ଓଟିଟି ପ୍ଲାଟ୍‌ଫର୍ମଗୁଡ଼ିକୁ ଆକ୍ସେସେବୁଲ ବୈଶିଷ୍ଟ୍ୟଯୁକ୍ତ କରିବାକୁ ଦିଲ୍ଲୀ ହାଇକୋର୍ଟର ନିର୍ଦ୍ଧେଶ

ଦିଲ୍ଲୀ ହାଇକୋର୍ଟର ମାନ୍ୟବର ବିଚାରପତି ସଚିନ ଦତ୍ତ ଆବେଦନକାରୀ ଅକ୍ଷତ ବାଲ୍‌ଦୁଆଙ୍କ ଏକ ଆବେଦନକୁ ଶୁଣାଣି କରି ଏ ଦିଗରେ ଏକ ସମ୍ପୂର୍ଣ୍ଣ ସ୍ପଷ୍ଟ ମାର୍ଗଦର୍ଶିକା ଜାରି କରିବା ପାଇଁ ନିର୍ଦ୍ଧେଶ ପ୍ରଦାନ କରିଛନ୍ତି । ଆବେଦନକାରୀଙ୍କ ପ୍ରାର୍ଥନା ରହିଥିଲା ଯେ ଏହି ପ୍ଲାଟ୍‌ଫର୍ମରେ ଆବଶ୍ୟକ ସୁଗମତା ବୈଶିଷ୍ଟ୍ୟ ଯେପରି ସ୍ପଷ୍ଟ ଶ୍ରବଣ ବିଶେଷତା, ଭାଷାଗତ ଶିରୋନାମା ଏବଂ ଭାରତୀୟ ସାଇନ ଲାଙ୍ଗୁଏଜ୍‌ର ବ୍ୟବହାର ପ୍ରଭୃତି ସାମିଲ କରିବା ପାଇଁ ଅନୁରୋଧ କରିଛନ୍ତି ।

ସମ୍ପ୍ରତି ଓଟିଟି ପ୍ଲାଟଫର୍ମ ଏକ ବହୁ ଆଦୃତ ମନୋରଞ୍ଜନର ମାଧ୍ୟମ ରୂପେ ପରିଗଣିତ ହୋଇଛି । ମାତ୍ର ଏଇ ମାଧ୍ୟମରେ ବିଶେଷ କରି ଦୃଷ୍ଟିବାଧିତ ଓ ଶ୍ରବଣବାଧିତ ଭିନ୍ନକ୍ଷମଙ୍କ ନିମନ୍ତେ ସୁଗମ ନ ଥିବାରୁ ଏହି ବର୍ଗର ବ୍ୟକ୍ତିବିଶେଷମାନେ ଉକ୍ତ ସୁଯୋଗରୁ ବଞ୍ଚିତ ରହୁଛନ୍ତି ।

ଦିଲ୍ଲୀ ହାଇକୋର୍ଟର ମାନ୍ୟବର ବିଚାରପତି ସଚିନ ଦତ୍ତ ଆବେଦନକାରୀ ଅକ୍ଷତ ବାଲ୍‌ଦୁଆଙ୍କ ଏକ ଆବେଦନକୁ ଶୁଣାଣି କରି ଏ ଦିଗରେ ଏକ ସମ୍ପୂର୍ଣ୍ଣ ସ୍ପଷ୍ଟ ମାର୍ଗଦର୍ଶିକା ଜାରି କରିବା ପାଇଁ ନିର୍ଦ୍ଧେଶ ପ୍ରଦାନ କରିଛନ୍ତି । ଆବେଦନକାରୀଙ୍କ ପ୍ରାର୍ଥନା ରହିଥିଲା ଯେ ଏହି ପ୍ଲାଟ୍‌ଫର୍ମରେ ଆବଶ୍ୟକ ସୁଗମତା ବୈଶିଷ୍ଟ୍ୟ ଯେପରି ସ୍ପଷ୍ଟ ଶ୍ରବଣ ବିଶେଷତା, ଭାଷାଗତ ଶିରୋନାମା ଏବଂ ଭାରତୀୟ ସାଇନ ଲାଙ୍ଗୁଏଜ୍‌ର ବ୍ୟବହାର ପ୍ରଭୃତି ସାମିଲ କରିବା ପାଇଁ ଅନୁରୋଧ କରିଛନ୍ତି ।

ଏ ଦିଗରେ ଆବଶ୍ୟକ ପଦକ୍ଷେପ ନିଆଯାଉଛି ବୋଲି ପ୍ରତିପକ୍ଷର କାଉନସିଲ ମାନ୍ୟବର କୋର୍ଟକୁ ଜଣାଇଥିଲେ । ଆଗକୁ ମୁକ୍ତିଲାଭ କରିବାକୁ ଥିବା ଚଳଚିତ୍ର ଆର୍ଟିକିଲ୍ ୩୭୦, ଭୁଲ ଭୁଲେୟା ୩, ଦି ବକିଙ୍ଗ୍ହାମ ମର୍ଡରସ୍ ଓ ସୈତାନ ପ୍ରଭୃତି ଚଳଚ୍ଚିତ୍ରଗୁଡ଼ିକରେ ଏହି ସୁଗମତାଯୁକ୍ତ ବୈଶିଷ୍ଟ୍ୟକୁ ସାମିଲ କରାଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ ।

ବିଶେଷ କରି ନେଟ୍‌ଫ୍ଲିକ୍ସ ଏକ ପ୍ରମୁଖ ଓଟିଟି ପ୍ଲାଟଫର୍ମ ହୋଇଥିବାରୁ ଏଥିରେ ଏହି ସବୁ ସୁଗମ ବୈଶିଷ୍ଟ୍ୟକୁ ସଂଯୁକ୍ତ କରିବାପାଇଁ ମାନ୍ୟବର କୋର୍ଟ ଚାରି ସପ୍ତାହ ମଧ୍ୟରେ ପ୍ରତ୍ୟୁତ୍ତର ରଖିବା ପାଇଁ ନିର୍ଦ୍ଧେଶ ପ୍ରଦାନ କରିଛନ୍ତି ।

ଏହି ମାମଲାରେ ବିଶିଷ୍ଟ ଦୃଷ୍ଟିବାଧିତ ଆଡ଼ଭୋକେଟ ରାହୁଲ ବଜାଜ୍ ଆବେଦନକାରୀଙ୍କ ପକ୍ଷରୁ କେସ୍ ଲଢୁଛନ୍ତି । ମାନ୍ୟବର ଦିଲ୍ଲୀ ହାଇକୋର୍ଟଙ୍କ ଏହି ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଧେଶ ଡିଜିଟାଲ୍ ମନୋରଞ୍ଜନ କ୍ଷେତ୍ରକୁ ଭିନ୍ନକ୍ଷମମାନଙ୍କ ପାଇଁ ଅଧିକ ସୁଗମ ଓ ସମାବେଶୀ କରିବା ପାଇଁ ଏକ ଗୁରୁତ୍ୱପୂର୍ଣ ଭୂମିକା ନିର୍ବାହ କରିବ, ଏଥିରେ ସନ୍ଦେହ ନାହିଁ ।

Share the post

Leave a Reply

Your email address will not be published. Required fields are marked *

ଘରୋଇ ବିଦ୍ୟାଳୟଗୁଡିକୁ ଦିଲ୍ଲୀ ହାଇକୋର୍ଟର ଛାଟ : ଏଣିକି ନାମ ଲେଖାରୁ ମନା କରିବେନି ଦିବ୍ୟାଙ୍ଗ ଛାତ୍ରଙ୍କୁ

ଏହି ମାମଲାରେ, କୋର୍ଟ କେବଳ ପିଲାଟିର ଉକ୍ତ ସ୍କୁଲ୍‌ରେ ପୁନଃ ପ୍ରବେଶ କରିବାକୁ ନିର୍ଦ୍ଦେଶ ଦେଇ ନ ଥିଲେ ବରଂ ତା'ର ଶିକ୍ଷା ନିମନ୍ତେ ଆବଶ୍ୟକୀୟ ସହାୟତା ଯୋଗାଇବାକୁ ସ୍କୁଲକୁ ନିର୍ଦ୍ଦେଶ ଦେଇଥିଲେ ।

ମିଥ୍ୟା ଭିନ୍ନକ୍ଷମ ହିତାଧିକାରୀ ସାବଧାନ !

କେବଳ ସେତିକି ନୁହେଁ ଏଥି ନିମନ୍ତେ ଆବଣ୍ଟିତ ହୋଇଥିବା ଜନକଲ୍ୟାଣମୂଳକ ସରକାରୀ ପାଣ୍ଠିର ବ୍ୟାପକ ଅପବ୍ୟୟ କରାଯାଇଛି କହିଲେ ଅତ୍ୟୁକ୍ତି ହେବନାହିଁ । ଅଧିକନ୍ତୁ, ଏହି ମିଥ୍ୟା ପ୍ରମାଣପତ୍ର ହାତେଇ ଭତ୍ତାଠାରୁ ଆରମ୍ଭ କରି...