ୟୁପି ସରକାରଙ୍କ କୃଷକ ଦୁର୍ଘଟଣା କଲ୍ୟାଣ ଯୋଜନାରେ ଭିନ୍ନକ୍ଷମତା ପାଇଁ ୫ ଲକ୍ଷ

ଯୋଜନା ସମ୍ପୂର୍ଣ୍ଣ ଅନଲାଇନ୍ ହେବା ପରେ କୃଷକମାନଙ୍କୁ ଆଉ ବାରମ୍ବାର ତହସିଲ୍ କିମ୍ବା ଜିଲ୍ଲା କାର୍ଯ୍ୟାଳୟକୁ ଦୌଡ଼ିବାକୁ ପଡ଼ିବ ନାହିଁ, ଯାହାଫଳରେ ଦୁର୍ନୀତିର ସମ୍ଭାବନା ହ୍ରାସ ପାଇବ । ଏହି ପୋର୍ଟାଲ୍ ମାଧ୍ୟମରେ ଆବେଦନ ପ୍ରକ୍ରିୟାଠାରୁ ଆରମ୍ଭ କରି ହିତାଧିକାରୀଙ୍କ ବ୍ୟାଙ୍କ ଖାତାକୁ ସିଧାସଳଖ ଅର୍ଥ ହସ୍ତାନ୍ତର ପର୍ଯ୍ୟନ୍ତ ସମସ୍ତ କାର୍ଯ୍ୟ ସୁବିଧାଜନକ ଭାବେ ହେବ ବୋଲି ବିଜ୍ଞପ୍ତିରେ କୁହାଯାଇଛି ।

୨୦୧୯ରୁ ହେଲାଣି ଆରମ୍ଭ :

ଏହା ଭିତରେ ୧ ଲକ୍ଷରୁ ଅଧିକ କୃଷକ ପାଇଲେଣି ସହାୟତା ।

ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ କୃଷକ ଦୁର୍ଘଟଣା କଲ୍ୟାଣ ଯୋଜନା ଅଧୀନରେ ବର୍ତ୍ତମାନ ସୁଦ୍ଧା ୧ ଲକ୍ଷ ୮ ହଜାରରୁ ଅଧିକ କୃଷକଙ୍କୁ ଆର୍ଥିକ ସହାୟତା ପ୍ରଦାନ କରାଯାଇଛି । ଏହି ଯୋଜନାଟି ୨୦୧୯ ମସିହାରୁ କାର୍ଯ୍ୟକାରୀ ହେଉଛି ।

ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ନିର୍ଦ୍ଦେଶ କ୍ରମେ ଏହି ଯୋଜନାକୁ ସମ୍ପୂର୍ଣ୍ଣ ରୂପେ ଡିଜିଟାଲାଇଜ୍ କରାଯାଇଛି, ଯାହାଫଳରେ ଯୋଜନାର କାର୍ଯ୍ୟାନ୍ୱୟନରେ ସ୍ୱଚ୍ଛତା ଓ ସହଜତା ବୃଦ୍ଧି ପାଇଛି । ଉତ୍ତର ପ୍ରଦେଶ ସୂଚନା ବିଭାଗ ପକ୍ଷରୁ ଜାରି କରାଯାଇଥିବା ପ୍ରେସ୍ ବିଜ୍ଞପ୍ତି ଅନୁସାରେ, ଏହି ଯୋଜନା କେବଳ ଦୁର୍ଘଟଣା ସମୟରେ କୃଷକଙ୍କ ପରିବାରକୁ ସହାୟତା ଦେଉନାହିଁ, ବରଂ ରାଜ୍ୟର ଗ୍ରାମୀଣ ଅର୍ଥନୀତିକୁ ସ୍ଥିରତା ମଧ୍ୟ ପ୍ରଦାନ କରୁଛି ।

ଏହି ଯୋଜନା ଅଧୀନରେ ଯଦି କୌଣସି କୃଷକଙ୍କ ଦୁର୍ଘଟଣାଜନିତ ମୃତ୍ୟୁ ହୁଏ କିମ୍ବା ସେ ଭିନ୍ନକ୍ଷମ/ଅକ୍ଷମ ହୁଅନ୍ତି, ତେବେ ତାଙ୍କ ପରିବାରକୁ ସର୍ବାଧିକ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଆର୍ଥିକ ସହାୟତା ଯୋଗାଇ ଦିଆଯାଉଛି ।

ପ୍ରେସ୍ ବିଜ୍ଞପ୍ତି ଅନୁସାରେ, ରାଜସ୍ୱ ବିଭାଗ ପକ୍ଷରୁ ୨୦୫-୨୬ ଆର୍ଥିକ ବର୍ଷରେ ୮୭୩.୫୮ କୋଟି ଟଙ୍କା ବଣ୍ଟନ କରାଯାଇଛି । ଏହା ମାଧ୍ୟମରେ ରାଜ୍ୟର ୧୮, ୧୪୫ ଜଣ କୃଷକ ଓ ତାଙ୍କ ପରିବାର ଆର୍ଥିକ ସହାୟତା ପାଇଛନ୍ତି ।

ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ, ୨୦୨୩-୨୪ ମସିହାରେ ଏହି ଯୋଜନାର ପରିସରକୁ ବିସ୍ତାର କରାଯାଇ ଜମିହୀନ କୃଷକ ଓ ବୃତ୍ତିଗତ ଶ୍ରମିକଙ୍କୁ ମଧ୍ୟ ଏଥିରେ ସାମିଲ କରାଯାଇଥିଲା । ୨୦୨୩-୨୪ ଆର୍ଥିକ ବର୍ଷରେ ଏହି ଯୋଜନା ଅଧୀନରେ ୯୪୪.୭୨ କୋଟି ଟଙ୍କା ବଣ୍ଟନ କରାଯାଇଥିବା ବେଳେ ୧୯,୮୨୧ ଜଣ କୃଷକ ଉପକୃତ ହୋଇଥିଲେ । ୨୦୧୯ ମସିହାରୁ ଯୋଜନା ଆରମ୍ଭ ହେବା ପରଠାରୁ ସମୁଦାୟ ୧,୦୮,୦୯୮ ଜଣ କୃଷକ ଓ ତାଙ୍କ ପରିବାର ଆର୍ଥିକ ସହାୟତା ପାଇଛନ୍ତି, ଯାହା ଏହି ପରିବାରଗୁଡ଼ିକ ପାଇଁ ଏକ ‘ସାମାଜିକ ସୁରକ୍ଷା କବଚ’ ଭାବେ କାମ କରୁଛି ବୋଲି ଉଲ୍ଲେଖ କରାଯାଇଛି ।

ଉତ୍ତର ପ୍ରଦେଶର ରାଜସ୍ୱ ବୋର୍ଡ ଯୋଜନାକୁ ସୁଚାରୁ ଓ ପାରଦର୍ଶୀ ଭାବେ କାର୍ଯ୍ୟାନ୍ୱୟନ କରିବା ପାଇଁ ସମ୍ପୂର୍ଣ୍ଣ ଡିଜିଟାଲିକରଣ କରିଛି । ପ୍ରେସ୍ ରିଲିଜ୍ ରେ ଏହା ମଧ୍ୟ କୁହାଯାଇଛି ଯେ, ଜାତୀୟ ସୂଚନା କେନ୍ଦ୍ର (ଏନ୍ଆଇସି)ର ସହଯୋଗରେ ଏକ ଆଧୁନିକ ୱେବ ପୋର୍ଟାଲ୍ ଓ ସଫ୍ଟୱେର ଉନ୍ନୟନ କରାଯାଉଛି, ଯାହା ଫେବୃଆରୀ ୨୦୨୬ ସୁଦ୍ଧା ସମ୍ପୂର୍ଣ୍ଣ ହେବ ।

ଯୋଜନା ସମ୍ପୂର୍ଣ୍ଣ ଅନଲାଇନ୍ ହେବା ପରେ କୃଷକମାନଙ୍କୁ ଆଉ ବାରମ୍ବାର ତହସିଲ୍ କିମ୍ବା ଜିଲ୍ଲା କାର୍ଯ୍ୟାଳୟକୁ ଦୌଡ଼ିବାକୁ ପଡ଼ିବ ନାହିଁ, ଯାହାଫଳରେ ଦୁର୍ନୀତିର ସମ୍ଭାବନା ହ୍ରାସ ପାଇବ । ଏହି ପୋର୍ଟାଲ୍ ମାଧ୍ୟମରେ ଆବେଦନ ପ୍ରକ୍ରିୟାଠାରୁ ଆରମ୍ଭ କରି ହିତାଧିକାରୀଙ୍କ ବ୍ୟାଙ୍କ ଖାତାକୁ ସିଧାସଳଖ ଅର୍ଥ ହସ୍ତାନ୍ତର ପର୍ଯ୍ୟନ୍ତ ସମସ୍ତ କାର୍ଯ୍ୟ ସୁବିଧାଜନକ ଭାବେ ହେବ ବୋଲି ବିଜ୍ଞପ୍ତିରେ କୁହାଯାଇଛି ।

ପାରଦର୍ଶିତା ଏବଂ ପ୍ରଭାବଶାଳୀ ନିରୀକ୍ଷଣ ପାଇଁ ଏହି ପୋର୍ଟାଲ୍‌କୁ ଏକ ଡ୍ୟାସ୍‌ବୋର୍ଡ ସହ ମଧ୍ୟ ସଂଯୋଗ କରାଯାଉଛି । କଠିନ ସମୟରେ ରାଜ୍ୟର କୃଷକମାନଙ୍କୁ ଆର୍ଥିକ ସହାୟତା ଦେଇ, ଏହି ଯୋଜନା ଯୋଗୀ ସରକାରଙ୍କ କୃଷକ-ମୈତ୍ରୀ ଆଭିମୁଖ୍ୟକୁ ଦୃଢ଼ କରୁଛି ବୋଲି ପ୍ରେସ୍ ରିଲିଜ୍‌ରେ ଉଲ୍ଲେଖ ଅଛି ।

Share the post

Leave a Reply

Your email address will not be published. Required fields are marked *

Autism Spectrum Disorder: 21st Century's New Challenge

ଅଟିଜିମ୍ ସ୍ପେକଟ୍ରମ୍ ଡିସଅର୍ଡର୍ : ଏକବିଂଶ ଶତାବ୍ଦୀର ନୂତନ ଆହ୍ୱାନ୍

ଅଟିଜିମ୍ ସ୍ପେକଟ୍ରମ୍ ଡିସଅର୍ଡର୍ (Autism Spectrum Disorder) ଏକ ସ୍ନାୟୁଗତ ବିକାଶ ଜନିତ ସ୍ଥିତି । ବିଗତ କିଛି ବର୍ଷ ମଧ୍ୟରେ ଅଟିଜିମ୍ ସମ୍ପର୍କରେ ସଚେତନତା ବୃଦ୍ଧି ପାଇଥିଲେ ମଧ୍ୟ, ବର୍ତ୍ତମାନ ସମୟରେ ଏହି...
New Stream in Denial of Disability: Combined Effort of Technology, Humanity, and Social Justice

ଦିବ୍ୟାଙ୍ଗତା ନିରାକରଣ କ୍ଷେତ୍ରରେ ନୂତନ ଧାରା: ପ୍ରଯୁକ୍ତିବିଦ୍ୟା, ମାନବିକତା ଏବଂ ସାମାଜିକ ନ୍ୟାୟର ମିଳିତ ପ୍ରୟାସ

ଦିବ୍ୟାଙ୍ଗତାକୁ ସମ୍ବୋଧିତ କରିବାର ନୂତନ ପଥ ଏକ ବ୍ୟାପକ ଏବଂ ଅନ୍ତର୍ଭୁକ୍ତିକାରୀ (Inclusive) ଦୃଷ୍ଟିକୋଣକୁ ଗ୍ରହଣ କରେ । ଏହା କେବଳ ବ୍ୟକ୍ତିବିଶେଷଙ୍କର କ୍ଷତିପୂରଣ ଉପରେ ଗୁରୁତ୍ଵ ନ ଦେଇ, ସେମାନଙ୍କର ସମ୍ଭାବନାକୁ (Potential)...

ବରଫ ତରଳିବା ଆରମ୍ଭ କରିଛି…ଦିବ୍ୟାଙ୍ଗଙ୍କ ପ୍ରତି ଦୃଷ୍ଟି ବଦଳୁଛି

ଖୁବ୍ ଛୋଟ ବୟସରୁ ପୋଲିଓଗ୍ରସ୍ଥ ହୋଇ ଶାରୀରିକ ଭାବେ ଚଳନଶକ୍ତି ବାଧିତ ହୋଇଥିଲେ ସତ, କିନ୍ତୁ ନିଜର ଦୃଢ ମନୋବଳ ଓ ମେଧାଶକ୍ତିର ବିନିମୟରେ ଯେଉଁ ସଂଖ୍ୟାଧିକ ଗବେଷଣା ନିଃସୃତ ନିଦର୍ଶନ ସୃଷ୍ଟି କରି...
Lifestyle-Induced Spinal Problems and Progressive Disability

ଜୀବନଶୈଳୀ ଜନିତ ମେରୁଦଣ୍ଡ ସମସ୍ୟା ଓ କ୍ରମବର୍ଦ୍ଧିଷ୍ଣୁ ଅକ୍ଷମତା

ମେରୁଦଣ୍ଡର ଅନେକ ସମସ୍ୟା ମଧ୍ୟରେ, ପିଠି ଯନ୍ତ୍ରଣା ସବୁଠାରୁ ସାଧାରଣ। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଆକଳନ କରିଛି ଯେ ପ୍ରାୟ ୬୧୯ ନିୟୁତ ଲୋକ ପିଠି ଯନ୍ତ୍ରଣା ସହିତ ବଞ୍ଚନ୍ତି। ଏହା ମଧ୍ୟ ଅକ୍ଷମତାର...
New Disability Law and Call

ନୂତନ ଭିନ୍ନକ୍ଷମ ଆଇନ୍ ଓ ଆହ୍ୱାନ

ଏହି ନୂତନ ଆଇନ୍ ପ୍ରଣୟନର ଏକ ଦଶନ୍ଧି ସନ୍ନିକଟ ଯାତ୍ରାର ନିକଟବର୍ତ୍ତୀ ହୋଇ ମଧ୍ୟ ତାହାର ସୁଫଳ ଓ ପ୍ରଭାବର ଆଶାନୁରୂପକ ଲକ୍ଷ୍ୟଠାରୁ ତଥାପି ଆମେ ବହୁ ଦୂରରେ ।