତ, କିନ୍ତୁ ନିଜର ଦୃଢ ମନୋବଳ ଓ ମେଧାଶକ୍ତିର ବିନିମୟରେ ଯେଉଁ ସଂଖ୍ୟାଧିକ ଗବେଷଣା ନିଃସୃତ ନିଦର୍ଶନ ସୃଷ୍ଟି କରି...
Lifestyle-Induced Spinal Problems and Progressive Disability

ଜୀବନଶୈଳୀ ଜନିତ ମେରୁଦଣ୍ଡ ସମସ୍ୟା ଓ କ୍ରମବର୍ଦ୍ଧିଷ୍ଣୁ ଅକ୍ଷମତା

ମେରୁଦଣ୍ଡର ଅନେକ ସମସ୍ୟା ମଧ୍ୟରେ, ପିଠି ଯନ୍ତ୍ରଣା ସବୁଠାରୁ ସାଧାରଣ। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଆକଳନ କରିଛି ଯେ ପ୍ରାୟ ୬୧୯ ନିୟୁତ ଲୋକ ପିଠି ଯନ୍ତ୍ରଣା ସହିତ ବଞ୍ଚନ୍ତି। ଏହା ମଧ୍ୟ ଅକ୍ଷମତାର...
New Disability Law and Call

ନୂତନ ଭିନ୍ନକ୍ଷମ ଆଇନ୍ ଓ ଆହ୍ୱାନ

ଏହି ନୂତନ ଆଇନ୍ ପ୍ରଣୟନର ଏକ ଦଶନ୍ଧି ସନ୍ନିକଟ ଯାତ୍ରାର ନିକଟବର୍ତ୍ତୀ ହୋଇ ମଧ୍ୟ ତାହାର ସୁଫଳ ଓ ପ୍ରଭାବର ଆଶାନୁରୂପକ ଲକ୍ଷ୍ୟଠାରୁ ତଥାପି ଆମେ ବହୁ ଦୂରରେ ।