ଶାରୀରିକ ଗତିଶୀଳତା ହରାଇଥିବା ଅଥବା ସମସ୍ୟା ରହିଥିବା ଗୁରୁତର ଭିନ୍ନକ୍ଷମମାନଙ୍କୁ କେୟାରଗିଭର୍ର ସେବା ନେବା ନିମନ୍ତେ ଆର୍ଥିକ ସହାୟତା ପ୍ରଦାନ କରିବା ପାଇଁ ଦିଲ୍ଲୀ ସରକାରଙ୍କ ଏକ ଯୋଜନା ପ୍ରସ୍ତାବିତ ରହିଛି । ଦିଲ୍ଲୀର ସାମାଜିକ କଲ୍ୟାଣମନ୍ତ୍ରୀ ରବୀନ୍ଦ୍ର ଇନ୍ଦ୍ରଜିତ୍ ସିଂହ, ତାଙ୍କର ବିଭାଗ ଏପରି ଏକ ଯୋଜନା ଉପରେ କାର୍ଯ୍ୟ କରୁଛି ଏବଂ ଖୁବ୍ଶୀଘ୍ର ଏହା ମନ୍ତ୍ରୀପରିଷଦର ଅନୁମୋଦନ ନିମନ୍ତେ ଉପସ୍ଥାପିତ କରାଯିବ ବୋଲି ପ୍ରକାଶ କରିଛନ୍ତି ।
ଶାରୀରିକ ଗତିଶୀଳତା ହରାଇଥିବା ଅଥବା ସମସ୍ୟା ରହିଥିବା ଗୁରୁତର ଭିନ୍ନକ୍ଷମମାନଙ୍କୁ କେୟାରଗିଭର୍ର ସେବା ନେବା ନିମନ୍ତେ ଆର୍ଥିକ ସହାୟତା ପ୍ରଦାନ କରିବା ପାଇଁ ଦିଲ୍ଲୀ ସରକାରଙ୍କ ଏକ ଯୋଜନା ପ୍ରସ୍ତାବିତ ରହିଛି । ଦିଲ୍ଲୀର ସାମାଜିକ କଲ୍ୟାଣମନ୍ତ୍ରୀ ରବୀନ୍ଦ୍ର ଇନ୍ଦ୍ରଜିତ୍ ସିଂହ, ତାଙ୍କର ବିଭାଗ ଏପରି ଏକ ଯୋଜନା ଉପରେ କାର୍ଯ୍ୟ କରୁଛି ଏବଂ ଖୁବ୍ଶୀଘ୍ର ଏହା ମନ୍ତ୍ରୀପରିଷଦର ଅନୁମୋଦନ ନିମନ୍ତେ ଉପସ୍ଥାପିତ କରାଯିବ ବୋଲି ପ୍ରକାଶ କରିଛନ୍ତି । ଏହି ଯୋଜନାରେ ଶତକଡା ୮୦ ଭାଗ ବା ତଦୁର୍ଦ୍ଧ ଭିନ୍ନକ୍ଷମ ବ୍ୟକ୍ତିବିଶେଷମାନଙ୍କ ନିକଟ ସମ୍ପର୍କୀୟମାନଙ୍କୁ ଏହି ଆର୍ଥିକ ସାହାଯ୍ୟ ପ୍ରଦାନ କରାଯିବ । ଅନୁମାନ କରାଯାଉଛି, ଏହି ଯୋଜନାରେ ପାଖାପାଖି ୧୦୦୦ ଗୁରୁତର ଭିନ୍ନକ୍ଷମ ପରିବାର ଉପକୃତ ହେବେ । ତାଙ୍କ ବିଭାଗ ଖୁବଶୀଘ୍ର ଏହାର ଯୋଗ୍ୟ ହିତାଧିକାରୀ ଚିହ୍ନଟ କରିବା ପାଇଁ ଏକ ସର୍ଭେ ଆରମ୍ଭ କରିବ । ଯଦିଓ ବର୍ତ୍ତମାନ ସୁଦ୍ଧା ଏହି କେୟାରଗିଭର ସହାୟତା ରାଶିର ପରିମାଣ କେତେ ରହିବ, ତାହା ଚୂଡାନ୍ତ ହୋଇନାହିଁ । ତଥାପି ମନ୍ତ୍ରୀ ଶ୍ରୀ ସିଂହ ଏହି ପରିମାଣ ୫୦୦୦ ଟଙ୍କା ପ୍ରାୟ ରହିବ ବୋଲି ସୂଚାଇଛନ୍ତି । ଏଠାରେ ପ୍ରକାଶଯୋଗ୍ୟ ଯେ ଦିଲ୍ଲୀ ସରକାର ସମ୍ପ୍ରତି ଯୋଗ୍ୟ ଭିନ୍ନକ୍ଷମ ହିତାଧିକାରୀଙ୍କୁ ମାସିକ ୨୫୦୦ ଟଙ୍କାର ପେନସନ୍ ରାଶି ପ୍ରଦାନ କରୁଛନ୍ତି । ଯାହାର ପରିମାଣ ସମାଜର ଏହି ଅନଗ୍ରସର ବର୍ଗଙ୍କ ପାଇଁ ଯଥେଷ୍ଟ ନୁହେଁ ।















