ଗୁରୁତର ଭିନ୍ନକ୍ଷମଙ୍କୁ କେୟାରଗିଭର୍ ସହାୟତା ସ୍କିମ୍‌ରେ ଅନ୍ତର୍ଭୁକ୍ତି ପାଇଁ ଦିଲ୍ଲୀ ସରକାରଙ୍କ ଯୋଜନା

ଶାରୀରିକ ଗତିଶୀଳତା ହରାଇଥିବା ଅଥବା ସମସ୍ୟା ରହିଥିବା ଗୁରୁତର ଭିନ୍ନକ୍ଷମମାନଙ୍କୁ କେୟାରଗିଭର୍‌ର ସେବା ନେବା ନିମନ୍ତେ ଆର୍ଥିକ ସହାୟତା ପ୍ରଦାନ କରିବା ପାଇଁ ଦିଲ୍ଲୀ ସରକାରଙ୍କ ଏକ ଯୋଜନା ପ୍ରସ୍ତାବିତ ରହିଛି । ଦିଲ୍ଲୀର ସାମାଜିକ କଲ୍ୟାଣମନ୍ତ୍ରୀ ରବୀନ୍ଦ୍ର ଇନ୍ଦ୍ରଜିତ୍ ସିଂହ, ତାଙ୍କର ବିଭାଗ ଏପରି ଏକ ଯୋଜନା ଉପରେ କାର୍ଯ୍ୟ କରୁଛି ଏବଂ ଖୁବ୍‌ଶୀଘ୍ର ଏହା ମନ୍ତ୍ରୀପରିଷଦର ଅନୁମୋଦନ ନିମନ୍ତେ ଉପସ୍ଥାପିତ କରାଯିବ ବୋଲି ପ୍ରକାଶ କରିଛନ୍ତି ।

ଶାରୀରିକ ଗତିଶୀଳତା ହରାଇଥିବା ଅଥବା ସମସ୍ୟା ରହିଥିବା ଗୁରୁତର ଭିନ୍ନକ୍ଷମମାନଙ୍କୁ କେୟାରଗିଭର୍‌ର ସେବା ନେବା ନିମନ୍ତେ ଆର୍ଥିକ ସହାୟତା ପ୍ରଦାନ କରିବା ପାଇଁ ଦିଲ୍ଲୀ ସରକାରଙ୍କ ଏକ ଯୋଜନା ପ୍ରସ୍ତାବିତ ରହିଛି । ଦିଲ୍ଲୀର ସାମାଜିକ କଲ୍ୟାଣମନ୍ତ୍ରୀ ରବୀନ୍ଦ୍ର ଇନ୍ଦ୍ରଜିତ୍ ସିଂହ, ତାଙ୍କର ବିଭାଗ ଏପରି ଏକ ଯୋଜନା ଉପରେ କାର୍ଯ୍ୟ କରୁଛି ଏବଂ ଖୁବ୍‌ଶୀଘ୍ର ଏହା ମନ୍ତ୍ରୀପରିଷଦର ଅନୁମୋଦନ ନିମନ୍ତେ ଉପସ୍ଥାପିତ କରାଯିବ ବୋଲି ପ୍ରକାଶ କରିଛନ୍ତି । ଏହି ଯୋଜନାରେ ଶତକଡା ୮୦ ଭାଗ ବା ତଦୁର୍ଦ୍ଧ ଭିନ୍ନକ୍ଷମ ବ୍ୟକ୍ତିବିଶେଷମାନଙ୍କ ନିକଟ ସମ୍ପର୍କୀୟମାନଙ୍କୁ ଏହି ଆର୍ଥିକ ସାହାଯ୍ୟ ପ୍ରଦାନ କରାଯିବ । ଅନୁମାନ କରାଯାଉଛି, ଏହି ଯୋଜନାରେ ପାଖାପାଖି ୧୦୦୦ ଗୁରୁତର ଭିନ୍ନକ୍ଷମ ପରିବାର ଉପକୃତ ହେବେ । ତାଙ୍କ ବିଭାଗ ଖୁବଶୀଘ୍ର ଏହାର ଯୋଗ୍ୟ ହିତାଧିକାରୀ ଚିହ୍ନଟ କରିବା ପାଇଁ ଏକ ସର୍ଭେ ଆରମ୍ଭ କରିବ । ଯଦିଓ ବର୍ତ୍ତମାନ ସୁଦ୍ଧା ଏହି କେୟାରଗିଭର ସହାୟତା ରାଶିର ପରିମାଣ କେତେ ରହିବ, ତାହା ଚୂଡାନ୍ତ ହୋଇନାହିଁ । ତଥାପି ମନ୍ତ୍ରୀ ଶ୍ରୀ ସିଂହ ଏହି ପରିମାଣ ୫୦୦୦ ଟଙ୍କା ପ୍ରାୟ ରହିବ ବୋଲି ସୂଚାଇଛନ୍ତି । ଏଠାରେ ପ୍ରକାଶଯୋଗ୍ୟ ଯେ ଦିଲ୍ଲୀ ସରକାର ସମ୍ପ୍ରତି ଯୋଗ୍ୟ ଭିନ୍ନକ୍ଷମ ହିତାଧିକାରୀଙ୍କୁ ମାସିକ ୨୫୦୦ ଟଙ୍କାର ପେନସନ୍ ରାଶି ପ୍ରଦାନ କରୁଛନ୍ତି । ଯାହାର ପରିମାଣ ସମାଜର ଏହି ଅନଗ୍ରସର ବର୍ଗଙ୍କ ପାଇଁ ଯଥେଷ୍ଟ ନୁହେଁ ।

Share the post

Leave a Reply

Your email address will not be published. Required fields are marked *

କିପରି ବୁଝିବା ହୃଦ୍ ରୋଗ ଓ ମେରୁଦଣ୍ଡର ଯତ୍ନ?

ହୃଦଘାତ ସାଂପ୍ରତିକ ମଣିଷକୁ ବର୍ତ୍ତମାନ ସବୁଠାରୁ ଆତଙ୍କଗ୍ରସ୍ତ କରି ରଖିଥିବା ଅପ୍ରତ୍ୟାଶିତ ରୋଗ ରୂପେ ପରିଗଣିତ । କେବଳ ସାଧାରଣ ଲୋକ ନୁହଁନ୍ତି ଅଧିକନ୍ତୁ, ଅନ୍ୟ ଯେକୌଣସି ରୋଗ ଦ୍ୱାରା କବଳିତ ବା ଅର୍ଦ୍ଧ...

ଅଟିଜିମ୍ ର ବିଜୟୀ ବୀର ସାର୍ଥକର ସାର୍ଥକତା

ଅଟିଜିମ୍, ଏଡ଼ି ଏଚ୍ ଡି, ଏଏସ୍ଡ଼ି, ଡାଉନ୍ ସିନଡ୍ରମ୍ ସେରେବ୍ରାଲ ପାଲସି ଏସବୁ ଶବ୍ଦ ଶିଶୁ କ୍ଷେତ୍ରରେ ଏକ ବ୍ୟତିକ୍ରମ ଏବଂ ଶୁଣିଲା ବେଳେ ମନ ଭିତରେ ଅନେକ ଦ୍ୱନ୍ଦ୍ୱ, ନିରାଶ ଭାବନା ଓ...

କିପରି ସରଳ ଭାବରେ ବୁଝିବା ଅଟିଜିମ୍?

ଅଟିଜିମ୍ ଆକ୍ରାନ୍ତ ପିଲାମାନେ ସୁସ୍ଥ ସବଳ ଦେଖାଯାଇଥାଆନ୍ତି; ମାତ୍ର ମସ୍ତିଷ୍କର (ସ୍ନାୟୁ-ନ୍ୟୁରୋଲୋଜିକାଲ୍) ଗଠନ ବା ଆଘାତ ହେତୁ ଏବଂ କେତେକ ବିଶେଷ ଅସୁବିଧା କାରଣରୁ ସେମାନଙ୍କଠାରେ ଅକ୍ଷମତା ଦେଖାଦେଇଥାଏ । ମସ୍ତିଷ୍କର ସ୍ନାୟବିକ ଅସୁବିଧା...

କ୍ରୀଡା କ୍ଷେତ୍ରରେ ବି କମ୍ ନୁହଁନ୍ତି ଦିବ୍ୟାଙ୍ଗ ନାରୀ

ଇଚ୍ଛାଶକ୍ତି ଓ ଦୃଢ଼ ମନୋବଳ ଦ୍ୱାରା ଅସମ୍ଭବ ସମ୍ଭବରେ ପରିଣତ ହୋଇପାରେ । ଏହାର ଜ୍ୱଳନ୍ତ ପ୍ରମାଣ ସି୍ରା ପ୍ରିୟଦର୍ଶିନୀଙ୍କଠାରେ ଦେଖିବାକୁ ମିଳିଛି । ସମାଜ ଆଖିରେ ଭିନ୍ନକ୍ଷମ ଦୃଷ୍ଟିକୋଣକୁ ଭୁଲ ପ୍ରମାଣିତ କରିାରିଛନ୍ତି...

ବୀରତ୍ୱରେ ପଛରେ ନାହାନ୍ତି ଦିବ୍ୟାଙ୍ଗ, ହାତ ଗୋଡ ନ ଥାଇବି ଲଢ଼ିପାରନ୍ତି ଯୁଦ୍ଧ

ଶୁଣିଲେ କାନକୁ ଅବିଶ୍ୱାସ ଲାଗିପାରେ ! ମାତ୍ର ଦେଶପ୍ରେମ ଆଗରେ ନିଜର ଯନ୍ତ୍ରଣା ଓ ଅସାମର୍ଥ୍ୟତାକୁ ଯୁଦ୍ଧଯଜ୍ଞରେ ଆହୂତି ଦେଇ ଅଶ୍ରୁତପୂର୍ବ ସାହସର ନିଦର୍ଶନ ଦେଖାଇଛନ୍ତି ୟୁକ୍ରେନ ସୈନ୍ୟ । ଯୁଦ୍ଧରେ ଆହତ କିଛି...