ଦୁଇଟି ନ୍ୟାୟିକ ହସ୍ତକ୍ଷେପ ଓ ଆଶାବାଦର ଦୁଇଟି ଝଲକ

ଏହି ଐତିହାସିକ ଆଇନ୍ ସମାନତା ଏବଂ ଭେଦଭାବହୀନତାକୁ ସୁନିଶ୍ଚିତ କରାଇବା ସହିତ ରିଜନେବୁଲ ଆକମୋବେନ୍‌ର ସାମାଜିକ ସୁରକ୍ଷା ବ୍ୟବସ୍ଥା, ଅନ୍ତର୍ଭୁକ୍ତି ଶିକ୍ଷା ଏବଂ ଉଚ୍ଚଶିକ୍ଷା ଓ ନିଯୁକ୍ତି ପରି କ୍ଷେତ୍ରରେ ସଂରକ୍ଷଣର ସୁଯୋଗ ସୃଷ୍ଟି କରି ଉକ୍ତ ଆଇନର ଅଭିଳଷିତ ଉଦ୍ଧେଶ୍ୟକୁ ପରିପୂରଣ ଦିଗରେ ଏକ ପ୍ରଭାବଶାଳୀ ଅଧିନିୟମ ରୂପେ କାର୍ଯ୍ୟ କରେ ।

ଚଳିତ ମାର୍ଚ୍ଚ ମାସଟି ଭିନ୍ନକ୍ଷମ ସଶକ୍ତିକରଣ ଦୃଷ୍ଟିରୁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ମନେହୁଏ । କାରଣ କେବଳ ଆଇନଗତ ଅଧିନିୟମର ପ୍ରବର୍ତ୍ତନରେ ବ୍ୟବସ୍ଥାଗତ ପରିବର୍ତ୍ତନ ସମ୍ଭବ ନୁହେଁ । ଯେପର୍ଯ୍ୟନ୍ତ ଆଇନର ଯଥାର୍ଥ ନ୍ୟାୟୋଚିତ ତର୍ଜମା ଓ ଅନୁପାଳନ ନିର୍ଦ୍ଧେଶନାମାର ଅଙ୍କୁଶ ନ ଲାଗିଛି, ସେପର୍ଯ୍ୟନ୍ତ ବ୍ୟବସ୍ଥାଗତ ପରିବର୍ତ୍ତନର ସୁଯୋଗ ସୃଷ୍ଟି ହୋଇନାହିଁ କହିଲେ ଠିକ୍ ହେବ ।

ବିଭିନ୍ନ ବର୍ଗର ଭିନ୍ନକ୍ଷମଙ୍କୁ ମୁଖ୍ୟସ୍ରୋତର ସମାଜ ସହ ସଂଶ୍ଳିଷ୍ଟ କରିବାକୁ ହେଲେ ସମ୍ବିଧାନ ପ୍ରଦତ୍ତ ଧାରା ୧୪ ଓ ୨୧ ଅନୁଯାୟୀ ସମାନତା ଓ ସମ୍ମାନ ସହ ଜୀବନ ନିର୍ବାହନର ଅଧିକାରକୁ ପ୍ରତ୍ୟେକ କ୍ଷେତ୍ରରେ ସୁନିଶ୍ଚିତ କରିବାକୁ ପଡ଼ିବ । ଅଧିକନ୍ତୁ, ଆର.ପି.ଡବ୍ଲୁ.ଡି ଆଇନ୍ ୨୦୧୬ ଭିନ୍ନକ୍ଷମ ବ୍ୟକ୍ତିଙ୍କ ଅଧିକାରକୁ ସମ୍ପ୍ରସାରିତ ଓ ବ୍ୟାପକ କରିବା ଉଦ୍ଧେଶ୍ୟରେ ଏକ ଗୁରୁତ୍ୱପୂର୍ଣ୍ଣ ଆଇନଗତ ପରିବର୍ତ୍ତନର ପ୍ରତିନିଧିତ୍ୱ କରେ । ଏହି ଐତିହାସିକ ଆଇନ୍ ସମାନତା ଏବଂ ଭେଦଭାବହୀନତାକୁ ସୁନିଶ୍ଚିତ କରାଇବା ସହିତ ରିଜନେବୁଲ ଆକମୋବେନ୍‌ର ସାମାଜିକ ସୁରକ୍ଷା ବ୍ୟବସ୍ଥା, ଅନ୍ତର୍ଭୁକ୍ତି ଶିକ୍ଷା ଏବଂ ଉଚ୍ଚଶିକ୍ଷା ଓ ନିଯୁକ୍ତି ପରି କ୍ଷେତ୍ରରେ ସଂରକ୍ଷଣର ସୁଯୋଗ ସୃଷ୍ଟି କରି ଉକ୍ତ ଆଇନର ଅଭିଳଷିତ ଉଦ୍ଧେଶ୍ୟକୁ ପରିପୂରଣ ଦିଗରେ ଏକ ପ୍ରଭାବଶାଳୀ ଅଧିନିୟମ ରୂପେ କାର୍ଯ୍ୟ କରେ । ପୁନଶ୍ଚ ଏହି ଆଇନ୍ ବ୍ୟକ୍ତିବିଶେଷଙ୍କୁ ନିଷ୍ଠୁରତା ଓ ଶୋଷଣରୁ ମଧ୍ୟ ରକ୍ଷା କରିଥାଏ ।

ଏଠାରେ ଉଲ୍ଲେଖଯୋଗ୍ୟ ଯେ, ଏହି ଦିଗରେ ମାନ୍ୟବର ସର୍ବୋଚ୍ଚ ନ୍ୟାୟାଳୟଙ୍କ ନିକଟରେ ଦୁଇ ନ୍ୟାୟିକ ହସ୍ତକ୍ଷେପ ଏକ ଏକ ଆଶାବାଦର ଝଲକ କହିଲେ ଅତ୍ୟୁକ୍ତି ହେବନାହିଁ । ପ୍ରଥମଟି ନ୍ୟାୟିକ ସେବା ପରୀକ୍ଷାରେ ଦୃଷ୍ଟିବାଧିତ ପ୍ରାର୍ଥୀଙ୍କ ଅଂଶଗ୍ରହଣକୁ ମାନ୍ୟବର ସୁପ୍ରିମକୋର୍ଟର ଏକ ଦୁଇଜଣିଆ ଖଣ୍ଡପୀଠ ଜେ.ବି. ପାର୍ଦିୱାଲା ଏବଂ ଆର୍ ମହାଦେବନ୍ ୨୩.୦୬.୨୦୨୩ରେ ସଂଶୋଧିତ ମଧ୍ୟପ୍ରଦେଶ ନ୍ୟାୟିକ ସେବା ପରୀକ୍ଷା ନିୟମ, ୧୯୯୪ ଏବଂ ରାଜସ୍ଥାନ ନ୍ୟାୟିକ ସେବା ନିୟମ, ୨୦୧୦ର ବୈଧତାକୁ ଚ୍ୟାଲେଞ୍ଜ କରି ଦୃଷ୍ଟିହୀନ ପ୍ରାର୍ଥୀମାନେ ନ୍ୟାୟିକ ସେବା ଅଧୀନ ଚୟନ ପ୍ରକି୍ରୟାରେ ଅଂଶଗ୍ରହଣ କରିବାକୁ ଯୋଗ୍ୟ ଅଟନ୍ତି ବୋଲି ରାୟ ପ୍ରଦାନ କରିଛନ୍ତି । ଯେଉଁଥିରେ ମଧ୍ୟପ୍ରଦେଶ ନ୍ୟାୟିକ ସେବା ପରୀକ୍ଷାର ୨୩.୦୬.୨୦୨୩ରେ ସଂଶୋଧିତ ନିୟମ ୬ଏ, ଯାହା ଦୃଷ୍ଟିହୀନ ଏବଂ ସ୍ୱଳ୍ପ ଦୃଷ୍ଟିର ପ୍ରାର୍ଥୀଙ୍କୁ ନ୍ୟାୟିକ ସେବା ପରୀକ୍ଷାରୁ ବଞ୍ଚିତ କରିଥିଲା । ଅନ୍ୟଟି ରାଜସ୍ଥାନ ନ୍ୟାୟିକ ସେବା ନିୟମ, ୨୦୧୦ ଯେଉଁଥିରେ ବେଞ୍ଚ୍ମାର୍କ ଭିନ୍ନକ୍ଷମ ପ୍ରାର୍ଥୀଙ୍କ ନିମନ୍ତେ ଏକ ପୃଥକ୍ ମେରିଟ୍ ଲିଷ୍ଟ କିମ୍ବା କଟ୍ ଅଫ୍ ଲିଷ୍ଟ ଘୋଷଣାର ବ୍ୟବସ୍ଥା ନ ଥିବା ସଂକ୍ରାନ୍ତୀୟ ଆବେଦନ ରହିଥିଲା । ମାନ୍ୟବର ବେଞ୍ଚ୍ ରିଜନେବୁଲ ଆକମୋଡେ଼ସନ୍ ବା ଯୁକ୍ତିଯୁକ୍ତ / ଯଥାର୍ଥ ଅନୁକୂଳିତ ବ୍ୟବସ୍ଥା ନୀତିର ତର୍ଜମା କରି ପ୍ରକାଶ କରିଥିଲେ ଯେ, ଏହା ଏକ ଅବଧାରଣା ଯାହା କେବଳ ଜଣେ ଭିନ୍ନକ୍ଷମଙ୍କୁ ସମାନ ସୁଯୋଗ ପ୍ରଦାନ କରିବା ସହ ଜଡ଼ିତ ନୁହେଁ, ବରଂ ଏହା ବ୍ୟକ୍ତିର ଉପଯୁକ୍ତତା ଆକଳନ କରିବାର ବାର୍ତ୍ତା ପ୍ରଦାନ ସହ ବ୍ୟକ୍ତିର ମର୍ଯ୍ୟାଦାକୁ ସୁନିଶ୍ଚିତ କରିବା ଦିଗରେ ଅଗ୍ରସର ହୁଏ । ସାମର୍ଥ୍ୟର ଡାକ୍ତରୀ ବା କ୍ଲିନିକାଲ ମୂଲ୍ୟାଙ୍କନ ଦ୍ୱାରା ପରୀକ୍ଷା ଏବଂ ମାପ କରାଯିବା ଉଚିତ୍ ନୁହେଁ ବରଂ ଯଥାର୍ଥ ବା ଯୁକ୍ତିଯୁକ୍ତ ଅନୁକୂଳିତ ବ୍ୟବସ୍ଥା ନୀତି ଓ ଏକ ସକ୍ଷମ ବାତାବରଣ କରାଇବା ପରେ ମୂଲ୍ୟାଙ୍କନ କରାଯିବା ଉଚିତ୍ ।

ମାନ୍ୟବର ସୁପ୍ରିମକୋର୍ଟଙ୍କ ଦ୍ୱିତୀୟ ରାୟଟି ସ୍ୱତନ୍ତ୍ର ଶିକ୍ଷକ ନିଯୁକ୍ତି ସଂକ୍ରାନ୍ତୀୟ ଅଟେ । ଅଦାଲତରେ ଉପସ୍ଥାପିତ ତଥ୍ୟ ଅନୁଯାୟୀ ଭାରତରେ ୧୫,୬୩,୪୭୦ ସ୍ୱତନ୍ତ୍ର ଶିଶୁ ରହିଛନ୍ତି, ଯେଉଁମାନଙ୍କ ଶିକ୍ଷା ପ୍ରଦାନ ନିମନ୍ତେ ସ୍ୱତନ୍ତ୍ର ଶିକ୍ଷାବିତ୍‌ଙ୍କ ହସ୍ତକ୍ଷେପର ଆବଶ୍ୟକତା ରହିଛି । ଯାହା ଭିନ୍ନକ୍ଷମ ପିଲାର ଗୁଣାତ୍ମକ ଶିକ୍ଷାର ଉପଲବ୍ଧତାକୁ ସୁନିଶ୍ଚିତ କରାଇବ ଏବଂ ଭିନ୍ନକ୍ଷମ ଅଧିକାର ଆଇନ, ୨୦୧୬ ଅନୁଯାୟୀ ସେମାନଙ୍କ ଅଧିକାରକୁ ବଜାୟ ରଖିବ । ଏଠାରେ ପ୍ରକାଶଯୋଗ୍ୟ ଉପରୋକ୍ତ ପରିସଂଖ୍ୟାନ ମଧ୍ୟରୁ ଓଡ଼ିଶାରେ ୮୬,୬୮୯ ଜଣ ସ୍ୱତନ୍ତ୍ର ଶିଶୁଙ୍କ ନିମନ୍ତେ ସ୍ୱତନ୍ତ୍ର ଶିକ୍ଷାବିତ୍‌ଙ୍କ ଆବଶ୍ୟକତା ରହିଛି । ମାନ୍ୟବର ବେଞ୍ଚ ଏକ ନିର୍ଦ୍ଧାରିତ ସମୟ ପ୍ରଦାନ କରି ମାର୍ଚ୍ଚ ୨୮ ତାରିଖ ସୁଦ୍ଧା ସ୍ୱତନ୍ତ୍ର ଶିକ୍ଷକ ଶିକ୍ଷୟିତ୍ରୀ ପାଇଁ ବିଜ୍ଞପ୍ତି ପ୍ରକାଶନ ସହ ୧୨ ସପ୍ତାହ ମଧ୍ୟରେ ପୂରଣ କରିବାକୁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ନିର୍ଦ୍ଧେଶ ଦେଇଛନ୍ତି । ଆଶାର କଥା, ଯାହା ଭିନ୍ନକ୍ଷମ ପିଲାଙ୍କ ଅନ୍ତର୍ଭୁକ୍ତି ଶିକ୍ଷଣ ସୁଯୋଗକୁ ସୁନିଶ୍ଚିତ କରାଇବ ।

ମାନ୍ୟବର ସୁପ୍ରିମକୋର୍ଟଙ୍କ ଦ୍ୱିତୀୟ ରାୟଟି ସ୍ୱତନ୍ତ୍ର ଶିକ୍ଷକ ନିଯୁକ୍ତି ସଂକ୍ରାନ୍ତୀୟ ଅଟେ । ଅଦାଲତରେ ଉପସ୍ଥାପିତ ତଥ୍ୟ ଅନୁଯାୟୀ ଭାରତରେ ୧୫,୬୩,୪୭୦ ସ୍ୱତନ୍ତ୍ର ଶିଶୁ ରହିଛନ୍ତି, ଯେଉଁମାନଙ୍କ ଶିକ୍ଷା ପ୍ରଦାନ ନିମନ୍ତେ ସ୍ୱତନ୍ତ୍ର ଶିକ୍ଷାବିତ୍‌ଙ୍କ ହସ୍ତକ୍ଷେପର ଆବଶ୍ୟକତା ରହିଛି । ଯାହା ଭିନ୍ନକ୍ଷମ ପିଲାର ଗୁଣାତ୍ମକ ଶିକ୍ଷାର ଉପଲବ୍ଧତାକୁ ସୁନିଶ୍ଚିତ କରାଇବ ଏବଂ ଭିନ୍ନକ୍ଷମ ଅଧିକାର ଆଇନ, ୨୦୧୬ ଅନୁଯାୟୀ ସେମାନଙ୍କ ଅଧିକାରକୁ ବଜାୟ ରଖିବ ।

ଏଠାରେ ପ୍ରକାଶଯୋଗ୍ୟ ଉପରୋକ୍ତ ପରିସଂଖ୍ୟାନ ମଧ୍ୟରୁ ଓଡ଼ିଶାରେ ୮୬,୬୮୯ ଜଣ ସ୍ୱତନ୍ତ୍ର ଶିଶୁଙ୍କ ନିମନ୍ତେ ସ୍ୱତନ୍ତ୍ର ଶିକ୍ଷାବିତ୍‌ଙ୍କ ଆବଶ୍ୟକତା ରହିଛି । ମାନ୍ୟବର ବେଞ୍ଚ ଏକ ନିର୍ଦ୍ଧାରିତ ସମୟ ପ୍ରଦାନ କରି ମାର୍ଚ୍ଚ ୨୮ ତାରିଖ ସୁଦ୍ଧା ସ୍ୱତନ୍ତ୍ର ଶିକ୍ଷକ ଶିକ୍ଷୟିତ୍ରୀ ପାଇଁ ବିଜ୍ଞପ୍ତି ପ୍ରକାଶନ ସହ ୧୨ ସପ୍ତାହ ମଧ୍ୟରେ ପୂରଣ କରିବାକୁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ନିର୍ଦ୍ଧେଶ ଦେଇଛନ୍ତି । ଆଶାର କଥା, ଯାହା ଭିନ୍ନକ୍ଷମ ପିଲାଙ୍କ ଅନ୍ତର୍ଭୁକ୍ତି ଶିକ୍ଷଣ ସୁଯୋଗକୁ ସୁନିଶ୍ଚିତ କରାଇବ ।

ଏହି ଦୁଇଟି ଆଦେଶନାମା ବିଭିନ୍ନ ଭିନ୍ନକ୍ଷମ ବର୍ଗଙ୍କୁ ସମାନତା, ସମାନ ସୁଯୋଗ ଓ ସମ୍ମାନର ସହ ଜୀବନ ଧାରଣର ଏକ ସମାବେଶୀ ସମାଜର ବାସ୍ତବାୟନରେ ବଳିଷ୍ଠ ଭୂମିକା ଯେ ନିର୍ବାହ କରିବ, ଏଥିରେ ସନ୍ଦେହ ନାହିଁ ।

Share the post

Leave a Reply

Your email address will not be published. Required fields are marked *

Proposal for Medical Board for Divyang at Jhuli Sub-District Hospital Pending; Disabled Organizations Demand Swift Implementation

ଝୁଲିରହିଛି ଉପଖଣ୍ଡ ଡାକ୍ତରଖାନାରେ ଦିବ୍ୟାଙ୍ଗଙ୍କ ପାଇଁ ମେଡିକାଲ ବୋର୍ଡର ପ୍ରସ୍ତାବ ଶୀଘ୍ର କାର୍ଯ୍ୟକାରିତା ପାଇଁ ଭିନ୍ନକ୍ଷମ ସଂଘଠନର ଦାବି

ଲୋକଙ୍କ ସମସ୍ୟା ତଥା ପଡ଼ି ରହିଥ‌ିବା ଲକ୍ଷାଧିକ ଆବେଦନକୁ ଦୃଷ୍ଟିରେ ରଖି ଉପଖଣ୍ଡ ଚିକିତ୍ସାଳୟରେ ୟୁଡିଆଇଡି କାର୍ଡ ବଣ୍ଟନ ଆରମ୍ଭ କରିବାକୁ ଚଳିତ ଜୁଲାଇ ମାସରେ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ‌(ଏସ୍ଏସ୍‌ଇପିଡି) ବିଭାଗ...
Dead Freeing the Blind: Posthumous Eye Donations Surge in Odisha

ଅନ୍ଧତ୍ୱ ମୁକ୍ତ କରୁଛନ୍ତି ମୃତକ

ସୂଚନା ଅନୁସାରେ ୨୦୦୭ରୁ ୨୦୧୭ମଧ୍ୟରେ ୫, ୭୧୪ ସ୍ଵଚ୍ଛପଟଳ ସଂଗ୍ରହ କରାଯାଇଥିବାବେଳେ ୪୭୯୫ ଜଣ ଏଥିଯୋଗୁଁ ଉପକୃତ ହୋଇଛନ୍ତି । ସେହିପରି ଆରମ୍ଭରୁ ଗତ ଜୁଲାଇ ୨୦୨୫ ସୁଦ୍ଧା ମୋଟ ପ୍ରାୟ ୧୯ ହଜାର...
Disability's New Terror: Parkinson's Disease

ଅକ୍ଷମତାର ନୂଆ ଆତଙ୍କ: ପାର୍କିନସନ ରୋଗ

୨୦୨୧ରେ ଯେତେ ସଂଖ୍ୟକ ପାର୍କିନସନ ରୋଗୀ ଥିଲେ ୨୦୫୦ ବେଳକୁ ତାହା ୧୧୨% ବୃଦ୍ଧି ପାଇବ ବୋଲି ବ୍ରିଟିଶ ମେଡିକାଲ ଜର୍ଣ୍ଣାଲରେ ପ୍ରକାଶ ପାଇଛି । ସୁତରାଂ ପାର୍କିନସନ ରୋଗୀଙ୍କ ସଂଖ୍ୟା ବଢ଼ିବା ଫଳରେ...
0-6 Years Old Disabled Children Early Identification For Extensive Survey Begins

୦-୬ ବର୍ଷ ବୟସର ଭିନ୍ନକ୍ଷମ ପିଲାମାନଙ୍କ ପ୍ରାଥମିକ ଚିହ୍ନଟ ପାଇଁ ବ୍ୟାପକ ସର୍ଭେ ଆରମ୍ଭ

ସାମାଜିକ ସୁରକ୍ଷା ଏବଂ ଭିନ୍ନକ୍ଷମବ୍ୟକ୍ତିଙ୍କ ସଶକ୍ତିକରଣ (ଏସଏସଇପିଡି) ବିଭାଗ ଦ୍ଵାରା ଘୋଷଣା କରାଯାଇଥିବା ଏହି ପଦକ୍ଷେପ ଭିନ୍ନକ୍ଷମବ୍ୟକ୍ତିଙ୍କ ଅଧିକାର (ଆରପିଡବ୍ଲୁଡି) ଆଇନ, ୨୦୧୬ ଅନୁଯାୟୀ ପରିଭାଷିତ ସମସ୍ତ ୨୧ ପ୍ରକାରର ଅକ୍ଷମତାକୁ ଅନ୍ତର୍ଭୁକ୍ତ କରିବ...
High-Support Disabled Persons to Receive ₹40,000 Assistance

ଉଚ୍ଚ-ସହାୟତା ଅକ୍ଷମତା ଥିବା ବ୍ୟକ୍ତିମାନଙ୍କୁ ମିଳିବ ୪୦,୦୦୦ ଟଙ୍କାର ସହାୟତା

ଗୋଆ ସରକାର ଗୁରୁତର ଭିନ୍ନକ୍ଷମ ବର୍ଗର ବ୍ୟକ୍ତିବିଶେଷମାନଙ୍କ ନିମନ୍ତେ ଏକ ଆର୍ଥିକ ସହାୟତା ଯୋଜନା ପ୍ରଚଳନ କରିଛନ୍ତି । ଏହି ଯୋଜନାରେ ଉଚ୍ଚ-ସହାୟତା ଅକ୍ଷମତା ଥିବା ବ୍ୟକ୍ତିମାନଙ୍କୁ ଏକକାଳୀନ ସହାୟତା ରାଶି ଭାବରେ ୪୦,୦୦୦...