® ISSN : 3107-4979 | A Bilingual (Odia & English) Bimonthly Special Newspaper Covering News and Views on Disabilities | ® RNI Regd. No. ODIBIL/2016/67738

ଝାଡ଼ଖଣ୍ଡର ଦୁଇ ଦୃଷ୍ଟିବାଧିତ ଯୁବକ ନିଜର ସାହସ, ତାଲିମ, ସାମଗ୍ରିକ ଅନ୍ତର୍ଭୁକ୍ତୀକରଣ ଏବଂ ଦୃଢ଼ ଇଚ୍ଛାଶକ୍ତି ଦ୍ବାରା ଲଦାଖର ଉଚ୍ଚ ଶୃଙ୍ଗ ଆରୋହଣ କରି ପାରିଛନ୍ତି । ପୁଣି ଏହି ଦୁଃସାହସିକ ଯାତ୍ରାରେ ଦୁହିଁଙ୍କର ସହାୟକ ଉପକରଣ କହିଲେ, ଦୃଷ୍ଟିବାଧିତଙ୍କ ସାହାରା ରୂପେ ପରିଗଣିତ ଥିବା ଧଳାବାଡ଼ି ବା ହ୍ୱାଇଟ କେନ୍ସ।

ଘଟଣାଟି ଏହିପରି। ଝାଡ଼ଖଣ୍ଡ ପଶ୍ଚିମ ସିଂହଭୂମିର ଦୁର୍ଗମ ଗ୍ରାମର ଦୁଇ ଦୃଷ୍ଟିବାଧିତ ଯୁବକ ଶେଖର ଗୋପ ଏବଂ ଧୀରଜ କୁମାର । ଜନ୍ମରୁ ସମ୍ପୂର୍ଣ୍ଣ ଦୃଷ୍ଟିହୀନ ରହିଥିଲେ।ସେମାନଙ୍କ ପାଖରେ କେବେ ଦୈନନ୍ଦିନ ଜୀବନ ଚଳପ୍ରଚଳ ପାଇଁ ଧଳା ବାଡ଼ିଟିଏ ସୁଦ୍ଧା ନଥିଲା ମାତ୍ର ଆଜି ସେମାନେ ସଫଳ ପର୍ବତାରୋହୀ ଭାବେ ସମର୍ଥ ହୋଇଛନ୍ତି। ନିକଟରେ ଲଦାଖର କଠିନ ‘ଜୋ-ଜୋଙ୍ଗୋ’ ଶୃଙ୍ଗ (Dzo-Jongo peak) ଆରୋହଣ କରିବାର ଦୁଃସାହସିକ ଆହ୍ୱାନକୁ ସଫଳତାର ସହ ସାମ୍ନା କରିଛନ୍ତି। ‘ଜୋ-ଜୋଙ୍ଗୋ’ ଶୃଙ୍ଗକୁ ଉଚ୍ଚ-ପାର୍ବତ୍ୟ ଅଭିଯାନ ପାଇଁ ମନୋନୀତ ହେବା ପରେ, ଏହି ଦୁଇ ପର୍ବତାରୋହୀ ଏକ କଠିନ ପ୍ରସ୍ତୁତି ପ୍ରକ୍ରିୟା ଆରମ୍ଭ କରିଥିଲେ। ଦଲମା ପାହାଡ଼ରେ (Dalma Hills) ଅଭିଯାନ-ପୂର୍ବ ତାଲିମ କାର୍ଯ୍ୟକ୍ରମ ମାଧ୍ୟମରେ ସେମାନେ ନିଜର ଶାରୀରିକ ଶକ୍ତି, ସହନଶୀଳତା ଏବଂ ମାନସିକ ଦୃଢ଼ତାକୁ ମଜବୁତ କରିଥିଲେ ।

ଯେତେବେଳେ ସୁଯୋଗ, ସାମଗ୍ରିକ ଅନ୍ତର୍ଭୁକ୍ତିକରଣ ଏବଂ ଦୃଢ଼ ସଂକଳ୍ପ ଏକାଠି ହୁଏ, ସେତେବେଳେ କଣ ସବୁ ହାସଲ କରାଯାଇପାରେ, ସେମାନଙ୍କ ଯାତ୍ରା ହେଉଛି ତାର ଏକ ଜ୍ଵଳନ୍ତ ଉଦାହରଣ। ୨୦୨୨ ମସିହାରେ ସେମାନଙ୍କ ଜୀବନରେ ଏକ ବଡ଼ ପରିବର୍ତ୍ତନ ଆସିଥିଲା, ଯେତେବେଳେ ସେମାନେ ଟାଟା ଷ୍ଟିଲ୍ ଫାଉଣ୍ଡେସନର ଭିନ୍ନକ୍ଷମ ଅନ୍ତର୍ଭୁକ୍ତିକରଣ ଅଭିଯାନ ‘ସବଲ’ (Sabal) ର ଏକ ଅଂଶ ହୋଇଥିଲେ ।’ସବଲ’ ହେଉଛି ସମୁଦାୟ ଦ୍ବାରା ପରିଚାଳିତ ଏକ ସଶକ୍ତିକରଣ ଏବଂ ସମାବେଶୀ ଭିତ୍ତିଭୂମି କାର୍ଯ୍ୟକ୍ରମ, ଯାହା ଗ୍ରାମୀଣ ଭାରତରେ ଭିନ୍ନକ୍ଷମମାନଙ୍କ ଅନ୍ତର୍ଭୁକ୍ତିକରଣ ପାଇଁ ସ୍ଥାୟୀ ପନ୍ଥା ସୃଷ୍ଟି କରିବାକୁ ଲକ୍ଷ୍ୟ ରଖିଛି । ଖୁବ୍ ଶୀଘ୍ର, ସେମାନେ ବ୍ରେଲ୍ ଲିପି, ଦୈନନ୍ଦିନ ଜୀବନର କାର୍ଯ୍ୟକଳାପ, ଚଳପ୍ରଚଳ ଏବଂ ଡିଜିଟାଲ୍ ଦକ୍ଷତା ଶିଖିପାରିଥିଲେ।ନିଜେ ସ୍ବାଧୀନ ଭାବେ ଚାଲିବା, ସ୍ମାର୍ଟଫୋନ୍ ବ୍ୟବହାର କରିବା ଏବଂ ସୂଚନା ପାଇବା ଶିଖିବା ଦ୍ବାରା ସେମାନଙ୍କ ପାଇଁ ଏଭଳି ଅନେକ ଦ୍ବାର ଖୋଲିଗଲା ଯାହା ପୂର୍ବରୁ ସେମାନଙ୍କ ପାଇଁ ଅସମ୍ଭବ ମନେହେଉଥିଲା ।

ପାହାଡ଼ ଆରୋହଣ ପାଇଁ ଶୃଙ୍ଖଳାର ଆବଶ୍ୟକତା ଥିଲା । ପ୍ରତ୍ୟେକ ଚଢ଼ାଲି, ଟ୍ରେକିଂ ଏବଂ ପ୍ରତିବନ୍ଧକ ଆଗକୁ ଆସୁଥିବା ଆହ୍ୱାନ ପାଇଁ ସେମାନଙ୍କର ପ୍ରସ୍ତୁତି ସଦୃଶ ଥିଲା । ଶେଷରେ ଯେତେବେଳେ ସେମାନେ ଲଦାଖରେ ପହଞ୍ଚିଲେ, ସେମାନଙ୍କକୁ ପାର୍ବତ୍ୟ ଅଞ୍ଚଳର କଠିନ ପରିସ୍ଥିତି, ପଥୁରିଆ ରାସ୍ତା ଏବଂ ଅମ୍ଳଜାନର ଅଭାବ ଭଳି ସ୍ଥିତିର ସାମ୍ନା କରିବାକୁ ପଡ଼ିଥିଲା । ସଫଳତାର ସହ ଶୃଙ୍ଗର ଶୀର୍ଷ ସ୍ଥାନ ଛୁଇଁଥିବା ବେଳେ, ଧୀରଜ୍ ଅସୁସ୍ଥତା ଯୋଗୁଁ ଆଗକୁ ନଯାଇ ୧୬,୭୩୨ ଫୁଟ ଉଚ୍ଚତାରେ ଥିବା ଅଭିଯାନର ବେସ୍ କ୍ୟାମ୍ପ ପର୍ଯ୍ୟନ୍ତ ଚଢ଼ିବାକୁ ସକ୍ଷମ ହୋଇଥିଲେ । ଏହା ପୂର୍ବରୁ ଶେଖର ଝାଡ଼ଖଣ୍ଡ ବ୍ଲାଇଣ୍ଡ ଫୁଟବଲ୍ ଦଳର ଅଧିନାୟକ ହୋଇଥିବା ବେଳେ ଧୀରଜ ଜାତୀୟ ସ୍ତରର ବ୍ଲାଇଣ୍ଡ ଫୁଟବଲ୍ ଖେଳାଳୀ ଭାବେ ରାଜ୍ୟର ପ୍ରତିନିଧିତ୍ବ କରିଥିଲେ ।

Leave a Reply

Your email address will not be published. Required fields are marked *

Related Posts