ଏଣିକି ଦିବ୍ୟାଙ୍ଗଙ୍କ ପାଇଁ ଟ୍ରେନରେ ତଳ ବର୍ଥରେ ବ୍ୟବସ୍ଥା

ଟ୍ରେନ୍ ଯାତାୟତ ସମୟରେ ଦିବ୍ୟାଙ୍ଗ ଓ ବରିଷ୍ଠ ନଗରିକମାନଙ୍କର ଅସୁବିଧାକୁ ଦେଖି ରେଳ ବିଭାଗ ସେମାନଙ୍କ ସୁଗମ୍ୟତାକୁ ପ୍ରାଧାନ୍ୟ ଦେବାକୁ ନିଷ୍ପତ୍ତି ଗ୍ରହଣ କରିଛି ।

ଟ୍ରେନ୍ ଯାତାୟତ ସମୟରେ ଦିବ୍ୟାଙ୍ଗ ଓ ବରିଷ୍ଠ ନଗରିକମାନଙ୍କର ଅସୁବିଧାକୁ ଦେଖି ରେଳ ବିଭାଗ ସେମାନଙ୍କ ସୁଗମ୍ୟତାକୁ ପ୍ରାଧାନ୍ୟ ଦେବାକୁ ନିଷ୍ପତ୍ତି ଗ୍ରହଣ କରିଛି । ବରିଷ୍ଠ ନାଗରିକ, ମହିଳା ଓ ଦିବ୍ୟାଙ୍ଗ ବ୍ୟକ୍ତିଙ୍କ ପାଇଁ ତଳ ବର୍ଥ ବ୍ୟବସ୍ଥାକୁ ସହଜ କରିବାକୁ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରାଯାଇଛି । ବରିଷ୍ଠ ନାଗରିକ ତଥା ୪୫ ବର୍ଷ କିମ୍ବା ଅଧିକ ବୟସର ମହିଳା ଯାତ୍ରୀ, ଗର୍ଭବତୀ ମହିଳାଙ୍କୁ ଉପଲବ୍ଧତା ଉପରେ ସ୍ୱୟଂଚାଳିତ ଭାବେ ତଳ ବର୍ଥ ଆବଣ୍ଟନ କରାଯାଏ, ଯଦିଓ ବୁକିଂ ସମୟରେ କୌଣସି ନିର୍ଦ୍ଧିଷ୍ଟ ପସନ୍ଦ ସୂଚିତ କରାଯାଇ ନ ଥାଏ । ସ୍ଲିପର ଶ୍ରେଣୀରେ ପ୍ରତି କୋଚ୍ ରେ ୬ରୁ ୭ଟି ତଳ ବର୍ଥ, ଏସି-୩ ଟାୟାରରେ ପ୍ରତି କୋଚ୍ ପାଇଁ ୪ରୁ ୫ଟି ତଳ ବର୍ଥ, ଏସି-୨ ଟାୟାରରେ ପ୍ରତି କୋଚ୍ ପାଇଁ ୩ରୁ ୪ଟି ତଳ ବର୍ଥ ଏହି କୋଟା ପାଇଁ ସଂରକ୍ଷିତ ରହିଛି । ସର୍ବାଧିକ ସୁବିଧା ସୁନିଶ୍ଚିତ କରିବାକୁ ଟ୍ରେନ୍ ରେ କୋଚ୍ ସଂଖ୍ୟାକୁ ନଜରରେ ରଖି ଏହି ବ୍ୟବସ୍ଥା ଉପଲବ୍ଧ ହୋଇଛି । ରିହାତି ସୁବିଧା ଉପଲବ୍ଧ ହେଉ କି ନ ହେଉ, ରାଜଧାନୀ ଓ ଶତାବ୍ଦୀ ଭଳି ଟ୍ରେନ୍, ସମସ୍ତ ମେଲ୍ / ଏକ୍ସପ୍ରେସ୍ ଟ୍ରେନ୍‌ରେ ଦିବ୍ୟାଙ୍ଗଙ୍କ ପାଇଁ ସଂରକ୍ଷଣ କୋଟାର ସୁବିଧା ପ୍ରଯୁଜ୍ୟ ହୋଇଛି । ସ୍ଲିପର୍ କ୍ଲାସରେ ଚାରିଟି ବର୍ଥ (ଦୁଇଟି ତଳ ବର୍ଥ ସହିତ), ଏସି-୩ ଟାୟାର/ଏସି-୩ ଟାୟାର ଇକୋନୋମିରେ ଚାରିଟି ବର୍ଥ, ସଂରକ୍ଷିତ ଦ୍ୱିତୀୟ ସିଟିଂ କିମ୍ବା ଏୟାର କଣ୍ଡିସନଡ୍ ଚେୟାର କାର୍‌ରେ ଚାରିଟି ସିଟ୍ ରହିଛି । ଯାତ୍ରା ସମୟରେ ତଳ ବର୍ଥ ଖାଲି ପଡ଼ିଲେ, ବରିଷ୍ଠ ନାଗରିକ, ଭିନ୍ନକ୍ଷମ ବ୍ୟକ୍ତି ଓ ଗର୍ଭବତୀ ମହିଳାଙ୍କୁ ଅଗ୍ରାଧିକାର ଦିଆଯାଉଛି । ଯେଉଁମାନଙ୍କୁ ପ୍ରାରମ୍ଭିକ ଭାବରେ ମଧ୍ୟମ କିମ୍ବା ଉପର ବର୍ଥ ଆବଣ୍ଟିତ କରାଯାଇଥାଏ । ସୁରକ୍ଷିତ ଓ ସୁବିଧାଜନକ ଯାତ୍ରା ପାଇଁ ଯାତ୍ରୀଙ୍କୁ ଏହି ସୁବିଧାର ସୁଯୋଗ ନେବାକୁ ଉତ୍ସାହିତ କରାଯାଉଛି ବୋଲି କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ସଂସଦରେ ଏକ ପ୍ରଶ୍ନର ଉତ୍ତରରେ କହିଛନ୍ତି ।

Share the post

Leave a Reply

Your email address will not be published. Required fields are marked *

Autism Spectrum Disorder: 21st Century's New Challenge

ଅଟିଜିମ୍ ସ୍ପେକଟ୍ରମ୍ ଡିସଅର୍ଡର୍ : ଏକବିଂଶ ଶତାବ୍ଦୀର ନୂତନ ଆହ୍ୱାନ୍

ଅଟିଜିମ୍ ସ୍ପେକଟ୍ରମ୍ ଡିସଅର୍ଡର୍ (Autism Spectrum Disorder) ଏକ ସ୍ନାୟୁଗତ ବିକାଶ ଜନିତ ସ୍ଥିତି । ବିଗତ କିଛି ବର୍ଷ ମଧ୍ୟରେ ଅଟିଜିମ୍ ସମ୍ପର୍କରେ ସଚେତନତା ବୃଦ୍ଧି ପାଇଥିଲେ ମଧ୍ୟ, ବର୍ତ୍ତମାନ ସମୟରେ ଏହି...
New Stream in Denial of Disability: Combined Effort of Technology, Humanity, and Social Justice

ଦିବ୍ୟାଙ୍ଗତା ନିରାକରଣ କ୍ଷେତ୍ରରେ ନୂତନ ଧାରା: ପ୍ରଯୁକ୍ତିବିଦ୍ୟା, ମାନବିକତା ଏବଂ ସାମାଜିକ ନ୍ୟାୟର ମିଳିତ ପ୍ରୟାସ

ଦିବ୍ୟାଙ୍ଗତାକୁ ସମ୍ବୋଧିତ କରିବାର ନୂତନ ପଥ ଏକ ବ୍ୟାପକ ଏବଂ ଅନ୍ତର୍ଭୁକ୍ତିକାରୀ (Inclusive) ଦୃଷ୍ଟିକୋଣକୁ ଗ୍ରହଣ କରେ । ଏହା କେବଳ ବ୍ୟକ୍ତିବିଶେଷଙ୍କର କ୍ଷତିପୂରଣ ଉପରେ ଗୁରୁତ୍ଵ ନ ଦେଇ, ସେମାନଙ୍କର ସମ୍ଭାବନାକୁ (Potential)...

ବରଫ ତରଳିବା ଆରମ୍ଭ କରିଛି…ଦିବ୍ୟାଙ୍ଗଙ୍କ ପ୍ରତି ଦୃଷ୍ଟି ବଦଳୁଛି

ଖୁବ୍ ଛୋଟ ବୟସରୁ ପୋଲିଓଗ୍ରସ୍ଥ ହୋଇ ଶାରୀରିକ ଭାବେ ଚଳନଶକ୍ତି ବାଧିତ ହୋଇଥିଲେ ସତ, କିନ୍ତୁ ନିଜର ଦୃଢ ମନୋବଳ ଓ ମେଧାଶକ୍ତିର ବିନିମୟରେ ଯେଉଁ ସଂଖ୍ୟାଧିକ ଗବେଷଣା ନିଃସୃତ ନିଦର୍ଶନ ସୃଷ୍ଟି କରି...
Lifestyle-Induced Spinal Problems and Progressive Disability

ଜୀବନଶୈଳୀ ଜନିତ ମେରୁଦଣ୍ଡ ସମସ୍ୟା ଓ କ୍ରମବର୍ଦ୍ଧିଷ୍ଣୁ ଅକ୍ଷମତା

ମେରୁଦଣ୍ଡର ଅନେକ ସମସ୍ୟା ମଧ୍ୟରେ, ପିଠି ଯନ୍ତ୍ରଣା ସବୁଠାରୁ ସାଧାରଣ। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଆକଳନ କରିଛି ଯେ ପ୍ରାୟ ୬୧୯ ନିୟୁତ ଲୋକ ପିଠି ଯନ୍ତ୍ରଣା ସହିତ ବଞ୍ଚନ୍ତି। ଏହା ମଧ୍ୟ ଅକ୍ଷମତାର...
New Disability Law and Call

ନୂତନ ଭିନ୍ନକ୍ଷମ ଆଇନ୍ ଓ ଆହ୍ୱାନ

ଏହି ନୂତନ ଆଇନ୍ ପ୍ରଣୟନର ଏକ ଦଶନ୍ଧି ସନ୍ନିକଟ ଯାତ୍ରାର ନିକଟବର୍ତ୍ତୀ ହୋଇ ମଧ୍ୟ ତାହାର ସୁଫଳ ଓ ପ୍ରଭାବର ଆଶାନୁରୂପକ ଲକ୍ଷ୍ୟଠାରୁ ତଥାପି ଆମେ ବହୁ ଦୂରରେ ।