ଭିନ୍ନକ୍ଷମତା ଆଧାରରେ ହୋଇପାରୁନି ପଦବୀ ବର୍ଗୀକରଣ: ଅନିଶ୍ଚିତତାରେ ନିଯୁକ୍ତି ଓ ପଦୋନ୍ନତି

କେବଳ ସରକାରଙ୍କ ଆନ୍ତରିକତା ଅଭାବ ଯୋଗୁଁ ଓଡ଼ିଶାର ଲକ୍ଷାଧିକ ଭିନ୍ନକ୍ଷମ ନିଜ ଅଧିକାରରୁ ବଞ୍ଚିତ ହେଉଛନ୍ତି । ଅଦାଲତଙ୍କ ନିର୍ଦ୍ଦେଶକୁ ମଧ୍ୟ ପାଳନ କରାଯାଉନାହିଁ । ଏହା ବିରୋଧରେ ଆମେ ଏକ୍‌ଜୁଟ ହୋଇ ରାସ୍ତାକୁ ଓହ୍ଲାଇବୁ । ଆମର ସାମ୍ବିଧାନିକ ଅଧିକାରକୁ ଆଉ କ୍ଷୁର୍ଣ୍ଣ ହେବାକୁ ଦେବୁ ନାହିଁ ।

ଅନ୍ୟମାନଙ୍କ ଭଳି ଭିନ୍ନକ୍ଷମମାନଙ୍କର ମଧ୍ୟ ସାମ୍ବିଧାନିକ ଅଧିକାର ରହିଛି । ସରକାରୀ ଚାକିରିରେ ସଂରକ୍ଷଣ ଦେବା ପାଇଁ ନିୟମ ରହିଛି ଏବଂ ଏଥିପାଇଁ ନ୍ୟାୟାଳୟଙ୍କ ଆଦେଶ ବି ରହିଛି । କିନ୍ତୁ ବିଗତ ୧୦ ବର୍ଷ ହେଲା ଭିନ୍ନକ୍ଷମଙ୍କୁ ନ୍ୟାୟ ଦେବା ପାଇଁ ନା ସରକାର ନା ଅମଲାତନ୍ତ୍ର କାହାରି ପାଖରେ ଆନ୍ତରିକତା ଦେଖାଯାଉନାହିଁ । ଏପରି ସ୍ଥିତିରେ କେନ୍ଦ୍ର ସରକାରଙ୍କ ଏକ ଚିଠି ଅଡୁଆ ସ୍ଥିତି ସୃଷ୍ଟି କରିଛି । ଓଡ଼ିଶା ସରକାର କେତେଜଣ ଭିନ୍ନକ୍ଷମଙ୍କୁ ସଂରକ୍ଷିତ ଆସନରେ ନିଯୁକ୍ତି ଦେଇଛନ୍ତି ଏବଂ ସେମାନଙ୍କ ମଧ୍ୟରୁ କେତେଜଣ କେଉଁ ବିଭାଗରେ କାମ କରୁଛନ୍ତି, ତାହାର ବିବରଣୀ କେନ୍ଦ୍ର ମାଗିଛନ୍ତି । ସରକାର ଉତ୍ତର ଦେଲେ କେନ୍ଦ୍ର ସରକାର ତାହା ଉପରେ ତର୍ଜମା କରିବେ । କେନ୍ଦ୍ରର ଏପରି ପ୍ରଶ୍ନକୁ ନେଇ ଏବେ ରାଜ୍ୟ ସରକାରଙ୍କ ଅଧିକାଂଶ ବିଭାଗ ଅକଳରେ ପଡ଼ିଛନ୍ତି । ଭିନ୍ନକ୍ଷମ ଅଧିକାର ଆଇନ -୨୦୧୬ ପ୍ରଚଳନ ପରଠାରୁ ଯୋଗ୍ୟ ପ୍ରାର୍ଥୀଙ୍କ ପାଇଁ ସିଧାସଳଖ ସରକାରୀ ନିଯୁକ୍ତିରେ ୪ ପ୍ରତିଶତ ଏବଂ ପଦୋନ୍ନତିରେ ୪ ପ୍ରତିଶତ ସଂରକ୍ଷଣ ସୁନିଶ୍ଚିତ କରାଯାଇଛି । କିନ୍ତୁ ପଦୋନ୍ନତି ତ ଦୂରର କଥା; ଏପର୍ଯ୍ୟନ୍ତ ନୂଆ ନିଯୁକ୍ତିରେ ମଧ୍ୟ ସଂରକ୍ଷଣ ବ୍ୟବସ୍ଥା ସଠିକ୍ ଭାବେ ଲାଗୁ କରାଯାଇପାରିନାହିଁ ।

ବିଭିନ୍ନ ବର୍ଗର ଭିନ୍ନକ୍ଷମ ବ୍ୟକ୍ତି କେଉଁ ପ୍ରକାର ପଦବୀରେ କାର୍ଯ୍ୟ କରିପାରିବେ, ତାହାର ଏକ ବର୍ଗୀକୃତ ତାଲିକା ପ୍ରକାଶ କରିବା ଜରୁରୀ । ଏଥିପାଇଁ ଏକ ବିଶେଷଜ୍ଞ କମିଟି ଗଠନ କରିବାକୁ ନିର୍ଦ୍ଦେଶ ରହିଛି । ହେଲେ ୧୦ ବର୍ଷ ଭିତରେ ବିଭାଗଗୁଡ଼ିକରେ ନିଯୁକ୍ତି ସମୟରେ ଆବଶ୍ୟକୀୟ ସଂରକ୍ଷିତ ପଦବୀ ସୃଷ୍ଟି ହୋଇପାରିନାହିଁ । ଦୃଷ୍ଟିହୀନ, ମୂକ ଓ ବଧିରଙ୍କ ଭଳି ଭିନ୍ନକ୍ଷମଙ୍କ ପାଇଁ କାର୍ଯ୍ୟ ଚିହ୍ନଟ ହୋଇପାରୁନାହିଁ । କେବଳ ବାହାନା ଦେଖାଇ ଏହାକୁ କରାଯାଉନାହିଁ ବୋଲି ଅଭିଯୋଗ ହେଉଛି ।

୧୯ ରାଜ୍ୟରେ ମିଳୁଛି ପଦୋନ୍ନତି, ଓଡ଼ିଶାରେ ନାହିଁ –

ଭିନ୍ନକ୍ଷମଙ୍କ ପାଇଁ ସଂରକ୍ଷିତ ପଦବୀରେ ନିଯୁକ୍ତି ପାଇଁ ଦୀର୍ଘ ବର୍ଷର ଦାବି ସତ୍ତ୍ୱେ ଏଥିପ୍ରତି ସରକାରଙ୍କ ଆଭିମୁଖ୍ୟ ବଦଳି ନାହିଁ । ସେମାନଙ୍କୁ ସଂରକ୍ଷଣ ଦେବା ପାଇଁ ସୁପ୍ରିମ୍‌କୋର୍ଟଙ୍କ ଠାରୁ ଆରମ୍ଭ କରି ଓଡ଼ିଶା ହାଇକୋର୍ଟଙ୍କ ପର୍ଯ୍ୟନ୍ତ ସମସ୍ତଙ୍କର ସ୍ପଷ୍ଟ ନିର୍ଦ୍ଦେଶ ରହିଛି । ଏହାକୁ ସରକାର ମାନୁ ନଥିବାରୁ ଅଦାଲତ ଅବମାନନା ମାମଲା ମଧ୍ୟ ରୁଜୁ ହୋଇଛି । ୨୦୨୩ରେ ଓଡ଼ିଶା ହାଇକୋର୍ଟ ଏକ ମାମଲାର ବିଚାର କରି ୬ ମାସ ମଧ୍ୟରେ ପଦବୀ ବର୍ଗୀକରଣ ଏବଂ ବର୍ଷକ ମଧ୍ୟରେ ସମସ୍ତ ସଂରକ୍ଷିତ ପଦବୀରେ ଭିନ୍ନକ୍ଷମଙ୍କୁ ନିଯୁକ୍ତି ଦେବା ପାଇଁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଥିଲେ । କିନ୍ତୁ ତିନି ବର୍ଷ ପରେ ବି ଫଳାଫଳ ଶୂନ ରହିଛି ।

୨୦୦୮ ମସିହାରୁ ଭିନ୍ନକ୍ଷମଙ୍କ ପାଇଁ ସୁଯୋଗ ସୃଷ୍ଟି ହୋଇଥିଲେ ହେଁ, ଗତ କିଛି ବର୍ଷ ହେଲା ମାତ୍ର ହାତଗଣତି କେତେକ ବିଭାଗ ଭିନ୍ନକ୍ଷମଙ୍କୁ ସରକାରୀ ନିଯୁକ୍ତିରେ ସଂରକ୍ଷଣ ଦେବା ଆରମ୍ଭ କରିଛନ୍ତି । କିନ୍ତୁ ଅନେକ ସମୟରେ ପରୀକ୍ଷା ହଲ୍‌ରେ ଦୃଷ୍ଟିବାଧିତ ପ୍ରାର୍ଥୀଙ୍କ ପାଇଁ ଲେଖକଙ୍କ (Scribe) ସହାୟତା ନେବାକୁ ଅନୁମତି ଦିଆଯାଉନାହିଁ ।

ସେହିପରି ଅନେକ ପ୍ରାର୍ଥୀ ପରୀକ୍ଷାରେ କୃତକାର୍ଯ୍ୟ ହେଉଥିଲେ ମଧ୍ୟ ସେମାନଙ୍କୁ ନିଯୁକ୍ତିରୁ ବଞ୍ଚିତ ରଖାଯାଉଛି । ଏ ନେଇ କିଛି ପ୍ରାର୍ଥୀ ଅଦାଲତଙ୍କ ଦ୍ୱାରସ୍ଥ ହେବା ପରେ ଯାଇ ନିଯୁକ୍ତି ପାଇଛନ୍ତି ।

ବେସରକାରୀ ଆକଳନ ଅନୁସାରେ ଓଡ଼ିଶାରେ ଭିନ୍ନକ୍ଷମଙ୍କ ସଂଖ୍ୟା ୩୦ ଲକ୍ଷରୁ ଅଧିକ ହେବ । ଯେଉଁ କିଛି ଭିନ୍ନକ୍ଷମ ସରକାରୀ ପଦବୀରେ କାର୍ଯ୍ୟ କରୁଛନ୍ତି, ସେମାନଙ୍କୁ ପଦୋନ୍ନତି ମିଳୁନାହିଁ ।

ସେମାନଙ୍କୁ ପଦୋନ୍ନତି ଦେବା ପାଇଁ ସୁପ୍ରିମ୍ କୋର୍ଟଙ୍କ ନିର୍ଦ୍ଦେଶକୁ ଦେଶର ୧୯ଟି ରାଜ୍ୟ କାର୍ଯ୍ୟକାରୀ କଲେଣି, କିନ୍ତୁ ଓଡ଼ିଶାରେ ତାହା ଏଯାଏଁ ସମ୍ଭବ ହୋଇନାହିଁ । ଏପରି ଅବହେଳା ପାଇଁ ସରକାରଙ୍କ ବିରୋଧରେ ଅଦାଲତ ଅବମାନନା ମାମଲା ରୁଜୁ ହୋଇଥିଲେ ବି ସ୍ଥିତିରେ ସୁଧାର ଆସିନାହିଁ ।

କେବଳ ସରକାରଙ୍କ ଆନ୍ତରିକତା ଅଭାବ ଯୋଗୁଁ ଓଡ଼ିଶାର ଲକ୍ଷାଧିକ ଭିନ୍ନକ୍ଷମ ନିଜ ଅଧିକାରରୁ ବଞ୍ଚିତ ହେଉଛନ୍ତି । ଅଦାଲତଙ୍କ ନିର୍ଦ୍ଦେଶକୁ ମଧ୍ୟ ପାଳନ କରାଯାଉନାହିଁ । ଏହା ବିରୋଧରେ ଆମେ ଏକ୍‌ଜୁଟ ହୋଇ ରାସ୍ତାକୁ ଓହ୍ଲାଇବୁ । ଆମର ସାମ୍ବିଧାନିକ ଅଧିକାରକୁ ଆଉ କ୍ଷୁର୍ଣ୍ଣ ହେବାକୁ ଦେବୁ ନାହିଁ ।

Share the post

Leave a Reply

Your email address will not be published. Required fields are marked *

କିପରି ବୁଝିବା ହୃଦ୍ ରୋଗ ଓ ମେରୁଦଣ୍ଡର ଯତ୍ନ?

ହୃଦଘାତ ସାଂପ୍ରତିକ ମଣିଷକୁ ବର୍ତ୍ତମାନ ସବୁଠାରୁ ଆତଙ୍କଗ୍ରସ୍ତ କରି ରଖିଥିବା ଅପ୍ରତ୍ୟାଶିତ ରୋଗ ରୂପେ ପରିଗଣିତ । କେବଳ ସାଧାରଣ ଲୋକ ନୁହଁନ୍ତି ଅଧିକନ୍ତୁ, ଅନ୍ୟ ଯେକୌଣସି ରୋଗ ଦ୍ୱାରା କବଳିତ ବା ଅର୍ଦ୍ଧ...

ଅଟିଜିମ୍ ର ବିଜୟୀ ବୀର ସାର୍ଥକର ସାର୍ଥକତା

ଅଟିଜିମ୍, ଏଡ଼ି ଏଚ୍ ଡି, ଏଏସ୍ଡ଼ି, ଡାଉନ୍ ସିନଡ୍ରମ୍ ସେରେବ୍ରାଲ ପାଲସି ଏସବୁ ଶବ୍ଦ ଶିଶୁ କ୍ଷେତ୍ରରେ ଏକ ବ୍ୟତିକ୍ରମ ଏବଂ ଶୁଣିଲା ବେଳେ ମନ ଭିତରେ ଅନେକ ଦ୍ୱନ୍ଦ୍ୱ, ନିରାଶ ଭାବନା ଓ...

କିପରି ସରଳ ଭାବରେ ବୁଝିବା ଅଟିଜିମ୍?

ଅଟିଜିମ୍ ଆକ୍ରାନ୍ତ ପିଲାମାନେ ସୁସ୍ଥ ସବଳ ଦେଖାଯାଇଥାଆନ୍ତି; ମାତ୍ର ମସ୍ତିଷ୍କର (ସ୍ନାୟୁ-ନ୍ୟୁରୋଲୋଜିକାଲ୍) ଗଠନ ବା ଆଘାତ ହେତୁ ଏବଂ କେତେକ ବିଶେଷ ଅସୁବିଧା କାରଣରୁ ସେମାନଙ୍କଠାରେ ଅକ୍ଷମତା ଦେଖାଦେଇଥାଏ । ମସ୍ତିଷ୍କର ସ୍ନାୟବିକ ଅସୁବିଧା...

କ୍ରୀଡା କ୍ଷେତ୍ରରେ ବି କମ୍ ନୁହଁନ୍ତି ଦିବ୍ୟାଙ୍ଗ ନାରୀ

ଇଚ୍ଛାଶକ୍ତି ଓ ଦୃଢ଼ ମନୋବଳ ଦ୍ୱାରା ଅସମ୍ଭବ ସମ୍ଭବରେ ପରିଣତ ହୋଇପାରେ । ଏହାର ଜ୍ୱଳନ୍ତ ପ୍ରମାଣ ସି୍ରା ପ୍ରିୟଦର୍ଶିନୀଙ୍କଠାରେ ଦେଖିବାକୁ ମିଳିଛି । ସମାଜ ଆଖିରେ ଭିନ୍ନକ୍ଷମ ଦୃଷ୍ଟିକୋଣକୁ ଭୁଲ ପ୍ରମାଣିତ କରିାରିଛନ୍ତି...

ବୀରତ୍ୱରେ ପଛରେ ନାହାନ୍ତି ଦିବ୍ୟାଙ୍ଗ, ହାତ ଗୋଡ ନ ଥାଇବି ଲଢ଼ିପାରନ୍ତି ଯୁଦ୍ଧ

ଶୁଣିଲେ କାନକୁ ଅବିଶ୍ୱାସ ଲାଗିପାରେ ! ମାତ୍ର ଦେଶପ୍ରେମ ଆଗରେ ନିଜର ଯନ୍ତ୍ରଣା ଓ ଅସାମର୍ଥ୍ୟତାକୁ ଯୁଦ୍ଧଯଜ୍ଞରେ ଆହୂତି ଦେଇ ଅଶ୍ରୁତପୂର୍ବ ସାହସର ନିଦର୍ଶନ ଦେଖାଇଛନ୍ତି ୟୁକ୍ରେନ ସୈନ୍ୟ । ଯୁଦ୍ଧରେ ଆହତ କିଛି...