ନୂତନ ଭିନ୍ନକ୍ଷମ ଅଧିକାର ଆଇନ, ୨୦୧୬ ଅନୁଯାୟୀ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ନିଯୁକ୍ତି ଚୟନ ବିଜ୍ଞାପନରେ ଶତକଡା ୪ ପ୍ରତିଶତ ସଂରକ୍ଷଣ ଦିବ୍ୟାଙ୍ଗ ପ୍ରାର୍ଥୀଙ୍କ ନିମନ୍ତେ ସୁନିଶ୍ଚିତ କରାଯାଇଛି | ଏହି ସଂରକ୍ଷଣ ସୁବିଧାର ଆଧାର ଓ କାର୍ଯ୍ୟକ୍ଷମତାର ବର୍ଗୀକରଣ ପ୍ରସ୍ତୁତ କରାଯାଇଥିବା ବେଳେ ବିଭିନ୍ନ କମିଶନ ବୋର୍ଡଙ୍କ ନିଯୁକ୍ତି ବିଜ୍ଞାପନରେ ସମାନତା ବଦଳରେ କେତେକ କ୍ଷେତ୍ରରେ ବିଷମତା ପରିଲକ୍ଷିତ ହେଉଛି | ଉଦାହରଣ ସ୍ୱରୂପ କେନ୍ଦ୍ରୀୟ ଲୋକସେବା ଚୟନ ଆୟୋଗ ଦ୍ୱାରା ନିଯୁକ୍ତି ବିଜ୍ଞାପନ ଗୁଡିକରେ ଭିନ୍ନକ୍ଷମତାକୁ ନେଇ ସଂରକ୍ଷଣ ଆବେଦନର ପ୍ରକ୍ରିୟାରେ ସ୍ୱଚ୍ଛତା ଓ ସମ୍ପୂର୍ଣ୍ଣତା ପରିଲକ୍ଷିତ ହେଉଥିବାବେଳେ ରାଜ୍ୟ ସ୍ତରରେ ଓଡିଶା ଲୋକସେବା ଚୟନ ଆୟୋଗଙ୍କ ବିଜ୍ଞାପନ, ରାଜ୍ୟ ସିଲେକ୍ସନ ବୋର୍ଡ, ଓଡିଶା ଷ୍ଟେଟ ସିଲେକ୍ସନ କମିଶନ ଆଦି ଚୟନ କତୃପକ୍ଷଙ୍କ ବିଜ୍ଞାପନରେ ସାମ୍ୟତା ପରିଲକ୍ଷିତ ହେଉନାହିଁ | ଏଥିରେ ରହିଥିବା କାର୍ଯ୍ୟକ୍ଷମତାର ବର୍ଗୀକରଣରେ ସ୍ୱଳ୍ପ ବିଷମତା ପରିଲକ୍ଷିତ ହେଉଥିବାର ଦେଖିବାକୁ ମିଳୁଛି | ବିଶେଷକରି ଭିନ୍ନକ୍ଷମତାର କାର୍ଯ୍ୟକ୍ଷମ ବର୍ଗୀକରଣର ବା Functional classification /sub -category ରେ BLA ବା Both Legs Arms ଅର୍ଥାତ Quadriplegic Condition ବା ଚତୁଃସ୍ପଦୀ ପକ୍ଷାଘାତ ବା ଆକ୍ରାନ୍ତ ଉଭୟ ଗୋଡ଼ ଓ ବାହୁକୁ ଉକ୍ତ କାର୍ଯ୍ୟକ୍ଷମତାର ବର୍ଗୀକରଣ ବା ସବ କାଟେଗୋରି ମଧ୍ୟରେ ସ୍ଥାନୀତ କରାଯାଇନାହିଁ | ଯାହାଦ୍ୱାରା ଗୁରୁତ୍ୱର ଓ ଉଭୟ ପାଦ ଓ ହାତର ଭିନ୍ନକ୍ଷମତା ବର୍ଗର ଆଶାୟୀ ଯୋଗ୍ୟ ପ୍ରାର୍ଥୀମାନେ ଆବେଦନ କରିବା ପ୍ରକ୍ରିୟାରେ ସେମାନଙ୍କର ଭିନ୍ନକ୍ଷମ ପ୍ରମାଣପତ୍ର ଗତ ସାର୍ଟିଫିକେସନ ଆଧାରରେ ଉକ୍ତ ବର୍ଗୀକରଣର ଅନୁପସ୍ଥିତିକୁ ଦେଖି ସଂଶୟଗ୍ରସ୍ତ ହୋଇପଡୁଛନ୍ତି | ସେମାନଙ୍କୁ ମିଳିଥିବା ଭିନ୍ନକ୍ଷମ ପ୍ରମାଣପତ୍ରର କ୍ୱାର୍ଡିପ୍ଲେଜି କାଟେଗୋରି ଅନୁଯାୟୀ କାର୍ଯ୍ୟକ୍ଷମତା ବର୍ଗୀକରଣର ଅନୁପସ୍ଥିତି ପରିଲକ୍ଷିତ ହେଉଛି | ବିଭିନ୍ନ ଚୟନ କମିଶନ ବା ବୋର୍ଡର ନିଯୁକ୍ତି ବିଜ୍ଞାପନ ଆବେଦନ ପ୍ରକ୍ରିୟାରେ ଏହାର ଅନୁପସ୍ଥିତି ପାରିଲକ୍ଷିତ ହେଉଛି |ଉଦାହରଣ ସ୍ୱରୂପ ଓଡିଶା ଲୋକସେବା ଆୟୋଗଙ୍କ ଦ୍ଵାରା ଗତ ୨୦୨୫ ମସିହାରେ ଓଡିଶା ସିଭିଲ ସର୍ଭିସେସ୍ ନିଯୁକ୍ତି ବିଜ୍ଞାପନର ଆବେଦନରେ କୌଣସି ଦ୍ଵନ୍ଦ୍ଵ ପରିଲକ୍ଷିତ ହୋଇ ନ ଥିବାବେଳେ ୨୦୨୩-୨୪ ବର୍ଷ ନିମନ୍ତେ ସହକାରୀ ପ୍ରଫେସର ପଦ ପାଇଁ ପ୍ରକାଶିତ ବିଜ୍ଞାପନରେ ଏହି ବର୍ଗୀକରଣ ଉପଲବ୍ଧ ନଥିଲା । ସେହିପରି ଗତ ୨୦୨୫ ବର୍ଷରେ ଓପିଏସସି ଦ୍ଵାରା ବିଜ୍ଞପିତ ଆଡଭୋକଟେ ଜେନରେଲ ଅଫିସ ନିମନ୍ତେ ଏଏସଓ ପଦବୀର ଆବେଦନ ପ୍ରକ୍ରିୟାରେ ଏହି ବିଏଲଏ ବର୍ଗୀକରଣର ଉପଲବ୍ଧ ନଥିଲା । ସେହିପରି ୨୦୨୫ ମସିହାରେ ଓଡିଶା ଷ୍ଟାଫ ସିଲେକ୍ସନ କମିଶନ ଦ୍ଵାରା ବିଜ୍ଞପିତ ସିଜିଏଲ ଏବଂ ଓଡ଼ିଶା ଅଧସ୍ତନ କର୍ମଚାରୀ ଚୟନ ଆୟୋଗ ଦ୍ଵାରା ବିଜ୍ଞପିତ ରାଜସ୍ୱ ନିରୀକ୍ଷକ ପଦ ନିମନ୍ତେ ଆବେଦନ ପ୍ରକ୍ରିୟାରେ ଏହି ସୁବିଧା ଉପଲବ୍ଧ ନ ଥିବାର ଦୃଷ୍ଟି ଗୋଚର ହୋଇଛି ।


