ଗୁରୁତର ଭିନ୍ନକ୍ଷମ ପାଇଁ ଆତଙ୍କ “ସୁପରବଗ୍‌ସ୍‌”

ସୁପରବଗ୍ ଜନିତ ସଂକ୍ରମଣ, ବିଶେଷ କରି ଯେଉଁମାନେ ଗୁରୁତର ଭିନ୍ନକ୍ଷମ ବର୍ଗର ଅଟନ୍ତି, ବିଶେଷ କରି ଯେଉଁମାନଙ୍କର ଦୁର୍ବଳ ରୋଗପ୍ରତିରୋଧକ ଶକ୍ତି ଥାଏ । ଯେଉଁମାନେ ଅତି ଗୁରୁତର ଭାବେ ରୋଗଗ୍ରସ୍ତ ହୋଇ ଦୀର୍ଘମିଆଦି ଯତ୍ନରେ ରହିଛନ୍ତି, ସେହିମାନଙ୍କ ପାଇଁ ସୁପରବଗ୍ ଜନିତ ସଂକ୍ରମଣ ଏକ ସାଙ୍ଘାତିକ ବିପଦ ସୃଷ୍ଟି କରିପାରେ । ସଂକ୍ରମଣ ବିରୁଦ୍ଧରେ ଲଢ଼ିବାର ଦକ୍ଷତା ଅଭାବ ହେତୁ ସୁପରବଗ୍‌ସ୍‌ ଦ୍ୱାରା ଏହି ଶାରୀରିକ ଦୁର୍ବଳ ଭିନ୍ନକ୍ଷମ ବ୍ୟକ୍ତିବିଶେଷମାନଙ୍କର ଗୁରୁତର ଜଟିଳତା ହେବାର ରିସ୍କ ରହିଛି ।

ପ୍ରାୟ ଏକ ଶତାବ୍ଦୀ ଧରି ଜୀବାଣୁ ବିରୁଦ୍ଧରେ ଲଢୁଥିବା ଆଣ୍ଟିବାୟୋଟିକ୍ ଔଷଧଗୁଡ଼ିକ ଅନେକ କ୍ଷୟକାରୀ ଜୀବାଣୁକୁ ଧ୍ୱଂସ ଏବଂ ନିୟନ୍ତ୍ରଣ କରିବାରେ ସହାୟକ ହୋଇ ଆସିଛି । ଯେଉଁଗୁଡ଼ିକ ସହଜରେ ଆମକୁ ରୋଗଗ୍ରସ୍ତ କରିଥାନ୍ତା, ସେହି ରୋଗର ଜୀବାଣୁକୁ ନାଶ କରି ଆମକୁ ସୁସ୍ଥ ରଖିବାରେ ଆଣ୍ଟି ବାୟୋଟିକର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଅଛି । କିନ୍ତୁ ଏହି ନିକଟ ଦଶନ୍ଧିରେ ଦେଖାଯାଉଛି ଯେ, ଏହି ଆଣ୍ଟି ବାୟୋଟିକ୍ ଔଷଧଗୁଡ଼ିକ ପୂର୍ବପରି କେତେକ ପ୍ରକାର ସଂକ୍ରମଣ, ଯାହାକି ଜୀବାଣୁଦ୍ୱାରା ସଂଗଠିତ ହୋଇଥାଏ, ସେଗୁଡ଼ିକ ବିରୁଦ୍ଧରେ ତା’ର ପ୍ରଭାବ କ୍ରମଶଃ ଶିଥିଳ ହେବାରେ ଲାଗିଛି । ପରିତାପର ବିଷୟ ଯେ, ଆମେ ଯେଉଁଭଳି ଭାବରେ ଆଣ୍ଟିବାୟୋଟିକ ଔଷଧର ବହୁଳ ବ୍ୟବହାର କରିଆସିଛୁ, ତାହା କେବଳ ନୂଆ ଔଷଧ (ଡ୍ରଗ୍) ପ୍ରତିଷେଧକ “ସୁପରବଗ୍‌ସ୍‌’ ତିଆରି କରିବାରେ ସହାୟକ ହେଉଛି । 

ଡା. ସତ୍ୟସାରଥୀ ଜେନା
ଏମ୍.ଡ଼ି. (ମେଡ଼ିସିନ), ଡ଼ିମ୍ (ହୃଦ୍‌ରୋଗ ବିଶେଷଜ୍ଞ), ସହକାରୀ ପ୍ରଫେସର,
ଆଇଏମ୍ଏସ୍ ଓ ସମ୍ ହସ୍ପିଟାଲ, ଫୁଲନଖରା, ଭୁବନେଶ୍ୱର

ଏହି ସୁପରବଗ୍‌ସ୍‌ ଏକ ଲକ୍ଷଣବାହୀ ଜୀବାଣୁ, ଭୂତାଣୁ, ପରଜୀବୀ ବା ଫଙ୍ଗି ହୋଇପାରେ । ଏଗୁଡ଼ିକ ଔଷଧ ବ୍ୟବହାର ଦ୍ୱାରା ପ୍ରତିରୋଧିତ ହୋଇପାରିବେ ନାହିଁ । ଏକ ପରିସଂଖ୍ୟାନରୁ ଜଣାଯାଏ, ପ୍ରତିବର୍ଷ ଏହି ଔଷଧ ପ୍ରତିରୋଧକ ବଗ୍‌ସ ଜାତୀୟ ସ୍ତରରେ ଦୁଇ ମିଲିୟନରୁ ଅଧିକ ଲୋକଙ୍କୁ ଆକ୍ରାନ୍ତ କରିଥାଏ ଏବଂ ଅତି କମ୍‌ରେ ୨୩ ହଜାର ଲୋକ ଏହାଦ୍ୱାରା ମୃତ୍ୟୁମୁଖରେ ପଡ଼ିଥାନ୍ତି ।

ସୁପରବଗ୍‌ସ ଷ୍ଟ୍ରେଞ୍ଜ୍‌ସ

ବ୍ୟାକ୍ଟରିଆ ଜନିତ ସଂକ୍ରମଣ:

ଆକ୍ସିନେଟୋ ବ୍ୟାକ୍ଟରିଆ ବା ଜୀବାଣୁଦ୍ୱାରା ସଂକ୍ରମିତ କୌଣସି ସଂକ୍ରମଣ ଘଟିଲେ ମୂତ୍ରାଶୟ ନଳୀ, ରକ୍ତ ପ୍ରବାହୀ ସ୍ରୋତ କିମ୍ୱା ଘା’ ସଂକ୍ରମଣ ପ୍ରଭୃତିର ଚିକିତ୍ସା କଠିନ ହୋଇପଡ଼ିଥାଏ । ସେହିପରି ସୁପରବଗ୍ ନେଇସଏରିଆ, ଗୋନେରିଆ ବ୍ୟାକ୍ଟେରିଆ ଦ୍ୱାରା ଗର୍ଭାବସ୍ଥା ଜଟିଳତା ସୃଷ୍ଟି କରିଥାଏ । ଏବଂ ଏମ୍ଆରଏସ୍ଏ (MRSA) ସଂକ୍ରମଣ ଅସ୍ତ୍ରୋପଚାର ଜନିତ ଜଟିଳତା, ରକ୍ତପ୍ରବାହ ଜନିତ ତଥା ଫୁସ୍‌ଫୁସ୍ ପ୍ରଦାହ ଜନିତ ସଂକ୍ରମଣ ସୃଷ୍ଟି କରିଥାଏ ।

ହ୍ୟୁମାନ ଇମ୍ୟୁନୋ ଡେଫିସିଏନ୍ସି ଭାଇରସ୍ ବା ଏଡ଼ସ୍ : ଏହି ଭୂତାଣୁ, ଯାହାକୁ ଆମେ ଏଚ୍ଆଇଭି ବୋଲି ମଧ୍ୟ କହିଥାଉ । ଯାହା ଔଷଧୀୟ ପ୍ରୟୋଗକୁ ଆଗ୍ରାହ୍ୟ କରି ଜଟିଳାବସ୍ଥାକୁ ଅଧିକ ଗୁରୁତର କରିଦିଏ, ଫଳତଃ ମୃତ୍ୟୁ ଅନୁପାତରେ ବୃଦ୍ଧି କରିଥାଏ ।

ପ୍ଲାଜମୋଡ଼ିୟମ୍ ପାରାଡ଼ାଇଟିସ୍:

ଏହି ପାରାସାଇଟ ବା ପରଜୀବୀ ମ୍ୟାଲେରିଆ ସଂଗଠନର ପ୍ରମୁଖ କାରଣ ହୋଇଥାଏ, ଯାହାର ପରିଣାମରେ ରୋଗୀ ଅଧିକ ଗୁରୁତର ହୁଏ ଏବଂ ରୋଗର ବ୍ୟାପକ ଅଭିବୃଦ୍ଧି ଘଟିଥାଏ ।

 

କ୍ୟାଣ୍ଡିଡ଼ା ଅରିସ୍ ଫଙ୍ଗସ୍:

ଯେଉଁମାନେ ଶାରୀରିକ ଭାବେ ରୁଗ୍ଣ, ସେମାନଙ୍କ ରକ୍ତପ୍ରବାହ ସଂକ୍ରମଣ ସହିତ ଏହି ଫଙ୍ଗସ୍ ସମ୍ପର୍କିତ ଅଟେ ।

ସୁପରବଗ୍ ଏବଂ ଗୁରୁତର ଭିନ୍ନକ୍ଷମବର୍ଗ :

ସୁପରବଗ୍ ଜନିତ ସଂକ୍ରମଣ, ବିଶେଷ କରି ଯେଉଁମାନେ ଗୁରୁତର ଭିନ୍ନକ୍ଷମ ବର୍ଗର ଅଟନ୍ତି, ବିଶେଷ କରି ଯେଉଁମାନଙ୍କର ଦୁର୍ବଳ ରୋଗପ୍ରତିରୋଧକ ଶକ୍ତି ଥାଏ । ଯେଉଁମାନେ ଅତି ଗୁରୁତର ଭାବେ ରୋଗଗ୍ରସ୍ତ ହୋଇ ଦୀର୍ଘମିଆଦି ଯତ୍ନରେ ରହିଛନ୍ତି, ସେହିମାନଙ୍କ ପାଇଁ ସୁପରବଗ୍ ଜନିତ ସଂକ୍ରମଣ ଏକ ସାଙ୍ଘାତିକ ବିପଦ ସୃଷ୍ଟି କରିପାରେ । ସଂକ୍ରମଣ ବିରୁଦ୍ଧରେ ଲଢ଼ିବାର ଦକ୍ଷତା ଅଭାବ ହେତୁ ସୁପରବଗ୍‌ସ୍‌ ଦ୍ୱାରା ଏହି ଶାରୀରିକ ଦୁର୍ବଳ ଭିନ୍ନକ୍ଷମ ବ୍ୟକ୍ତିବିଶେଷମାନଙ୍କର ଗୁରୁତର ଜଟିଳତା ହେବାର ରିସ୍କ ରହିଛି ।

ଗୁରୁତରତାର କାରଣ

ଦୁର୍ବଳ ପ୍ରତିରୋଧକ ଶକ୍ତି :

ଯେଉଁ ରୋଗୀମାନେ ଏଡ଼ସ୍ ବା ଏଚ୍ଆଇଭି, ରକ୍ତକର୍କଟ, ମଧୁମେୟ ଏବଂ ଯେଉଁମାନଙ୍କର ଅଙ୍ଗ ପ୍ରତିରୋପଣ ବା ଷ୍ଟେମ୍ ସେଲ୍ ପ୍ରତିରୋପଣରେ ଜୀବିତ ଦୁର୍ବଳ ପ୍ରତିରୋଧକଧାରୀ ଅଟନ୍ତି, ଏଇ ବର୍ଗ ସବୁର ବ୍ୟକ୍ତିବିଶେଷମାନେ ସୁପରବଗ୍‌ସ୍‌ ଦ୍ୱାରା ସଂକ୍ରମିତ ହେବାର ସମ୍ଭାବନା ଥାଏ ।

ଦୀର୍ଘକାଳୀନ ରୁଗ୍ଣତା :

ଯେଉଁ ବ୍ୟକ୍ତିବିଶେଷମାନଙ୍କର ଦୀର୍ଘକାଳୀନ ମଧୁମୟ, ଶ୍ୱାସ ଓ ଫୁସ୍‌ଫୁସ ସଂକ୍ରମଣ ଜନିତ ଶ୍ୱାସରୋଗ ପ୍ରଭୃତି ହେତୁ ବାଧାପ୍ରାପ୍ତ ପ୍ରତିରୋଧକ ଶାରୀରିକ କାର୍ଯ୍ୟକାରିତା ରହିଛି, ସେମାନଙ୍କର ମଧ୍ୟ ଏହି ସୁପରବଗ୍ ଦ୍ୱାରା ସଂକ୍ରମିତ ହେବାର ରିସ୍କ ରହିଛି ।

ଯତ୍ନରେ ରହିଥିବା ଦୀର୍ଘକାଳୀନ ରୋଗୀ :

ଯେଉଁ ରୋଗୀମାନେ ଦୀର୍ଘକାଳୀନ ସ୍ୱାସ୍ଥ୍ୟସେବା ବ୍ୟବସ୍ଥା ମଧ୍ୟରେ ରହି ଆସୁଛନ୍ତି, ସେହି ପରିବେଶରେ ସୁପରବଗ୍ ସଂକ୍ରମଣର ବ୍ୟାପ୍ତି ସମ୍ଭବପର ।

ଡାକ୍ତରୀ ସହାୟକ ଉପକରଣର ବ୍ୟବହାରକାରୀ :

ଯେଉଁମାନଙ୍କର ଶରୀରର ମୁଖ୍ୟ ଶିରା, ଶ୍ୱାସନଳୀ ଟ୍ୟୁବ୍ ଏବଂ ଅନ୍ୟାନ୍ୟ ଡାକ୍ତରୀ ସହାୟକ ଉପକରଣର ବ୍ୟବହାର ହେତୁ ସେମାନଙ୍କ ଶରୀର ସୁପରବଗ୍ ସଂକ୍ରମଣ ପାଇଁ ଅଧିକ ରିସ୍କ ହୋଇ ରହିଥାଏ । କାରଣ ଏହିସବୁ ସ୍ଥାନ ଜୀବାଣୁମାନଙ୍କର ପ୍ରବେଶପଥ ପାଇଁ ଏକ ସମ୍ଭାବ୍ୟ ସ୍ଥାନ ପାଲଟିଥାଏ ।

ଗୁରୁତର ରୋଗୀଙ୍କ ଉପରେ ଏହାର ପ୍ରଭାବ

ଗୁରୁତର ସଂକ୍ରମଣ:

ସୁପରବଗ୍ ଦ୍ୱାରା ସୃଷ୍ଟି ହୋଇଥିବା ଗୁରୁତର ସଂକ୍ରମଣରେ ଷ୍ଟାଣ୍ଡାଡ୍ ଆଣ୍ଟିବାୟୋଟିକ୍ସ ତା’ର କାର୍ଯ୍ୟଦକ୍ଷତା ହରାଇଥାଏ । ଅଧିକନ୍ତୁ ଏହାଦ୍ୱାରା ସୃଷ୍ଟ ଜଟିଳତା ବିଷାକ୍ତ ଜୀବାଣୁ, ଫୁସ୍‌ଫୁସ୍‌ ପ୍ରଦାହ ଓ ରକ୍ତବାହୀ ଧାରାକୁ ସଂକ୍ରମିତ କରିଥାଏ ।

ଦୀର୍ଘକାଳୀନ ହସ୍ପିଟାଲାଇଜେସନ:

ଏହି ସୁପରବଗ୍ ସଂକ୍ରମଣ ହେତୁ ବ୍ୟକ୍ତିବିଶେଷଙ୍କୁ ଦୀର୍ଘଦିନ ଯାଏଁ ହସ୍ପିଟାଲରେ ରହି ଚିକିତ୍ସିତ ହେବାକୁ ପଡ଼ିଥାଏ । ଯାହାଦ୍ୱାରା ବ୍ୟକ୍ତିପକ୍ଷେ ଚିକିତ୍ସା ସେବାର ଖର୍ଚ୍ଚ ବୃଦ୍ଧି ଘଟିଥାଏ ।

ମୃତ୍ୟୁହାରରେ ଅଭିବୃଦ୍ଧି :

ଅନେକ ଗୁରୁତର ଅବସ୍ଥାରେ ସୁପରବଗ୍ ସଂକ୍ରମଣ ଜୀବନ ହାନିକାରକ ସାବ୍ୟସ୍ତ ହୋଇଥାଏ । ଯେହେତୁ ଏହି ବର୍ଗର ବ୍ୟକ୍ତିବିଶେଷଙ୍କ ଦୁର୍ବଳ ରୋଗପ୍ରତିରୋଧକ ଶକ୍ତି ଥାଏ, ତେଣୁ ସେମାନଙ୍କ ମୃତ୍ୟୁହାର ସମ୍ଭାବନା ଅଧିକ ରହିଥାଏ ।

କିପରି ସୁପରବଗ୍‌କୁ ପ୍ରତିରୋଧ କରିହେବ? :

ନୂତନ ସୁପରବଗ୍‌ସର ସୃଷ୍ଟିକୁ ପ୍ରତିହତ କରିବାକୁ ହେଲେ ଆମକୁ ସଂକ୍ରମଣକୁ ପ୍ରତିରୋଧ କରିବାର ଉପାୟ ଅବଲମ୍ୱନ କରିବାକୁ ପଡ଼ିବ । ଯାହାଦ୍ୱାରା ଆମେ ସଂକ୍ରମଣରୁ ନିଜକୁ ଦୂରରେ ରଖିପାରିବା ।

  • ଯେପରି ନିଜର ହାତକୁ ସାବୁନ ଓ ପାଣିଦ୍ୱାରା ଭଲ ଭାବରେ ଧୋଇବା, ଅତି କମ୍‌ରେ କୋଡ଼ିଏ ସେକେଣ୍ଡ ପର୍ଯ୍ୟନ୍ତ । ଯଦି ସାବୁନ ଏବଂ ପାଣି ପର୍ଯ୍ୟାପ୍ତ ନ ଥାଏ, ତେବେ ଶତକଡା ୬୦ ଭାଗ ଆଲକୋହଲ ଯୁକ୍ତ ସାନିଟାଇଜର ଦ୍ୱାରା ହାତକୁ ଅନ୍ତତଃ ସଫା କରନ୍ତୁ ।
  • ଖାଦ୍ୟ ପଦାର୍ଥକୁ ଯତ୍ନର ସହ ପ୍ରସ୍ତୁତ କରନ୍ତୁ । ଫଳ ଓ ପନିପରିବାକୁ ରୋଷେଇ ପ୍ରସ୍ତୁତି ପୂର୍ବରୁ ଭଲ ଭାବରେ ଧୋଇ ନିଅନ୍ତୁ ଏବଂ ପରିଷ୍କାର ପାତ୍ର ଏବଂ କାଟିବା ଛୁରୀ ବ୍ୟବହାର କରି ରୋଷେଇ ପ୍ରସ୍ତୁତ କରନ୍ତୁ ।
  • ଯୌନ ପ୍ରକ୍ରିୟାରେ ସଂକ୍ରମଣକୁ ପ୍ରତିହତ କରିବା ପାଇଁ ଯଥେଷ୍ଟ ସାବଧାନତା ଅବଲମ୍ୱନ କରିବାକୁ ହେବ । ସଂକ୍ରମିତ ଯୌନ ସାଥୀଙ୍କ ସହ ସଂସର୍ଗ ପୂର୍ବରୁ ଆବଶ୍ୟକୀୟ ସଂକ୍ରମଣ ପରିବାହୀ ପରୀକ୍ଷାମାନ କରାଇନେବା ଉଚିତ୍ ।
  • ଯେତେଦୂର ସମ୍ଭବ ଯେଉଁବ୍ୟକ୍ତିମାନେ ସଂକ୍ରମିତ ଏବଂ ଯେଉଁମାନଙ୍କର ଠାରେ ସଂକ୍ରମଣର ଲକ୍ଷଣ ସବୁ ପ୍ରକାଶିତ, ସେହିପରି ବ୍ୟକ୍ତିବିଶେଷଙ୍କ ଠାରୁ ଅନ୍ତରଙ୍ଗ ସମ୍ପର୍କରୁ ଦୂରେଇ ରହିବା ଉଚିତ୍ ।
  • ଡାକ୍ତରଙ୍କ ଦ୍ୱାରା ଅନୁମୋଦନ ଭ୍ୟାକ୍ସିନ୍ ଗ୍ରହଣ କରିବା ସହିତ ବ୍ୟକ୍ତିଗତ ସ୍ୱାସ୍ଥ୍ୟ ସଚେତନତା ସହ ସମୟାନୁଯାୟୀ ରୁଟିନ୍ ପରୀକ୍ଷା ନିରୀକ୍ଷା କରାଇବା ଆବଶ୍ୟକ ।
  • ଯେଉଁ ଔଷଧ ଯେଉଁ ସମୟରେ ବ୍ୟବହାର କରିବା ଆବଶ୍ୟକ, ସେହି ସଠିକ୍ ସମୟରେ ନିଅନ୍ତୁ । କିଛି ଔଷଧ ରହିଛନ୍ତି, ଯେଉଁମାନେ ନିର୍ଦ୍ଧିଷ୍ଟ ଜୀବାଣୁଠାରୁ ସ୍ୱଳ୍ପମିଆଦୀ ପ୍ରତିଷେଧକ ପ୍ରଦାନ କରିଥାନ୍ତି । ଉଦାହରଣ ସ୍ୱରୂପ ଏକ ଆଣ୍ଟିପାରାସାଇଟିକ୍ ଔଷଧ ବ୍ୟବହାର ଦ୍ୱାରା ଯଦି ଆମେ କୌଣସି ଭ୍ରମଣରେ ରହିଛୁ କିମ୍ୱା ଉଚ୍ଚ ରିସ୍କପ୍ରବଣ ଏରିଆକୁ ଯାଉଛୁ, ତେବେ ଏହା ଆମକୁ ମ୍ୟାଲେରିଆ ଠାରୁ ସୁରକ୍ଷିତ ରଖିପାରେ ।
Share the post

Leave a Reply

Your email address will not be published. Required fields are marked *

ରକ୍ତଜନିତ ଭିନ୍ନକ୍ଷମତା

ଥାଲାସେମିଆ, ସିକଲ୍ ସେଲ୍ ଆନିମିଆ ଏବଂ ହିମୋଫିଲିଆ ଏହି ତିନୋଟି ରକ୍ତ ରୋଗରେ ନିମ୍ନଲିଖିତ ତ୍ରୁଟି ଦେଖାଯାଏ: ବଞ୍ଚିବା /ଜଟିଳତା ପ୍ରତିରୋଧ ପାଇଁ ବାରମ୍ୱାର ରକ୍ତ / କାରକ ପ୍ରୟୋଗ । ଯାଞ୍ଚ ପାଇଁ...