ରକ୍ତଜନିତ ଭିନ୍ନକ୍ଷମତା ଏବେ ନୂଆ ଚିନ୍ତା ବଢ଼ାଇଛି ୨ ବର୍ଷରେ ଚିହ୍ନଟ ହେଲେଣି ୯୭ହଜାର ସିକିଲ୍‌ସେଲ୍ ରୋଗୀ

ସ୍ୱାସ୍ଥ୍ୟ ସଚିବ ଅଶ୍ୱତୀ ଏସ୍‌ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ ବୈଠକରେ ରାଜ୍ୟରେ ସିକିଲ୍‌ସେଲ୍‌ ଓ ଥାଲାସେମିଆ ବର୍ତ୍ତମାନ ସ୍ଥିତି, ପ୍ରାରମ୍ଭକ ସଂଧାନ, ପ୍ରତିରୋଧିମୂଳକ ବ୍ୟବସ୍ଥା ଚିକିତ୍ସା ସୁବିଧା ଓ ରୋଗୀ ସେବା ସମ୍ପର୍କରେ ସମୀକ୍ଷା କରାଯାଇଛି ।

ରାଜ୍ୟର ୨୧ଟି ଜିଲ୍ଲା ଜାତୀୟ ସିକିଲ୍‌ସେଲ୍‌ ରକ୍ତହୀନତା ନିରାକରଣ ମିଶନ୍ ଅଧୀନରେ ସାମିଲ ହୋଇଛି । ୨୦୨୩ ମସିହା ଜୁଲାଇରୁ ୨୦୨୫-୨୬ ଅବଧିରେ ରାଜ୍ୟରେ ୪୬.୬୫ ଲକ୍ଷ ପରୀକ୍ଷା ହୋଇଛି । ଏଥିରେ ୯୭ହଜାର ୫୦୧ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ରାଜ୍ୟ ସରକାରଙ୍କ ସିକିଲ୍‌ସେଲ୍ ଓ ଥାଲାସେମିଆ ପରିଚାଳନା ବୈଠକରୁ ଏହି ସୂଚନା ମିଳିଛି ।

ସିକିଲସେଲ୍ ରକ୍ତହୀନତା ନିରାକରଣ ମିଶନ ଅଧୀନରେ ଅନୁଗୁଳ, ବଲାଙ୍ଗୀର, ବାଲେଶ୍ୱର, ବରଗଡ଼, ବୌଦ୍ଧ, ଦେବଗଡ଼, ଗଜପତି, ଗଞ୍ଜାମ, ଝାରସୁଗୁଡ଼ା, କଳାହାଣ୍ଡି, କନ୍ଧମାଳ, କେନ୍ଦୁଝର, କୋରାପୁଟ, ମାଲକାନଗିରି, ମୟୁରଭଞ୍ଜ, ନବରଙ୍ଗପୁର, ନୂଆପଡ଼ା, ରାୟଗଡ଼ା, ସମ୍ବଲପୁର, ସୁବର୍ଣ୍ଣପୁର ଓ ସୁନ୍ଦରଗଡ଼ ଜିଲ୍ଲା ରହିଛି । ବିଦ୍ୟାଳୟ ଓ ଅଙ୍ଗନବାଡି କେନ୍ଦ୍ରରେ ଜନ୍ମଠାରୁ ୧୮ ବର୍ଷ ପର୍ଯ୍ୟନ୍ତ ଶିଶୁମାନଙ୍କୁ ଆରବିଏସକେ ଟିମ୍ ଓ ଗର୍ଭବତୀ ମହିଳାଙ୍କୁ ଆଣ୍ଟିନେଟାଲ୍ କେୟାର ସମୟରେ ସ୍କ୍ରିନିଂ କରାଯାଉଛି । ଆଦିବାସୀ ଅଞ୍ଚଳରେ ଭ୍ରାମ୍ୟମାଣ ସ୍ୱାସ୍ଥ୍ୟ ୟୁନିଟ୍ ମାଧ୍ୟମରେ ପରୀକ୍ଷା ସୁବିଧା ଦିଆଯାଉଛି ।

ଆୟୁଷ୍ମାନ ଆରୋଗ୍ୟ ମନ୍ଦିର ଓ ସ୍ୱାସ୍ଥ୍ୟ କେନ୍ଦ୍ର ସ୍ତରରେ ପରୀକ୍ଷା ସୁବିଧା ରହିଛି । ସେହିପରି ପ୍ରତ୍ୟେକ ପଞ୍ଜୀକୃତ ସିକିଲସେଲ ରୋଗୀଙ୍କୁ ଯାତାୟତ ଖର୍ଚ୍ଚ ପାଇଁ ତାଙ୍କର ବ୍ୟାଙ୍କ୍ ଖାତାକୁ ପ୍ରତିମାସ ୫ଶହ ଟଙ୍କା ଓ ମାଗଣା ରକ୍ତ ଯୋଗାଇ ଦିଆଯାଉଛି । ବ୍ଲଡ ପ୍ୟାକ୍ ସର୍ଭିସ୍ ଚାର୍ଜରୁ ସେମାନଙ୍କୁ ମୁକ୍ତ କରାଯାଇଛି । ସରକାରୀ ଡାକ୍ତରଖାନାରେ ମାଗଣା ଔଷଧ ଦିଆଯାଉଛି । ୧୨ ବର୍ଷରୁ କମ୍ ବୟସର ଶିଶୁଙ୍କ ଅସ୍ଥିମଜ୍ଜା ପ୍ରତିରୋପଣ ପାଇଁ ସର୍ବୋଚ୍ଚ ୧୦ ଲକ୍ଷ ଟଙ୍କା ଅର୍ଥ ସାହାଯ୍ୟ ଦିଆଯାଉଛି । ସ୍ୱାସ୍ଥ୍ୟ ସଚିବ ଅଶ୍ୱତୀ ଏସ୍‌ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ ବୈଠକରେ ରାଜ୍ୟରେ ସିକିଲ୍‌ସେଲ୍‌ ଓ ଥାଲାସେମିଆ ବର୍ତ୍ତମାନ ସ୍ଥିତି, ପ୍ରାରମ୍ଭକ ସଂଧାନ, ପ୍ରତିରୋଧିମୂଳକ ବ୍ୟବସ୍ଥା ଚିକିତ୍ସା ସୁବିଧା ଓ ରୋଗୀ ସେବା ସମ୍ପର୍କରେ ସମୀକ୍ଷା କରାଯାଇଛି । ଏହା ସହ ସ୍କ୍ରିନିଂ, ଜେନେଟିକ୍‌ କାଉନସେଲିଂ ଓ ନିଦାନ ସୁବିଧା ବାବଦରେ ମଧ୍ୟ ଉକ୍ତ ବୈଠକରେ ବିଶଦ ଭାବେ ଆଲୋଚନା କରାଯାଇଛି ।

Share the post

Leave a Reply

Your email address will not be published. Required fields are marked *

ଓଟିଟି ପ୍ଲାଟ୍‌ଫର୍ମଗୁଡ଼ିକୁ ଆକ୍ସେସେବୁଲ ବୈଶିଷ୍ଟ୍ୟଯୁକ୍ତ କରିବାକୁ ଦିଲ୍ଲୀ ହାଇକୋର୍ଟର ନିର୍ଦ୍ଧେଶ

ଦିଲ୍ଲୀ ହାଇକୋର୍ଟର ମାନ୍ୟବର ବିଚାରପତି ସଚିନ ଦତ୍ତ ଆବେଦନକାରୀ ଅକ୍ଷତ ବାଲ୍‌ଦୁଆଙ୍କ ଏକ ଆବେଦନକୁ ଶୁଣାଣି କରି ଏ ଦିଗରେ ଏକ ସମ୍ପୂର୍ଣ୍ଣ ସ୍ପଷ୍ଟ ମାର୍ଗଦର୍ଶିକା ଜାରି କରିବା ପାଇଁ ନିର୍ଦ୍ଧେଶ ପ୍ରଦାନ କରିଛନ୍ତି...

ଗୁରୁତର ଭିନ୍ନକ୍ଷମଙ୍କୁ କେୟାରଗିଭର୍ ସହାୟତା ସ୍କିମ୍‌ରେ ଅନ୍ତର୍ଭୁକ୍ତି ପାଇଁ ଦିଲ୍ଲୀ ସରକାରଙ୍କ ଯୋଜନା

ଶାରୀରିକ ଗତିଶୀଳତା ହରାଇଥିବା ଅଥବା ସମସ୍ୟା ରହିଥିବା ଗୁରୁତର ଭିନ୍ନକ୍ଷମମାନଙ୍କୁ କେୟାରଗିଭର୍‌ର ସେବା ନେବା ନିମନ୍ତେ ଆର୍ଥିକ ସହାୟତା ପ୍ରଦାନ କରିବା ପାଇଁ ଦିଲ୍ଲୀ ସରକାରଙ୍କ ଏକ ଯୋଜନା ପ୍ରସ୍ତାବିତ ରହିଛି । ଦିଲ୍ଲୀର...

ସମସ୍ତ ସର୍ବସାଧାରଣ ପ୍ରତିଷ୍ଠାନରେ ଭିନ୍ନକ୍ଷମଙ୍କ ପାଇଁ ସୁଗମ୍ୟତା ସୁନିଶ୍ଚିତ କର – କେରଳ ହାଇକୋର୍ଟ

ମାନ୍ୟବର ଉଚ୍ଚ ନ୍ୟାୟାଳୟ ଗୁରୁତ୍ୱାରୋପ କରି କହିଛନ୍ତି ଯେ ଭିନ୍ନକ୍ଷମ ଆଇନ ଅନୁଯାୟୀ ସରକାର କେବେହେଲେ ନିଜ ଦାୟିତ୍ୱକୁ ପରିହାର କରିପାରିବେ ନାହିଁ । ଏହାର ସ୍ପଷ୍ଟୀକରଣ ଦେଇ ମାନ୍ୟବର କୋର୍ଟ କହିଛନ୍ତି ଯେ,...

ଦିବ୍ୟାଙ୍ଗସମୂହଙ୍କ ରାଜନୈତିକ ପ୍ରତିନିଧିତ୍ଵ ସରଂକ୍ଷଣ ବିଲ ଉପସ୍ଥାପିତ କଲା ତାମିଲନାଡୁ ।

କେବଳ ଅନୁକମ୍ପା ଭିତ୍ତିରେ ନୁହେଁ, ବରଂ ସେମାନଙ୍କ ଅଧିକାର ଆଧାରରେ ଭିନ୍ନକ୍ଷମଙ୍କ କଲ୍ୟାଣ ପାଇଁ ଆମେ ଯୋଜନା ପ୍ରସ୍ତୁତ କରୁଛୁ । ଶ୍ରୀ ଷ୍ଟାଲିନ୍ କହିଛନ୍ତି ଯେ ପିଡବ୍ଲ୍ୟୁଡିମାନଙ୍କ ପାଇଁ ୪% ସଂରକ୍ଷଣ ମାଧ୍ୟମରେ...

ବମ୍ବେ ହାଇକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ: ଦୁଇ ଭିନ୍ନକ୍ଷମ ପିଲାଙ୍କ ପିତାମାତା ତୃତୀୟ ସାଧାରଣ ସନ୍ତାନକୁ ପୋଷ୍ୟ ଭାବେ ଗ୍ରହଣ କରିପାରିବେ

କାରା (CARA) ଏହାର ୨୦୨୩ କାର୍ଯ୍ୟନିର୍ବାହୀ ଆଦେଶକୁ ପ୍ରୟୋଗ କରିଥିଲା ଯାହା ସମ୍ଭାବ୍ୟ ପୋଷ୍ୟ ପିତାମାତାଙ୍କର ପୂର୍ବରୁ ଦୁଇଟି ଜୈବିକ ସନ୍ତାନ ରହିଥିଲେ ଏକ ସାଧାରଣ ଶିଶୁକୁ ପୋଷ୍ୟ ସନ୍ତାନ ଗ୍ରହଣ କରିବାକୁ ପ୍ରତିବନ୍ଧକ...