ଅନ୍ଧାର ସେପଟ ଆଲୋକ

ଯେଉଁ ଅଧ୍ୟାପକ ଧନୀ, ଗରିବ, ମେଧା, ସ୍ୱଳ୍ପ ମେଧା, ବୁଦ୍ଧିମାନ ଓ ସାଧାରଣ; ବିବିଧ ଛାତ୍ରମାନଙ୍କୁ ସେମାନଙ୍କର ସାମର୍ଥ୍ୟ ଅନୁସାରେ ବୁଝି ସଫଳ ଶିକ୍ଷାଦାନ କରିପାରେ, ତାକୁ ହିଁ ଜଣେ ଭଲ ଅଧ୍ୟାପକ କୁହାଯିବ ।”

ବାଃ! ବାବାଇ! ବାଃ!

ରାଜନୀତି ବିଜ୍ଞାନରେ ପିଏଚ୍‌ଡି ହାସଲ କଲେ ଦୃଷ୍ଟିବାଧିତ ଅଧ୍ୟାପକ ଡ଼ ବାବାଇ ନନ୍ଦୀ । ନିକଟରେ ରେଭେନ୍ସା ବିଶ୍ୱବିଦ୍ୟାଳୟର ରାଜନୀତି ବିଜ୍ଞାନ ବିଭାଗ ଅଧିନରେ ନିଜର ଗବେଷଣାତ୍ମକ ସନ୍ଦର୍ଭ ନିମନ୍ତେ ପିଏଚ୍‌ଡି ଡିଗ୍ରୀ ହାସଲ କରିବାରେ ପ୍ରଥମ ଦୃଷ୍ଟିବାଧିତ ସ୍କଲାର୍ ଭାବେ ଏକ ଚର୍ଚ୍ଚିତ ଚେହେରା ପାଲଟିଛନ୍ତି ଡକ୍ଟର ବାବାଇ ନନ୍ଦୀ । ସମ୍ପ୍ରତି କେନ୍ଦ୍ରାପଡ଼ା ସ୍ୱୟଂଶାସିତ ମହାବିଦ୍ୟାଳୟର ରାଜନୀତି ବିଜ୍ଞାନ ବିଭାଗର ଅଧ୍ୟାପକ ଭାବେ ଅବସ୍ଥାପିତ ଡଃ.ନନ୍ଦୀ ନିଜ ଜୀବନରେ ଆଲୋକ ଓ ଅନ୍ଧରର ଲୁଚକାଳି ସହ ସଂଘର୍ଷ କରି ନିଜ ପାଇଁ ସୃଷ୍ଟି କରି ନିଜ ଅପୂର୍ବ ପରାକାଷ୍ଠାର ନିଦର୍ଶନ ତିଆରିଛନ୍ତି । ଜୀବନର ମୋଡ଼ ମଧ୍ୟ ଅଦ୍ଭୁତ ! ଗତ ବର୍ଷ ବୟସ ପର୍ଯ୍ୟନ୍ତ ଦୃଷ୍ଟିଶକ୍ତିସମ୍ପନ୍ନ ଅନ୍ୟମାନଙ୍କ ସହ ସାଧାରଣ ସ୍କୁଲରେ ପାଠ ପଢୁଥିବା ବାଳକ ବାବାଇଙ୍କ ଜୀବନରେ ଅତର୍କିତ ଭାବେ ମାଡି ଆସିଥିଲା ଅନ୍ଧାରର ଝଡ଼ । ନା କାହାର ଅନୁମାନ ଥିଲା ! ନା କାହାର ଥିଲା କଳ୍ପନା ! ଦୁଃସ୍ୱପ୍ନ… ଦୁର୍ଭାଗ୍ୟ… ଦୁର୍ଦିନ… ଦୁର୍ଯୋଗ… ସବୁ ମିଶି ଯେପରି ଏକାବେଳେ ଏହି କୋମଳମତୀ ବାଳକର ଭାଗ୍ୟକୁ ଅନ୍ଧତ୍ୱର କଳା ଚାଦରରେ ଢାଙ୍କି ଦେଇଥିଲେ । ଆଖିରେ ସାମାନ୍ୟ ଯନ୍ତ୍ରଣା ହେବାରୁ ଉପଶମ ପାଇଁ ବାପା କିଣି ଆଣିଥିଲେ ଗୋଟେ ଆଖି ଡ୍ରପ୍ । ଛଦ୍ମବେଶୀ ଦୁର୍ଯୋଗ ଯେପରି ଅପେକ୍ଷା କରିଥିଲା ଏହି ମୁହୂର୍ତ୍ତକୁ । ହୁଏତ ସେଇ ଆଖି ଡ୍ରପ୍ର ଏକ୍ସପାରୀ ତାରିଖ ଗତ ହୋଇ ଯାଇଥିଲା କିମ୍ବା ଅନ୍ୟ କିଛି; ଯାହାର କେଇ ବୁନ୍ଦା ଆଖିରେ ପଡିବା କ୍ଷଣି ଗୁରୁତର ପ୍ରତିକ୍ରିୟା ଆରମ୍ଭ ହୋଇ ଯାଇଥିଲା । ଯାହାର ତତ୍କାଳ ପରିଣାମ ଥିଲା ଦୃଷ୍ଟିହୀନତା ।

ସେହିଦିନଠାରୁ ବାବାଇଙ୍କ ପିତାମାତା ପୁଅ ଜୀବନର ସେଇ ଅମୂଲ୍ୟ ରତ୍ନକୁ ଉଦ୍ଧାର କରିବାକୁ ଯାଇ ଚେନ୍ନାଇର ଶଙ୍କର ନେତ୍ରାଳୟଠାରୁ ଆରମ୍ଭ କରି ହାଇଦ୍ରାବାଦ ଓ ବେଙ୍ଗାଲୁରର ପ୍ରସିଦ୍ଧ ନେତ୍ର ଚିକିତ୍ସାଳୟ ପର୍ଯ୍ୟନ୍ତ ସବୁ ଘୁରି ବୁଲିଥିଲେ । କ୍ଷୀଣ ଆଲୋକ ପ୍ରାପ୍ତିର ଆଶା ରଖି ବର୍ଷ ପରେ ବର୍ଷ ଏଠି ସେଠି ଘୁରି ପୁଅର ଚିକିତ୍ସା ଚଲାଇ ରଖିଥିଲେ । ଏହା ସହିତ ଜାରି ରହିଥିଲା ମଧ୍ୟ ବାବାଇଙ୍କ ଭିନ୍ନ ମାଧ୍ୟମରେ ଶିକ୍ଷାଗ୍ରହଣ । ନିଜ ଶୈଶବର ସେହି ଚରମ ଦୋ’ଛକି ସମ୍ପର୍କରେ ପ୍ରକାଶ କରିବାକୁ ଯାଇ କୁହନ୍ତି, “ମୁଁ ଯେତେବେଳେ ସମ୍ପୂର୍ଣ୍ଣ ହତାଶ ହୋଇ ଯାଇଥିଲି । ଜାଣିପାରୁ ନ ଥିଲି, ଦୃଷ୍ଟିଶକ୍ତି ବିନା କେମିତି ଆଗକୁ ପଢ଼ିବି ଓ କିପରି ପଢ଼ିବି । ସେହି ସମୟରେ ଦେବଦୂତ ପରି ମୋ ଜୀବନରେ ଉଭା ହୋଇଥିଲେ କେନ୍ଦ୍ରାପଡ଼ା ମ୍ୟୁନିସିପାଲିଟି ଦୃଷ୍ଟିହୀନ ବିଦ୍ୟାଳୟର ତତ୍କାଳୀନ ଦୃଷ୍ଟିବାଧିତ ଶିକ୍ଷକ ବଟକୃଷ୍ଣ ବାରିକ । ସେ ହିଁ ଭରସା ଦେଇ କହିଥିଲେ, ବିନା ଆଖିରେ ବି ପଢିବାକୁ ଗୋଟେ ମାଧ୍ୟମ ରହିଛି । ଯେଉଁଥିରେ ତୁ ଆଗକୁ ପଢି ପାରିବୁ । ତାହା ହେଉଛି ବ୍ରେଲ୍ ଲିପି । ସିଏ ହିଁ ପ୍ରଥମେ ଆଙ୍ଗୁଠି ଛୁଆଇଁ ଶିଖାଇଥିଲେ ବ୍ରେଲ୍ ଲିପିର ବର୍ଣ୍ଣମାଳା । ତା ପରଠୁଁ ଆଉ ପଛକୁ ଫେରି ଚାହିଁନି ।”

ଏଣ୍ଟ୍ରାନ୍ସ ପରୀକ୍ଷାରେ ସିଲେକ୍ଟ ହୋଇ ଭୁବନେଶ୍ୱର ସ୍ଥିତ ଭୀମଭୋଇ ସ୍କୁଲରେ ପାଠପଢି ୨୦୧୩ ମସିହାରେ ପ୍ରଥମ ଶ୍ରେଣୀରେ ମ୍ୟାଟ୍ରିକ୍ ପାସ କରିଥିଲେ । ଏହାପରେ ରେଭେନ୍ସା ପାଲଟି ଯାଇଥିଲା ତାଙ୍କର ପରବର୍ତ୍ତୀ ଶିକ୍ଷାପୀଠ । +୨ରେ ପ୍ରଥମ ଶ୍ରେଣୀ, +୩ରେ ପ୍ରଥମେ ଶ୍ରେଣୀ, ରାଜନୀତି ବିଜ୍ଞାନ ବିଷୟରେ ଏମ୍ଏରେ ପ୍ରଥମ ଶ୍ରେଣୀ ଏବଂ ଏହାପରେ ପ୍ରଥମ ପଦକ୍ଷେପରେ ୟୁଜିସି ନେଟ୍ ଓ ଜୁନିୟର ରିସର୍ଚ୍ଚ ଫେଲୋସିପ୍ ପାଇଁ ଯୋଗ୍ୟ ବିବେଚିତ ହୋଇଥିଲେ ।

ଷ୍ଟେଟ୍ ସିଲେକସନ୍ ବୋର୍ଡର ପରୀକ୍ଷାରେ କୃତକାର୍ଯ୍ୟ ହୋଇ ବିଗତ ତିନିବର୍ଷ ଧରି ସେ କେନ୍ଦ୍ରାପଡ଼ା ସ୍ୱୟଂଶାସିତ ମହାବିଦ୍ୟାଳୟରେ ଅଧ୍ୟାପନା କରୁଛନ୍ତି ।

ରେଭେନ୍ସା ବିଶ୍ୱବିଦ୍ୟାଳୟର ରାଜନୀତି ବିଜ୍ଞାନ ବିଭାଗର ପ୍ରଫେସର ଡ଼ଃ ନେତାଜୀ ଅଭିନନ୍ଦନଙ୍କ ତତ୍ତ୍ୱାବଧାନରେ ସେ ଭାରତ ଓ ଆମେରିକା ବୈଦେଶିକ ସମ୍ପର୍କର କୁଟନୈତିକ ଓ ବିଭିନ୍ନ ଆନ୍ତର୍ଜାତିକ ଦିଗ ସମ୍ପର୍କରେ ସନ୍ଦର୍ଭ ପ୍ରସ୍ତୁତ କରି ପିଏଚଡ଼ି ଡିଗ୍ରୀର ଉପାଧିପ୍ରାପ୍ତ ହୋଇଛନ୍ତି । ଯାହାର ଚୂଡାନ୍ତ ପରୀକ୍ଷାରେ ଦିଲ୍ଲୀ ସ୍ଥିତ ଜବାହରଲାଲ ନେହେରୁ ବିଶ୍ୱବିଦ୍ୟାଳୟର ପ୍ରଫେସର ଅରବିନ୍ଦ କୁମାର ଏକ୍ସଟରନାଲ୍ ଭାବେ ଯୋଗ ଦେଇଥିଲେ ।

ଶତ ପ୍ରତିଶତ ଦୃଷ୍ଟିବାଧିତ ଥାଇ ମଧ୍ୟ ନିଜ କ୍ୟାରିୟରକୁ ନେଇ ଉଚ୍ଚରୁ ଉଚ୍ଚତର ସ୍ୱପ୍ନର ଉଡାଣ ପାଇଁ ସେ ଆଗ୍ରହୀ । ଭଲ ଅଧ୍ୟାପକର ସଂଜ୍ଞା ଦେବାକୁ ଯାଇ କହନ୍ତି,

“ଯେଉଁ ଅଧ୍ୟାପକ ଧନୀ, ଗରିବ, ମେଧା, ସ୍ୱଳ୍ପ ମେଧା, ବୁଦ୍ଧିମାନ ଓ ସାଧାରଣ; ବିବିଧ ଛାତ୍ରମାନଙ୍କୁ ସେମାନଙ୍କର ସାମର୍ଥ୍ୟ ଅନୁସାରେ ବୁଝି ସଫଳ ଶିକ୍ଷାଦାନ କରିପାରେ, ତାକୁ ହିଁ ଜଣେ ଭଲ ଅଧ୍ୟାପକ କୁହାଯିବ ।”

ତାଙ୍କର ଏହି ସଫଳତା ଅନ୍ୟ ଦିବ୍ୟାଙ୍ଗ ଓ ଦୃଷ୍ଟିବାଧିତ ଛାତ୍ରଛାତ୍ରୀଙ୍କୁ ନିଜର ଅଭିଳଷିତ ସ୍ୱପ୍ନ ପୂରଣ ଦିଗରେ ପ୍ରେରିତ କରୁ ବୋଲି ସେ ଆଶା ପୋଷଣ କରନ୍ତି ।

Share the post

Leave a Reply

Your email address will not be published. Required fields are marked *

ଗୁରୁତର ଭିନ୍ନକ୍ଷମ ପାଇଁ ଆତଙ୍କ “ସୁପରବଗ୍‌ସ୍‌”

ସୁପରବଗ୍ ଜନିତ ସଂକ୍ରମଣ, ବିଶେଷ କରି ଯେଉଁମାନେ ଗୁରୁତର ଭିନ୍ନକ୍ଷମ ବର୍ଗର ଅଟନ୍ତି, ବିଶେଷ କରି ଯେଉଁମାନଙ୍କର ଦୁର୍ବଳ ରୋଗପ୍ରତିରୋଧକ ଶକ୍ତି ଥାଏ । ଯେଉଁମାନେ ଅତି ଗୁରୁତର ଭାବେ ରୋଗଗ୍ରସ୍ତ ହୋଇ ଦୀର୍ଘମିଆଦି...

ଆଣ୍ଟିବାୟୋଟିକ ରେଜିଷ୍ଟାନ୍ସ ଓ ସୁପରବଗ

ଆଣ୍ଟିବାୟୋଟିକ ସଂସ୍ପର୍ଶରେ ଆସିବା ମାତ୍ରେ ବ୍ୟାକ୍ଟେରିଆ ଏହାର କବଳରୁ ନିଜକୁ ମୁକ୍ତ କରିବା ପ୍ରଚେଷ୍ଟା ଜାରି ରଖି ନିଜକୁ ମ୍ୟୁଟେସନ୍ ପ୍ରକ୍ରିୟା ମାଧ୍ୟମରେ ବଦଳେଇବାରେ ଲାଗିପଡେ । ଏପରି କ୍ରମାଗତ ପ୍ରକ୍ରିୟା ହେବା ଦ୍ୱାରା...

ତିନୋଟି ସଶକ୍ତ ପଦକ୍ଷେପ ଓ ସାମାଜିକ ସୁରକ୍ଷା ବିଭାଗ

ଏହି ତିନୋଟି ପଦକ୍ଷେପରେ ରାଜ୍ୟ ସାମାଜିକ ସୁରକ୍ଷା ବିଭାଗର ତୃଣମୂଳ ସ୍ତରରେ ହେଳା କରୁଥିବା କ୍ଷେତ୍ରୀୟ ଅଧିକାରୀଙ୍କ ଉପରେ ଉତ୍ତରଦାୟିତ୍ୱ ଧାର୍ଯ୍ୟ କରିବା ସହ କାର୍ଯ୍ୟାନୁଷ୍ଠାନର ପ୍ରାବଧାନ ବିଭାଗର ସଶକ୍ତ ଭୂମିକାକୁ ସଙ୍କେତ ଦେଉଛି...

ଭିନ୍ନକ୍ଷମ ସରକାରୀ କର୍ମଚାରୀଙ୍କ ପଦୋନ୍ନତିରେ ୪% ସଂରକ୍ଷଣ କୋଟା କାର୍ଯ୍ୟକାରୀ ନିମନ୍ତେ ଦାବୀ

ସ୍ପଷ୍ଟ ଆଇନଗତ ବ୍ୟବସ୍ଥା, ଡିଓପିଟି ନିର୍ଦ୍ଧେଶାବଳୀ ଏବଂ ସୁପ୍ରିମକୋର୍ଟ ଏବଂ ଓଡ଼ିଶା ହାଇକୋର୍ଟ ଭିନ୍ନକ୍ଷମ କର୍ମଚାରୀଙ୍କ ପଦୋନ୍ନତିରେ ୪% ସଂରକ୍ଷଣ ସମୟସୀମାରେ କାର୍ଯ୍ୟକାରୀ କରିବା ପାଇଁ ନିର୍ଦ୍ଧିଷ୍ଟ ନିର୍ଦ୍ଧେଶ ସତ୍ତ୍ୱେ ରାଜ୍ୟ ସରକାରୀ କର୍ମଚାରୀମାନେ...

ଗୋଆର ପ୍ରତି ଜିଲ୍ଲାରେ ଭିନ୍ନକ୍ଷମଙ୍କ ପାଇଁ ସ୍ଥାପନ ହେବ ହଷ୍ଟେଲ

ଗୋଆର ମୁଖ୍ୟମନ୍ତ୍ରୀ ପ୍ରମୋଦ ସାୱନ୍ତ ଆଗାମୀ ପାଞ୍ଚ ବର୍ଷ ମଧ୍ୟରେ ରାଜ୍ୟର ପ୍ରତି ଜିଲ୍ଲାରେ ଭିନ୍ନକ୍ଷମମାନଙ୍କ ପାଇଁ ସ୍ଥାୟୀ ହଷ୍ଟେଲ ନିର୍ମାଣ କରାଯିବ ବୋଲି ପ୍ରକାଶ କରିଛନ୍ତି । ଭିନ୍ନକ୍ଷମ ଛାତ୍ରଛାତ୍ରୀଙ୍କ ଅଧ୍ୟୟନ ଓ...