ଧଳାବାଡ଼ିରେ ଜୟ କଲେ ଲଦାଖର ଶୃଙ୍ଗ ଏହି ଘଟଣାଟି ଅବିଶ୍ୱାସ ଲାଗୁଥିଲେ ବି ସତ ।
ଏହା ପୂର୍ବରୁ ଶେଖର ଝାଡ଼ଖଣ୍ଡ ବ୍ଲାଇଣ୍ଡ ଫୁଟବଲ୍ ଦଳର ଅଧିନାୟକ ହୋଇଥିବା ବେଳେ ଧୀରଜ ଜାତୀୟ ସ୍ତରର ବ୍ଲାଇଣ୍ଡ ଫୁଟବଲ୍ ଖେଳାଳୀ ଭାବେ ରାଜ୍ୟର ପ୍ରତିନିଧିତ୍ବ କରିଥିଲେ ।
ଦକ୍ଷତା ବିକାଶ ଲକ୍ଷ୍ୟର ୨୫% ମଧ୍ୟ ପୂରଣରେ ବିଫଳ: ଚିନ୍ତାପ୍ରକଟ କଲା ସଂସଦୀୟ କମିଟି
ଏହା ଜରୁରୀ ଯେ ବିଭାଗ ବେସରକାରୀ ନିଯୁକ୍ତିଦାତାମାନଙ୍କ ସହ ସହଭାଗିତାକୁ ମଜବୁତ କରି ପ୍ରମାଣପତ୍ର ହାସଲ କରିଥିବା ଟ୍ରେନିମାନଙ୍କ ନିଯୁକ୍ତିକୁ ପ୍ରାଥମିକତା ଦେଉ ଏବଂ ତାଲିମ ମଡ୍ୟୁଲଗୁଡ଼ିକ ଯେପରି ବର୍ତ୍ତମାନର ବଜାର ଚାହିଦା ଅନୁଯାୟୀ ପ୍ରସ୍ତୁତ ହେବ, ତାହା ସୁନିଶ୍ଚିତ କରୁ
୨୦୨୭ ଜନଗଣନା ଫର୍ମରେ ୯ ବଦଳରେ ସମସ୍ତ ୨୧ ଶ୍ରେଣୀ ସାମିଲ ପାଇଁ ଦାବି
ନୂତନ ଭିନ୍ନକ୍ଷମ ଅଧିକାର ଆଇନ ୨୦୧୬ ପୂର୍ବ୧୯୯୫ର ଆଇନଠାରୁ ଭିନ୍ନକ୍ଷମତାର ଏକ ପ୍ରଗତିଶୀଳ ଏବଂ ବିକାଶଶୀଳ ଧାରଣାକୁ ସ୍ବୀକାର କରିବା ସହ ଏହାର ପ୍ରକାରକୁ ୭ ରୁ ୨୧ କୁ ବୃଦ୍ଧି କରିଥିଲା । ବାକ୍ ଓ ଭାଷାଗତ ଅକ୍ଷମତା ଏବଂ ନିର୍ଦ୍ଦିଷ୍ଟ ଶିକ୍ଷଣ ଅକ୍ଷମତା ଭଳି କେତେକ ଶ୍ରେଣୀ ପ୍ରଥମ ଥର ପାଇଁ ଏଥିରେ ଯୋଡ଼ା ଯାଇଥିଲା ।
ଏଣିକି ଏମ୍ବିବିଏସ୍ ରେ ନାମ ଲେଖା ପାଇଁ ଦିବ୍ୟାଙ୍ଗତା ନୁହେଁ, ଯୋଗ୍ୟତା ଓ କାର୍ଯ୍ୟକ୍ଷମତାକୁ ଗୁରୁତ୍ୱ ଦେବ ଏନ୍ଏମ୍ସି
କୌଣସି ପ୍ରାର୍ଥୀଙ୍କୁ ଅଯୋଗ୍ୟ ଘୋଷଣା କରାଗଲେ, ତାହାର ସ୍ପଷ୍ଟ ଚିକିତ୍ସାଗତ ଓ କାର୍ଯ୍ୟକ୍ଷମତା ଆଧାରିତ ପ୍ରମାଣ ଲିଖିତ ଭାବରେ ଦର୍ଶାଇବା ବାଧ୍ୟତାମୂଳକ ।
ଦୃଷ୍ଟିପାତ : ଦିବ୍ୟାଙ୍ଗଙ୍କୁ ଅପଶବ୍ଦ ଓ କ୍ରିୟାର ପ୍ରତିକ୍ରିୟା
ବିଭିନ୍ନ ସମୟରେ ଦେଶର ସର୍ବୋଚ୍ଚ ନ୍ୟାୟାଳୟ ମାନ୍ୟବର ସୁପ୍ରିମକୋର୍ଟ ଭିନ୍ନକ୍ଷମ ମାନଙ୍କ ପ୍ରତି ଅସୂୟାତ୍ମକ,ଆକ୍ଷେପମୂଳକ ଓ ଅପମାନବୋଧକ ଶବ୍ଦର ବ୍ୟବହାରକୁ ନେଇ ନିଷିଦ୍ଧାଜ୍ଞା ଜାରି କରିଛନ୍ତି । ଏହାଛଡ଼ା ଭିନ୍ନକ୍ଷମମାନଙ୍କ ଅଧିକାରକୁ ନେଇ ପ୍ରଣୀତ ନୂତନ ଦିବ୍ୟାଙ୍ଗ ଆଇନ – ୨୦୧୬ ଅନ୍ତର୍ଗତ ଧାରା -୯୨(କ) ଏହିପରି ଆକ୍ଷେପାତ୍ମକ ଶବ୍ଦର ସର୍ବସାଧାରଣ କ୍ଷେତ୍ରରେ ପ୍ରୟୋଗକୁ ଅପରାଧ ରୂପେ ବିବେଚନା କରାଯାଇଛି । ମାତ୍ର ନିକଟରେ ଘଟି ଯାଇଥିବା ଦୁଇଟି ଘଟଣା
ସ୍ମୃତିରେ ପାରାଅଲମ୍ପିଆନ : ମନେ ରହିବେ ଆଲେକ୍ସ ଜାର୍ନାର୍ଡି
ବିଶ୍ଵ ଇତିହାସରେ ଅନେକ ଶ୍ରେଷ୍ଠ ବ୍ୟକ୍ତିତ୍ଵ ମାନଙ୍କର ଆବିର୍ଭାବ ଘଟିଛି ଯାହାଙ୍କ ତିରୋଧାନ ଏକ ରାଷ୍ଟ୍ରୀୟ ଶୋକ ପରି ହଜାର ହଜାର ପ୍ରଶଂସକ ମାନଙ୍କ ଭିଡ଼ରେ ପରିପୂର୍ଣ୍ଣ ହୋଇ ଉଠିଛି । ମାତ୍ର ଜଣେ ପାରାଅଲମ୍ପିଆନ ତାର ମୃତ ଦଶା ପରେ ଏହିପରି ବିରଳ ସୌଭାଗ୍ୟ ପ୍ରାପ୍ତି ହେବା ଖୁବ୍ କମ୍ ଦେଖାଯାଏ, ହଁ ଆମେ ଏଠାରେ ଉଲ୍ଲେଖ କରୁଛୁ ଲକ୍ଷ୍ୟ ଲକ୍ଷ୍ୟ କ୍ରୀଡାପ୍ରେମୀଙ୍କ ହୃଦୟରେ ନିଜ ପାଇଁ ଏକ
କେବେ ଆସିଛନ୍ତି କି “ଇଶାରା ” !
ମହାନଗରୀ ବେଙ୍ଗାଲୁରୁର ଫୋନିକ୍ସ ମଲ୍ ନିକଟରେ ଅବସ୍ଥିତ ଏହି ସ୍ଥାନଟି ତାର ଅନନ୍ୟ ଆତିଥେୟତାର ଏକ ଅଭୁଲା ନିଦର୍ଶନ ଛାଡ଼ିଥାଏ ଏଠାକୁ ଆସିଥିବା ପ୍ରତିଟି ଅତିଥିଙ୍କ ମନରେ । ବିଶେଷ କରି ପ୍ରସିଦ୍ଧି ଅର୍ଜନ କରିଥିବା ଏହାର ବିଶେଷତ୍ୱଗୁଡ଼ିକ ମଧ୍ୟରେ ସବୁଠାରୁ ଉଲ୍ଲେଖ ଯୋଗ୍ୟ ହେଉଛି ଏହାର ଭିନ୍ନକ୍ଷମ କର୍ମଚାରିବୃନ୍ଦ । ଯେଉଁମାନେ ସମସ୍ତେ ଶ୍ରବଣ ଏବଂ ବାକ୍ ଶକ୍ତି ବାଧିତ । ସହାସ୍ୟ ମୁଖମଣ୍ଡଳ ଓ ସାଙ୍କେତିକ ବାର୍ତ୍ତାରେ
ଭିନ୍ନକ୍ଷମଙ୍କ ଅଧିକାର ଆଇନ କାର୍ଯ୍ୟାନ୍ୱୟନର ମୂଲ୍ୟାଙ୍କନ ପାଇଁ ସୁପ୍ରମକୋର୍ଟଙ୍କ ନିର୍ଦ୍ଦେଶ : ୮ଗୋଟି ଜାତୀୟ ଆଇନ ବିଶ୍ୱବିଦ୍ୟାଳୟକୁ ଦାୟିତ୍ଵ ନ୍ୟସ୍ତ
ଏହା ମଧ୍ୟରେ ଭିନ୍ନକ୍ଷମ ବ୍ୟକ୍ତି ମାନଙ୍କ ଅଧିକାର ଅଧିନିୟମ ପାରିତ ହେବାର ଏକ ଦଶନ୍ଧି ଅତିକ୍ରମ କରିବାକୁ ବସିଲାଣି । ବିଶେଷ କରି ଦିବ୍ୟାଙ୍ଗ ବ୍ୟକ୍ତି ମାନଙ୍କ ଅଧିକାର ଓ ସଶକ୍ତିକରଣ ନିମନ୍ତେ ଅଭିପ୍ରେତ ଏହି ଆଇନଟିର ପ୍ରାବଧାନ ଗୁଡ଼ିକର ପରିପାଳନରେ ଅନେକ ରାଜ୍ୟ ଏବଂ କେନ୍ଦ୍ରଶାସିତ ପ୍ରଦେଶ ଗୁଡ଼ିକ ଏ ଦିଗରେ ନେଇଥିବା ପଦକ୍ଷେପ ସବୁ ପର୍ଯ୍ୟାପ୍ତ ଓ ସନ୍ତୋଷ ଜନକ ନୁହେଁ। ଏହାକୁ ଉପଲବ୍ଧି କରି ମାନ୍ୟବର
ପୈତୃକ ସମ୍ପତ୍ତିରେ ଦିବ୍ୟାଙ୍ଗଙ୍କ ଅଧିକାର ଓ ବାସ୍ତବତାରେ ବିରୋଧାଭାସ
ଜନ୍ମରୁ କିମ୍ବା କୌଣସି ଦୁର୍ଘଟଣାରେ ଭିନ୍ନକ୍ଷମ ପାଲଟି ଯାଇଥିବା ସନ୍ତାନଙ୍କ ଜୀବନଯାପନ ପାଇଁ ସେମାନଙ୍କ ଅଭିଭାବକଙ୍କ ସଂଘର୍ଷର ତୁଳନା ନାହିଁ I କିନ୍ତୁ ସେମାନଙ୍କ ମୃତ୍ୟୁ ପରେ ନିଜ ଭିନ୍ନକ୍ଷମ ସନ୍ତାନଙ୍କ ସମ୍ପତ୍ତିର ସୁରକ୍ଷା କେମିତି ହେବ,ତାହା ସେମାନଙ୍କୁ ଶାନ୍ତିରେ ନିଃଶ୍ବାସ ମାରିବାକୁ ଦେଉ ନାହିଁ । ଭିନ୍ନକ୍ଷମ ସନ୍ତାନଙ୍କ ସ୍ଥାବର, ଅସ୍ଥାବର ସମ୍ପତ୍ତି ଉପରେ ନିକଟ ସମ୍ପର୍କୀୟଙ୍କ ଲୋଲୁପ ଦୃଷ୍ଟି ଶେଷରେ ସେମାନଙ୍କୁ ଭିକାରି କରିଦେଉଛି। ରାଜ୍ୟରେ ଭିନ୍ନକ୍ଷମ
ଭିନ୍ନକ୍ଷମ ପ୍ରମାଣପତ୍ରର ବୈଧତା ଯେକୌଣସି ଶାରୀରିକ ପରୀକ୍ଷଣର ଉର୍ଦ୍ଧ୍ବରେ – କଲିକତା ହାଇକୋର୍ଟ
ପଶ୍ଚିମବଙ୍ଗର ଜଣେ ଶତକଡା ୫୫ ପ୍ରତିଶତ ମସ୍ତିଷ୍କ ପକ୍ଷାଘାତ ବା ସେରିବ୍ରାଲ ପାଲସିରେ ଆକ୍ରାନ୍ତ ବ୍ୟକ୍ତିଙ୍କ ଭିନ୍ନକ୍ଷମ ପ୍ରମାଣପତ୍ର ବା ୟୁଡ଼ିଆଇଡି ବୈଧତା ସମ୍ପର୍କରେ ରାୟ ଶୁଣାଇ କଲିକତା ହାଇକୋର୍ଟ ଏହା ପ୍ରକାଶ କରିଛନ୍ତି । ଏଠାରେ ପ୍ରକାଶଯୋଗ୍ୟ ଯେ ପଶ୍ଚିମବଙ୍ଗ ସରକାରଙ୍କ ଦ୍ୱାରା ବିଜ୍ଞପିତ ଫାରମାସିଷ୍ଟ ପରୀକ୍ଷାରେ ସଫଳ ହୋଇଥିବା ଏହି ଦିବ୍ୟାଙ୍ଗ ବ୍ୟକ୍ତିଙ୍କ ନିଯୁକ୍ତିକୁ ସରକାର ଖାରଜ କରିଦେଇଥିଲେ । ରୁଟିନ୍ ମେଡ଼ିକାଲ ଫିଟନେସ ପରୀକ୍ଷଣର ରିପୋର୍ଟ


