ଉଚ୍ଚ-ସହାୟତା ଅକ୍ଷମତା ଥିବା ବ୍ୟକ୍ତିମାନଙ୍କୁ ମିଳିବ ୪୦,୦୦୦ ଟଙ୍କାର ସହାୟତା

ଗୋଆ ସରକାର ଗୁରୁତର ଭିନ୍ନକ୍ଷମ ବର୍ଗର ବ୍ୟକ୍ତିବିଶେଷମାନଙ୍କ ନିମନ୍ତେ ଏକ ଆର୍ଥିକ ସହାୟତା ଯୋଜନା ପ୍ରଚଳନ କରିଛନ୍ତି । ଏହି ଯୋଜନାରେ ଉଚ୍ଚ-ସହାୟତା ଅକ୍ଷମତା ଥିବା ବ୍ୟକ୍ତିମାନଙ୍କୁ ଏକକାଳୀନ ସହାୟତା ରାଶି ଭାବରେ ୪୦,୦୦୦ ଟଙ୍କା ପ୍ରଦାନ କରାଯିବ ।

High-Support Disabled Persons to Receive ₹40,000 Assistance

ଗୋଆ ସରକାର ଗୁରୁତର ଭିନ୍ନକ୍ଷମ ବର୍ଗର ବ୍ୟକ୍ତିବିଶେଷମାନଙ୍କ ନିମନ୍ତେ ଏକ ଆର୍ଥିକ ସହାୟତା ଯୋଜନା ପ୍ରଚଳନ କରିଛନ୍ତି । ଏହି ଯୋଜନାରେ ଉଚ୍ଚ-ସହାୟତା ଅକ୍ଷମତା ଥିବା ବ୍ୟକ୍ତିମାନଙ୍କୁ ଏକକାଳୀନ ସହାୟତା ରାଶି ଭାବରେ ୪୦,୦୦୦ ଟଙ୍କା ପ୍ରଦାନ କରାଯିବ । ଏହି ପଦକ୍ଷେପ ଘୋଷଣା କରି ଭିନ୍ନକ୍ଷମ ବ୍ୟକ୍ତିଙ୍କ ସଶକ୍ତିକରଣ ବିଭାଗ ମନ୍ତ୍ରୀ ସୁଭାଷ ଫାଲ ଦେସାଇ କହିଛନ୍ତି ଯେ ଗୁରୁତର ଅକ୍ଷମତା ଥିବା ବ୍ୟକ୍ତିମାନଙ୍କ ପରିବାର ଉପରେ ଆର୍ଥିକ ବୋଝ କମ୍ କରିବା ପାଇଁ ପ୍ରସ୍ତୁତ କରାଯାଇଛି । ଯାହାଫଳରେ ପରିବାର ବର୍ଗଙ୍କ ସହଯୋଗ ଅତୁଟ ରହିପାରିବ ।

ପୁନଶ୍ଚ ମନ୍ତ୍ରୀ କହିଛନ୍ତି ଯେ ହିତାଧୁକାରୀମାନେ ଏହି ପାଣ୍ଠି ସହାୟକ ଉପକରଣ କିଣିବା ପାଇଁ କିମ୍ବା ଶିକ୍ଷାଗତ ଏବଂ ବୃଭିଗତ ତାଲିମର ଆବଶ୍ୟକତା ପାଇଁ ବ୍ୟବହାର କରିପାରିବେ। ଏକମାତ୍ର ସର୍ଭ ହେଉଛି ଆବେଦନକାରୀମାନେ ବାର୍ଷିକ ୮ ଲକ୍ଷ ଟଙ୍କାରୁ କମ୍ ରୋଜଗାର କରୁଥିବା ପରିବାରର ଏବଂ ଗୋଆର ବାସିନ୍ଦା ହେବା ଆବଶ୍ୟକ । ଆବେଦନ କରିବା ପାଇଁ, ପିତାମାତା କିମ୍ବା ଅଭିଭାବକମାନଙ୍କୁ ଉତ୍ତର ଗୋଆ ଜିଲ୍ଲା ହସ୍ପିଟାଲ, ଦକ୍ଷିଣ ଗୋଆ ଜିଲ୍ଲା ହସ୍ପିଟାଲରୁ ‘ଉଚ୍ଚ-ସହାୟତା ଆବଶ୍ୟକ‌ତା ପ୍ରମାଣପତ୍ର’ ଆଣିବାକୁ ପଡିବ ।

ସେ ପୁଣି କହିଛନ୍ତି ଯେ ଅନ୍ୟ ଯୋଜନା ଅନୁଯାୟୀ ନ୍ସିଲଚେୟାର କିମ୍ବା ମାସିକ ପେନସନ୍‌ ସହାୟତାର ପୂର୍ବ ହିତାଧିକାରୀମାନେ ମଧ୍ୟ ଏହି ଯୋଜନା ପାଇଁ ଯୋଗ୍ୟ ହୋଇପାରିବେ । “ଉଚ୍ଚ-ସହାୟତା ଆବଶ୍ୟକ କରୁଥିବା ବେଞ୍ଚମାର୍କ ଅକ୍ଷମତା ଥିବା ବ୍ୟକ୍ତିମାନେ ପାଞ୍ଚ ବର୍ଷ ମଧ୍ୟରେ ୪୦,୦୦୦ ଟଙ୍କା ପାଇବେ “ଏବଂ ଆହୁରି କହିଛନ୍ତି, “ଯେକୌଣସି ଅପବ୍ୟବହାର କିମ୍ବା ମିଥ୍ୟା ଘୋଷଣା ପ୍ରମାଣିତ ହେଲେ ଏହି ସହାୟତା ବାତିଲ କରାଯିବା ସହ ପ୍ରଦତ୍ତ ରାଶି ପୁନରୁଦ୍ଧାର ହେବ । ଏହି ଯୋଜନା ପ୍ରତି ପାଞ୍ଚ ବର୍ଷରେ ଥରେ ଉପଲବ୍ଧ ହୋଇପାରିବ ।

Share the post

Leave a Reply

Your email address will not be published. Required fields are marked *

ନାରୀ ଓ ଭିନ୍ନକ୍ଷମତା

ଭିନ୍ନକ୍ଷମ ନାରୀମାନଙ୍କ ପାଇଁ ଶିକ୍ଷା ଓ ନିଯୁକ୍ତି କେବଳ ଆୟର ଉତ୍ସ ନୁହେଁ, ବରଂ ସ୍ୱାଭିମାନ, ଆତ୍ମନିର୍ଭରତା ଓ ସାମାଜିକ ସ୍ୱୀକୃତିର ମାଧ୍ୟମ । ଯଥାଯଥ ପ୍ରଶିକ୍ଷଣ କୌଶଳର ବିକାଶ ଓ ସହାୟତା ମିଳିଲେ...

ନାରୀ ଓ ଅକ୍ଷମତା ସହ ସଂଘର୍ଷର ଏକ ଅକୁହା କାହାଣୀ

ଯେତେବେଳେ ଆମେ ସେମାନଙ୍କ ଅନ୍ତର୍ନିହିତ ଶକ୍ତିକୁ ସ୍ୱୀକୃତି ଦେବା, ସେତେବେଳେ ଯାଇ ଏକ ସମାନତା ଭିତ୍ତିକ ସମାଜ ଗଠନ ସମ୍ଭବ ହେବ । କାରଣ, ସେମାନଙ୍କ ସଫଳତା ପାଇଁ ଶାରୀରିକ ସକ୍ଷମତା ଅପେକ୍ଷା ମାନସିକ...

ଦିବ୍ୟାଙ୍ଗନା ରାଜଶ୍ରୀ – ଏକ ବିରଳ ସୃଜନ ପ୍ରତିଭା

କେହି ସହୃଦୟ ବ୍ୟକ୍ତି, ଅନୁଷ୍ଠାନ ଅଥବା ସରକାରୀ ଅନୁଷ୍ଠାନ ଏଥିପ୍ରତି ଦୃଷ୍ଟି ପ୍ରଦାନ କଲେ ଏବଂ ତାଙ୍କର ଅପ୍ରକାଶିତ ପାଣ୍ଡୁଲିପିଗୁଡ଼ିକ ପ୍ରକାଶ କଲେ, ସେଗୁଡ଼ିକ ଓଡ଼ିଆ ସାହିତ୍ୟ ପାଇଁ ଅମୂଲ୍ୟ ସମ୍ପଦ ହୁଅନ୍ତା ।

ହାଏ କୁଷ୍ଠ… ତଥାପି ଏକ ଆତଙ୍କ, ଦିନକୁ ଦିନ ବୃଦ୍ଧି ପାଉଛି ଗ୍ରେଡ୍-୨ ଅକ୍ଷମତା

କୁଷ୍ଠ ମୁକ୍ତ ପଥରେ ଏବେ ଭାରତ ଅଗ୍ରସର। ୨୦୨୭ ସୁଦ୍ଧା ଅନେକ କିଛି ହାସଲ କରିବାକୁ ଲକ୍ଷ୍ୟ ରଖାଯାଇଛି, କିନ୍ତୁ ଏହି ଲକ୍ଷ୍ୟ ପଥରେ ଏବେ ମଧ୍ୟ ଅନେକ ପ୍ରତିବନ୍ଧକ ରହିଛି।

ଆସୁଛି ୨୦୨୬-୨୭ ରାଜ୍ୟ ବଜେଟ୍, କେତେ ପୂରଣ ହେବ ଦିବ୍ୟାଙ୍ଗଙ୍କ ଆଶା ଓ ଆକାଂକ୍ଷା?

ଆଗାମୀ ରାଜ୍ୟ ବଜେଟ୍ ଏହି ବିଶାଳ ଦିବ୍ୟାଙ୍ଗ ବର୍ଗଙ୍କ ସ୍ୱାର୍ଥ ତଥା ଆଶା ଓ ଆକାଂକ୍ଷାକୁ ଧ୍ୟାନ ଦେବ ବୋଲି ଆଶା କରାଯାଏ। ସର୍ବୋପରି ଆର୍ଥିକ ଦୁର୍ବଳ ସ୍ତରରେ ରହିଯାଇଥିବା ଏହି ଜନସଂଖ୍ୟାର ସିଂହଭାଗ...