ଗୋଆର ପ୍ରତି ଜିଲ୍ଲାରେ ଭିନ୍ନକ୍ଷମଙ୍କ ପାଇଁ ସ୍ଥାପନ ହେବ ହଷ୍ଟେଲ

ଗୋଆର ମୁଖ୍ୟମନ୍ତ୍ରୀ ପ୍ରମୋଦ ସାୱନ୍ତ ଆଗାମୀ ପାଞ୍ଚ ବର୍ଷ ମଧ୍ୟରେ ରାଜ୍ୟର ପ୍ରତି ଜିଲ୍ଲାରେ ଭିନ୍ନକ୍ଷମମାନଙ୍କ ପାଇଁ ସ୍ଥାୟୀ ହଷ୍ଟେଲ ନିର୍ମାଣ କରାଯିବ ବୋଲି ପ୍ରକାଶ କରିଛନ୍ତି । ଭିନ୍ନକ୍ଷମ ଛାତ୍ରଛାତ୍ରୀଙ୍କ ଅଧ୍ୟୟନ ଓ ଆବାସଜନିତ ଚିନ୍ତାରେ ରହିଥିବା ଅଭିଭାବକମାନଙ୍କ ଚିନ୍ତାକୁ ବ୍ୟକ୍ତ କରି ଏହି ହଷ୍ଟେଲ ସୁବିଧାର ନିହାତି ଆବଶ୍ୟକତା ରହିଛି ବୋଲି ସେ ସୂଚାଇଛନ୍ତି ।

ଗୋଆର ମୁଖ୍ୟମନ୍ତ୍ରୀ ପ୍ରମୋଦ ସାୱନ୍ତ ଆଗାମୀ ପାଞ୍ଚ ବର୍ଷ ମଧ୍ୟରେ ରାଜ୍ୟର ପ୍ରତି ଜିଲ୍ଲାରେ ଭିନ୍ନକ୍ଷମମାନଙ୍କ ପାଇଁ ସ୍ଥାୟୀ ହଷ୍ଟେଲ ନିର୍ମାଣ କରାଯିବ ବୋଲି ପ୍ରକାଶ କରିଛନ୍ତି । ଭିନ୍ନକ୍ଷମ ଛାତ୍ରଛାତ୍ରୀଙ୍କ ଅଧ୍ୟୟନ ଓ ଆବାସଜନିତ ଚିନ୍ତାରେ ରହିଥିବା ଅଭିଭାବକମାନଙ୍କ ଚିନ୍ତାକୁ ବ୍ୟକ୍ତ କରି ଏହି ହଷ୍ଟେଲ ସୁବିଧାର ନିହାତି ଆବଶ୍ୟକତା ରହିଛି ବୋଲି ସେ ସୂଚାଇଛନ୍ତି । ଏହି ଆବାସ ସୁବିଧା କେବଳ ସ୍ୱତନ୍ତ୍ର ଭାବେ ବୌଦ୍ଧିକ ଭିନ୍ନକ୍ଷମ ବ୍ୟକ୍ତିବିଶେଷଙ୍କ ପ୍ରତି ଲାଗୁହେବ, ଯେଉଁମାନଙ୍କର କେବଳ ଏକକ ଅଭିଭାବକ ଅବା ଉଭୟ ମାତାପିତା ହରାଇ ସାରିଛନ୍ତି । ପୁନଶ୍ଚ ସେ ପ୍ରକାଶ କରିଛନ୍ତି, ଏ ସୁବିଧା ସମ୍ପୂର୍ଣ୍ଣ ଦେୟମୁକ୍ତ ରହିବ ଏବଂ ୧୮ ବର୍ଷ ବା ତଦୁର୍ଦ୍ଧ୍ଵ ବୌଦ୍ଧିକ ଭିନ୍ନକ୍ଷମ ଛାତ୍ରଛାତ୍ରୀ ଏହାର ସୁଯୋଗ ନେଇ ପାରିବେ । ଏହି ଛାତ୍ରବାସ ସହ ଏକ ଭୋକେସନାଲ୍ ବା ଧନ୍ଦାମୂଳକ କେନ୍ଦ୍ର ସଂଯୁକ୍ତ ରହିବ, ଯେଉଁଠାରେ କି ଏହି ଭିନ୍ନକ୍ଷମ ଛାତ୍ରଛାତ୍ରୀମାନେ ନିଜକୁ ନିୟୋଜିତ ରଖି ପାରିବେ । ଏହି ଆବାସ କେନ୍ଦ୍ରଗୁଡିକ ଭିନ୍ନକ୍ଷମତା ସହ ସମ୍ପୃକ୍ତ ବିଶେଷଜ୍ଞମାନଙ୍କ ଦ୍ୱାରା ପରିଚାଳିତ ହେବ । ଏଥିସହ ସେ ଏହା ମଧ୍ୟ ପ୍ରକାଶ କରିଛନ୍ତି ଯେ ଗୋଆର ଏହି ପରି ବୌଦ୍ଧିକ ଭିନ୍ନକ୍ଷମ ପିଲାଙ୍କ ପିତାମାତାମାନେ ଖୁବ୍‌ ବ୍ୟାକୁଳ ଭାବରେ ଏହିପରି ଏକ ଆବାସଯୋଗ୍ୟ ସୁବିଧାକୁ ଅପେକ୍ଷା କରି ରହିଛନ୍ତି, ନିଜ ସନ୍ତାନକୁ ନେଇ ଅନିଶ୍ଚିତତା ଭିତରେ ରହୁଥିବା ଅଭିଭାବକମାନେ ଯେଉଁଠାରେ କି ସେମାନେ ସେମାନଙ୍କର ସାବାଳକ ସ୍ୱତନ୍ତ୍ର ପିଲାକୁ ଛାଡି ନିଶ୍ଚିତ ରହିପାରିବେ । କାରଣ ଏଠାରେ ଏହି ସୁବିଧା ଉପଲବ୍ଧ ନ ଥିବାରୁ ବାହାର ରାଜ୍ୟରେ ଥିବା କେନ୍ଦ୍ରମାନଙ୍କରେ ସେମାନଙ୍କର ପିଲାକୁ ନେଇ ଛାଡ଼ିବାକୁ ଏକ ପ୍ରକାର ବାଧ୍ୟ ହେଉଛନ୍ତି ।

Share the post

Leave a Reply

Your email address will not be published. Required fields are marked *

ପାରାପ୍ଲେଜିଆରେ ସମସ୍ୟା ଏବଂ ସମାଧାନ

ଆପଣମାନେ ଜାଣିରଖିବା ଉଚିତ୍ ଯେ ଆମର ମାନସିକ ଶକ୍ତି ଶାରିରୀକ ଶକ୍ତି ଠାରୁ ଅଧିକ ପ୍ରଭାବଶାଳୀ । ଏଥିପାଇଁ ନିରାଶ ନ ହୋଇ ମନର ବଳ ଉପରେ ଜୋର୍ ଦେବା ଜରୁରୀ ଅଟେ ।

ଅନ୍ଧାର ସେପଟ ଆଲୋକ

ଯେଉଁ ଅଧ୍ୟାପକ ଧନୀ, ଗରିବ, ମେଧା, ସ୍ୱଳ୍ପ ମେଧା, ବୁଦ୍ଧିମାନ ଓ ସାଧାରଣ; ବିବିଧ ଛାତ୍ରମାନଙ୍କୁ ସେମାନଙ୍କର ସାମର୍ଥ୍ୟ ଅନୁସାରେ ବୁଝି ସଫଳ ଶିକ୍ଷାଦାନ କରିପାରେ, ତାକୁ ହିଁ ଜଣେ ଭଲ ଅଧ୍ୟାପକ କୁହାଯିବ...

ଦିବ୍ୟାଙ୍ଗ ୟୁଟ୍ୟୁବର୍ ଜୁଲି କର

ଭଗବାନ କାହାକୁ ସମ୍ପୂର୍ଣ୍ଣ କରି ଗଢ଼ି ନାହାନ୍ତି । ଶ୍ରୀଜଗନ୍ନାଥଙ୍କର ତ ହାତ, ଗୋଡ଼ ନ ଥାଇ ସେ ବିଶ୍ୱନିୟନ୍ତା, ସେ ହିଁ ଆମର ଶ୍ରେଷ୍ଠ ପଥପ୍ରଦର୍ଶକ । ଏଣୁ ଦିବ୍ୟାଙ୍ଗଙ୍କୁ ହୀନ ଦୃଷ୍ଟିରେ...

ଜିଏସ୍‌ଟି ୨.୦ ସଂସ୍କାର : ଶସ୍ତା ହେବ ଭିନ୍ନକ୍ଷମଙ୍କ ବ୍ୟବହୃତ ସାମଗ୍ରୀ ସେପ୍ଟେମ୍ବର ୨୨ରୁ ହେବ ଲାଗୁ

ଭିନ୍ନକ୍ଷମ ବ୍ୟକ୍ତି ବିଶେଷମାନଙ୍କ ଦ୍ୱାରା ବ୍ୟବହୃତ ହେଉଥିବା ଏହିସବୁ ଆବଶ୍ୟକ ଦ୍ରବ୍ୟଗୁଡିକ ସଂଶୋଧିତ ଟିକସ ହାରରେ ଉପଲବ୍ଧ ହେବାକୁ ଯାଉଥିବାରୁ ବିଭିନ୍ନ ଭିନ୍ନକ୍ଷମ ସଂଗଠନ ଓ ବର୍ଗଙ୍କ ମଧ୍ୟରେ ଆନନ୍ଦ ପ୍ରକାଶ ପାଇଛି ।

ରକ୍ତଜନିତ ଭିନ୍ନକ୍ଷମତା ଏବେ ନୂଆ ଚିନ୍ତା ବଢ଼ାଇଛି ୨ ବର୍ଷରେ ଚିହ୍ନଟ ହେଲେଣି ୯୭ହଜାର ସିକିଲ୍‌ସେଲ୍ ରୋଗୀ

ସ୍ୱାସ୍ଥ୍ୟ ସଚିବ ଅଶ୍ୱତୀ ଏସ୍‌ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ ବୈଠକରେ ରାଜ୍ୟରେ ସିକିଲ୍‌ସେଲ୍‌ ଓ ଥାଲାସେମିଆ ବର୍ତ୍ତମାନ ସ୍ଥିତି, ପ୍ରାରମ୍ଭକ ସଂଧାନ, ପ୍ରତିରୋଧିମୂଳକ ବ୍ୟବସ୍ଥା ଚିକିତ୍ସା ସୁବିଧା ଓ ରୋଗୀ ସେବା ସମ୍ପର୍କରେ ସମୀକ୍ଷା...