କଣ୍ଠେ ମୋର ଭରିଦିଅ ଦିବ୍ୟଦୃଷ୍ଟି ପଥ
ପ୍ରତ୍ୟେକଟି କାହଣୀର ପଛରେ ରହିଛି ଅନ୍ତରର ଅନ୍ତହୀନପୀଡ଼ାକୁ ଜୟ କରିବାର ପ୍ରେରଣାଦାୟୀ କାହାଣୀ । ମଣିଷର ଏହି ସର୍ବଶ୍ରେଷ୍ଠ ପୁଞ୍ଜିରୁ ବଞ୍ଚିତ ହୋଇ ରହିଥିବା ସତ୍ତ୍ଵେ ସେମାନଙ୍କ କଣ୍ଠସ୍ଵରରେ ଅକୁହା ବେଦନା ବଦଳରେ ଆଶାବାଦର ଝଙ୍କାର ଝଙ୍କୃତ ହୋଇଥାଏ ।
ଜୀବନର ରେଳଗାଡ଼ି ଛୁକ୍ ଛୁକ୍ ଛୁକ୍…… ୫ଚକବୀରଙ୍କ କାହାଣୀ
କିଏ କହିଲା ଜୀବନ ଗାଡ଼ିର ଚକ ଥରେ ଭାଙ୍ଗିଗଲେ ଯୋଡ଼ିବା କଷ୍ଟ । ଯେପରି ରେଳପଟ୍ରି ଉପରୁ ଥରେ ରେଳଗାଡ଼ିର ଚକା ବିଚ୍ୟୁତ ହୋଇଗଲେ ଅଖଞ୍ଜ ହୋଇ ପଡ଼ିଯାଏ ଅଧା ବାଟକରେ । ଯେପରି କୁରୁକ୍ଷେତ୍ର ଯୁଦ୍ଧରେ ବାଟ ହୁଡ଼ିଥିଲା ଅଦ୍ୱିତୀୟ ବୀରକର୍ଣ୍ଣଙ୍କ ରଥର ଚକା । ଯାହା ଶେଷକୁ ପ୍ରାଣନାଶର କାରଣ ହୋଇଥିଲା, ବଦଳି ଯାଇଥିଲା କୁରୁକ୍ଷେତ୍ର ଯୁଦ୍ଧର ଜିତାପଟ୍ । ପ୍ରସ୍ତୁତି ଓ ଉପସ୍ଥାପନା –ବିରଜା ରାଉତରାୟସହଯୋଗୀତା

