ପଶ୍ଚିମ ଏସୀୟ ଯୁଦ୍ଧ ପ୍ରଭାବରେ ହ୍ରାସ ପାଉଛି ଭିନ୍ନକ୍ଷମଙ୍କ ନିଯୁକ୍ତିଧାରା
ମାର୍ଚ୍ଚ ୨୦୨୬ର ଭିନ୍ନକ୍ଷମମାନଙ୍କ ନିଯୁକ୍ତି ଧାରାର ସଦ୍ୟତମ ରିପୋର୍ଟ(ଏନ୍ ଟାଇଡ଼୍)ରେ ଭିନ୍ନକ୍ଷମ ବର୍ଗର କାର୍ଯ୍ୟକ୍ଷମ ବ୍ୟକ୍ତିବିଶେଷମାନଙ୍କ ନିଯୁକ୍ତି କ୍ଷେତ୍ରରେ ଦ୍ରୁତ ହ୍ରାସ ପରିଲକ୍ଷିତ ହୋଇଛି । ଇରାନ୍ ସହିତ ଆମେରିକା ଓ ଇସ୍ରାଏଲର ଉପସାଗରୀୟ ଯୁଦ୍ଧ ହେତୁ ଦେଶର ଅର୍ଥନୀତି ଯେ ନିଶ୍ଚିତ ରୂପେ ପ୍ରଭାବିତ ହେବାକୁ ଯାଉଛି ଓ ଏହାର ପରିଣାମ ଭିନ୍ନକ୍ଷମଙ୍କ ଶ୍ରମ ବଜାରରେ ମଧ୍ୟ ଅନୁଭୂତ ହେବାରେ ଲାଗିଲାଣି । ଏନ୍ ଟାଇଡ୍ର ତଥ୍ୟଭିତ୍ତିକ ବିଶ୍ଳେଷଣ
ନିଯୁକ୍ତି ବିଜ୍ଞାପନରେ ଭିନ୍ନକ୍ଷମତାର କାର୍ଯ୍ୟକ୍ଷମ ବର୍ଗୀକରଣର ସଂଶୋଧନ ପାଇଁ ଦାବୀ
ନୂତନ ଭିନ୍ନକ୍ଷମ ଅଧିକାର ଆଇନ, ୨୦୧୬ ଅନୁଯାୟୀ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ନିଯୁକ୍ତି ଚୟନ ବିଜ୍ଞାପନରେ ଶତକଡା ୪ ପ୍ରତିଶତ ସଂରକ୍ଷଣ ଦିବ୍ୟାଙ୍ଗ ପ୍ରାର୍ଥୀଙ୍କ ନିମନ୍ତେ ସୁନିଶ୍ଚିତ କରାଯାଇଛି | ଏହି ସଂରକ୍ଷଣ ସୁବିଧାର ଆଧାର ଓ କାର୍ଯ୍ୟକ୍ଷମତାର ବର୍ଗୀକରଣ ପ୍ରସ୍ତୁତ କରାଯାଇଥିବା ବେଳେ ବିଭିନ୍ନ କମିଶନ ବୋର୍ଡଙ୍କ ନିଯୁକ୍ତି ବିଜ୍ଞାପନରେ ସମାନତା ବଦଳରେ କେତେକ କ୍ଷେତ୍ରରେ ବିଷମତା ପରିଲକ୍ଷିତ ହେଉଛି | ଉଦାହରଣ ସ୍ୱରୂପ କେନ୍ଦ୍ରୀୟ
ମରଣର ଇଚ୍ଛାବର ଓ ହରୀଶ ରାଣା
ମାର୍ଚ୍ଚ ୧୧,୨୦୨୬ରେ ଭାରତୀୟ ନ୍ୟାୟିକ ବ୍ୟବସ୍ଥାରେ ଏକ ବହୁ ପ୍ରତୀକ୍ଷିତ ବିଚାର ପ୍ରକ୍ରିୟା ସଂଗଠିତ ହୋଇଯାଇଛି । ଦେଶର ପ୍ରଥମ ବ୍ୟକ୍ତି ଭାବେ ସର୍ବୋଚ୍ଚ ନ୍ୟାୟାଳୟଙ୍କଠାରୁ ଇଚ୍ଛାମୃତ୍ୟୁର ଅନୁମତି ପ୍ରାପ୍ତ ହୋଇଥିଲେ ଗାଜିଆବାଦର ୩୧ ବର୍ଷୀୟ ହରୀଶ ରାଣା । ୨୦୧୩ ମସିହାରୁ କୋମାରେ ରହିଥିବା ପଞ୍ଜାବ ବିଶ୍ଵବିଦ୍ୟାଳୟର ଏହି ବିଟେକ୍ ଛାତ୍ର ଚତୁର୍ଥ ମହଲାର ବାଲକୋନିରୁ ଖସିପଡି ପକ୍ଷାଘାତର ଶିକାର ହେବା ସହ କୋମା ଅବସ୍ଥାକୁ ଚାଲିଯାଇ ଶତକଡା


