ଅକ୍ଷମତାର ନୂଆ ଆତଙ୍କ: ପାର୍କିନସନ ରୋଗ

୨୦୨୧ରେ ଯେତେ ସଂଖ୍ୟକ ପାର୍କିନସନ ରୋଗୀ ଥିଲେ ୨୦୫୦ ବେଳକୁ ତାହା ୧୧୨% ବୃଦ୍ଧି ପାଇବ ବୋଲି ବ୍ରିଟିଶ ମେଡିକାଲ ଜର୍ଣ୍ଣାଲରେ ପ୍ରକାଶ ପାଇଛି । ସୁତରାଂ ପାର୍କିନସନ ରୋଗୀଙ୍କ ସଂଖ୍ୟା ବଢ଼ିବା ଫଳରେ ସେମାନଙ୍କୁ ଦେଖାଶୁଣା କରିବା କ୍ଷେତ୍ରରେ ପରିବାର ଓ ସମାଜ ଉପରେ ଚାପ ବୃଦ୍ଧି ପାଇବ ।

Disability's New Terror: Parkinson's Disease

୨୦୫୦ ସୁଦ୍ଧା ଅଢ଼େଇ କୋଟି ଟପିବ ପାର୍କିନସନ ରୋଗୀଙ୍କ ସଂଖ୍ୟା

ବିଶ୍ଵରେ ପାର୍କିନସନ ରୋଗୀଙ୍କ ସଂଖ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଛି । ୨୦୫୦ ସୁଦ୍ଧା ସମଗ୍ର ବିଶ୍ଵରେ ପାର୍କିନସନ ରୋଗୀଙ୍କ ସଂଖ୍ୟା ଅଢ଼େଇ କୋଟି ଟପିବ ବୋଲି ଆକଳନ କରାଯାଉଛି। ୨୦୨୧ରେ ଯେତେ ସଂଖ୍ୟକ ପାର୍କିନସନ ରୋଗୀ ଥିଲେ ୨୦୫୦ ବେଳକୁ ତାହା ୧୧୨% ବୃଦ୍ଧି ପାଇବ ବୋଲି ବ୍ରିଟିଶ ମେଡିକାଲ ଜର୍ଣ୍ଣାଲରେ ପ୍ରକାଶ ପାଇଛି । ସୁତରାଂ ପାର୍କିନସନ ରୋଗୀଙ୍କ ସଂଖ୍ୟା ବଢ଼ିବା ଫଳରେ ସେମାନଙ୍କୁ ଦେଖାଶୁଣା କରିବା କ୍ଷେତ୍ରରେ ପରିବାର ଓ ସମାଜ ଉପରେ ଚାପ ବୃଦ୍ଧି ପାଇବ ।

ଚୀନର କ୍ୟାପିଟାଲ ମେଡିକାଲ ବିଶ୍ଵବିଦ୍ୟାଳୟ ଏବଂ ଅନ୍ୟ କେତେକ ସଂସ୍ଥା ତରଫରୁ ପାର୍କିନସନକୁ ନେଇ ଗବେଷଣା କରାଯାଇ ଏହି ତଥ୍ୟ ପ୍ରକାଶ ପାଇଛି। ୧୯୫ଟି ଦେଶର ରୋଗୀଙ୍କ ସଂଖ୍ୟାକୁ ଆକଳନ କରାଯାଇ ଏହି ରିପୋର୍ଟ ପ୍ରସ୍ତୁତ କରାଯାଇଛି। ୨୦୫୦ ସୁଦ୍ଧା ପୂର୍ବ ଏସିଆରେ ସର୍ବାଧ‌ିକ ପାର୍କିନସନ ରୋଗୀ ଥିବା ଆଶଙ୍କା କରାଯାଉଛି । ପାର୍କିନସନରେ ରୋଗୀର ହାତଗୋଡ଼ ଥରିବା ସହ କ‌ଥାବାର୍ତ୍ତା, ସ୍ମରଣ ଶକ୍ତିରେ ବିଲକ୍ଷଣ ଦେଖ‌ିବାକୁ ମିଳେ । ୨୦୫୦ ସୁଦ୍ଧା ପୂର୍ବ ଏସିଆରେ ପାର୍କିନସନ ରୋଗୀଙ୍କ ସଂଖ୍ୟା ଏକ କୋଟି ଟପିବ ବୋଲି ଆକଳନ କରାଯାଇଥିବା ବେଳେ ଦକ୍ଷିଣ ଏସିଆରେ ଏହି ସଂଖ୍ୟା ୬୦ ଲକ୍ଷ ଟପିବ। ସେହିପରି ପଶ୍ଚିମ ଆଫ୍ରିକାରେ ପାର୍କିନସନ ରୋଗୀଙ୍କ ସଂଖ୍ୟା ବଢ଼ିବ ବୋଲି ଆଶଙ୍କା ରହିଛି। ଏହି ରୋଗର ଉପଯୁକ୍ତ ଚିକିତ୍ସା ପାଇଁ ଅଧିକ ଗବେଷଣା ଆବଶ୍ୟକ ବୋଲି ରିପୋର୍ଟରେ ଦର୍ଶାଯାଇଛି ।

Share the post

Leave a Reply

Your email address will not be published. Required fields are marked *

Autism Spectrum Disorder: 21st Century's New Challenge

ଅଟିଜିମ୍ ସ୍ପେକଟ୍ରମ୍ ଡିସଅର୍ଡର୍ : ଏକବିଂଶ ଶତାବ୍ଦୀର ନୂତନ ଆହ୍ୱାନ୍

ଅଟିଜିମ୍ ସ୍ପେକଟ୍ରମ୍ ଡିସଅର୍ଡର୍ (Autism Spectrum Disorder) ଏକ ସ୍ନାୟୁଗତ ବିକାଶ ଜନିତ ସ୍ଥିତି । ବିଗତ କିଛି ବର୍ଷ ମଧ୍ୟରେ ଅଟିଜିମ୍ ସମ୍ପର୍କରେ ସଚେତନତା ବୃଦ୍ଧି ପାଇଥିଲେ ମଧ୍ୟ, ବର୍ତ୍ତମାନ ସମୟରେ ଏହି...
New Stream in Denial of Disability: Combined Effort of Technology, Humanity, and Social Justice

ଦିବ୍ୟାଙ୍ଗତା ନିରାକରଣ କ୍ଷେତ୍ରରେ ନୂତନ ଧାରା: ପ୍ରଯୁକ୍ତିବିଦ୍ୟା, ମାନବିକତା ଏବଂ ସାମାଜିକ ନ୍ୟାୟର ମିଳିତ ପ୍ରୟାସ

ଦିବ୍ୟାଙ୍ଗତାକୁ ସମ୍ବୋଧିତ କରିବାର ନୂତନ ପଥ ଏକ ବ୍ୟାପକ ଏବଂ ଅନ୍ତର୍ଭୁକ୍ତିକାରୀ (Inclusive) ଦୃଷ୍ଟିକୋଣକୁ ଗ୍ରହଣ କରେ । ଏହା କେବଳ ବ୍ୟକ୍ତିବିଶେଷଙ୍କର କ୍ଷତିପୂରଣ ଉପରେ ଗୁରୁତ୍ଵ ନ ଦେଇ, ସେମାନଙ୍କର ସମ୍ଭାବନାକୁ (Potential)...

ବରଫ ତରଳିବା ଆରମ୍ଭ କରିଛି…ଦିବ୍ୟାଙ୍ଗଙ୍କ ପ୍ରତି ଦୃଷ୍ଟି ବଦଳୁଛି

ଖୁବ୍ ଛୋଟ ବୟସରୁ ପୋଲିଓଗ୍ରସ୍ଥ ହୋଇ ଶାରୀରିକ ଭାବେ ଚଳନଶକ୍ତି ବାଧିତ ହୋଇଥିଲେ ସତ, କିନ୍ତୁ ନିଜର ଦୃଢ ମନୋବଳ ଓ ମେଧାଶକ୍ତିର ବିନିମୟରେ ଯେଉଁ ସଂଖ୍ୟାଧିକ ଗବେଷଣା ନିଃସୃତ ନିଦର୍ଶନ ସୃଷ୍ଟି କରି...
Lifestyle-Induced Spinal Problems and Progressive Disability

ଜୀବନଶୈଳୀ ଜନିତ ମେରୁଦଣ୍ଡ ସମସ୍ୟା ଓ କ୍ରମବର୍ଦ୍ଧିଷ୍ଣୁ ଅକ୍ଷମତା

ମେରୁଦଣ୍ଡର ଅନେକ ସମସ୍ୟା ମଧ୍ୟରେ, ପିଠି ଯନ୍ତ୍ରଣା ସବୁଠାରୁ ସାଧାରଣ। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଆକଳନ କରିଛି ଯେ ପ୍ରାୟ ୬୧୯ ନିୟୁତ ଲୋକ ପିଠି ଯନ୍ତ୍ରଣା ସହିତ ବଞ୍ଚନ୍ତି। ଏହା ମଧ୍ୟ ଅକ୍ଷମତାର...
New Disability Law and Call

ନୂତନ ଭିନ୍ନକ୍ଷମ ଆଇନ୍ ଓ ଆହ୍ୱାନ

ଏହି ନୂତନ ଆଇନ୍ ପ୍ରଣୟନର ଏକ ଦଶନ୍ଧି ସନ୍ନିକଟ ଯାତ୍ରାର ନିକଟବର୍ତ୍ତୀ ହୋଇ ମଧ୍ୟ ତାହାର ସୁଫଳ ଓ ପ୍ରଭାବର ଆଶାନୁରୂପକ ଲକ୍ଷ୍ୟଠାରୁ ତଥାପି ଆମେ ବହୁ ଦୂରରେ ।