ଗୋଆ ସରକାର ଗୁରୁତର ଭିନ୍ନକ୍ଷମ ବର୍ଗର ବ୍ୟକ୍ତିବିଶେଷମାନଙ୍କ ନିମନ୍ତେ ଏକ ଆର୍ଥିକ ସହାୟତା ଯୋଜନା ପ୍ରଚଳନ କରିଛନ୍ତି । ଏହି ଯୋଜନାରେ ଉଚ୍ଚ-ସହାୟତା ଅକ୍ଷମତା ଥିବା ବ୍ୟକ୍ତିମାନଙ୍କୁ ଏକକାଳୀନ ସହାୟତା ରାଶି ଭାବରେ ୪୦,୦୦୦ ଟଙ୍କା ପ୍ରଦାନ କରାଯିବ ।
ଗୋଆ ସରକାର ଗୁରୁତର ଭିନ୍ନକ୍ଷମ ବର୍ଗର ବ୍ୟକ୍ତିବିଶେଷମାନଙ୍କ ନିମନ୍ତେ ଏକ ଆର୍ଥିକ ସହାୟତା ଯୋଜନା ପ୍ରଚଳନ କରିଛନ୍ତି । ଏହି ଯୋଜନାରେ ଉଚ୍ଚ-ସହାୟତା ଅକ୍ଷମତା ଥିବା ବ୍ୟକ୍ତିମାନଙ୍କୁ ଏକକାଳୀନ ସହାୟତା ରାଶି ଭାବରେ ୪୦,୦୦୦ ଟଙ୍କା ପ୍ରଦାନ କରାଯିବ । ଏହି ପଦକ୍ଷେପ ଘୋଷଣା କରି ଭିନ୍ନକ୍ଷମ ବ୍ୟକ୍ତିଙ୍କ ସଶକ୍ତିକରଣ ବିଭାଗ ମନ୍ତ୍ରୀ ସୁଭାଷ ଫାଲ ଦେସାଇ କହିଛନ୍ତି ଯେ ଗୁରୁତର ଅକ୍ଷମତା ଥିବା ବ୍ୟକ୍ତିମାନଙ୍କ ପରିବାର ଉପରେ ଆର୍ଥିକ ବୋଝ କମ୍ କରିବା ପାଇଁ ପ୍ରସ୍ତୁତ କରାଯାଇଛି । ଯାହାଫଳରେ ପରିବାର ବର୍ଗଙ୍କ ସହଯୋଗ ଅତୁଟ ରହିପାରିବ ।
ପୁନଶ୍ଚ ମନ୍ତ୍ରୀ କହିଛନ୍ତି ଯେ ହିତାଧୁକାରୀମାନେ ଏହି ପାଣ୍ଠି ସହାୟକ ଉପକରଣ କିଣିବା ପାଇଁ କିମ୍ବା ଶିକ୍ଷାଗତ ଏବଂ ବୃଭିଗତ ତାଲିମର ଆବଶ୍ୟକତା ପାଇଁ ବ୍ୟବହାର କରିପାରିବେ। ଏକମାତ୍ର ସର୍ଭ ହେଉଛି ଆବେଦନକାରୀମାନେ ବାର୍ଷିକ ୮ ଲକ୍ଷ ଟଙ୍କାରୁ କମ୍ ରୋଜଗାର କରୁଥିବା ପରିବାରର ଏବଂ ଗୋଆର ବାସିନ୍ଦା ହେବା ଆବଶ୍ୟକ । ଆବେଦନ କରିବା ପାଇଁ, ପିତାମାତା କିମ୍ବା ଅଭିଭାବକମାନଙ୍କୁ ଉତ୍ତର ଗୋଆ ଜିଲ୍ଲା ହସ୍ପିଟାଲ, ଦକ୍ଷିଣ ଗୋଆ ଜିଲ୍ଲା ହସ୍ପିଟାଲରୁ ‘ଉଚ୍ଚ-ସହାୟତା ଆବଶ୍ୟକତା ପ୍ରମାଣପତ୍ର’ ଆଣିବାକୁ ପଡିବ ।
ସେ ପୁଣି କହିଛନ୍ତି ଯେ ଅନ୍ୟ ଯୋଜନା ଅନୁଯାୟୀ ନ୍ସିଲଚେୟାର କିମ୍ବା ମାସିକ ପେନସନ୍ ସହାୟତାର ପୂର୍ବ ହିତାଧିକାରୀମାନେ ମଧ୍ୟ ଏହି ଯୋଜନା ପାଇଁ ଯୋଗ୍ୟ ହୋଇପାରିବେ । “ଉଚ୍ଚ-ସହାୟତା ଆବଶ୍ୟକ କରୁଥିବା ବେଞ୍ଚମାର୍କ ଅକ୍ଷମତା ଥିବା ବ୍ୟକ୍ତିମାନେ ପାଞ୍ଚ ବର୍ଷ ମଧ୍ୟରେ ୪୦,୦୦୦ ଟଙ୍କା ପାଇବେ “ଏବଂ ଆହୁରି କହିଛନ୍ତି, “ଯେକୌଣସି ଅପବ୍ୟବହାର କିମ୍ବା ମିଥ୍ୟା ଘୋଷଣା ପ୍ରମାଣିତ ହେଲେ ଏହି ସହାୟତା ବାତିଲ କରାଯିବା ସହ ପ୍ରଦତ୍ତ ରାଶି ପୁନରୁଦ୍ଧାର ହେବ । ଏହି ଯୋଜନା ପ୍ରତି ପାଞ୍ଚ ବର୍ଷରେ ଥରେ ଉପଲବ୍ଧ ହୋଇପାରିବ ।














