ଜିଏସ୍‌ଟି ୨.୦ ସଂସ୍କାର : ଶସ୍ତା ହେବ ଭିନ୍ନକ୍ଷମଙ୍କ ବ୍ୟବହୃତ ସାମଗ୍ରୀ ସେପ୍ଟେମ୍ବର ୨୨ରୁ ହେବ ଲାଗୁ

ଭିନ୍ନକ୍ଷମ ବ୍ୟକ୍ତି ବିଶେଷମାନଙ୍କ ଦ୍ୱାରା ବ୍ୟବହୃତ ହେଉଥିବା ଏହିସବୁ ଆବଶ୍ୟକ ଦ୍ରବ୍ୟଗୁଡିକ ସଂଶୋଧିତ ଟିକସ ହାରରେ ଉପଲବ୍ଧ ହେବାକୁ ଯାଉଥିବାରୁ ବିଭିନ୍ନ ଭିନ୍ନକ୍ଷମ ସଂଗଠନ ଓ ବର୍ଗଙ୍କ ମଧ୍ୟରେ ଆନନ୍ଦ ପ୍ରକାଶ ପାଇଛି ।

ନିକଟରେ ନୂଆଦିଲ୍ଲୀଠାରେ ଅନୁଷ୍ଠିତ କେନ୍ଦ୍ରୀୟ ଜିଏସ୍‌ଟି କାଉନସିଲ୍‌ର ୫୬ତମ ଅଧିବେଶନରେ ଜିଏସ୍‌ଟି ଶୁକ୍ଳର ଯେଉଁ ଐତିହାସିକ ସଂସ୍କାର ନିମନ୍ତେ ପ୍ରସ୍ତାବ ପାରିତ ହୋଇଛି, ତାହା ଯଥାର୍ଥରେ ମଧ୍ୟବିତ୍ତ ଓ ସାଧାରଣ ବର୍ଗ ଲୋକଙ୍କ ପାଇଁ ଏକ ବୋନାଞ୍ଜା କହିଲେ ଅତ୍ୟୁକ୍ତି ହେବନାହିଁ । ଜିଏସ୍‌ଟିର ଆଗାମୀ ପିଢି ସଂସ୍କାର ନେଇ ଯେଉଁ ଘୋଷଣା ମାନନୀୟ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ୧୫ ଅଗଷ୍ଟ, ୨୦୨୫ରେ ସ୍ୱାଧୀନତା ଦିବସ ଅବସରରେ ଲାଲକିଲ୍ଲାରୁ ଘୋଷଣା କରିଥିଲେ ତାହାର ବାସ୍ତବାୟନ ରୂପରେଖ ଏହି ଜିଏସ୍‌ଟି ଅଧିବେଶନର ନିର୍ଯ୍ୟାସରେ ପ୍ରତିଫଳିତ ହୋଇଛି । ଏହି ଯୁଗାନ୍ତକାରୀ ଟିକସ୍‌ ସଂସ୍କାର ଯଥାର୍ଥରେ ସୁଯୋଜନାବଦ୍ଧ, ନୀତିଗତ ଏବଂ ନାଗରିକ-କୈନ୍ଦ୍ରିକ ଅଟେ । ଏବଂ ଏହା ପ୍ରତ୍ୟେକ ଅନ୍ତିମ ନାଗରିକଙ୍କ ଜୀବନର ଗୁଣାତ୍ମକ ଅଭିବୃଦ୍ଧିରେ ସହାୟକ ହେବ ।

କାଉନ୍‌ସିଲ୍‌ ଅନୁମୋଦିତ କରିଥିବା ଅଧିକାଂଶ ବିଭିନ୍ନ ବ୍ୟବହୃତ ଦ୍ରବ୍ୟଗୁଡିକୁ ମୁଖ୍ୟତଃ ୫% ଓ ୧୨% ଟିକସହାର ପରିସର ମଧ୍ୟକୁ ଆଣିଛନ୍ତି । ଯାହା ସାଧାରଣ ଲୋକଙ୍କ ପାଇଁ ଦ୍ରବ୍ୟମୂଲ୍ୟରେ ରିହାତି ଆଣିବ । ଫାର୍ମାସ୍ୟୁଟିକାଲ୍‌ ଦ୍ରବ୍ୟଠାରୁ ଆରମ୍ଭ କରି ଖାଉଟି ସାମଗ୍ରୀଗୁଡିକ ଅପେକ୍ଷାକୃତ ଶସ୍ତାରେ ଉପଲବ୍ଧ ହେବ । ବିଶେଷକରି ଜିଏସ୍‌ଟିର ପ୍ରଚଳନ ପରଠାରୁ ଭିନ୍ନକ୍ଷମ ବ୍ୟକ୍ତିବିଶେଷମାନେ ବ୍ୟବହାର କରୁଥିବା ଅନେକ ଦ୍ରବ୍ୟ ଉପରେ ପୂର୍ବରୁ ରହିଥିବା ୧୨% ଓ ୧୮% ହାରର ଜିଏସ୍‌ଟି କର ଉପରେ ଏବେ ରିହାତି ମିଳିବାର ଆଶା ଉଦ୍ରେକ ହୋଇଛି । ଆର୍ଥିକ ଦୃଷ୍ଟିରୁ ଅଧିକାଂଶ ଭିନ୍ନକ୍ଷମ ଦୁର୍ବଳ ଶ୍ରେଣୀରେ ରହିଥିବା ବେଳେ ସରକାରଙ୍କର ଏହି ପଦକ୍ଷେପ ଏକ ପ୍ରକାର ଆଶ୍ୱସ୍ତି ଆଣିଦେଇଛି କହିଲେ ଠିକ୍ ହେବ । ଏହିସବୁ ପୂର୍ବ ନିର୍ଦ୍ଧାରିତ ଉଚ୍ଚ ହାରର ବସ୍ତୁଗୁଡିକ ଉପରେ ଏଣିକି ସର୍ବନିମ୍ନ ୫% କର ଲାଗିବ, ଯାହା ପରୋକ୍ଷରେ ଭିନ୍ନକ୍ଷମବର୍ଗଙ୍କ ଆର୍ଥିକ ଚାପକୁ ଲାଘବ କରିବାରେ ସହାୟକ ହେବ । ବିଶେଷକରି ଗୁରୁତର ଭିନ୍ନକ୍ଷମଙ୍କ ଦ୍ୱାରା ବାରମ୍ବାର ବ୍ୟବହୃତ ହେଉଥିବା ସର୍ଜିକାଲ ଦ୍ରବ୍ୟ ଯେପରି କ୍ୟାଥେଟର୍‌, ୟୁରିନ ବ୍ୟାଗ୍, ଜେଲୀ, କଟନ୍, ଗଜ୍, ସର୍ଜିକାଲ ଗ୍ଳୋବ୍ସ, ବେଟାଡିନ୍, ଡେଟଲ୍, ସ୍ପିରିଟ୍‌ ପ୍ରଭୃତି ଉପରେ ୧୨% ଜିଏସ୍‌ଟି ରହିଥିବାବେଳେ, ସମ୍ପ୍ରତି ଏହିସବୁ ନିତ୍ୟ ବ୍ୟବହୃତ ଦ୍ରବ୍ୟ ୫% ସ୍ତରକୁ ଖସିଆସିବ । ଏହାଠାରୁ ଆହୁରି ଅଧିକ ୧୮% ହାର ଟିକସ ଲାଗୁଥିବା ସାନିଟାଇଜର ମଧ୍ୟ ସର୍ବନିମ୍ନ ହାରକୁ ଆସିବ ।

ସେହିପରି ଭିନ୍ନକ୍ଷମଙ୍କ ସହାୟକ ଉପକରଣ ଉପରୁ ମଧ୍ୟ ଜିଏସ୍‌ଟି ଟିକସ ହାର କମି ସର୍ବନିମ୍ନ ସ୍ତରକୁ ଛୁଇଁବ । ଏହିଗୁଡିକ ମଧ୍ୟରେ ପକ୍ଷାଗତ, ପାରାପ୍ଲେଜିଆ, ମସ୍ତିସ୍କ ପକ୍ଷାଗତ ବା ସେରିବ୍ରାଲ୍‌ ପାଲ୍‌ସି ଶିଶୁମାନେ ବ୍ୟବହାର କରୁଥିବା ସିପି ଚେୟାର, ଷ୍ଟାଣ୍ଡିଂ ବୋର୍ଡ, ପାରାଲାଲ ବାର, ଜେଲି ବଲ୍, ହୁଇଲଚେୟାର ଉପରେ ବସିବା ନିମନ୍ତେ ଉଦ୍ଧିଷ୍ଟ କୁସନ୍‌, ମାଂସପେଶୀର ଶକ୍ତି ବୃଦ୍ଧିନିମନ୍ତେ ବ୍ୟବହୃତ ଥେରାପି ଉପକରଣ ଥେରା ବ୍ୟାଣ୍ଡ, ୱାଟର ବେଡ୍, ଏୟାର ବେଡ୍ ପ୍ରଭୃତି ଉପରେ ରହିଥିବା ୧୨% ଟିକସ ହାରରୁ ଖସି ସର୍ବନିମ୍ନ ୫% ହାରାରେ ସୀମିତ ରହିବ । ପ୍ରୋସ୍ଥେଟିକ୍ସ ଓ ଅର୍ଥୋଟିକ୍ସ ଉପକରଣ ଉପରେ ମଧ୍ୟ ରହିଥିବା ଉଚ୍ଚ ଜିଏସ୍‌ଟି ହାର କମିବାର ସମ୍ଭାବନା ରହିଛି ।

ସେପ୍ଟେମ୍ବର ୨୨ ତାରିଖଠାରୁ ସାରା ଦେଶରେ ଏହି ନୂତନ ସରଳୀକୃତ ଜିଏସ୍‌ଟି ହାର ପ୍ରଚଳନ ହେବାକୁ ଯାଉଛି । ଭିନ୍ନକ୍ଷମ ବ୍ୟକ୍ତି ବିଶେଷମାନଙ୍କ ଦ୍ୱାରା ବ୍ୟବହୃତ ହେଉଥିବା ଏହିସବୁ ଆବଶ୍ୟକ ଦ୍ରବ୍ୟଗୁଡିକ ସଂଶୋଧିତ ଟିକସ ହାରରେ ଉପଲବ୍ଧ ହେବାକୁ ଯାଉଥିବାରୁ ବିଭିନ୍ନ ଭିନ୍ନକ୍ଷମ ସଂଗଠନ ଓ ବର୍ଗଙ୍କ ମଧ୍ୟରେ ଆନନ୍ଦ ପ୍ରକାଶ ପାଇଛି ।

Share the post

Leave a Reply

Your email address will not be published. Required fields are marked *

ଓଟିଟି ପ୍ଲାଟ୍‌ଫର୍ମଗୁଡ଼ିକୁ ଆକ୍ସେସେବୁଲ ବୈଶିଷ୍ଟ୍ୟଯୁକ୍ତ କରିବାକୁ ଦିଲ୍ଲୀ ହାଇକୋର୍ଟର ନିର୍ଦ୍ଧେଶ

ଦିଲ୍ଲୀ ହାଇକୋର୍ଟର ମାନ୍ୟବର ବିଚାରପତି ସଚିନ ଦତ୍ତ ଆବେଦନକାରୀ ଅକ୍ଷତ ବାଲ୍‌ଦୁଆଙ୍କ ଏକ ଆବେଦନକୁ ଶୁଣାଣି କରି ଏ ଦିଗରେ ଏକ ସମ୍ପୂର୍ଣ୍ଣ ସ୍ପଷ୍ଟ ମାର୍ଗଦର୍ଶିକା ଜାରି କରିବା ପାଇଁ ନିର୍ଦ୍ଧେଶ ପ୍ରଦାନ କରିଛନ୍ତି...

ଗୁରୁତର ଭିନ୍ନକ୍ଷମଙ୍କୁ କେୟାରଗିଭର୍ ସହାୟତା ସ୍କିମ୍‌ରେ ଅନ୍ତର୍ଭୁକ୍ତି ପାଇଁ ଦିଲ୍ଲୀ ସରକାରଙ୍କ ଯୋଜନା

ଶାରୀରିକ ଗତିଶୀଳତା ହରାଇଥିବା ଅଥବା ସମସ୍ୟା ରହିଥିବା ଗୁରୁତର ଭିନ୍ନକ୍ଷମମାନଙ୍କୁ କେୟାରଗିଭର୍‌ର ସେବା ନେବା ନିମନ୍ତେ ଆର୍ଥିକ ସହାୟତା ପ୍ରଦାନ କରିବା ପାଇଁ ଦିଲ୍ଲୀ ସରକାରଙ୍କ ଏକ ଯୋଜନା ପ୍ରସ୍ତାବିତ ରହିଛି । ଦିଲ୍ଲୀର...

ସମସ୍ତ ସର୍ବସାଧାରଣ ପ୍ରତିଷ୍ଠାନରେ ଭିନ୍ନକ୍ଷମଙ୍କ ପାଇଁ ସୁଗମ୍ୟତା ସୁନିଶ୍ଚିତ କର – କେରଳ ହାଇକୋର୍ଟ

ମାନ୍ୟବର ଉଚ୍ଚ ନ୍ୟାୟାଳୟ ଗୁରୁତ୍ୱାରୋପ କରି କହିଛନ୍ତି ଯେ ଭିନ୍ନକ୍ଷମ ଆଇନ ଅନୁଯାୟୀ ସରକାର କେବେହେଲେ ନିଜ ଦାୟିତ୍ୱକୁ ପରିହାର କରିପାରିବେ ନାହିଁ । ଏହାର ସ୍ପଷ୍ଟୀକରଣ ଦେଇ ମାନ୍ୟବର କୋର୍ଟ କହିଛନ୍ତି ଯେ,...

ଦିବ୍ୟାଙ୍ଗସମୂହଙ୍କ ରାଜନୈତିକ ପ୍ରତିନିଧିତ୍ଵ ସରଂକ୍ଷଣ ବିଲ ଉପସ୍ଥାପିତ କଲା ତାମିଲନାଡୁ ।

କେବଳ ଅନୁକମ୍ପା ଭିତ୍ତିରେ ନୁହେଁ, ବରଂ ସେମାନଙ୍କ ଅଧିକାର ଆଧାରରେ ଭିନ୍ନକ୍ଷମଙ୍କ କଲ୍ୟାଣ ପାଇଁ ଆମେ ଯୋଜନା ପ୍ରସ୍ତୁତ କରୁଛୁ । ଶ୍ରୀ ଷ୍ଟାଲିନ୍ କହିଛନ୍ତି ଯେ ପିଡବ୍ଲ୍ୟୁଡିମାନଙ୍କ ପାଇଁ ୪% ସଂରକ୍ଷଣ ମାଧ୍ୟମରେ...

ବମ୍ବେ ହାଇକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ: ଦୁଇ ଭିନ୍ନକ୍ଷମ ପିଲାଙ୍କ ପିତାମାତା ତୃତୀୟ ସାଧାରଣ ସନ୍ତାନକୁ ପୋଷ୍ୟ ଭାବେ ଗ୍ରହଣ କରିପାରିବେ

କାରା (CARA) ଏହାର ୨୦୨୩ କାର୍ଯ୍ୟନିର୍ବାହୀ ଆଦେଶକୁ ପ୍ରୟୋଗ କରିଥିଲା ଯାହା ସମ୍ଭାବ୍ୟ ପୋଷ୍ୟ ପିତାମାତାଙ୍କର ପୂର୍ବରୁ ଦୁଇଟି ଜୈବିକ ସନ୍ତାନ ରହିଥିଲେ ଏକ ସାଧାରଣ ଶିଶୁକୁ ପୋଷ୍ୟ ସନ୍ତାନ ଗ୍ରହଣ କରିବାକୁ ପ୍ରତିବନ୍ଧକ...