ବିଶ୍ଵ ଇତିହାସରେ ଅନେକ ଶ୍ରେଷ୍ଠ ବ୍ୟକ୍ତିତ୍ଵ ମାନଙ୍କର ଆବିର୍ଭାବ ଘଟିଛି ଯାହାଙ୍କ ତିରୋଧାନ ଏକ ରାଷ୍ଟ୍ରୀୟ ଶୋକ ପରି ହଜାର ହଜାର ପ୍ରଶଂସକ ମାନଙ୍କ ଭିଡ଼ରେ ପରିପୂର୍ଣ୍ଣ ହୋଇ ଉଠିଛି । ମାତ୍ର ଜଣେ ପାରାଅଲମ୍ପିଆନ ତାର ମୃତ ଦଶା ପରେ ଏହିପରି ବିରଳ ସୌଭାଗ୍ୟ ପ୍ରାପ୍ତି ହେବା ଖୁବ୍ କମ୍ ଦେଖାଯାଏ, ହଁ ଆମେ ଏଠାରେ ଉଲ୍ଲେଖ କରୁଛୁ ଲକ୍ଷ୍ୟ ଲକ୍ଷ୍ୟ କ୍ରୀଡାପ୍ରେମୀଙ୍କ ହୃଦୟରେ ନିଜ ପାଇଁ ଏକ ଶ୍ରଦ୍ଧାଶିଳ ସ୍ଥାନ ସଂରକ୍ଷିତ ରଖି ପାରିଥିବା ପ୍ରସିଦ୍ଧ ପାରାଅଲମ୍ପିଆନ ଆଲେକ୍ସ ଜାର୍ନାର୍ଡିଙ୍କ ସମ୍ପର୍କରେ । ଯାହାଙ୍କ ମୃତ୍ୟୁ ୫୯ ବର୍ଷ ବୟସରେ ଚଳିତ ମେ ମାସ ୧ ତାରିଖରେ ସଂଗଠିତ ହୋଇଅଛି । ବିଶ୍ଵ ଅଟୋରେସିଂ ଚାମ୍ପିଅନସିପ ଓ ପାରା ସାଇକ୍ଲିଂର ଏହି କିମ୍ବଦନ୍ତୀୟ ଇଟାଲୀ ଅଧିବାସୀ ନିଜ କୀର୍ତ୍ତିରାଜିର ଅଲିଭା ସୃଷ୍ଟି କରିଛନ୍ତି । ୨୦୦୧ ମସିହାରେ ଜର୍ମାନୀ ଠାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ହେତୁ ତାଙ୍କର ଦୁଇଟି ଗୋଡ଼ ଜଙ୍ଘ ନିକଟରୁ ଛେଦନ କରିବାକୁ ପଡ଼ିଥିଲା । ଏହା ପୂର୍ବରୁ ଆଲେକ୍ସ ଜାର୍ନାର୍ଡି ଜଣେ ପ୍ରସିଦ୍ଧ ଆନ୍ତର୍ଜାତୀୟ ଅଟୋରେସ୍ ଡ୍ରାଇଭର ରହିଥିଲେ । ଫର୍ମୁଲା -୧ ଚାଳକ ଭାବେ ବିଶ୍ଵସ୍ତରୀୟ ପ୍ରତିଯୋଗିତାରେତାଙ୍କର ସୁନାମ ରହି ଆସିଥିଲା ।
ମାତ୍ର ଆଶ୍ଚର୍ଯ୍ୟ, ଏହିପରି ଏକ ଦୁର୍ଘଟଣା ଜନିତ ଦାରୁଣ ଶାରିରୀକ ବିପର୍ଯ୍ୟୟ ସତ୍ତ୍ୱେ ତାଙ୍କ ମନୋବଳକୁ ଅବଦମିତ କରି ରଖି ପାରିଲା ନାହିଁ । ମାତ୍ର ଦୁଇଗୋଡ଼ କଟାଯିବା ସତ୍ତ୍ୱେ ସେ ନିଜର ଅବିଶ୍ବସନୀୟ ସାମର୍ଥ୍ୟ ବିଶ୍ବ ପାରାକ୍ରୀଡ଼ା ପ୍ରତିଯୋଗିତା ମାନଙ୍କରେ ପ୍ରଦର୍ଶନ କରିଥିଲେ । ପାରାସାଇକ୍ଳିଂ ବର୍ଗରେ ୨୦୧୨ ମସିହାରେ ଲଣ୍ଡନ ଠାରେ ଅନୁଷ୍ଠିତ ବିଶ୍ବସ୍ତରୀୟ ପ୍ରତିଯୋଗିତାରେ ବ୍ୟକ୍ତିଗତ ଇଭେଣ୍ଟରେ ସ୍ୱର୍ଣ୍ଣ, ଦଳୀୟ ଇଭେଣ୍ଟରେ ରୌପ୍ୟ, ସେହିପରି ୨୦୧୬ରେ ରିଓ ଠାରେ ଅନୁଷ୍ଠିତ ପ୍ରତିଯୋଗୀତାରେ ଉଭୟ ଗୀତିକାର ବ୍ୟକ୍ତିଗତ ଓ ଦଳୀୟ ଇଭେଣ୍ଟରେ ଦୁଇଟି ସ୍ବର୍ଣ୍ଣ ଓ ରୌପ୍ୟ ପଦକ । ସେହିପରି ଆଲେକ୍ସ ଜାର୍ନାର୍ଡି ୟୁ.ସି.ଆଇ ରୋଡ଼ ବିଶ୍ବ ପ୍ରତିଯୋଗିତାରେ ୧୨ ଥର ସ୍ୱର୍ଣ୍ଣ ପଦକ ହାସଲ କରି ଏକ ଅନନ୍ୟ କୀର୍ତ୍ତି ସ୍ଥାପନ କରିଛନ୍ତି । ତାଙ୍କ ମୃତ୍ୟୁକାଳୀନ ଶେଷ ବିଦାୟ ଇଟାଲୀର ପାଦୁଆ ସ୍ଥିତ ସାନ୍ତା ବେଶିଲିକା ଚର୍ଚ୍ଚରେ ସମାପିତ ହୋଇଥିବା ତାଙ୍କର ଅନ୍ତିମଯାତ୍ରା ପ୍ରଶଂସକ ମାନଙ୍କ ଲୋକାରଣ୍ୟରେ ଭରପୁର ହୋଇ ଉଠିଥିଲା । ଏହା ସୂଚାଇ ଥାଏ ପାରା ଅଲମ୍ପିଆନ ଆଲେକ୍ସ ଜାର୍ନାର୍ଡିଙ୍କ ବିପୁଳ ଲୋକ ପ୍ରିୟତା, କ୍ରୀଡ଼ାପତି ଅସମ୍ଭବ ପ୍ରତିବଦ୍ଧତା ଓ ମାନବୀୟ ସାମର୍ଥ୍ୟର ଏକ ପ୍ରସ୍ଫୁଟିତ ସଫଳତା ପୂର୍ଣ୍ଣ ଘଟଣା ବହୁଳ ଇତିହାସ ।