ତିନୋଟି ସଶକ୍ତ ପଦକ୍ଷେପ ଓ ସାମାଜିକ ସୁରକ୍ଷା ବିଭାଗ

ଏହି ତିନୋଟି ପଦକ୍ଷେପରେ ରାଜ୍ୟ ସାମାଜିକ ସୁରକ୍ଷା ବିଭାଗର ତୃଣମୂଳ ସ୍ତରରେ ହେଳା କରୁଥିବା କ୍ଷେତ୍ରୀୟ ଅଧିକାରୀଙ୍କ ଉପରେ ଉତ୍ତରଦାୟିତ୍ୱ ଧାର୍ଯ୍ୟ କରିବା ସହ କାର୍ଯ୍ୟାନୁଷ୍ଠାନର ପ୍ରାବଧାନ ବିଭାଗର ସଶକ୍ତ ଭୂମିକାକୁ ସଙ୍କେତ ଦେଉଛି କହିଲେ ଅତ୍ୟୁକ୍ତି ହେବନାହିଁ ।

ନିକଟରେ ରାଜ୍ୟ ସରକାରଙ୍କ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ତିନୋଟି ନିର୍ଦ୍ଧେଶନାମା ଜାରି କରି ନିଜର ସଶକ୍ତ ସ୍ୱରକୁ ସ୍ଥାପିତ କରିବା ପରି ମନେ ହେଉଛି । ପ୍ରଥମଟି ଜଣେ ଭିନ୍ନକ୍ଷମ ଓ ସାଧାରଣ ବ୍ୟକ୍ତିଙ୍କ ମଧ୍ୟରେ ବିବାହ ପାଇଁ ଉଦ୍ଧିଷ୍ଟ ପ୍ରୋତ୍ସାହନ ରାଶି ପ୍ରଦାନକୁ ନେଇ । ଦ୍ୱିତୀୟଟି ଭିନ୍ନକ୍ଷମ ପିଲାଙ୍କୁ ଜାତୀୟ ମେଧାବୃତ୍ତି ପ୍ରଦାନରେ ଦେଖାଯାଉଥିବା ଅହେତୁକ ବିଳମ୍ବ ପ୍ରକ୍ରିୟାକୁ ନେଇ । ୨୦୨୧ ମସିହା ପୂର୍ବରୁ ଭିନ୍ନକ୍ଷମ ଓ ସାଧାରଣ ବ୍ୟକ୍ତିଙ୍କ ମଧ୍ୟରେ ବିବାହ ପ୍ରୋତ୍ସାହନ ରାଶି ପଚାଶ ହଜାର ଟଙ୍କା ରହିଥିବା ସ୍ଥଳେ ରାଜ୍ୟ ସରକାରଙ୍କ ସାମାଜିକ ସୁରକ୍ଷା ବିଭାଗ ପତ୍ର ସଂଖ୍ୟା-୧୬୧୩, ତା ୨୨.୦୨.୨୦୨୧ ରିଖରେ ଏହି ରାଶିକୁ ଦୁଇଲକ୍ଷ ପଚାଶ ହଜାର ଟଙ୍କାକୁ ବୃଦ୍ଧି କରିଥିଲେ । ସମାଜର ଭିନ୍ନକ୍ଷମଙ୍କ ପରି ଦୁର୍ବଳ ବର୍ଗଙ୍କୁ ସାମାଜିକ ମୁଖ୍ୟସ୍ରୋତରେ ସାମିଲ କରାଇବା ସହ ସେମାନଙ୍କ ପ୍ରତି ଏକ ସମ୍ମାନଜନକ ଦୃଷ୍ଟିକୋଣ ତିଆରି କରିବା ଓ ସର୍ବୋପରି ଆର୍ଥିକ ପ୍ରୋତ୍ସାହନ ଦ୍ୱାରା ଏକ ସ୍ୱାବଲମ୍ବୀ ଜୀବନଯାପନକୁ ପ୍ରୋତ୍ସାହିତ କରିବା ଏହାର ଅଭିପ୍ରେତ ଲକ୍ଷ୍ୟ ରହିଥିଲା । କିନ୍ତୁ ଦେଖାଯାଏ ଯେ ବିଭିନ୍ନ ବ୍ଲକ୍‌ସ୍ତର ଠାରୁ ଆରମ୍ଭ କରି ଜିଲ୍ଲା ସାମାଜିକ ସୁରକ୍ଷା ବିଭାଗ ପର୍ଯ୍ୟନ୍ତ ବହୁ ଯୋଗ୍ୟ ହିତାଧିକାରୀଙ୍କ ଆବେଦନ ବିଳମ୍ବିତ ପ୍ରକ୍ରିୟାର ଶିକାର ହେଉଛି । ଏହିପରି ପଡ଼ିରହିଥିବା ଅଭିଯୋଗଗୁଡ଼ିକୁ ଦୃଷ୍ଟିରେ ରଖି ନିକଟରେ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ମନ୍ତ୍ରୀଙ୍କ ତତ୍ପରତା ଓ ଜିଲ୍ଲାସ୍ତରୀୟ ସମ୍ପୃକ୍ତ ବିଭାଗକୁ ତାଗିଦ ସହିତ ଏହି ମର୍ମରେ ବିଭାଗ ପକ୍ଷରୁ ଏକ ମାର୍ଗଦର୍ଶିକା ମଧ୍ୟ ଜାରି କରାଯାଇଛି ।

ଯେଉଁଥିରେ ପ୍ରତିବର୍ଷ ଜୁଲାଇ ମାସରେ ଯୋଗ୍ୟ ବିବେଚିତ ଦିବ୍ୟାଙ୍ଗ ଦମ୍ପତ୍ତିଙ୍କୁ ବିବାହ ପ୍ରୋତ୍ସାହନ ରାଶି ବଣ୍ଟନ କରାଯିବାର ନିର୍ଦ୍ଧେଶନାମା ରହିଛି । ଏଠାରେ ପ୍ରକାଶଯୋଗ୍ୟ ଯେ, ଏହି ବିବାହ ପ୍ରୋତ୍ସାହନ ରାଶି ନିମନ୍ତେ ଆବେଦନ କରିବାର ବର୍ଷାଧିକ କାଳ ଅତିକ୍ରାନ୍ତ ସତ୍ତ୍ୱେ ବିଚାର ନ ହୋଇ ପଡ଼ିରହୁଛି । କେତେକ କ୍ଷେତ୍ରରେ ଏହାଦ୍ୱାରା ଏହି ଅବହେଳିତ ସାମାଜିକ ବର୍ଗଙ୍କୁ ପ୍ରୋତ୍ସାହନର ପୁରସ୍କାର ଏକ ପ୍ରଲମ୍ବିତ ଉପହାସ ସଦୃଶ ମନେ ହେଉଛି । ଏହି ମାର୍ଗଦର୍ଶିକାରେ ଜିଲ୍ଲାପାଳଙ୍କୁ ମଧ୍ୟ ଗୋଟିଏ ବର୍ଷରୁ ଅଧିକ ସମୟ ଧରି ପଡ଼ିରହିଥିବା ଆବେଦନକୁ ନେଇ ଲିଖିତ କୈଫିୟତ ପ୍ରଦାନର ପ୍ରାବଧାନ ରହିଛି ।

ଏହି ପ୍ରୋତ୍ସାହନ ବ୍ୟବସ୍ଥା କେବଳ ସରକାରଙ୍କ ଦ୍ୱାରା ସ୍ଥିରୀକୃତ ମାନକ ହିସାବରେ ଯୋଗ୍ୟ ହିତାଧିକାରୀମାନେ ପାଇପାରିବେ । ବିଭାଗୀୟ ମନ୍ତ୍ରୀଙ୍କର ଏହିପରି ଏକ ନିର୍ଦ୍ଧେଶନାମା ଓ ପ୍ରସ୍ତୁତ ମାର୍ଗଦର୍ଶିକାରେ ପ୍ରୋତ୍ସାହନ ରାଶି ଆବେଦନ ପାଇଁ ଧାର୍ଯ୍ୟ ସମୟର ଘୋଷଣା ଏ ଦିଗରେ ଏକ ଆଶାସୂଚକ ପଦକ୍ଷେପ କହିଲେ ଅତ୍ୟୁକ୍ତି ହେବନାହିଁ । ନିଃସନ୍ଦେହରେ ଏହାଦ୍ୱାରା ଯୋଗ୍ୟ ହିତାଧିକାରୀମାନେ ବାରମ୍ବାର ଧାଁ’ଦୌଡ଼ ଜନିତ ହତୋତ୍ସାହରୁ ମୁକ୍ତି ପାଇପାରିବେ ।

ସେହିପରି ଦ୍ୱିତୀୟ ପଦକ୍ଷେପଟି ଭିନ୍ନକ୍ଷମ ଛାତ୍ରଛାତ୍ରୀଙ୍କ ଜାତୀୟ ମେଧାବୃତ୍ତି ସମ୍ପର୍କିତ । ଏଠାରେ ପ୍ରକାଶଯୋଗ୍ୟ ଯେ କେନ୍ଦ୍ର ସରକାରଙ୍କ ଦ୍ୱାରା ପ୍ରଦାନ କରାଯାଉଥିବା ଭିନ୍ନକ୍ଷମ ଛାତ୍ରଛାତ୍ରୀଙ୍କ ପାଇଁ ଉଦ୍ଧିଷ୍ଟ ଜାତୀୟ ମେଧାବୃତ୍ତି ପାଇଁ ୨୦୨୪-୨୫ ଶିକ୍ଷାବର୍ଷ ନିମନ୍ତେ ପ୍ରାକ୍ ମେଟ୍ରିକ୍, ମେଟ୍ରିକ୍ ପରବର୍ତ୍ତୀ ଓ ଉଚ୍ଚଶିକ୍ଷା ନିମନ୍ତେ ଓଡ଼ିଶାର ୧୮୩ ଜଣ ଆବେଦନ କରିଥିଲେ । ମାତ୍ର ସେମାନଙ୍କ ଆବେଦନରେ କାଗଜପତ୍ରଜନିତ ତ୍ରୁଟିକୁ ଦର୍ଶାଇ ଏହା ବିଚାର ନ ହୋଇ ପଡ଼ି ରହିଥିଲା । ଦିବ୍ୟାଙ୍କ ଛାତ୍ରଛାତ୍ରୀଙ୍କ ମେଧାବୃତ୍ତିର ଆବେଦନ ଉପରେ ସମ୍ପୃକ୍ତ ବିଭାଗର ଏହିପରି ଗତାନୁଗତିକ କାମଚଳା ମନୋଭାବ ଓ ଉଦାସୀନତା କେବଳ ୨୦୨୪-୨୫ ଶିକ୍ଷାବର୍ଷର ନୁହେଁ ବରଂ ପ୍ରତିବର୍ଷ ଅନେକ ଛାତ୍ରଛାତ୍ରୀ ଏହି ମାନସିକତାର ଶିକାର ହେଉଥିଲେ । ଶିକ୍ଷାବର୍ଷର ଅତିକ୍ରାନ୍ତ ପରେ ଏହି ମେଧାବୃତ୍ତିରୁ ଆବେଦନକାରୀ ଛାତ୍ରଛାତ୍ରୀ ବଞ୍ଚିତ ରହିଥିବାରୁ କେନ୍ଦ୍ର ସରକାରଙ୍କ କ୍ଷୋଭ ବ୍ୟକ୍ତ ପରେ ରାଜ୍ୟ ସାମାଜିକ ସୁରକ୍ଷା ବିଭାଗ ଏ ଦିଗରେ ତତ୍ପରତା ପ୍ରଦର୍ଶନ କରିଛି । ଆବେଦନପତ୍ରଗୁଡ଼ିକର ତ୍ୱରିତ ଫଇସଲା ନିମନ୍ତେ ଜିଲ୍ଲାପାଳଙ୍କୁ ଏହି ମର୍ମରେ ପତ୍ର ପ୍ରେରିତ କରିଛନ୍ତି । ବିଶେଷ କରି ଏଥିରେ ସମ୍ପୃକ୍ତ ଶିକ୍ଷାନୁଷ୍ଠାନର ନୋଡ଼ାଲ ଅଧିକାରୀଙ୍କୁ ଅବହେଳା ଜନିତ କାର୍ଯ୍ୟାନୁଷ୍ଠାନ ପାଇଁ ମଧ୍ୟ ଚେତାବନୀ ଦିଆଯାଇଛି ।

ଏଇ ନିକଟରେ ଅନ୍ୟ ସେହିପରି ଏକ ଦୃଷ୍ଟାନ୍ତ ଯୋଗ୍ୟ ତୃତୀୟ ପଦକ୍ଷେପ ନେଇଛି ବିଭାଗ । ଚଳିତ ମାସରୁ ରାଜ୍ୟ ସରକାର ୮୦ବର୍ଷରୁ ଅଧିକ ବୃଦ୍ଧ ଓ ୮୦%ରୁ ଅଧିକ ଭିନ୍ନକ୍ଷମଙ୍କ ଭତ୍ତା ପରିମାଣ ସାଢ଼େ ୩ହଜାର ଟଙ୍କାକୁ ବୃଦ୍ଧି କରିଛନ୍ତି । ତେବେ ଅନେକ ନିଜର ସ୍ବାସ୍ଥ୍ୟ ସମସ୍ୟା ପାଇଁ ଭତ୍ତା ବଣ୍ଟନ କେନ୍ଦ୍ରକୁ ଆସିପାରୁ ନାହାନ୍ତି । ତେଣୁ ଏହି ହିତାଧିକାରୀଙ୍କ ଘରେ ଭତ୍ତା ଟଙ୍କା ପହଞ୍ଚାଇବା ଲାଗି ରାଜ୍ୟ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ବିଭାଗ ପକ୍ଷରୁ ସବୁ ସାମାଜିକ ସୁରକ୍ଷା ଅଧିକାରୀଙ୍କୁ ପତ୍ର ଜାରି ହୋଇଛି । ବିଭାଗ ପକ୍ଷରୁ କୁହାଯାଇଛି ଯେ ୨୦୦୮ ମସିହାରୁ ରାଜ୍ୟରେ ମଧୁ ବାବୁ ପେନ୍‌ସନ୍ ଯୋଜନା(ଏମଶବିପିୱାଇ) ଯୋଜନା କାର୍ଯ୍ୟକାରୀ ହୋଇଛି। ଏଥିରେ ବିଧବା ଓ କୋଭିଡ୍‌ରେ ପ୍ରାଣ ହରାଇଥିବା ଅନାଥମାନଙ୍କୁ ମଧ୍ୟ ସାମିଲ କରାଯାଇଛି ।

୮୦ ବର୍ଷ ରୁ ଅଧିକ ଓ ୮୦%ରୁ ଅଧିକ ଭିନ୍ନକ୍ଷମତା ଥିବା ବ୍ୟକ୍ତିଙ୍କ ସଂଖ୍ୟା ରାଜ୍ୟରେ ୨.୯ଲକ୍ଷରୁ ଅଧିକ ରହିଛି । ତେଣୁ ଏହି ବ୍ୟକ୍ତିମାନଙ୍କୁ ଘରେ ଭତ୍ତା ଦେବା ଲାଗି ବିଭାଗ ପକ୍ଷରୁ ସ୍ପଷ୍ଟ ନିର୍ଦ୍ଦେଶ ଦିଆଯାଇଛି ।

ଉପରୋକ୍ତ ଏହି ତିନୋଟି ପଦକ୍ଷେପରେ ରାଜ୍ୟ ସାମାଜିକ ସୁରକ୍ଷା ବିଭାଗର ତୃଣମୂଳ ସ୍ତରରେ ହେଳା କରୁଥିବା କ୍ଷେତ୍ରୀୟ ଅଧିକାରୀଙ୍କ ଉପରେ ଉତ୍ତରଦାୟିତ୍ୱ ଧାର୍ଯ୍ୟ କରିବା ସହ କାର୍ଯ୍ୟାନୁଷ୍ଠାନର ପ୍ରାବଧାନ ବିଭାଗର ସଶକ୍ତ ଭୂମିକାକୁ ସଙ୍କେତ ଦେଉଛି କହିଲେ ଅତ୍ୟୁକ୍ତି ହେବନାହିଁ । ବିଭାଗର ଏହି ସକ୍ରିୟତା ଭିନ୍ନକ୍ଷମ ବର୍ଗଙ୍କ ପ୍ରତି ଯଥାର୍ଥ କର୍ତ୍ତବ୍ୟ ସମ୍ପାଦନାରେ ସମ୍ବେଦନାଶୀଳତା ଓ ସମୟୋଚିତ ପଦକ୍ଷେପକୁ ଯେ ଦର୍ଶାଇପାରିଛି, ତାହା ଆଶ୍ୱାସନାର ବିଷୟ । ଏହିପରି ସକ୍ରିୟତା ଓ ଦୃଢ଼ ପଦକ୍ଷେପ ପ୍ରତିଟି କ୍ଷେତ୍ରରେ ସାମାଜିକ ସୁରକ୍ଷା ବିଭାଗଠାରୁ ରାଜ୍ୟ ଭିନ୍ନକ୍ଷମ ହିତାଧିକାରୀମାନେ ପ୍ରତ୍ୟାଶା ରଖିଥାନ୍ତି । ମାତ୍ର କେତେଦୂର ଏହା ପରିପାଳନରେ ସାକାରତା ଲାଭ କରୁଛି, ତାହା ଦେଖିବାର କଥା !

Share the post

Comments

  1. Bipin kumar das

    Reply
    July 7, 2025

    ଭିନ୍ନକ୍ଷମ ମାନଙ୍କ ପାଇଁ ଏହିପତ୍ରିକା ଓ ନିଜେ ବିରଜା ସାରଙ୍କ ସହଯୋଗ ଅତୁଳନୀୟ l sr ଆମ୍ଭ ମାନଙ୍କ ପ୍ରମୋସନ ବିଷୟରେ ଟିକେ ବୁଝନ୍ତୁ l ଏହା ୨୦୧୮ରୁ କେବଳ ଚିଠି ହୋଇ ପଡିଛି l ଓ ଯେଉଁ ମାନେ ଲେଖା ଲିଖି କରନ୍ତି ସେମାନଙ୍କ ପାଇଁ କିଛି ସୁବିଧା କିମ୍ବା ପ୍ରୋଛାହଜ଼ l ନ୍ୟାୟିକ ବ୍ୟବସ୍ଥା ରେ କି ଦୃଢ଼ ପଦକ୍ଷ୍ୟପ l

Leave a Reply

Your email address will not be published. Required fields are marked *

Proposal for Medical Board for Divyang at Jhuli Sub-District Hospital Pending; Disabled Organizations Demand Swift Implementation

ଝୁଲିରହିଛି ଉପଖଣ୍ଡ ଡାକ୍ତରଖାନାରେ ଦିବ୍ୟାଙ୍ଗଙ୍କ ପାଇଁ ମେଡିକାଲ ବୋର୍ଡର ପ୍ରସ୍ତାବ ଶୀଘ୍ର କାର୍ଯ୍ୟକାରିତା ପାଇଁ ଭିନ୍ନକ୍ଷମ ସଂଘଠନର ଦାବି

ଲୋକଙ୍କ ସମସ୍ୟା ତଥା ପଡ଼ି ରହିଥ‌ିବା ଲକ୍ଷାଧିକ ଆବେଦନକୁ ଦୃଷ୍ଟିରେ ରଖି ଉପଖଣ୍ଡ ଚିକିତ୍ସାଳୟରେ ୟୁଡିଆଇଡି କାର୍ଡ ବଣ୍ଟନ ଆରମ୍ଭ କରିବାକୁ ଚଳିତ ଜୁଲାଇ ମାସରେ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ‌(ଏସ୍ଏସ୍‌ଇପିଡି) ବିଭାଗ...
Dead Freeing the Blind: Posthumous Eye Donations Surge in Odisha

ଅନ୍ଧତ୍ୱ ମୁକ୍ତ କରୁଛନ୍ତି ମୃତକ

ସୂଚନା ଅନୁସାରେ ୨୦୦୭ରୁ ୨୦୧୭ମଧ୍ୟରେ ୫, ୭୧୪ ସ୍ଵଚ୍ଛପଟଳ ସଂଗ୍ରହ କରାଯାଇଥିବାବେଳେ ୪୭୯୫ ଜଣ ଏଥିଯୋଗୁଁ ଉପକୃତ ହୋଇଛନ୍ତି । ସେହିପରି ଆରମ୍ଭରୁ ଗତ ଜୁଲାଇ ୨୦୨୫ ସୁଦ୍ଧା ମୋଟ ପ୍ରାୟ ୧୯ ହଜାର...
Disability's New Terror: Parkinson's Disease

ଅକ୍ଷମତାର ନୂଆ ଆତଙ୍କ: ପାର୍କିନସନ ରୋଗ

୨୦୨୧ରେ ଯେତେ ସଂଖ୍ୟକ ପାର୍କିନସନ ରୋଗୀ ଥିଲେ ୨୦୫୦ ବେଳକୁ ତାହା ୧୧୨% ବୃଦ୍ଧି ପାଇବ ବୋଲି ବ୍ରିଟିଶ ମେଡିକାଲ ଜର୍ଣ୍ଣାଲରେ ପ୍ରକାଶ ପାଇଛି । ସୁତରାଂ ପାର୍କିନସନ ରୋଗୀଙ୍କ ସଂଖ୍ୟା ବଢ଼ିବା ଫଳରେ...
0-6 Years Old Disabled Children Early Identification For Extensive Survey Begins

୦-୬ ବର୍ଷ ବୟସର ଭିନ୍ନକ୍ଷମ ପିଲାମାନଙ୍କ ପ୍ରାଥମିକ ଚିହ୍ନଟ ପାଇଁ ବ୍ୟାପକ ସର୍ଭେ ଆରମ୍ଭ

ସାମାଜିକ ସୁରକ୍ଷା ଏବଂ ଭିନ୍ନକ୍ଷମବ୍ୟକ୍ତିଙ୍କ ସଶକ୍ତିକରଣ (ଏସଏସଇପିଡି) ବିଭାଗ ଦ୍ଵାରା ଘୋଷଣା କରାଯାଇଥିବା ଏହି ପଦକ୍ଷେପ ଭିନ୍ନକ୍ଷମବ୍ୟକ୍ତିଙ୍କ ଅଧିକାର (ଆରପିଡବ୍ଲୁଡି) ଆଇନ, ୨୦୧୬ ଅନୁଯାୟୀ ପରିଭାଷିତ ସମସ୍ତ ୨୧ ପ୍ରକାରର ଅକ୍ଷମତାକୁ ଅନ୍ତର୍ଭୁକ୍ତ କରିବ...
High-Support Disabled Persons to Receive ₹40,000 Assistance

ଉଚ୍ଚ-ସହାୟତା ଅକ୍ଷମତା ଥିବା ବ୍ୟକ୍ତିମାନଙ୍କୁ ମିଳିବ ୪୦,୦୦୦ ଟଙ୍କାର ସହାୟତା

ଗୋଆ ସରକାର ଗୁରୁତର ଭିନ୍ନକ୍ଷମ ବର୍ଗର ବ୍ୟକ୍ତିବିଶେଷମାନଙ୍କ ନିମନ୍ତେ ଏକ ଆର୍ଥିକ ସହାୟତା ଯୋଜନା ପ୍ରଚଳନ କରିଛନ୍ତି । ଏହି ଯୋଜନାରେ ଉଚ୍ଚ-ସହାୟତା ଅକ୍ଷମତା ଥିବା ବ୍ୟକ୍ତିମାନଙ୍କୁ ଏକକାଳୀନ ସହାୟତା ରାଶି ଭାବରେ ୪୦,୦୦୦...