ପାରାପ୍ଲେଜିଆରେ ସମସ୍ୟା ଏବଂ ସମାଧାନ

ଆପଣମାନେ ଜାଣିରଖିବା ଉଚିତ୍ ଯେ ଆମର ମାନସିକ ଶକ୍ତି ଶାରିରୀକ ଶକ୍ତି ଠାରୁ ଅଧିକ ପ୍ରଭାବଶାଳୀ । ଏଥିପାଇଁ ନିରାଶ ନ ହୋଇ ମନର ବଳ ଉପରେ ଜୋର୍ ଦେବା ଜରୁରୀ ଅଟେ ।

ଡା. ବିଶ୍ୱଜିତ ଶତପଥୀ
ଫିଜିଓଥେରାପି ବିଭାଗ,
ଏସ୍.ଭି. ନିର୍ତାର,

ଡ଼ ବିଶ୍ଵଜିତ ଶତପଥୀ

ଦୁର୍ଘଟଣା ତଥା କୌଣସି ରୋଗ ହେତୁ ଯଦି ଦୁଇଟି ଯାକ ଗୋଡ଼ ଅଥବା ଅଣ୍ଟା ପାଖରୁ ଶରୀରର ନିମ୍ନଭାଗ କିମ୍ବା ବେକ ପାଖରୁ ଶରୀରର ନିମ୍ନଭାଗ ସମ୍ପୂର୍ଣ୍ଣ ଭାବେ ନିଶ୍ଚେତ ହୋଇଯାଏ ତାକୁ ପାରାପ୍ଲେଜିଆ କୁହାଯାଏ । ଏହି ପ୍ରକାର ରୋଗୀଙ୍କର ଜୀବନଧାରାରେ କିଛି ବିଶେଷ ସମସ୍ୟା ଏବଂ ତା’ର ସମାଧାନ ସମ୍ବନ୍ଧରେ ଆଲୋଚନା କରିବା ।

(କ) ପ୍ରେସର ଘାଆ ସମ୍ବନ୍ଧରେ ଶିକ୍ଷା:

ଶରୀରର ସ୍ପର୍ଶ ଶୂନ୍ୟତା ଅଞ୍ଚଳରେ ଯଦି କ୍ଷତ ସୃଷ୍ଟିହୁଏ ତାକୁ ପ୍ରେସର ଘାଆ କୁହାଯାଏ । ସାଧାରଣତଃ କହୁଣୀ, ଆଣ୍ଠୁ, ବଳାଗଣ୍ଠି, ନିତମ୍ବ ଇତ୍ୟାଦି ଜାଗାଗୁଡ଼ିକରେ ଅସ୍ଥି ଗୁଡ଼ିକ କମ୍ ମାଂସପେଶୀଯୁକ୍ତ ଏବଂ ଚର୍ମ ସଂସ୍ପର୍ଶରେ ଆସିଥାନ୍ତି, ଯଦି ଶରୀରର ଭାର ସେ ସ୍ଥାନଗୁଡ଼ିକରେ ଅଧିକ ରୁହେ, ତେବେ ପ୍ରେସର ଘାଆ ସୃଷ୍ଟି ହେବାର ସମ୍ଭାବନା ବେଶି ତେଣୁ ପ୍ରତି ଦୁଇଘଣ୍ଟା ଅନ୍ତରରେ ଦିନରେ ଏବଂ ରାତିରେ ଶରୀରର ସ୍ଥିତିକୁ ବଦଳେଇବା ବହୁତ ଜରୁରୀ ଅଟେ । ସକାଳ ସଂଧ୍ୟାରେ ଚର୍ମକୁ ଭଲଭାବେ ନୀରିକ୍ଷଣ କରିବାର ଆବଶ୍ୟକତା ରହିଛି । ଚର୍ମ ଯଦି ଲାଲ୍ କିମ୍ବା ଛାଲ ପଡ଼ିଲା ପରି ହୋଇଯାଏ ଅଥବା ଫାଟିଯାଏ ତେବେ ଉକ୍ତ ଭାଗକୁ ଖୋଲା ରଖନ୍ତୁ ଏବଂ ଶରୀରର ଓଜନ ଯେପରି ନ ପଡେ଼ ସେଥିପ୍ରତି ଧ୍ୟାନ ରଖନ୍ତୁ । ନରମ ବସ୍ତ୍ର ବ୍ୟବହାର କରନ୍ତୁ । ତୁଳା ଗଦି ଅପେକ୍ଷା ନଡ଼ିଆ କତାର ଗଦି କିମ୍ବା ଡନଲପ୍ ଗଦି ବ୍ୟବହାର କରିବା ଭଲ ଏବଂ ବିଛଣା ଚାଦର ଭଲଭାବେ ବିଛେଇ ହେବା ଦରକାର । ଧ୍ୟାନ ରଖିବେ ଯେପରି ବିଛଣା ଓଦା ନ ହୁଏ, ଗରମ ଦିନେ ବିଛଣା ଉପରେ ପାଉଡ଼ର ବ୍ୟବହାର କରିବା ଆବଶ୍ୟକ । ଗାଧୋଇବା ସମୟରେ ଶରୀରକୁ ରଗଡ଼ି ପୋଛିବେ ନାହିଁ, ପତଳା ଚର୍ମ ଫାଟିବାର ସମ୍ଭାବନା ଥାଏ, ଗରମ ପାଣି କିମ୍ବା ଗରମ ତେଲ ଇତ୍ୟାଦି ଶରୀରର ସ୍ପର୍ଶ ଶୂନ୍ୟ ଅଞ୍ଚଳରେ ଲଗାଇବା ଉଚିତ୍ ନୁହେଁ ।

(ଖ) ପରିସ୍ରା ସମ୍ବନ୍ଧୀୟ ଶିକ୍ଷା:

ସାଧାରଣତଃ ପାରାପ୍ଲେଜିଆ ରୋଗୀ ସ୍ୱାଭାବିକ ରୂପରେ ପରିସ୍ରା ବାହାର କରିବାର କ୍ଷମତା ହରାଇଥାଏ ତେଣୁ କ୍ୟାଥେଟର୍ (ରବର ନଳୀ)କୁ ମୂତ୍ରାଶୟରେ ପ୍ରବେଶ କରାଇ ମୂତ୍ର ନିଷ୍କାସନ କରାଇଥାଏ କିମ୍ବା ପୁରୁଷାଙ୍ଗ ଉପରେ କଣ୍ଡୋମ ଲଗାଇ ଏହା ସହିତ ରବରନଳୀ ଏବଂ ଥଳୀ ବ୍ୟବହାର କରି ମୂତ୍ର ନିଷ୍କାସନ କରିଥାଏ । ଡାକ୍ତରଙ୍କ ସହ ପରାମର୍ଶ କରି ରୋଗୀ ନିଜେ ନିଜର ପରିସ୍ରା ନିଷ୍କାସନ ପକ୍ରିୟା ଜାଣିଯିବା ଉଚିତ୍ । ପରିସ୍ରା ଜାଗାକୁ ପ୍ରତିଦିନ ପାଣିରେ ଭଲ କରି ଧୋଇବେ, ସମସ୍ତ ପଦାର୍ଥ ଯଥା ରବରନଳୀ, ପରିସ୍ରା ଥଳି, କଣ୍ଡୋମ ଆଦି ଜୀବାଣୁମୁକ୍ତ ହେବା ଦରକାର, ଏହା ଦ୍ୱାରା ମୂତ୍ରାଶୟ ସଙ୍କ୍ରମଣକୁ ରୋକିହେବ । ୨୪ ଘଣ୍ଟା ମଧ୍ୟରେ ଅତି କମରେ ୧୫ ଗିଲାସ ପାଣି ପିଇବା ଦରକାର ।

(ଗ) ମଳତ୍ୟାଗ ସମ୍ବନ୍ଧରେ ଶିକ୍ଷା:

ପାରାପ୍ଲେଜିଆ ରୋଗୀମାନଙ୍କର ସାଧାରଣତଃ ସ୍ୱାଭାବିକ ରୂପରେ ମଳତ୍ୟାଗ କରିବାର କ୍ଷମତା ନ ଥାଏ ତେଣୁ କୋଷ୍ଠ କାଠିନ୍ୟତା ଏକ ବଡ଼ ସମସ୍ୟା । ଏପରି ପରିସ୍ଥିତିରେ କୋଷ୍ଠ କାଠିନ୍ୟତାକୁ କମ୍ କରିବା ପାଇଁ ଅଧିକ ପରିମାଣରେ ତଟକା ପନିପରିବା, ଫଳ ଇତ୍ୟାଦି ଖାଇବା ଦରକାର, ପ୍ରଚୁର ପରିମାଣରେ ଜଳ ପିଇବା ଦରକାର । ଯଦି ଏଥିରେ ଉପଶମ ନ ହୁଏ ତେବେ ଡାକ୍ତରଙ୍କ ପରାମର୍ଶ ନେଇ ପାରନ୍ତି ।

(ଘ) ଦାମ୍ପତ୍ୟ ଜୀବନ ସମ୍ବନ୍ଧରେ ଶିକ୍ଷା:

ପାରାପ୍ଲେଜିଆ ଆକ୍ରାନ୍ତ ହେବା ପରେ ସାଧାରଣତଃ ଯୌନକ୍ରିୟା ସମ୍ବନ୍ଧରେ ଅସମର୍ଥତା, ଭୟ ଇତ୍ୟାଦି ବଡ଼ ସମସ୍ୟା । ଯଦି ଆପଣ ବିବାହିତ, ତେବେ ଦାମ୍ପତ୍ୟ ଜୀବନ ସମ୍ବନ୍ଧରେ ଆପଣଙ୍କ ମନରେ ଅନେକଟା ସଂକୋଚ ରହିବ, ଏଥିପାଇଁ ଉଭୟ ପତିପତ୍ନିଙ୍କୁ ନିଜର ଦାମ୍ପତ୍ୟ ଜୀବନରେ କିଛିଟା ପରିବର୍ତ୍ତନ ଆଣିବାକୁ ପଡ଼ିବ । ନିଜର ଭଲ ପାଇବା ପାଇଁ ଶାରୀରିକ ସମ୍ପର୍କ ସର୍ବଦା ଅନିର୍ବାଯ୍ୟ ନୁହେଁ, ବରଂ ଆପଣ ଯଦି ପ୍ରକୃତରେ ହୃଦୟର ସହ ଭଲ ପାଉଥାନ୍ତି ତେବେ ଏହାର ପ୍ରଦର୍ଶନ ପାଇଁ ଯୌନ ସମ୍ପର୍କର ଆବଶ୍ୟକତା ନାହିଁ । ହଁ ଏଥିପାଇଁ ଯଦି ସମସ୍ୟା ଉପୁଜେ ଆପଣ ସାଇକୋଲୋଜିଷ୍ଟଙ୍କ ସହ ପରାମର୍ଶ କରିପାରିବେ ଏବଂ ଆପଣଙ୍କ ମନର ଆଶଙ୍କାକୁ ଦୂର କରିପାରିବେ । ଆପଣମାନେ ଜାଣିରଖିବା ଉଚିତ୍ ଯେ ଆମର ମାନସିକ ଶକ୍ତି ଶାରିରୀକ ଶକ୍ତି ଠାରୁ ଅଧିକ ପ୍ରଭାବଶାଳୀ । ଏଥିପାଇଁ ନିରାଶ ନ ହୋଇ ମନର ବଳ ଉପରେ ଜୋର୍ ଦେବା ଜରୁରୀ ଅଟେ ।

Share the post

Leave a Reply

Your email address will not be published. Required fields are marked *

Proposal for Medical Board for Divyang at Jhuli Sub-District Hospital Pending; Disabled Organizations Demand Swift Implementation

ଝୁଲିରହିଛି ଉପଖଣ୍ଡ ଡାକ୍ତରଖାନାରେ ଦିବ୍ୟାଙ୍ଗଙ୍କ ପାଇଁ ମେଡିକାଲ ବୋର୍ଡର ପ୍ରସ୍ତାବ ଶୀଘ୍ର କାର୍ଯ୍ୟକାରିତା ପାଇଁ ଭିନ୍ନକ୍ଷମ ସଂଘଠନର ଦାବି

ଲୋକଙ୍କ ସମସ୍ୟା ତଥା ପଡ଼ି ରହିଥ‌ିବା ଲକ୍ଷାଧିକ ଆବେଦନକୁ ଦୃଷ୍ଟିରେ ରଖି ଉପଖଣ୍ଡ ଚିକିତ୍ସାଳୟରେ ୟୁଡିଆଇଡି କାର୍ଡ ବଣ୍ଟନ ଆରମ୍ଭ କରିବାକୁ ଚଳିତ ଜୁଲାଇ ମାସରେ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ‌(ଏସ୍ଏସ୍‌ଇପିଡି) ବିଭାଗ...
Dead Freeing the Blind: Posthumous Eye Donations Surge in Odisha

ଅନ୍ଧତ୍ୱ ମୁକ୍ତ କରୁଛନ୍ତି ମୃତକ

ସୂଚନା ଅନୁସାରେ ୨୦୦୭ରୁ ୨୦୧୭ମଧ୍ୟରେ ୫, ୭୧୪ ସ୍ଵଚ୍ଛପଟଳ ସଂଗ୍ରହ କରାଯାଇଥିବାବେଳେ ୪୭୯୫ ଜଣ ଏଥିଯୋଗୁଁ ଉପକୃତ ହୋଇଛନ୍ତି । ସେହିପରି ଆରମ୍ଭରୁ ଗତ ଜୁଲାଇ ୨୦୨୫ ସୁଦ୍ଧା ମୋଟ ପ୍ରାୟ ୧୯ ହଜାର...
Disability's New Terror: Parkinson's Disease

ଅକ୍ଷମତାର ନୂଆ ଆତଙ୍କ: ପାର୍କିନସନ ରୋଗ

୨୦୨୧ରେ ଯେତେ ସଂଖ୍ୟକ ପାର୍କିନସନ ରୋଗୀ ଥିଲେ ୨୦୫୦ ବେଳକୁ ତାହା ୧୧୨% ବୃଦ୍ଧି ପାଇବ ବୋଲି ବ୍ରିଟିଶ ମେଡିକାଲ ଜର୍ଣ୍ଣାଲରେ ପ୍ରକାଶ ପାଇଛି । ସୁତରାଂ ପାର୍କିନସନ ରୋଗୀଙ୍କ ସଂଖ୍ୟା ବଢ଼ିବା ଫଳରେ...
0-6 Years Old Disabled Children Early Identification For Extensive Survey Begins

୦-୬ ବର୍ଷ ବୟସର ଭିନ୍ନକ୍ଷମ ପିଲାମାନଙ୍କ ପ୍ରାଥମିକ ଚିହ୍ନଟ ପାଇଁ ବ୍ୟାପକ ସର୍ଭେ ଆରମ୍ଭ

ସାମାଜିକ ସୁରକ୍ଷା ଏବଂ ଭିନ୍ନକ୍ଷମବ୍ୟକ୍ତିଙ୍କ ସଶକ୍ତିକରଣ (ଏସଏସଇପିଡି) ବିଭାଗ ଦ୍ଵାରା ଘୋଷଣା କରାଯାଇଥିବା ଏହି ପଦକ୍ଷେପ ଭିନ୍ନକ୍ଷମବ୍ୟକ୍ତିଙ୍କ ଅଧିକାର (ଆରପିଡବ୍ଲୁଡି) ଆଇନ, ୨୦୧୬ ଅନୁଯାୟୀ ପରିଭାଷିତ ସମସ୍ତ ୨୧ ପ୍ରକାରର ଅକ୍ଷମତାକୁ ଅନ୍ତର୍ଭୁକ୍ତ କରିବ...
High-Support Disabled Persons to Receive ₹40,000 Assistance

ଉଚ୍ଚ-ସହାୟତା ଅକ୍ଷମତା ଥିବା ବ୍ୟକ୍ତିମାନଙ୍କୁ ମିଳିବ ୪୦,୦୦୦ ଟଙ୍କାର ସହାୟତା

ଗୋଆ ସରକାର ଗୁରୁତର ଭିନ୍ନକ୍ଷମ ବର୍ଗର ବ୍ୟକ୍ତିବିଶେଷମାନଙ୍କ ନିମନ୍ତେ ଏକ ଆର୍ଥିକ ସହାୟତା ଯୋଜନା ପ୍ରଚଳନ କରିଛନ୍ତି । ଏହି ଯୋଜନାରେ ଉଚ୍ଚ-ସହାୟତା ଅକ୍ଷମତା ଥିବା ବ୍ୟକ୍ତିମାନଙ୍କୁ ଏକକାଳୀନ ସହାୟତା ରାଶି ଭାବରେ ୪୦,୦୦୦...