ଅନ୍ଧତ୍ୱ ମୁକ୍ତ କରୁଛନ୍ତି ମୃତକ

ସୂଚନା ଅନୁସାରେ ୨୦୦୭ରୁ ୨୦୧୭ମଧ୍ୟରେ ୫, ୭୧୪ ସ୍ଵଚ୍ଛପଟଳ ସଂଗ୍ରହ କରାଯାଇଥିବାବେଳେ ୪୭୯୫ ଜଣ ଏଥିଯୋଗୁଁ ଉପକୃତ ହୋଇଛନ୍ତି । ସେହିପରି ଆରମ୍ଭରୁ ଗତ ଜୁଲାଇ ୨୦୨୫ ସୁଦ୍ଧା ମୋଟ ପ୍ରାୟ ୧୯ ହଜାର ସ୍ୱଚ୍ଛପଟଳ ସଂଗ୍ରହ କରାଯାଇ ପାଖାପାଖି ୧୭ ହଜାର ଅସ୍ତ୍ରୋପଚାର କରାଯାଇଛି ।

Dead Freeing the Blind: Posthumous Eye Donations Surge in Odisha

୧୭ ହଜାର ଲୋକ ନୂଆ ଦୁନିଆ ଦେଖିବାରେ ସକ୍ଷମ ହେଲେଣି

ଅନ୍ଧତ୍ଵ ମୁକ୍ତ କରୁଛନ୍ତି ମୃତକ । ମୃତକଙ୍କ ସ୍ଵଚ୍ଛପଟଳ ଦାନ ଯୋଗୁ ଏବେ ୧୭ ହଜାର ଲୋକ ନୂଆ ଦୁନିଆ ଦେଖିବାରେ ସକ୍ଷମ ହୋଇଛନ୍ତି । ଏହି ଧାରାକୁ ବଜାୟ ରଖିବାରେ ସହଯୋଗ କରୁଛି ଦୃଷ୍ଟଦାନ ବ୍ୟାଙ୍କ। ସରକାରଙ୍କ ସହଯାଗରେ ଗୋଟିଏ ଘରୋଇ ଦୃଷ୍ଟିଦାନ ବ୍ୟାଙ୍କ କାର୍ଯ୍ୟ କରୁଥିବାବଳେ ବିଭିନ୍ନ ସରକାରୀ ଓ ଘରୋଇ ଚିକିତ୍ସାଳୟରେ ସ୍ଵଚ୍ଛପଟଳ ସଂଗ୍ରହ ଓ ଅସ୍ତ୍ରୋପଚାର କରାଯାଉଛି । ରାଜ୍ୟର ୧୪ଜିଲ୍ଲାରେ ୧୪ କେନ୍ଦ୍ରରେ ସ୍ଵଚ୍ଛପଟଳ ୭ କେନ୍ଦ୍ରରେ ସ୍ଵଚ୍ଛପଟଳ ଅସ୍ତ୍ରୋପଚାର କରାଯାଉଛି । ଯଦିଓ ସରକାରୀସ୍ତରରେ ତିନିଟି ଭେଷଜ ମହାବିଦ୍ୟାଳୟ କଟକ, ବୁର୍ଲା ଏବଂ ବ୍ରହ୍ମପୁରରେ ବ୍ୟାଙ୍କ ରହିଛି କିନ୍ତୁ ଏକପ୍ରକାର ସ୍ଥାଣୁ ଅବସ୍ଥାରେ ଜଣାପଡ଼ିଛି । ରାଜ୍ୟରେ ଚକ୍ଷୁଦାନ(ସ୍ଵଚ୍ଛପଟଳ) ଏବେ ବଢିବାରେ ଲାଗିଛି । ପୂର୍ବରୁ ୧୨ଟି କେନ୍ଦ୍ରରେ ମୃତକଙ୍କଠାରୁ ସ୍ଵଚ୍ଛପଟଳ ସଂଗ୍ରହ କରାଯାଉଥିବାବେଳେ ଏବେ କୋରାପୁଟ ଏବଂ ବ୍ରହ୍ମପୁରରେ ସ୍ଵଚ୍ଛପଟଳ ସଂଗ୍ରହ କରାଯାଉଛି । ରାଜ୍ୟରେ ୨୦୦୨ରୁ ଏହି କାର୍ଯ୍ୟକ୍ରମ ଆରମ୍ଭ ହୋଇଥିବାବେଳେ ଏପ୍ରଜ୍ଯନ୍ତ ମୋଟ ପ୍ରାୟ ୧୯ ହଜାରରୁ ଅଧିକ ସ୍ଵଚ୍ଛପଟଳ ସଂଗ୍ରହ କରାଯାଇଛି । ପ୍ରାୟ ୧୭ ହଜାର ଲୋକ ସ୍ଵଚ୍ଛପଟଳ ଲଗାଇ ଦୃଷ୍ଟି ଶକ୍ତି ଫେରିପାଇଥିବା ଜଣାପଡିଛି । ସରକାର ଏଦିଗରେ ସହଯୋଗ କରୁଛନ୍ତି, କିନ୍ତୁ ସରକାରୀ ଚିକିତ୍ସାଳୟରେ ଚକ୍ଷୁ( ସୁଚ୍ଛପଟଳ) ସଂଗ୍ରହ ଓ ଅସ୍ତ୍ରୋପଚାର ପାଇଁ ସେପରି କୌଣସି ଆଦୃଶିଆ ବିଧିବ୍ୟବସ୍ତା ନଥିବାବେଳେ ଘରୋଇ ଚିକିତ୍ସାଳୟ ବା ଅନୁଷ୍ଠାନ ଏଦିଗରେ ପ୍ରମୁଖ ଭୂମିକା ଗ୍ରହଣ କରିଛି । ରାଜଧାନୀ ଚିକିତ୍ସାଳୟ ସମେତ ପୁରୀ, କେନ୍ଦ୍ରାପଡ଼ା, ବାଲେଶ୍ଵର, ଚାରିପଦା, ପୀର, ରାଉରକେଲା ଜିଲା ମୁଖ୍ୟ ଚିକିତ୍ସାଳୟଳୟ ସହିତ ଘରୋଇ କେନ୍ଦ୍ରରେ ସ୍ଵଚ୍ଛପଟଳ ସଂଗ୍ରହ କରାଯାଉଛି। ମୃତ ବ୍ୟକ୍ତିଙ୍କ ପରିବାର ଲୋକଙ୍କ ଅନୁମତି ଲୋଡ଼ି ସଂଗ୍ରହ କରାଯାଇଥିବାବେଳେ ପରାମର୍ଶଦାତା ଉପଯୁକ୍ତ ପ୍ରକ୍ରିୟାରେ ସୁଚ୍ଛପଟଳ କାଢ଼ିଥାନ୍ତି । ଅନେକ ଏବେବି ମୃତ୍ୟୁ ପରେ ଚକ୍ଷୁଦାନ ଓ ଅସ୍ତ୍ରୋପଚାର ଉପରେ ସଚେତନ ନୁହନ୍ତି । ଏହାକୁ ଦୂର କରିବା ପାଇଁ ଏବେ ସଚେତନତା କାର୍ଯ୍ୟକ୍ରମ ଜାରି ରହିଛି। ଯଦି କୌଣସି ବ୍ୟକ୍ତିଙ୍କ ସ୍ଵାଭାବିକ ମୃତ୍ୟୁ ହୁଏ ସେମାନଙ୍କ ପରିବାର ସହିତ ଆଲୋଚନା କରି ସ୍ଵଚ୍ଛପଟଳ ନିଆଯାଇଥାଏ। ଅନ୍ୟପକ୍ଷରେ କୌଣସି ବ୍ୟକ୍ତି ରୋଗରେ ମୃତ୍ୟୁ ହୋଇଥିଲେ ତାହାକୁ ଯାଞ୍ଚ କରାଯାଇ ସଂଗ୍ରହ କରାଯାଇଥାଏ। ୬ରୁ ୮ ଘଣ୍ଟା ମଧ୍ୟରେ ମୃତ ବ୍ୟକ୍ତିଙ୍କ ସ୍ୱଚ୍ଛପଟଳ କାର୍ଯ୍ୟରେ ଲାଗୁଥିବାବେଳେ ପରିବାର ଲୋକ ଦାନ କରିବା ନିମନ୍ତେ ଚକ୍ଷୁ ବ୍ୟାଙ୍କର ସଦସ୍ୟଙ୍କ ସହିତ ଯୋଗାଯୋଗ କରି ଦାନ କରିପାରିବେ ।

ସୂଚନା ଅନୁସାରେ ୨୦୦୭ରୁ ୨୦୧୭ମଧ୍ୟରେ ୫, ୭୧୪ ସ୍ଵଚ୍ଛପଟଳ ସଂଗ୍ରହ କରାଯାଇଥିବାବେଳେ ୪୭୯୫ ଜଣ ଏଥିଯୋଗୁଁ ଉପକୃତ ହୋଇଛନ୍ତି । ସେହିପରି ଆରମ୍ଭରୁ ଗତ ଜୁଲାଇ ୨୦୨୫ ସୁଦ୍ଧା ମୋଟ ପ୍ରାୟ ୧୯ ହଜାର ସ୍ୱଚ୍ଛପଟଳ ସଂଗ୍ରହ କରାଯାଇ ପାଖାପାଖି ୧୭ ହଜାର ଅସ୍ତ୍ରୋପଚାର କରାଯାଇଛି ।

ବର୍ଷ

ସଂଗ୍ରହ

ଉପକୃତ

୨୦୧୮ ୧୫୦୨ ୧୨୧୬
୨୦୧୯ ୧୨୬୦ ୯୩୦
୨୦୨୦ ୫୬୯ ୪୬୨
୨୦୨୧ ୧୦୭୪ ୮୨୯
୨୦୨୨ ୩୨୩ ୧୫୯୨
୨୦୨୩ ୨୧୦୨ ୧୮୩୮
୨୦୨୪ ୨୭୮୧ ୨୩୬୯
୨୦୨୫ ୧୭୧୪ ୧୪୭୪
Share the post

Leave a Reply

Your email address will not be published. Required fields are marked *

Autism Spectrum Disorder: 21st Century's New Challenge

ଅଟିଜିମ୍ ସ୍ପେକଟ୍ରମ୍ ଡିସଅର୍ଡର୍ : ଏକବିଂଶ ଶତାବ୍ଦୀର ନୂତନ ଆହ୍ୱାନ୍

ଅଟିଜିମ୍ ସ୍ପେକଟ୍ରମ୍ ଡିସଅର୍ଡର୍ (Autism Spectrum Disorder) ଏକ ସ୍ନାୟୁଗତ ବିକାଶ ଜନିତ ସ୍ଥିତି । ବିଗତ କିଛି ବର୍ଷ ମଧ୍ୟରେ ଅଟିଜିମ୍ ସମ୍ପର୍କରେ ସଚେତନତା ବୃଦ୍ଧି ପାଇଥିଲେ ମଧ୍ୟ, ବର୍ତ୍ତମାନ ସମୟରେ ଏହି...
New Stream in Denial of Disability: Combined Effort of Technology, Humanity, and Social Justice

ଦିବ୍ୟାଙ୍ଗତା ନିରାକରଣ କ୍ଷେତ୍ରରେ ନୂତନ ଧାରା: ପ୍ରଯୁକ୍ତିବିଦ୍ୟା, ମାନବିକତା ଏବଂ ସାମାଜିକ ନ୍ୟାୟର ମିଳିତ ପ୍ରୟାସ

ଦିବ୍ୟାଙ୍ଗତାକୁ ସମ୍ବୋଧିତ କରିବାର ନୂତନ ପଥ ଏକ ବ୍ୟାପକ ଏବଂ ଅନ୍ତର୍ଭୁକ୍ତିକାରୀ (Inclusive) ଦୃଷ୍ଟିକୋଣକୁ ଗ୍ରହଣ କରେ । ଏହା କେବଳ ବ୍ୟକ୍ତିବିଶେଷଙ୍କର କ୍ଷତିପୂରଣ ଉପରେ ଗୁରୁତ୍ଵ ନ ଦେଇ, ସେମାନଙ୍କର ସମ୍ଭାବନାକୁ (Potential)...

ବରଫ ତରଳିବା ଆରମ୍ଭ କରିଛି…ଦିବ୍ୟାଙ୍ଗଙ୍କ ପ୍ରତି ଦୃଷ୍ଟି ବଦଳୁଛି

ଖୁବ୍ ଛୋଟ ବୟସରୁ ପୋଲିଓଗ୍ରସ୍ଥ ହୋଇ ଶାରୀରିକ ଭାବେ ଚଳନଶକ୍ତି ବାଧିତ ହୋଇଥିଲେ ସତ, କିନ୍ତୁ ନିଜର ଦୃଢ ମନୋବଳ ଓ ମେଧାଶକ୍ତିର ବିନିମୟରେ ଯେଉଁ ସଂଖ୍ୟାଧିକ ଗବେଷଣା ନିଃସୃତ ନିଦର୍ଶନ ସୃଷ୍ଟି କରି...
Lifestyle-Induced Spinal Problems and Progressive Disability

ଜୀବନଶୈଳୀ ଜନିତ ମେରୁଦଣ୍ଡ ସମସ୍ୟା ଓ କ୍ରମବର୍ଦ୍ଧିଷ୍ଣୁ ଅକ୍ଷମତା

ମେରୁଦଣ୍ଡର ଅନେକ ସମସ୍ୟା ମଧ୍ୟରେ, ପିଠି ଯନ୍ତ୍ରଣା ସବୁଠାରୁ ସାଧାରଣ। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଆକଳନ କରିଛି ଯେ ପ୍ରାୟ ୬୧୯ ନିୟୁତ ଲୋକ ପିଠି ଯନ୍ତ୍ରଣା ସହିତ ବଞ୍ଚନ୍ତି। ଏହା ମଧ୍ୟ ଅକ୍ଷମତାର...
New Disability Law and Call

ନୂତନ ଭିନ୍ନକ୍ଷମ ଆଇନ୍ ଓ ଆହ୍ୱାନ

ଏହି ନୂତନ ଆଇନ୍ ପ୍ରଣୟନର ଏକ ଦଶନ୍ଧି ସନ୍ନିକଟ ଯାତ୍ରାର ନିକଟବର୍ତ୍ତୀ ହୋଇ ମଧ୍ୟ ତାହାର ସୁଫଳ ଓ ପ୍ରଭାବର ଆଶାନୁରୂପକ ଲକ୍ଷ୍ୟଠାରୁ ତଥାପି ଆମେ ବହୁ ଦୂରରେ ।