କର୍ପୋରେଟ୍ ସେକ୍ଟରରେ ଦିବ୍ୟାଙ୍ଗଙ୍କ ପ୍ରତିନିଧିତ୍ୱ ଅତ୍ୟନ୍ତ ନୈରାଶ୍ୟଜନକ

କମ୍ପାନୀମାନଙ୍କର ବାସ୍ତବ ଚିତ୍ର ଆକଳନ କଲେ ଜଣାପଡ଼େ ଯେ, ୧୮୪ଟି ସଂଗଠନ ପିଡବ୍ଲୁଡ଼ିଙ୍କ ଅଂଶଗ୍ରହଣ ବଢ଼ାଇଥିବା ବେଳେ ୨୪୭ଟି ସଂଗଠନରେ ନିଯୁକ୍ତି କମିଛି ଏବଂ ୨୧୨ଟି କମ୍ପାନୀରେ ଗତ ଦୁଇ ବର୍ଷ ଧରି ଜଣେ ହେଲେ ପିଡବ୍ଲୁଡ଼ି କର୍ମଚାରୀ ନାହାନ୍ତି।

ନିକଟରେ ଜାତୀୟ ସମ୍ବାଦପତ୍ର ‘ଦି ଇକୋନୋମିକ୍ସ ଟାଇମ୍ସ’ର କ୍ୟାରିଅର୍ ପୃଷ୍ଠାରେ ପ୍ରକାଶିତ ଏକ ଖବର, କର୍ପୋରେଟ୍ କ୍ଷେତ୍ରରେ ଦିବ୍ୟାଙ୍ଗମାନଙ୍କ ନିଯୁକ୍ତିଗତ ସ୍ଥିତିର ଏକ ଦୟନୀୟ ଚିତ୍ର ଉପସ୍ଥାପିତ କରିଛି । ଏକ କନ୍‌ସଲ୍‌ଟିଙ୍ଗ୍ ଫାର୍ମ ‘ମାର୍ଚ୍ଚିଂ ଶିପ୍‌’ର ‘ଇନ୍‌କ୍ଲୁଜନ୍ ଇଣ୍ଡେକ୍ସ ୨୦୨୫’ ଅନୁସାରେ, ଭାରତୀୟ କର୍ପୋରେଟ୍ ଜଗତରେ ପିଡବ୍ଲୁଡ଼ି (ଭିନ୍ନକ୍ଷମ ବ୍ୟକ୍ତି)ଙ୍କ ପ୍ରତିନିଧିତ୍ୱ ୧% ରୁ ମଧ୍ୟ କମ୍ ବୋଲି ତଥ୍ୟ ପ୍ରକାଶ ପାଇଛି । 

ଏହା ଯେତିକି ନିରୁତ୍ସାହଜନକ, ସେତିକି ପରିମାଣରେ ଏହି କ୍ଷେତ୍ରରେ ଭିନ୍ନକ୍ଷମଙ୍କ ଦୟନୀୟ ଉପସ୍ଥିତିକୁ ସୂଚିତ କରୁଛି।

୮୭୬ଟି କମ୍ପାନୀ ଉପରେ କରାଯାଇଥିବା ସର୍ଭେରୁ ଜଣାପଡ଼ିଛି ଯେ, ମାତ୍ର ୩୩,୮୪୧ ଜଣ ପିଡବ୍ଲୁଡ଼ି ନିଯୁକ୍ତ ଅଛନ୍ତି, ଯାହା ସେମାନଙ୍କ ସାମଗ୍ରିକ ପ୍ରତିନିଧିତ୍ୱର ମାତ୍ର ୦.୬୫% । ଏମାନଙ୍କ ମଧ୍ୟରୁ ଅଧିକାଂଶ (ପ୍ରାୟ ୭୨%) ସରକାରୀ କ୍ଷେତ୍ରରେ କାର୍ଯ୍ୟରତ ।

ସାରାଂଶ:-

ମାର୍ଚ୍ଚିଂ ଶିପ୍‌ଦ୍ୱାରା ପ୍ରକାଶିତ ‘ପିଡବ୍ଲୁଡ଼ି ଇନ୍‌କ୍ଲୁଜନ୍ ଇଣ୍ଡେକ୍ସ ୨୦୨୫’ ରିପୋର୍ଟ ଅନୁସାରେ, ଭାରତର ତାଲିକାଭୁକ୍ତ କମ୍ପାନୀଗୁଡ଼ିକ ମଧ୍ୟରୁ ୩୭.୯% କମ୍ପାନୀରେ କୌଣସି ଭିନ୍ନକ୍ଷମ ବ୍ୟକ୍ତି ସ୍ଥାୟୀ ଭାବେ ନିଯୁକ୍ତ ନାହାନ୍ତି । ସମଗ୍ର କର୍ପୋରେଟ୍ ଭାରତରେ ପିଡବ୍ଲୁଡ଼ିମାନଙ୍କର ପ୍ରତିନିଧିତ୍ୱ ୧% ରୁ କମ୍ ରହିଛି ।

“ଭିନ୍ନକ୍ଷମ ବ୍ୟକ୍ତିମାନଙ୍କୁ କେବଳ ପ୍ରତୀକାତ୍ମକ ଉଲ୍ଲେଖ ବା ଏକ ଚେକ୍‌ବକ୍ସ ଭାବରେ ନୁହେଁ, ବରଂ ଆମ ସଂଗଠନ ଓ ସମାଜରେ ସଠିକ୍ ସ୍ଥାନ ମିଳିବା ଦରକାର । ତଥ୍ୟ ଦର୍ଶାଉଛି ଯେ ଆମେ ସମାବେଶୀକରଣ ଦିଗରେ କିଛି ଅଗ୍ରଗତି କରୁଛୁ, କିନ୍ତୁ ଆମକୁ ଏହାର ଗତି ବଢ଼ାଇବାକୁ ହେବ,” ବୋଲି ମାର୍ଚ୍ଚିଂ ଶିପ୍‌ର ସଂସ୍ଥାପକ ଓ ମୁଖ୍ୟ କାର୍ଯ୍ୟନିର୍ବାହୀ ସୋନିକା ଆରୋନ ପ୍ରେସ୍ ବିଜ୍ଞପ୍ତିରେ କହିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି ଯେ, ଭିନ୍ନକ୍ଷମ ବ୍ୟକ୍ତିଙ୍କ ପ୍ରତିନିଧିତ୍ୱ “୧% ରୁ କମ୍” ରହିବା ଏବଂ ଯୋଗ୍ୟତା ଥିବା ଲୋକଙ୍କ ପାଇଁ ସୀମିତ କ୍ୟାରିଅର୍ ସୁଯୋଗ, ସରକାରଙ୍କ ଉଦ୍ଦେଶ୍ୟ ଓ ପରିଣାମ ମଧ୍ୟରେ ଥିବା ବଡ଼ ବ୍ୟବଧାନକୁ ପ୍ରକାଶ କରୁଛି ।

ଏହି ଅଧ୍ୟୟନ ସ୍ପଷ୍ଟ ଭାବରେ ଦର୍ଶାଇଛି ଯେ ସରକାରୀ ଓ ବେସରକାରୀ କ୍ଷେତ୍ରର କାର୍ଯ୍ୟଦକ୍ଷତାରେ ବଡ଼ ପ୍ରଭେଦ ରହିଛି।

ସମସ୍ତ ପିଡବ୍ଲୁଡ଼ି କର୍ମଚାରୀଙ୍କ ସଂଖ୍ୟାର ୭୨% ସରକାରୀ ଉଦ୍ୟୋଗ କ୍ଷେତ୍ରରେ ନିଯୁକ୍ତ । ଆର୍ଥିକ ବର୍ଷ ୨୦୨୫ରେ ସରକାରୀ କ୍ଷେତ୍ରରେ ୨୬,୪୧୮ ଜଣ ପିଡବ୍ଲୁଡ଼ି ନିଯୁକ୍ତ ହୋଇଥିବା ବେଳେ ବେସରକାରୀ କ୍ଷେତ୍ରରେ ଏହି ସଂଖ୍ୟା ମାତ୍ର ୧୨,୩୨୪ ।

ବେସରକାରୀ କ୍ଷେତ୍ର ଚଳିତ ବର୍ଷ ପିଡବ୍ଲୁଡ଼ି ନିଯୁକ୍ତିରେ ୫.୨୭% ବୃଦ୍ଧି ଦେଖାଇଥିଲେ ମଧ୍ୟ ସାମଗ୍ରିକ ସଂଖ୍ୟା ସରକାରୀ ସଂସ୍ଥା (ପିଏସୟୁ ) ଠାରୁ ବହୁ ପଛରେ ଅଛି, ଯେଉଁଠାରେ ପିଡବ୍ଲୁଡ଼ି କର୍ମଚାରୀ ସଂଖ୍ୟାରେ କେବଳ ୧.୬୬% ବୃଦ୍ଧି ହୋଇଛି।

କମ୍ପାନୀମାନଙ୍କର ବାସ୍ତବ ଚିତ୍ର ଆକଳନ କଲେ ଜଣାପଡ଼େ ଯେ, ୧୮୪ଟି ସଂଗଠନ ପିଡବ୍ଲୁଡ଼ିଙ୍କ ଅଂଶଗ୍ରହଣ ବଢ଼ାଇଥିବା ବେଳେ ୨୪୭ଟି ସଂଗଠନରେ ନିଯୁକ୍ତି କମିଛି ଏବଂ ୨୧୨ଟି କମ୍ପାନୀରେ ଗତ ଦୁଇ ବର୍ଷ ଧରି ଜଣେ ହେଲେ ପିଡବ୍ଲୁଡ଼ି କର୍ମଚାରୀ ନାହାନ୍ତି।

ଏହା ନିଯୁକ୍ତି ଓ ଧାରଣ ପ୍ରକ୍ରିୟାରେ ଚାଲୁଥିବା ଗଭୀର ପ୍ରଣାଳୀଗତ ବାଧାକୁ ସ୍ପଷ୍ଟ କରୁଛି ।

ମ୍ୟାଜିକ୍ ନମ୍ବର:-

ଯେଉଁ କମ୍ପାନୀମାନେ ଅତିକମ୍ ରେ ୧୦ ଜଣ ପିଡବ୍ଲୁଡ଼ି କର୍ମଚାରୀ ନିଯୁକ୍ତ କରନ୍ତି, ସେଠାରେ କାର୍ଯ୍ୟସ୍ଥଳର ସ୍ଥିରତା ଓ କର୍ମଚାରୀ ଧାରଣା କ୍ଷମତା ଅଧିକ ଭଲ ଦେଖାଯାଏ। ରିପୋର୍ଟ ଏହାକୁ “ମ୍ୟାଜିକ୍ ନମ୍ବର” ଭାବେ ବର୍ଣ୍ଣନା କରିଛି, ଯେଉଁ ସ୍ତରରେ ପହଞ୍ଚିଲେ କାର୍ଯ୍ୟସ୍ଥଳର ସମାବେଶୀ ପରିବେଶ ସ୍ୱୟଂଚାଳିତ ଭାବେ ବଜାୟ ରହିଥାଏ ।

ଦାନଶୀଳତା ପରିବର୍ତ୍ତେ ଅଧିକାରଭିତ୍ତିକ ଦୃଷ୍ଟିକୋଣ:-

ଆରୋନ୍ କହିଛନ୍ତି ଯେ, “କେବଳ ଦୟା ବା ଦାନଶୀଳତା ଭାବନା ପିଡବ୍ଲୁଡ଼ିମାନଙ୍କ ପାଇଁ ସଠିକ୍ ସମାବେଶ ପ୍ରସ୍ତୁତ କରିବାକୁ ପର୍ଯ୍ୟାପ୍ତ ନୁହେଁ ।” ଭିନ୍ନକ୍ଷମତାକୁ ଦୟାର ବିଷୟ ଭାବେ ନୁହେଁ, ବରଂ ପ୍ରତିଭା ବିକାଶର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ ଭାବେ ଦେଖିବା ଆବଶ୍ୟକ। ଭବିଷ୍ୟତର କାର୍ଯ୍ୟଜଗତରେ ସଠିକ୍ ସମାବେଶ ତେବେ ସମ୍ଭବ, ଯଦି ଆମେ ପ୍ରତିଦିନ ସଚେତନ ଭାବରେ ପିଡବ୍ଲୁଡ଼ିମାନଙ୍କୁ ସାମିଲ କରିବାକୁ ନିଷ୍ପତ୍ତି ନେବୁ।

ପିଡବ୍ଲୁଡ଼ି କର୍ମଚାରୀମାନଙ୍କ ଅନୁଭୂତି ଅଧ୍ୟୟନ: –

ସର୍ବେକ୍ଷଣ କରାଯାଇଥିବା ପିଡବ୍ଲୁଡ଼ିମାନଙ୍କ ମତାମତରୁ ଜଣାପଡେ଼ ୭୩% ପିଡବ୍ଲୁଡ଼ି କର୍ମଚାରୀମାନେ କରିଛନ୍ତି ଯେ ସେମାନେ ସମାନ କାମ ପାଇଁ ସମାନ ଦରମା ପାଉନାହାନ୍ତି ।

୬୮% କହିଛନ୍ତି ଯେ ତାଙ୍କର କାର୍ଯ୍ୟସ୍ଥଳ ପର୍ଯ୍ୟାପ୍ତ ଭାବେ ସୁଗମଯୋଗ୍ୟ ନୁହେଁ ।

ଅନେକ ପିଡବ୍ଲୁଡ଼ି କହିଛନ୍ତି ଯେ ଶିକ୍ଷା ବା ଯୋଗ୍ୟତା ଥିଲେ ମଧ୍ୟ ସେମାନଙ୍କୁ କେବଳ ନିମ୍ନସ୍ତରୀୟ କାମରେ ସୀମିତ ରଖାଯାଉଛି । ଅଦୃଶ୍ୟ ଭିନ୍ନକ୍ଷମତା ଥିବା ଲୋକମାନେ ଅଧିକ ଅବହେଳିତ ହେଉଛନ୍ତି ଏବଂ ନିଯୁକ୍ତି ପ୍ରକ୍ରିୟାର ପୂର୍ବାଗ୍ରହ ଓ ଅଜ୍ଞତାକାରଣରୁ ଅନେକ ପ୍ରାର୍ଥୀ ଆରମ୍ଭରୁ ବାହାର ହୋଇଯାନ୍ତି ।

ସଂଗଠନ ଗଠନରେ ପିଡବ୍ଲୁଡ଼ିଙ୍କ ସ୍ଥାନ:-

ରିପୋର୍ଟ ଅନୁସାରେ, ପିଡବ୍ଲୁଡ଼ି କର୍ମଚାରୀମାନେ ଅଧିକାଂଶ ସମୟ ସଂଗଠନର ନିମ୍ନସ୍ତରରେ କେନ୍ଦ୍ରୀଭୂତ ହୋଇ ରହୁଛନ୍ତି । ମାର୍ଚ୍ଚିଂ ଶିପ୍‌ ଏହାକୁ “ପିଡବ୍ଲୁଡ଼ି ପିରାମିଡ୍” ବୋଲି ବର୍ଣ୍ଣନା କରିଛି । ପ୍ରବନ୍ଧନ ବା ଉଚ୍ଚପଦରେ ପିଡବ୍ଲୁଡ଼ିଙ୍କ ପ୍ରତିନିଧିତ୍ୱ ଅତ୍ୟନ୍ତ ନଗଣ୍ୟ । ଅଧିକାଂଶ ନିଯୁକ୍ତି କେବଳ ବ୍ଲୁ-କଲାର୍ କାମରେ ସୀମିତ ଥିବା ବେଳେ ହ୍ୱାଇଟ୍-କଲାର୍ ଉଚ୍ଚପଦବୀରେ ସେମାନଙ୍କ ଉପସ୍ଥିତି ଅତି କମ୍ ।

Share the post

Leave a Reply

Your email address will not be published. Required fields are marked *

କିପରି ବୁଝିବା ହୃଦ୍ ରୋଗ ଓ ମେରୁଦଣ୍ଡର ଯତ୍ନ?

ହୃଦଘାତ ସାଂପ୍ରତିକ ମଣିଷକୁ ବର୍ତ୍ତମାନ ସବୁଠାରୁ ଆତଙ୍କଗ୍ରସ୍ତ କରି ରଖିଥିବା ଅପ୍ରତ୍ୟାଶିତ ରୋଗ ରୂପେ ପରିଗଣିତ । କେବଳ ସାଧାରଣ ଲୋକ ନୁହଁନ୍ତି ଅଧିକନ୍ତୁ, ଅନ୍ୟ ଯେକୌଣସି ରୋଗ ଦ୍ୱାରା କବଳିତ ବା ଅର୍ଦ୍ଧ...

ଅଟିଜିମ୍ ର ବିଜୟୀ ବୀର ସାର୍ଥକର ସାର୍ଥକତା

ଅଟିଜିମ୍, ଏଡ଼ି ଏଚ୍ ଡି, ଏଏସ୍ଡ଼ି, ଡାଉନ୍ ସିନଡ୍ରମ୍ ସେରେବ୍ରାଲ ପାଲସି ଏସବୁ ଶବ୍ଦ ଶିଶୁ କ୍ଷେତ୍ରରେ ଏକ ବ୍ୟତିକ୍ରମ ଏବଂ ଶୁଣିଲା ବେଳେ ମନ ଭିତରେ ଅନେକ ଦ୍ୱନ୍ଦ୍ୱ, ନିରାଶ ଭାବନା ଓ...

କିପରି ସରଳ ଭାବରେ ବୁଝିବା ଅଟିଜିମ୍?

ଅଟିଜିମ୍ ଆକ୍ରାନ୍ତ ପିଲାମାନେ ସୁସ୍ଥ ସବଳ ଦେଖାଯାଇଥାଆନ୍ତି; ମାତ୍ର ମସ୍ତିଷ୍କର (ସ୍ନାୟୁ-ନ୍ୟୁରୋଲୋଜିକାଲ୍) ଗଠନ ବା ଆଘାତ ହେତୁ ଏବଂ କେତେକ ବିଶେଷ ଅସୁବିଧା କାରଣରୁ ସେମାନଙ୍କଠାରେ ଅକ୍ଷମତା ଦେଖାଦେଇଥାଏ । ମସ୍ତିଷ୍କର ସ୍ନାୟବିକ ଅସୁବିଧା...

କ୍ରୀଡା କ୍ଷେତ୍ରରେ ବି କମ୍ ନୁହଁନ୍ତି ଦିବ୍ୟାଙ୍ଗ ନାରୀ

ଇଚ୍ଛାଶକ୍ତି ଓ ଦୃଢ଼ ମନୋବଳ ଦ୍ୱାରା ଅସମ୍ଭବ ସମ୍ଭବରେ ପରିଣତ ହୋଇପାରେ । ଏହାର ଜ୍ୱଳନ୍ତ ପ୍ରମାଣ ସି୍ରା ପ୍ରିୟଦର୍ଶିନୀଙ୍କଠାରେ ଦେଖିବାକୁ ମିଳିଛି । ସମାଜ ଆଖିରେ ଭିନ୍ନକ୍ଷମ ଦୃଷ୍ଟିକୋଣକୁ ଭୁଲ ପ୍ରମାଣିତ କରିାରିଛନ୍ତି...

ବୀରତ୍ୱରେ ପଛରେ ନାହାନ୍ତି ଦିବ୍ୟାଙ୍ଗ, ହାତ ଗୋଡ ନ ଥାଇବି ଲଢ଼ିପାରନ୍ତି ଯୁଦ୍ଧ

ଶୁଣିଲେ କାନକୁ ଅବିଶ୍ୱାସ ଲାଗିପାରେ ! ମାତ୍ର ଦେଶପ୍ରେମ ଆଗରେ ନିଜର ଯନ୍ତ୍ରଣା ଓ ଅସାମର୍ଥ୍ୟତାକୁ ଯୁଦ୍ଧଯଜ୍ଞରେ ଆହୂତି ଦେଇ ଅଶ୍ରୁତପୂର୍ବ ସାହସର ନିଦର୍ଶନ ଦେଖାଇଛନ୍ତି ୟୁକ୍ରେନ ସୈନ୍ୟ । ଯୁଦ୍ଧରେ ଆହତ କିଛି...