ଏହା ମଧ୍ୟରେ ଭିନ୍ନକ୍ଷମ ବ୍ୟକ୍ତି ମାନଙ୍କ ଅଧିକାର ଅଧିନିୟମ ପାରିତ ହେବାର ଏକ ଦଶନ୍ଧି ଅତିକ୍ରମ କରିବାକୁ ବସିଲାଣି । ବିଶେଷ କରି ଦିବ୍ୟାଙ୍ଗ ବ୍ୟକ୍ତି ମାନଙ୍କ ଅଧିକାର ଓ ସଶକ୍ତିକରଣ ନିମନ୍ତେ ଅଭିପ୍ରେତ ଏହି ଆଇନଟିର ପ୍ରାବଧାନ ଗୁଡ଼ିକର ପରିପାଳନରେ ଅନେକ ରାଜ୍ୟ ଏବଂ କେନ୍ଦ୍ରଶାସିତ ପ୍ରଦେଶ ଗୁଡ଼ିକ ଏ ଦିଗରେ ନେଇଥିବା ପଦକ୍ଷେପ ସବୁ ପର୍ଯ୍ୟାପ୍ତ ଓ ସନ୍ତୋଷ ଜନକ ନୁହେଁ। ଏହାକୁ ଉପଲବ୍ଧି କରି ମାନ୍ୟବର ସୁପ୍ରିକୋର୍ଟ ୮ଗୋଟି ଜାତୀୟ ଆଇନ ବିଶ୍ଵବିଦ୍ୟାଳୟକୁ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳ ଗୁଡ଼ିକରେ ଉକ୍ତ ଆଇନ କାର୍ଯ୍ୟକାରିତାର ଏକ ସବିଶେଷ ମୂଲ୍ୟାୟନ କରିବାକୁ ନିର୍ଦ୍ଦେଶ ପ୍ରଦାନ କରିଛନ୍ତି।ସୁପ୍ରିମକୋର୍ଟ ଏହା ମଧ୍ୟ ଉଲ୍ଲେଖ କରି କହିଛନ୍ତି ଯେ ବାର ଏବଂ ବେଞ୍ଚର ଏକ ରିପୋର୍ଟ ଅନୁଯାୟୀ, ଅଧିକାଂଶ ସରକାର ଏବେ “ପ୍ରୋଜେକ୍ଟ ଆବିଲିଟି ଏମ୍ପାୱାରମେଣ୍ଟ” ଅନ୍ତର୍ଗତ କୋର୍ଟ-ନିରୀକ୍ଷଣ ଅଭ୍ୟାସର ସମନ୍ୱୟ ପାଇଁ ନୋଡାଲ ଅଧିକାରୀମାନଙ୍କୁ ନିଯୁକ୍ତ କରିଛନ୍ତି । ଏହି ବେଞ୍ଚର ଅନ୍ତର୍ଭୁକ୍ତ ବିଚାରପତି ବିକ୍ରମ ନାଥ ଏବଂ ସନ୍ଦୀପ ମେହେଟ୍ଟାଙ୍କୁ ନେଇ ଗଠିତ ଏକ ଖଣ୍ଡପୀଠ , “ବିଚାରପତି ସୁନନ୍ଦା ଭଣ୍ଡାରେ ଫାଉଣ୍ଡେସନ୍’ ଦ୍ୱାରା ଭିନ୍ନକ୍ଷମତା ଅଧିକାର ଆଇନର କାର୍ଯ୍ୟାନ୍ୱୟନ ପାଇଁ ଦାବି କରାଯାଇଥିବା ଏକ ଦୀର୍ଘକାଳୀନ ଆବେଦନର ଶୁଣାଣି କରି ଏହି ନିର୍ଦ୍ଦେଶ ଦେଇଛନ୍ତି ।ଉକ୍ତ ବେଞ୍ଚର ଏକ ରିପୋର୍ଟ ଅନୁଯାୟୀ, ଅଧିକାଂଶ ସରକାର ଏବେ “ପ୍ରୋଜେକ୍ଟ ଆ ଏମ୍ପାୱାରମେଣ୍ଟ” ଅନ୍ତର୍ଗତ କୋର୍ଟ-ନିରୀକ୍ଷଣ ଅଭ୍ୟାସର ସମନ୍ୱୟ ପାଇଁ ନୋଡାଲ ଅଧିକାରୀମାନଙ୍କୁ ନିଯୁକ୍ତ କରିଛନ୍ତି । ବର୍ଷ ବର୍ଷ ଧରି ବାରମ୍ବାର ନ୍ୟାୟିକ ନିର୍ଦ୍ଦେଶ ସତ୍ତ୍ୱେ,ଅନେକ ରାଜ୍ୟ ଏବଂ କେନ୍ଦ୍ରଶାସିତ ପ୍ରଦେଶ ଦ୍ୱାରା ଅକ୍ଷମତା ଅଧିକାର ଆଇନର କାର୍ଯ୍ୟାନ୍ୱୟନ ଅପର୍ଯ୍ୟାପ୍ତ ରହିଛି ଆହୁରି ମଧ୍ୟ ପର୍ଯ୍ୟବେକ୍ଷଣ କରିଛନ୍ତି, “ନୋଡାଲ ଅଫିସର” ନିଯୁକ୍ତି, ସମନ୍ଵୟ ଏବଂ ଉତ୍ତର ଦାୟିତ୍ୱ ପାଇଁ ସଂସ୍ଥାଗତ ଢାଞ୍ଚା ପ୍ରଦାନ କରେ, ଯାହାର ଏପର୍ଯ୍ୟନ୍ତ ଅଭାବ ଥିଲା ଏବଂ ଏହା ସଠିକ୍ ତଥ୍ୟ ସଂଗ୍ରହ, ଅକ୍ଷମତା ଚିହ୍ନଟ ଏବଂ କ୍ଷେତ୍ର ମଧ୍ୟରେ କର୍ଯ୍ୟାନ୍ଵୟନରେ ଥିବା ଫାଙ୍କକୁ ତୁରନ୍ତ ସମାଧାନ କରିବାରେ ସହାୟକ ହେବବୋଲି ଆଶା କରାଯାଉଛି । “ବାର ଏବଂ ବେଞ୍ଚ ଦ୍ୱାରା ଉଦ୍ଧୃତ । ପୂର୍ବବର୍ତ୍ତୀ ୧୯୯୫ ଅକ୍ଷମତା ଆଇନ ଅଧୀନରେ ମଧ୍ୟ, ଅନୁପାଳନ ସ୍ତର ଖରାପ ଥିଲା, ଯାହା ନିରନ୍ତର ନ୍ୟାୟିକ ତଦାରଖ ଆବଶ୍ୟକ କରୁଥିଲା ବୋଲି, ଏହା ଆହୁରି ମଧ୍ୟ ଉଲ୍ଲେଖ କରିଅଛି ।
ସୁପ୍ରିମକୋର୍ଟ “ପ୍ରୋଜେକ୍ଟ ଆବିଲିଟି ଏମ୍ପାୱରମେଣ୍ଟ”ର ପରିସରକୁ ବିସ୍ତାର ମଧ୍ୟ କରିଛନ୍ତି , ଯାହା ପ୍ରଥମେ ସେପ୍ଟେମ୍ବର ମାସ ୨୦୨୫ ମସିହାରେ ଅୟମାରମ୍ଭ କରାଯାଇଥିଲା । ଯେଉଁଥିରେ ରାଜ୍ୟ ଏବଂ ଘରୋଇ ଅନୁଷ୍ଠାନ ଦ୍ୱାରା ପରିଚାଳିତ ଅନୁଷ୍ଠାନ ଗୁଡ଼ିକର ଅନ୍ତେବାସୀ ଭିନ୍ନକ୍ଷମ ବ୍ୟକ୍ତି ମାନଙ୍କର ସ୍ଥିତି ଅନୁଧ୍ୟାନ ପାଇଁ ଅଭିପ୍ରେତ ଥିଲା । ମାନ୍ୟବର କୋର୍ଟଙ୍କ ଏହି ବର୍ତ୍ତମାନ ସଦ୍ୟତମ ଆଦେଶ ସମଗ୍ର ଦେଶରେ ଏହି ଅକ୍ଷମତା ଆଇନର କାର୍ଯ୍ୟକାରିତାକୁ ନେଇ ଏକ ବ୍ୟାପକ ସମୀକ୍ଷାକୁ କ୍ରୀୟାନ୍ଵୟନ କରାଇବ । ପୁନଶ୍ଚ କୋର୍ଟ କହିଛନ୍ତି ଯେ ଏହି ମୂଲ୍ୟାଙ୍କନ “କେବଳ ଆନୁଷ୍ଠାନିକ ସମୀକ୍ଷାରେ ସୀମିତ ନ ରହି ଏହାର ସଠିକ୍ ଗୁଣାତ୍ମକ ମୂଲ୍ୟାୟନ ହେବା ସହିତ ବୈଧାନିକ ନିର୍ଦ୍ଧେଶର ଅନୁପାଳନ ସୁଗମ୍ୟତା ପାଇଁ ପଦକ୍ଷେପ ଏବଂ ଆନୁଷ୍ଠାନିକ ବ୍ୟବସ୍ଥା ତଥା ଅକ୍ଷମତା ଅଧିକାର ଗୁଡ଼ିକର କାର୍ଯ୍ୟାନ୍ଵୟନ ପ୍ରଭୃତି ଅନ୍ତର୍ଭୁକ୍ତ ଅଟେ । ଏହି ମାମଲାର ପରବର୍ତ୍ତୀ ଶୁଣାଣି ଆସନ୍ତା ସେପ୍ଟେମ୍ୱର ମାସ ୨୨ ତାରିଖକୁ ଧାର୍ଯ୍ୟ କରାଯାଇଛି ଯେତେବେଳ କି ପରିବର୍ଦ୍ଧିତ ଷ୍ଟାଟସ୍ ରିପୋର୍ଟ ଜାତୀୟ ଆଇନ ବିଶ୍ଵବିଦ୍ୟାଳୟ ଗୁଡ଼ିକ କୋର୍ଟରେ ଦାଖଲ କରିଥିବେ ।