ଅଟିଜିମ୍: ଏକ ଭିନ୍ନ ଦୁନିଆର ଗୀତ

ଗର୍ଭରୁ ଆସେ ଏ ଜୈବିକ ଭିନ୍ନତା,
ଜିନ୍ ଓ ପରିବେଶର ଗହନ ଜଟିଳତା ।

Autism: Song of a Different World

ଅନ୍ୟ ଦୁନିଆରୁ ଆସିଛି ସେ ପିଲା,
ଆଖି ଥାଇ ବି ଦୁନିଆ ତା’ର ଅଲଗା ।
ସରଳ ନୁହେଁ ତା’ର ଭାବର ବୁଝାମଣା,
“ଅଟିଜିମ୍” ଏକ ଭିନ୍ନ ଚିନ୍ତାଧାରା ।

ଗର୍ଭରୁ ଆସେ ଏ ଜୈବିକ ଭିନ୍ନତା,
ଜିନ୍ ଓ ପରିବେଶର ଗହନ ଜଟିଳତା ।
ମସ୍ତିଷ୍କର ତାର ସୂକ୍ଷ୍ମ ଗଠନ,
କୋଷ କୋଷ ମଧ୍ୟରେ ଅସଂଯୋଗର ଲକ୍ଷଣ ।
କୌଣସି ଭୁଲ୍ ନୁହେଁ କି ପାପର ବୋଝ,
ପ୍ରାକୃତିକ ସୃଷ୍ଟିର ଏକ ନିଆରା ରୋଜ୍ ।

ହସି ଖେଳି ସେ ଆଖିରେ ଆଖି ମିଶାଏ ନାହିଁ,
ନାଁ ଧରି ଡାକିଲେ ବି ଜମା ଶୁଣେ ନାହିଁ ।
କଥା କହିବାରେ ଡେରି କରେ ବଡ଼,
ନିଜ ଭାବନାରେ ସେ ସଦା ବୁଡ଼ ।
ଗୋଟିଏ କାମକୁ ବାରମ୍ବାର କରି,
ସାମାଜିକ ଦୁନିଆରୁ ସେ ଯାଏ ଦୂରି ।
ସବୁବେଳେ ଖୋଜେ ଗୋଟିଏ ନିର୍ଦ୍ଦିଷ୍ଟ ଶୃଙ୍ଖଳା,
ସାମାନ୍ୟ ପରିବର୍ତ୍ତନେ ହୁଏ ଅସ୍ଥିର, ଚଞ୍ଚଳା ।

ଶିଶୁର ବିକାଶରୁ ଆରମ୍ଭ ହୁଏ ଲକ୍ଷଣ,
ବିଶେଷଜ୍ଞ କରିବେ ଏହାର ନିରୀକ୍ଷଣ ।
ଅକୁପେସନାଲ୍ ଓ ସ୍ପିଚ୍ ଥେରାପିଷ୍ଟ ସାହାଯ୍ୟ,
ସ୍ୱତନ୍ତ୍ର ପରୀକ୍ଷା ହେବ କାର୍ଯ୍ୟ ।
ସମୟରେ ଚିହ୍ନଟ, ସଠିକ୍ ନିଦାନ,
ଦିଏ ପିତାମାତାଙ୍କୁ ଆଶାର ଆହ୍ୱାନ ।

ଶିକ୍ଷା ଓ ପ୍ରଶିକ୍ଷଣ ହିଁ ଏହାର ମୂଳ,
ବ୍ୟବହାରଗତ ଚିକିତ୍ସା ଅଟେ ଅତୁଳ ।
ସ୍ପିଚ୍ ଥେରାପି କଥା କହିବା ଶିଖାଏ,
ଅକୁପେସନାଲ୍ ଥେରାପି ଦକ୍ଷତା ବଢ଼ାଏ ।
ପ୍ରତ୍ୟେକ ପିଲା ପାଇଁ ଅଲଗା ପାଠ୍ୟକ୍ରମ,
ଧୈର୍ଯ୍ୟ ଓ ପ୍ରେମରେ ହୁଏ ତା’ର କାମ ।

ଜନକ ଜନନୀ! ତୁମେ ତା’ର ଶକ୍ତି,
ତୁମର ସ୍ନେହ ହିଁ ତା’ର ପ୍ରକୃତ ମୁକ୍ତି ।
ବୁଝିବାକୁ ହେବ ତା’ର ମନର ଭାଷା,
ସହଯୋଗ ଓ ଧୈର୍ଯ୍ୟରେ ପୂରଣ ହେବ ଆଶା ।
ଲୋକଙ୍କ କଥାକୁ ଦିଅ ନାହିଁ ଗୁରୁତ୍ୱ,
ତୁମ ପାଇଁ ସେ ପିଲା, ସେ ହିଁ ତୁମ ସର୍ବସ୍ୱ ।
ସମାଜକୁ ଦିଅ ଏକ ସଚେତନ ବାର୍ତ୍ତା,
“ଭିନ୍ନତା ସୁନ୍ଦର”, ଏଇ କବିତାର କଥା ।

ଇଂ. ଗାର୍ଗୀ ମିଶ୍ର, ଗବେଷିକା

Share the post

Leave a Reply

Your email address will not be published. Required fields are marked *

ଦିବ୍ୟାଙ୍ଗଙ୍କ ରାଜନୈତିକ ଅନ୍ତର୍ଭୁକ୍ତି ଓ ବର୍ଦ୍ଧିଷ୍ଣୁ ସଂରକ୍ଷଣର ସ୍ୱର

ଏବେ ସମୟ ଆସିଛି, ନୂତନ ଭିନ୍ନକ୍ଷମ ଆଇନ୍ ଅନ୍ତର୍ଗତ ଏହି ୨୧ ପ୍ରକାର ଭିନ୍ନକ୍ଷମ ସମୂହଙ୍କ ସ୍ୱାର୍ଥ ଓ ନ୍ୟାଯ୍ୟ ଦାବି ନିମନ୍ତେ ମିଳିତ ଭାବେ ଅଭିଯାନ ଆରମ୍ଭ ହେବା ଆବଶ୍ୟକ

ଦୁଇଟି ନ୍ୟାୟିକ ହସ୍ତକ୍ଷେପ ଓ ଆଶାବାଦର ଦୁଇଟି ଝଲକ

ଏହି ଐତିହାସିକ ଆଇନ୍ ସମାନତା ଏବଂ ଭେଦଭାବହୀନତାକୁ ସୁନିଶ୍ଚିତ କରାଇବା ସହିତ ରିଜନେବୁଲ ଆକମୋବେନ୍‌ର ସାମାଜିକ ସୁରକ୍ଷା ବ୍ୟବସ୍ଥା, ଅନ୍ତର୍ଭୁକ୍ତି ଶିକ୍ଷା ଏବଂ ଉଚ୍ଚଶିକ୍ଷା ଓ ନିଯୁକ୍ତି ପରି କ୍ଷେତ୍ରରେ ସଂରକ୍ଷଣର ସୁଯୋଗ ସୃଷ୍ଟି...