® ISSN : 3107-4979 | A Bilingual (Odia & English) Bimonthly Special Newspaper Covering News and Views on Disabilities | ® RNI Regd. No. ODIBIL/2016/67738

ସାମାଜିକ ନ୍ୟାୟ ଏବଂ ସଶକ୍ତିକରଣ ସମ୍ବନ୍ଧୀୟ ସଂସଦୀୟ ସ୍ଥାୟୀ କମିଟି (Parliamentary Standing Committee), ଭିନ୍ନକ୍ଷମମାନଙ୍କ ପାଇଁ ଉଦ୍ଦିଷ୍ଟ ‘ନ୍ୟାସନାଲ ଆକ୍ସନ ପ୍ଲାନ ଫର୍ ଷ୍ଟିଲ୍ ଡେଭେଲପମେଣ୍ଟ ଅଫ୍ ପର୍ସଜ୍ମ ୱିଥ୍ ଡିଜେବିଲିଟିଜ୍’ (NAP-SDP) ନିର୍ଦ୍ଧାରିତ ଲକ୍ଷ୍ୟ ପୂରଣ କରିବାରେ ବିଫଳ ହୋଇଥିବା ଦର୍ଶାଇଛି। ଏଥିସହ ନିର୍ଦ୍ଧାରିତ ଲକ୍ଷ୍ୟର ୨୫% ମଧ୍ଯ ହାସଲ କରାଯାଇ ନପାରିବା ଏକ ଗମ୍ଭୀର ଚିନ୍ତାର ବିଷୟ ବୋଲି କମିଟି ଗୁରୁତ୍ୱାରୋପ କରିଛି। କମିଟି କହିଛି ଯେ, ଗତ ତିନି ବର୍ଷ ମଧ୍ୟରେ ଏହି କାର୍ଯ୍ୟଯୋଜନାର ପ୍ରଦର୍ଶନ ନିର୍ଦ୍ଧାରିତ ଲକ୍ଷ୍ୟଠାରୁ ଯଥେଷ୍ଟ କମ୍ ରହିଛି । ଭିନ୍ନକ୍ଷମ ବ୍ୟକ୍ତି ସଶକ୍ତିକରଣ ବିଭାଗର ‘ଅନୁଦାନ ଦାବି (୨୦୨୬-୨୭)’ ଉପରେ କମିଟି ଚିନ୍ତାବ୍ୟକ୍ତ କରି କହିଛି ଯେ, ଏନ. ଏ. ପି – ଏସ.ଡି.ପି ଅଧୀନରେ ପ୍ରଦର୍ଶନ ତଥ୍ୟରୁ ଲକ୍ଷ୍ୟ ଏବଂ ସଫଳତା ମଧ୍ୟରେ ଏକ ବଡ଼ ବ୍ୟବଧାନ ସ୍ପଷ୍ଟ ହୋଇ ଚାଲିଥିବା ଜଣାପଡ଼ିଛି । ୨୦୨୩-୨୪ ମସିହାରେ ୧୭,୦୦୦ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଥିବା ବେଳେ ବିଭାଗ ମାତ୍ର ୯,୩୩୩ ଜଣ ହିତାଧୁକାରୀଙ୍କୁ ତାଲିମ ଦେଇଥୁଲା । ସେହିପରି ୨୦୨୪-୨୫ ମସିହାରେ ୧୫,୦୦୦ ଲକ୍ଷ୍ୟ ତୁଳନାରେ ଏହି ସଂଖ୍ୟା ମାତ୍ର ୮୩୬ ଟ୍ରେନିଙ୍କୁ ଖସି ଆସିଥିଲା । ଯଦିଓ ୨୦୨୫-୨୦୨୬ ମସିହାରେ ପୂର୍ବ ବର୍ଷ ତୁଳନାରେ ଏହା କିଛି ମାତ୍ରାରେ ଅଧିକ ଥିଲା, ତଥାପି ଜାନୁଆରୀ ସୁଦ୍ଧା ୧୦,୦୦୦ ଲକ୍ଷ୍ୟ ସାମ୍ନାରେ ମାତ୍ର ୨,୨୬୪ ଜଣ ହିତାଧୁକାରୀଙ୍କୁ ଏଥିରେ ତାଲିମ ଦିଆଯାଇଥିଲା ।

ନୂତନ ଭାବେ ଘୋଷଣା କରାଯାଇଥିବା ‘ଦିବ୍ୟାଙ୍ଗଜନ କୌଶଳ ଯୋଜନା’ ମଧ୍ୟମରେ କମିଟି ସୁପାରିଶ କରିଛି ଯେ, ବିଭାଗ ତାଲିମ ଏବଂ ଲାଭଦାୟକ ନିଯୁକ୍ତି ମଧ୍ୟରେ ଥିବା ବ୍ୟବଧାନକୁ ଦୂର କରିବା ପାଇଁ ଏକ ସୁଦୃଢ଼ ଏବଂ ଶିଳ୍ପ ସଂଯୁକ୍ତ ଆଭିମୁଖ୍ୟ ଗ୍ରହଣ କରୁ । ପୁନଶ୍ଚ କମିଟି ଉଲ୍ଲେଖ କରିଛି, “ଏହା ଜରୁରୀ ଯେ ବିଭାଗ ବେସରକାରୀ ନିଯୁକ୍ତିଦାତାମାନଙ୍କ ସହ ସହଭାଗିତାକୁ ମଜବୁତ କରି ପ୍ରମାଣପତ୍ର ହାସଲ କରିଥିବା ଟ୍ରେନିମାନଙ୍କ ନିଯୁକ୍ତିକୁ ପ୍ରାଥମିକତା ଦେଉ ଏବଂ ତାଲିମ ମଡ୍ୟୁଲଗୁଡ଼ିକ ଯେପରି ବର୍ତ୍ତମାନର ବଜାର ଚାହିଦା ଅନୁଯାୟୀ ପ୍ରସ୍ତୁତ ହେବ, ତାହା ସୁନିଶ୍ଚିତ କରୁ”। କମିଟି ଆହୁରି ମଧ୍ୟ ପରାମର୍ଶ ଦେଇଛି ଯେ, ୨୬-୨୭ ଆର୍ଥିକ ବର୍ଷ ପାଇଁ ଧାର୍ଯ୍ୟ ଲକ୍ଷ୍ୟଗୁଡ଼ିକୁ ପ୍ରତି ତିନି ମାସରେ ସମୀକ୍ଷା କରାଯାଉ, ଯାହା ଦ୍ବାରା ଏହି ନୂତନ ଯୋଜନା ଫଳରେ ତାଲିମପ୍ରାପ୍ତ ହିତାଧୁକାରୀଙ୍କ ସଂଖ୍ୟା ଏବଂ ସେମାନଙ୍କର ସ୍ଥାୟୀ ନିଯୁକ୍ତି କ୍ଷେତ୍ରରେ ଏକ ଆନୁପାତିକ ସୁଧାର ଦେଖିବାକୁ ମିଳିବ ।

Leave a Reply

Your email address will not be published. Required fields are marked *

Related Posts