ଅଟିଜିମ୍ ସ୍ପେକଟ୍ରମ୍ ଡିସଅର୍ଡର୍ (Autism Spectrum Disorder) ଏକ ସ୍ନାୟୁଗତ ବିକାଶ ଜନିତ ସ୍ଥିତି । ବିଗତ କିଛି ବର୍ଷ ମଧ୍ୟରେ ଅଟିଜିମ୍ ସମ୍ପର୍କରେ ସଚେତନତା ବୃଦ୍ଧି ପାଇଥିଲେ ମଧ୍ୟ, ବର୍ତ୍ତମାନ ସମୟରେ ଏହି କ୍ଷେତ୍ରରେ କିଛି ଜଟିଳ ତଥା ନୂତନ ଆହ୍ୱାନ ଦେଖାଦେଇଛି ।
ଅଟିଜିମ୍ ସ୍ପେକଟ୍ରମ୍ ଡିସଅର୍ଡର୍ (Autism Spectrum Disorder) ଏକ ସ୍ନାୟୁଗତ ବିକାଶ ଜନିତ ସ୍ଥିତି । ବିଗତ କିଛି ବର୍ଷ ମଧ୍ୟରେ ଅଟିଜିମ୍ ସମ୍ପର୍କରେ ସଚେତନତା ବୃଦ୍ଧି ପାଇଥିଲେ ମଧ୍ୟ, ବର୍ତ୍ତମାନ ସମୟରେ ଏହି କ୍ଷେତ୍ରରେ କିଛି ଜଟିଳ ତଥା ନୂତନ ଆହ୍ୱାନ ଦେଖାଦେଇଛି ।
ଏହି ନୂତନ ସମସ୍ୟାଗୁଡ଼ିକ ମୁଖ୍ୟତଃ ନିମ୍ନଲିଖିତ କ୍ଷେତ୍ରରେ ପରିଲକ୍ଷିତ ହେଉଛି:
ବୟସ୍କ ଅଟିଜିମ୍ ବ୍ୟକ୍ତିଙ୍କ ଭବିଷ୍ୟତ: ପୂର୍ବରୁ କେବଳ ଶିଶୁମାନଙ୍କ ଚିହ୍ନଟ ଉପରେ ଗୁରୁତ୍ୱ ଦିଆଯାଉଥିଲା। କିନ୍ତୁ ବର୍ତ୍ତମାନ ପିଲାମାନେ ବଡ଼ ହେବା ପରେ ସେମାନଙ୍କ ନିଯୁକ୍ତି ଏବଂ ସ୍ୱାଧୀନ ଜୀବନଯାପନ ଏକ ବଡ଼ ସମସ୍ୟା ପାଲଟିଛି। ଶିକ୍ଷା ସମାପ୍ତ ପରେ ଉପଯୁକ୍ତ ଚାକିରି ନ ମିଳିବା ଏବଂ ବୃଦ୍ଧ ବାପାମାଆଙ୍କ ମନରେ “ଆମ ଅନ୍ତେ ପିଲାର ଯତ୍ନ କିଏ ନେବ?” ବୋଲି ପ୍ରଶ୍ନ ଉଙ୍କି ମାରୁଛି।
ଡ଼. ଇପ୍ସିତା ବେହେରା, ବିଓଟି, ଏମଓଟି (ବିକାଶଗତ ଭିନ୍ନକ୍ଷମତା)
ପ୍ରତିଷ୍ଠାତା ଓ ବରିଷ୍ଠ ଅକ୍ୟୁପେସନାଲ ଥେରାପିଷ୍ଟ: ବିହଙ୍ଗ ପେଡିଆଟ୍ରିକ୍ ସେଣ୍ଟର, ବାଙ୍ଗାଲୋର
ମାନସିକ ସ୍ୱାସ୍ଥ୍ୟ ସମସ୍ୟା: ଅଟିଜିମ୍ ଥିବା ବ୍ୟକ୍ତିମାନଙ୍କ ମଧ୍ୟରେ ଅନ୍ୟାନ୍ୟ ମାନସିକ ରୋଗ ଯେପରିକି ଉତ୍କଣ୍ଠା (Anxiety) ଏବଂ ଅବସାଦ (Depression) ର ମାତ୍ରା ବୃଦ୍ଧି ପାଉଛି। ସାମାଜିକ ମିଳାମିଶାରେ ଅସୁବିଧା ହେତୁ ସେମାନେ ନିଜକୁ ଏକାକୀ ଅନୁଭବ କରୁଛନ୍ତି।
ଡିଜିଟାଲ୍ ଆସକ୍ତି: ଆଜିକାଲିର ଡିଜିଟାଲ୍ ଯୁଗରେ ଅତ୍ୟଧିକ ସ୍କ୍ରୀନ ବ୍ୟବହାର ପିଲାମାନଙ୍କ ସାମାଜିକ ଦକ୍ଷତା ବିକାଶରେ ବାଧା ସୃଷ୍ଟି କରୁଛି। ଏହା ସେମାନଙ୍କୁ ବାସ୍ତବ ଦୁନିଆରୁ ଦୂରେଇ ରଖୁଛି।
ଆର୍ଥିକ ବୋଝ ଓ ଗ୍ରାମାଞ୍ଚଳର ସମସ୍ୟା: ଓଡ଼ିଶାର ଗ୍ରାମାଞ୍ଚଳରେ ଏବେ ମଧ୍ୟ ଅଟିଜିମ୍କୁ ନେଇ ଅନେକ ଅନ୍ଧବିଶ୍ୱାସ ରହିଛି। ବିଶେଷଜ୍ଞ ଡାକ୍ତର ଓ ଥେରାପି ସେଣ୍ଟରର ଅଭାବ ଏବଂ ଚିକିତ୍ସାର ଅତ୍ୟଧିକ ଖର୍ଚ୍ଚ ମଧ୍ୟବିତ୍ତ ପରିବାର ପାଇଁ ଏକ ବଡ଼ ସମସ୍ୟା।
ପରିଶେଷରେ, କେବଳ ଚିକିତ୍ସା ନୁହେଁ, ବରଂ ସମାଜରେ ସେମାନଙ୍କୁ ଗ୍ରହଣ କରିବାର ମାନସିକତା ଏବଂ ‘ଅନ୍ତର୍ନିବେସୀ ଶିକ୍ଷା’ (Inclusive Education) ର ପ୍ରସାର ହିଁ ଏହି ସମସ୍ୟାର ମୁକାବିଲା କରିପାରିବ ।














