ସମସ୍ତ ସର୍ବସାଧାରଣ ପ୍ରତିଷ୍ଠାନରେ ଭିନ୍ନକ୍ଷମଙ୍କ ପାଇଁ ସୁଗମ୍ୟତା ସୁନିଶ୍ଚିତ କର – କେରଳ ହାଇକୋର୍ଟ

ମାନ୍ୟବର ଉଚ୍ଚ ନ୍ୟାୟାଳୟ ଗୁରୁତ୍ୱାରୋପ କରି କହିଛନ୍ତି ଯେ ଭିନ୍ନକ୍ଷମ ଆଇନ ଅନୁଯାୟୀ ସରକାର କେବେହେଲେ ନିଜ ଦାୟିତ୍ୱକୁ ପରିହାର କରିପାରିବେ ନାହିଁ । ଏହାର ସ୍ପଷ୍ଟୀକରଣ ଦେଇ ମାନ୍ୟବର କୋର୍ଟ କହିଛନ୍ତି ଯେ, ଯେହେତୁ ରାଜୀବଙ୍କୁ ଉପର ମହଲାରେ ଥିବା କାର୍ଯ୍ୟାଳୟକୁ ବାଧ୍ୟକରି ପାହାଚ ଚଢ଼ାଇ ପଠାଯାଇପାରିବ ନାହିଁ । ତେଣୁ ତାଙ୍କୁ ଏକ ଅନୁକୂଳ କାର୍ଯ୍ୟାଳୟ ପରିବେଶ ପ୍ରଦାନ କରାଯିବା ଉଚିତ୍ ।

ନିକଟରେ ମାନ୍ୟବର କେରଳ ଉଚ୍ଚ ନ୍ୟାୟାଳୟ ଏକ ଉଲ୍ଲେଖନୀୟ ରାୟ ପ୍ରଦାନ କରି ରାଜ୍ୟ ସରକାର ସମସ୍ତ ସର୍ବସାଧାରଣ ପ୍ରତିଷ୍ଠାନଗୁଡିକୁ ନିଶ୍ଚିତ ରୂପେ ଭିନ୍ନକ୍ଷମମାନଙ୍କ ପାଇଁ ସୁଗମ୍ୟତା ସୁନିଶ୍ଚିତ କରନ୍ତୁ । ଅନ୍ୟଥା ଯଦି ସରକାର ଏହି ସୁବିଧା ଉପଲବ୍ଧ ନ କରନ୍ତି, ତେବେ କୌଣସି ସରକାରୀ କର୍ମଚାରୀଙ୍କୁ ସେମାନଙ୍କ ଶାରୀରିକ ଶକ୍ତିର ବିରୁଦ୍ଧ ପରିବେଶରେ କାର୍ଯ୍ୟ କରିବା ପାଇଁ ବାଧ୍ୟ କରିପାରିବେ ନାହିଁ । ରାଜ୍ୟ ସରକାରଙ୍କ ଦ୍ୱାରା କେରଳ ପ୍ରଶାସନିକ ଟ୍ରିବ୍ୟୁନାଲ୍ ଦ୍ୱାରା ପ୍ରଦତ୍ତ ଆଦେଶ ବିରୁଦ୍ଧରେ ଏକ ଆବେଦନର ବିଚାର କରି ଉକ୍ତ ରାୟ ପ୍ରଦାନ କରୁଛନ୍ତି । ଏଠାରେ ପ୍ରକାଶଯୋଗ୍ୟ ଯେ ୨୦୨୦ ମସିହାରେ ଟି. ରାଜୀବ ନାମକ ଜଣେ ବରିଷ୍ଠ ଗ୍ରେଡ୍‌ର ଟାଇପିଷ୍ଟ୍‌ଙ୍କର ଜଳସେଚନ ବିଭାଗରୁ ମୋଟରଯାନ ବିଭାଗରୁ ବଦଳି ହେବାକୁ ନେଇ ସେ ଟ୍ରିବ୍ୟୁନାଲ୍‌ରେ ଏକ ମାମଲା ଦାୟର କରିଥିଲେ । ତାଙ୍କର ପ୍ରାର୍ଥନା ଥିଲା କି ମୋଟରଯାନ ବିଭାଗଟି ଉପର ମହଲାରେ କାର୍ଯ୍ୟ କରୁଥିବାରୁ ଶାରୀରିକ ଭିନ୍ନକ୍ଷମତା ହେତୁ ସେ ସେଠାକୁ ଚଢ଼ି ଯିବାକୁ ଅସମର୍ଥ । ତେଣୁ ସେ ସରକାରଙ୍କୁ ପୂର୍ବ ଜଳସେଚନ ବିଭାଗରେ ନିଯୁକ୍ତି ପାଇଁ ପ୍ରାର୍ଥନା କରିଥିଲେ । ମାତ୍ର ସରକାର ତାଙ୍କର ଆବେଦନକୁ ବିଚାର ନ କରି ଆଗ୍ରହ୍ୟ କରିଦେବାରୁ ସେ ବାଧ୍ୟ ହୋଇ ମାନ୍ୟବର ଟ୍ରିବ୍ୟୁନାଲ୍‌ର ଆଶ୍ରୟ ନେଇଥିଲେ । ଟ୍ରିବ୍ୟୁନାଲ୍ ୨୦୨୦ ମସିହାରେ ଏହି ମାମଲାର ବିଚାର କରି ରାଜ୍ୟ ସରକାରଙ୍କୁ ଆର୍.ପି.ଡବ୍ଲୁ.ଡି ଆକ୍ଟ, ୨୦୧୬ ଅନୁଯାୟୀ ବିଚାରଭୁକ୍ତ ନିମନ୍ତେ ନିର୍ଦ୍ଧେଶ ପ୍ରଦାନ କରିଥିଲେ । ସରକାର ଯଦିଓ ଟି. ରାଜୀବ ବଦଳିକୁ ବିଚାର କରିଥିଲେ । ମାତ୍ର ତାଙ୍କ ଦରମାକୁ ବରିଷ୍ଠ ଗ୍ରେଡ୍‌ରୁ କନିଷ୍ଠ ଗ୍ରେଡ୍‌କୁ ହ୍ରାସ କରିଦେଇଥିଲେ । ଏହା ବିରୁଦ୍ଧରେ ପୁନଶ୍ଚ ରାଜୀବ ଟ୍ରିବ୍ୟୁନାଲ୍‌ର ଆଶ୍ରୟ ନେଇଥିଲେ । ଟ୍ରିବ୍ୟୁନାଲ୍ ମଧ୍ୟ ବରିଷ୍ଠ ଗ୍ରେଡ୍‌ର ଦରମା ସପକ୍ଷରେ ନିଜର ରାୟ ପ୍ରଦାନ କରିଥିଲେ ।

ଏହି ରାୟ ବିରୁଦ୍ଧରେ ରାଜ୍ୟ ସରକାର କେରଳ ଉଚ୍ଚ ନ୍ୟାୟାଳୟର ଆଶ୍ରୟ ନେବାରୁ ମାମଲାଟିକୁ ବିଚାର କରି ମାନ୍ୟବର ଉଚ୍ଚ ନ୍ୟାୟାଳୟ ଗୁରୁତ୍ୱାରୋପ କରି କହିଛନ୍ତି ଯେ ଭିନ୍ନକ୍ଷମ ଆଇନ ଅନୁଯାୟୀ ସରକାର କେବେହେଲେ ନିଜ ଦାୟିତ୍ୱକୁ ପରିହାର କରିପାରିବେ ନାହିଁ । ଏହାର ସ୍ପଷ୍ଟୀକରଣ ଦେଇ ମାନ୍ୟବର କୋର୍ଟ କହିଛନ୍ତି ଯେ, ଯେହେତୁ ରାଜୀବଙ୍କୁ ଉପର ମହଲାରେ ଥିବା କାର୍ଯ୍ୟାଳୟକୁ ବାଧ୍ୟକରି ପାହାଚ ଚଢ଼ାଇ ପଠାଯାଇପାରିବ ନାହିଁ । ତେଣୁ ତାଙ୍କୁ ଏକ ଅନୁକୂଳ କାର୍ଯ୍ୟାଳୟ ପରିବେଶ ପ୍ରଦାନ କରାଯିବା ଉଚିତ୍ । ଏ ଦିଗରେ ରାଜ୍ୟ ସରକାର ଏକ ମାସ ମଧ୍ୟରେ ଏକ ନିର୍ଦ୍ଧେଶନାମା ଜାରି କରିବା ସହିତ ତା’ର ବରିଷ୍ଠ ଗ୍ରେଡ୍‌ର ଦରମା ହାର ହକ୍କୁ ସୁନିଶ୍ଚିତ କରାଇଛନ୍ତି ।

Share the post

Leave a Reply

Your email address will not be published. Required fields are marked *

ସାମ୍ପ୍ରତିକ ଦୃଶ୍ୟପଟ୍ଟ ଓ ଭିନ୍ନକ୍ଷମଙ୍କ ନିଯୁକ୍ତିଗତ ଚିତ୍ର

ଏହି ବିଶାଳ ବର୍ଗର ଅଣକୁଶଳୀ ନିଯୁକ୍ତିକ୍ଷମ ଭିନ୍ନକ୍ଷମ ଯୁବକ ଯୁବତୀଙ୍କୁ କୁଶଳୀ କରାଇ ମୁଖ୍ୟ ସ୍ରୋତର ନିଯୁକ୍ତି ଧାରାରେ ସାମିଲ କରାଇବାର ବୃହତ୍ତର ସୁଯୋଗ ରହିଛି ।

କେନ୍ଦ୍ର ବଜେଟ୍ ୨୦୨୫ରେ ଭିନ୍ନକ୍ଷମ ଅନ୍ତର୍ଭୁକ୍ତୀକରଣ : ଏକ ଅନୁଧ୍ୟାନ

ଭିନ୍ନକ୍ଷମ କଲ୍ୟାଣ ପାଇଁ ଚଳିତ ବର୍ଷ ରଖାଯାଇଥିବା ବଜେଟ୍ ୨୦୨୪ରେ ୧୨୨୫ କୋଟି ଟଙ୍କା ତୁଳନାରେ ସାମାନ୍ୟ ବୃଦ୍ଧି ପାଇ ୧୨୭୫ କୋଟି ଟଙ୍କାରେ ପହଞ୍ଚିଛି, ଯାହା ପୂର୍ବ ବର୍ଷ ତୁଳନାରେ ମାତ୍ର ୩.୪୩%...

ଆଗକୁ ଆସୁଛି ନିଟ୍ ପରୀକ୍ଷା: ଭିନ୍ନକ୍ଷମ ଛାତ୍ରଛାତ୍ରୀଙ୍କ ପାଇଁ ଆହ୍ୱାନ

ଭିନ୍ନକ୍ଷମ ଅଧିକାର କର୍ମୀମାନେ ଚଳିତ ବର୍ଷ ନିଟ୍ (ନ୍ୟାସନାଲ ଏଲିଜିବିଲିଟି କମ୍ ଏଣ୍ଟ୍ରାନ୍ସ ଟେଷ୍ଟ) ୨୦୨୫-୨୬ ପୁସ୍ତିକା ପ୍ରକାଶ ପାଇବା ପୂର୍ବରୁ ଭିନ୍ନକ୍ଷମ ଛାତ୍ରଛାତ୍ରୀଙ୍କୁ ଆବଶ୍ୟକ ସହାୟତା ପ୍ରଦାନ ଦିଗରେ ପଦକ୍ଷେପ ନେବା ପାଇଁ...

ଏଣିକି ଦିବ୍ୟାଙ୍ଗଙ୍କ ପାଇଁ ଟ୍ରେନରେ ତଳ ବର୍ଥରେ ବ୍ୟବସ୍ଥା

ଟ୍ରେନ୍ ଯାତାୟତ ସମୟରେ ଦିବ୍ୟାଙ୍ଗ ଓ ବରିଷ୍ଠ ନଗରିକମାନଙ୍କର ଅସୁବିଧାକୁ ଦେଖି ରେଳ ବିଭାଗ ସେମାନଙ୍କ ସୁଗମ୍ୟତାକୁ ପ୍ରାଧାନ୍ୟ ଦେବାକୁ ନିଷ୍ପତ୍ତି ଗ୍ରହଣ କରିଛି ।

ବ୍ୟବସ୍ଥାଗତ ସଂଶୋଧନ ଦ୍ୱାରା ଭିନ୍ନକ୍ଷମଙ୍କୁ ମୁଖ୍ୟ ସ୍ରୋତରେ ସାମିଲ କରିବା ପାଇଁ ସାଂସଦ ଶଶି ଥରୁରଙ୍କ ଆହ୍ୱାନ

ଦିବ୍ୟାଙ୍ଗମାନଙ୍କୁ ମୁଖ୍ୟ ସ୍ରୋତରେ ସାମିଲ କରିବା ପାଇଁ ତୁରନ୍ତ ପଦକ୍ଷେପ ନେବାକୁ ପରାମର୍ଶ ଦେଇ କଂଗ୍ରେସ ସାଂସଦ ଶଶି ଥରୁର ପାରମ୍ପରିକ ଢାଞ୍ଚାରେ ପରିବର୍ତ୍ତନ ଆଣିବାକୁ ଆହ୍ୱାନ ଦେଇଛନ୍ତି, ଯାହାଫଳରେ ଆଇନଗତ ଢାଞ୍ଚା ବିଗତ...