୦-୬ ବର୍ଷ ବୟସର ଭିନ୍ନକ୍ଷମ ପିଲାମାନଙ୍କ ପ୍ରାଥମିକ ଚିହ୍ନଟ ପାଇଁ ବ୍ୟାପକ ସର୍ଭେ ଆରମ୍ଭ

ସାମାଜିକ ସୁରକ୍ଷା ଏବଂ ଭିନ୍ନକ୍ଷମବ୍ୟକ୍ତିଙ୍କ ସଶକ୍ତିକରଣ (ଏସଏସଇପିଡି) ବିଭାଗ ଦ୍ଵାରା ଘୋଷଣା କରାଯାଇଥିବା ଏହି ପଦକ୍ଷେପ ଭିନ୍ନକ୍ଷମବ୍ୟକ୍ତିଙ୍କ ଅଧିକାର (ଆରପିଡବ୍ଲୁଡି) ଆଇନ, ୨୦୧୬ ଅନୁଯାୟୀ ପରିଭାଷିତ ସମସ୍ତ ୨୧ ପ୍ରକାରର ଅକ୍ଷମତାକୁ ଅନ୍ତର୍ଭୁକ୍ତ କରିବ ।

0-6 Years Old Disabled Children Early Identification For Extensive Survey Begins

୦-୬ ବର୍ଷ ବୟସର ଭିନ୍ନକ୍ଷମ ପିଲାମାନଙ୍କର ଶୀଘ୍ର ଚିହ୍ନଟ ଏବଂ ତ୍ଵରିତ ପୁନର୍ବାସ ପ୍ରକ୍ରିୟା ଆରମ୍ଭ କରିବା ପାଇଁ ରାଜ୍ୟ ସରକାର ସମସ୍ତ ୩୦ଟି ଜିଲ୍ଲାରେ ଏକ ବ୍ୟାପକ ସର୍ଭେ କରିବାକୁ ନିଷ୍ପତ୍ତି ନେଇଛନ୍ତି । ସାମାଜିକ ସୁରକ୍ଷା ଏବଂ ଭିନ୍ନକ୍ଷମବ୍ୟକ୍ତିଙ୍କ ସଶକ୍ତିକରଣ (ଏସଏସଇପିଡି) ବିଭାଗ ଦ୍ଵାରା ଘୋଷଣା କରାଯାଇଥିବା ଏହି ପଦକ୍ଷେପ ଭିନ୍ନକ୍ଷମବ୍ୟକ୍ତିଙ୍କ ଅଧିକାର (ଆରପିଡବ୍ଲୁଡି) ଆଇନ, ୨୦୧୬ ଅନୁଯାୟୀ ପରିଭାଷିତ ସମସ୍ତ ୨୧ ପ୍ରକାରର ଅକ୍ଷମତାକୁ ଅନ୍ତର୍ଭୁକ୍ତ କରିବ ।

ଏହି ସର୍ଭେ ଆମକୁ ଭିନ୍ନକ୍ଷମ ପିଲାମାନଙ୍କର ପ୍ରାରମ୍ଭିକ ଚିହ୍ନଟ, ହସ୍ତକ୍ଷେପ ଏବଂ ପୁନର୍ବାସରେ ବେଶେଷ ସହାୟତା କରିବ । ଏହା (ଆରପିଡବ୍ଲୁଡି) ଆଇନ, ୨୦୧୬ ଏବଂ ଏନଇପି ୨୦୨୦ ଅନୁଯାୟୀ ପ୍ରାରମ୍ଭିକ ଶୈଶବର ଯତ୍ନ ଏବଂ ଶିକ୍ଷା, ସ୍ୱାସ୍ଥ୍ୟ ଏବଂ ସାମାଜିକ ସୁରକ୍ଷା କାର୍ଯ୍ୟକ୍ରମ ଯୋଜନା ଏବଂ କାର୍ଯ୍ୟକାରୀ କରିବାରେ ମଧ୍ୟ ସାହାଯ୍ୟ କରିବ । ୩୦ଦିନ ମଧ୍ୟରେ ସମାପ୍ତ ହେବାକୁ ଥ‌ିବା ଏହି ସର୍ଭେରେ ଅଙ୍ଗନୱାଡିକର୍ମୀମାନେ ପ୍ରତ୍ୟେକଟି ପରିବାର ପରିଦର୍ଶନ କରି ପିଲାମାନଙ୍କର ସ୍ୱାସ୍ଥ୍ୟ, ଶିକ୍ଷା ଏବଂ ଅକ୍ଷମତା ସ୍ଥିତି ବିଷୟରେ ବିସ୍ତୃତ ସୂଚନା ସଂଗ୍ରହ କରିବେ । ଏହି ସର୍ଭେ କାର୍ଯ୍ୟକାରିତା ପାଇଁ ପ୍ରତ୍ୟେକ ଜିଲ୍ଲାକୁ ୧ ଲକ୍ଷ ଟଙ୍କା ବ୍ୟୟ ବରାଦ କରାଯାଇଛି ଏବଂ ଅଙ୍ଗନୱାଡି କର୍ମୀମାନେ ସେମାନଙ୍କ ଅଂଶଗ୍ରହଣ ପାଇଁ ୫୦୦ ଟଙ୍କା ପ୍ରୋତ୍ସାହନ ପାଇବେ ।

କ୍ଷେତ୍ରସ୍ତରୀୟ କର୍ମୀମାନେ ଏହି ପିଲାମାନଙ୍କ ବିଷୟରେ ବିଭିନ୍ନ ସୂଚନା ସଂଗ୍ରହ କରିବେ, ଯେଉଁଥିରେ ସେମାନଙ୍କର ବ୍ୟକ୍ତିଗତ ଏବଂ ଜନସଂଖ୍ୟାଗତ ବିବରଣୀ, ଅକ୍ଷମତାର ପ୍ରକାର ଏବଂ ପରିମାଣ,ସ୍ୱାସ୍ଥ୍ୟ, ଶିକ୍ଷା ଏବଂ ଚିକିତ୍ସା ବିବରଣୀ, ଆର୍ଥିକ ସହାୟତା ଏବଂ କଲ୍ୟାଣ ଅଧିକାର, ଏବଂ ପ୍ରାରମ୍ଭିକ ହସ୍ତକ୍ଷେପ ଏବଂ ଗତିଶୀଳତା ପାଇଁ ଆବଶ୍ୟକ ସହାୟକ ଉପକରଣ ପ୍ରଭୃତି ଅନ୍ତର୍ଭୁକ୍ତ ।

ସାମାଜିକ ସଶକ୍ତିକରଣ ବିଭାଗ ଏକ ଏସଓପି ଜାରି କରିଛି ଯାହା ପ୍ରଶିକ୍ଷକଙ୍କ ତାଲିମ, ପରିବାରସ୍ତରୀୟ ତଥ୍ୟ ସଂଗ୍ରହ, ଯାଞ୍ଚ ଏବଂ ଅନଲାଇନ୍ ତଥ୍ୟ ଉପଲବ୍ଧତା ସମେତ ଏକ ସଂରଚିତ ପ୍ରକ୍ରିୟାର ରୂପରେଖକୁ ସୂଚାଉଛି । ଅଧିକାରୀମାନେ ନୈତିକ ମାନଦଣ୍ଡର କଠୋର ପାଳନ ଉପରେ ଗୁରୁତ୍ୱାରୋପ କରିଛନ୍ତି, ଯେପରି ଏହି ସର୍ଭେରେ ପରିବାରର ଗୋପନୀୟତା ଏବଂ ମର୍ଯ୍ୟାଦା ସୁନିଶ୍ଚିତ କରିଛନ୍ତି । ଏହି ସଂଗୃହୀତ “ତଥ୍ୟ କେବଳ କଲ୍ୟାଣ ଏବଂ ନୀତି ନିର୍ଦ୍ଧାରଣ ପାଇଁ ବ୍ୟବହାର କରାଯିବ,”ବୋଲି ଚିଠିରେ ଉଲ୍ଲେଖ କରାଯାଇଛି ।

Share the post

Leave a Reply

Your email address will not be published. Required fields are marked *

କର୍ପୋରେଟ୍ ସେକ୍ଟରରେ ଦିବ୍ୟାଙ୍ଗଙ୍କ ପ୍ରତିନିଧିତ୍ୱ ଅତ୍ୟନ୍ତ ନୈରାଶ୍ୟଜନକ

କମ୍ପାନୀମାନଙ୍କର ବାସ୍ତବ ଚିତ୍ର ଆକଳନ କଲେ ଜଣାପଡ଼େ ଯେ, ୧୮୪ଟି ସଂଗଠନ ପିଡବ୍ଲୁଡ଼ିଙ୍କ ଅଂଶଗ୍ରହଣ ବଢ଼ାଇଥିବା ବେଳେ ୨୪୭ଟି ସଂଗଠନରେ ନିଯୁକ୍ତି କମିଛି ଏବଂ ୨୧୨ଟି କମ୍ପାନୀରେ ଗତ ଦୁଇ ବର୍ଷ ଧରି ଜଣେ...

ଭିନ୍ନକ୍ଷମତା ଆଧାରରେ ହୋଇପାରୁନି ପଦବୀ ବର୍ଗୀକରଣ: ଅନିଶ୍ଚିତତାରେ ନିଯୁକ୍ତି ଓ ପଦୋନ୍ନତି

କେବଳ ସରକାରଙ୍କ ଆନ୍ତରିକତା ଅଭାବ ଯୋଗୁଁ ଓଡ଼ିଶାର ଲକ୍ଷାଧିକ ଭିନ୍ନକ୍ଷମ ନିଜ ଅଧିକାରରୁ ବଞ୍ଚିତ ହେଉଛନ୍ତି । ଅଦାଲତଙ୍କ ନିର୍ଦ୍ଦେଶକୁ ମଧ୍ୟ ପାଳନ କରାଯାଉନାହିଁ । ଏହା ବିରୋଧରେ ଆମେ ଏକ୍‌ଜୁଟ ହୋଇ ରାସ୍ତାକୁ...

ୟୁପି ସରକାରଙ୍କ କୃଷକ ଦୁର୍ଘଟଣା କଲ୍ୟାଣ ଯୋଜନାରେ ଭିନ୍ନକ୍ଷମତା ପାଇଁ ୫ ଲକ୍ଷ

ଯୋଜନା ସମ୍ପୂର୍ଣ୍ଣ ଅନଲାଇନ୍ ହେବା ପରେ କୃଷକମାନଙ୍କୁ ଆଉ ବାରମ୍ବାର ତହସିଲ୍ କିମ୍ବା ଜିଲ୍ଲା କାର୍ଯ୍ୟାଳୟକୁ ଦୌଡ଼ିବାକୁ ପଡ଼ିବ ନାହିଁ, ଯାହାଫଳରେ ଦୁର୍ନୀତିର ସମ୍ଭାବନା ହ୍ରାସ ପାଇବ । ଏହି ପୋର୍ଟାଲ୍ ମାଧ୍ୟମରେ ଆବେଦନ...

ଦିବ୍ୟାଙ୍ଗଜନ ବଜେଟ୍ ବିକୃତ ନ ହେଉ

ଏହାକୁ ଦୃଷ୍ଟିରେ ରଖି ଆଗାମୀ ବଜେଟ୍ ରେ ଏଥିପାଇଁ ଯଥେଷ୍ଟ ଅଧିକ ପ୍ରାବଧାନ ରଖିବା ସହ ଏହାର ସମୟାନୁଯାୟୀ ଓ ସାର୍ଥକ ବିନିଯୋଗ ଉପରେ ସରକାର ପ୍ରାଧାନ୍ୟ ଦେବା ଉଚିତ୍ । ଦିବ୍ୟାଂଗଜନ ବଜେଟ୍‌କୁ...

କେନ୍ଦ୍ରୀୟ ବଜେଟ୍‌ରେ ଦିବ୍ୟାଙ୍ଗ ଭାଗ : କମ୍ ତରଙ୍ଗ ବେଶୀ ନିସ୍ତରଙ୍ଗ

ମୋଟ୍ ଉପରେ ଦେଖିବାକୁ ଗଲେ ଚଳିତ କେନ୍ଦ୍ରୀୟ ବଜେଟ୍ ୨୦୨୬-୨୭ର ଦିବ୍ୟାଙ୍ଗ ବର୍ଗଙ୍କ ପ୍ରତି ପ୍ରଭାବ ମୁଖ୍ୟତଃ ପରୋକ୍ଷ । ଦିବ୍ୟାଙ୍ଗମାନଙ୍କ ପାଇଁ ଜରୁରୀ ରହିଥିବା ଆହ୍ୱାନପ୍ରଦ କ୍ଷେତ୍ରଗୁଡ଼ିକରେ ସୁନିର୍ଦ୍ଧିଷ୍ଟ ହସ୍ତକ୍ଷେପ ପରି ଯୋଜନାର...