ଝୁଲିରହିଛି ଉପଖଣ୍ଡ ଡାକ୍ତରଖାନାରେ ଦିବ୍ୟାଙ୍ଗଙ୍କ ପାଇଁ ମେଡିକାଲ ବୋର୍ଡର ପ୍ରସ୍ତାବ ଶୀଘ୍ର କାର୍ଯ୍ୟକାରିତା ପାଇଁ ଭିନ୍ନକ୍ଷମ ସଂଘଠନର ଦାବି

ଲୋକଙ୍କ ସମସ୍ୟା ତଥା ପଡ଼ି ରହିଥ‌ିବା ଲକ୍ଷାଧିକ ଆବେଦନକୁ ଦୃଷ୍ଟିରେ ରଖି ଉପଖଣ୍ଡ ଚିକିତ୍ସାଳୟରେ ୟୁଡିଆଇଡି କାର୍ଡ ବଣ୍ଟନ ଆରମ୍ଭ କରିବାକୁ ଚଳିତ ଜୁଲାଇ ମାସରେ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ‌(ଏସ୍ଏସ୍‌ଇପିଡି) ବିଭାଗ ପକ୍ଷରୁ ନିଷ୍ପତି ନିଆଯାଇଥିଲା ।

Proposal for Medical Board for Divyang at Jhuli Sub-District Hospital Pending; Disabled Organizations Demand Swift Implementation

ଭିନ୍ନକ୍ଷମ ପ୍ରମାଣପତ୍ର ପାଇଁ ଦହଗଞ୍ଜ ନ ହେବାକୁ ସରକାର ନେଇଥିଲେ ନିଷ୍ପତି ।

ରାଜ୍ୟର ୩୩ ଉପଖଣ୍ଡ ଡାକ୍ତରଖାନାରେ ମେଡିକାଲ ବୋର୍ଡ ଖୋଲିବାର ରହିଥିଲା ପ୍ରସ୍ତାବ ।

ଭିନ୍ନକ୍ଷମ ପ୍ରମାଣପତ୍ର କିମ୍ବା ୟୁଡିଆଇଡି କାର୍ଡ ପାଇବା ପାଇଁ ଦହଗଞ୍ଜ ହେବାକୁ ପଡ଼ିବ ନାହିଁ । ରାଜ୍ୟର ଉପଖଣ୍ଡ ଡାକ୍ତରଖାନା (ସବ୍‌ଡିଭିଜନ ହସ୍ପିଟାଲ)ରେ ଏହା ଉପଲବ୍ଧ ହେବ। ଲୋକଙ୍କ ସମସ୍ୟା ତଥା ପଡ଼ି ରହିଥ‌ିବା ଲକ୍ଷାଧିକ ଆବେଦନକୁ ଦୃଷ୍ଟିରେ ରଖି ଉପଖଣ୍ଡ ଚିକିତ୍ସାଳୟରେ ୟୁଡିଆଇଡି କାର୍ଡ ବଣ୍ଟନ ଆରମ୍ଭ କରିବାକୁ ଚଳିତ ଜୁଲାଇ ମାସରେ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ‌(ଏସ୍ଏସ୍‌ଇପିଡି) ବିଭାଗ ପକ୍ଷରୁ ନିଷ୍ପତି ନିଆଯାଇଥିଲା ।

ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗକୁ ଲେଖିଥ‌ିବା ପତ୍ରରେ ଉଲ୍ଲେଖ ରହିଥିଲା ଯେ ରାଜ୍ୟର ୩୩ଟି ବିଜ୍ଞପିତ ଡାକ୍ତରଖାନାରେ ମେଡିକାଲ ବୋର୍ଡ ବସୁଛି ଏବଂ ସେହିଠାରେ ୟୁଡିଆଇଡି କାର୍ଡ ବଣ୍ଟନ କରାଯାଉଛି । ବିଶେଷକରି ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଭିନ୍ନକ୍ଷମ ପ୍ରମାଣ ପତ୍ର ଦିଆଯାଉଛି । ଭିଡ଼ ହେତୁ ବହୁ ସଂଖ୍ୟକ ଆବେଦନ ଆଗକୁ ବଢ଼ି ପାରୁ ନାହିଁ । ମାସକୁ ଦୁଇ ଥର ବସୁଥିବା ମେଡିକାଲ ବୋର୍ଡରେ ଆବେଦନକାରୀଙ୍କ ସଂଖ୍ୟା ଅଧିକ ରହୁଛି। ବୃହତ୍ ଜିଲାଗୁଡ଼ିକରେ ପଡ଼ି ରହିଥ‌ିବା ଆବେଦନ ସଂଖ୍ୟା ଢେର ଅଧିକ ହେବ । ଜିଲ୍ଲା ମୁଖ୍ୟ କାର୍ଯ୍ୟାଳୟରେ ମେଡିକାଲ ବୋର୍ଡ ବସିବା ଏବଂ କାର୍ଡ ବଣ୍ଟନ ହେତୁ ଦୂର ଦୁରାନ୍ତରୁ ବିଶେଷକରି ଗ୍ରାମାଞ୍ଚଳ ଓ ଦୁର୍ଗମ ଅଞ୍ଚଳର ଲୋକେ ସେଠାରେ ପହଞ୍ଚିବା କଷ୍ଟକର ହେଉଛି। ଏପରିସ୍ଥଳେ ଉପଖଣ୍ଡ ଡାକ୍ତରଖାନାରେ ଏହି ସୁବିଧା ଆରମ୍ଭ ପାଇଁ ବିଭାଗ ନିଷ୍ପତି ନେଇଛି । ଏପରିସ୍ଥଳେ ୩୩ଟି ଉପଖଣ୍ଡ ଚିକିତ୍ସାଳୟରେ ଭିନ୍ନ‌କ୍ଷମ ମେଡିକାଲ ବୋର୍ଡ ଖୋଲିବା ସହ ଭିନ୍ନକ୍ଷମ ପ୍ରମାଣପତ୍ର ବଣ୍ଟନ ଆରମ୍ଭ କରିବା ଲାଗି ବିଭାଗ ପକ୍ଷରୁ ସ୍ୱାସ୍ଥ୍ୟ ବିଭାଗକୁ ନିବେଦନ କରାଯାଇଥିଲା । ଏହି ନିଷ୍ପତିର କାର୍ଯ୍ୟକାରିତାରେ ଦୀର୍ଘ ମାସର ବିଳମ୍ବ ଲାଗିରହିଥିବାରୁ ଭିନ୍ନକ୍ଷମ ପ୍ରମାଣ ପାତ୍ର ପାଇଁ ଦିବ୍ୟାଙ୍ଗମାନଙ୍କ କଷ୍ଟ ଦୂରୀଭୂତ ହୋଇ ପାରୁନାହିଁ । ତେଣୁ ଯଥା ଶୀଘ୍ର ଏହି ପ୍ରସ୍ତାବକୁ କାର୍ଯ୍ୟକାରୀ କରାଗଲେ ଦୂରଦୂରାନ୍ତରୁ ଜିଲ୍ଲା ମୁଖ୍ୟ ଡାକ୍ତରଖାନା ବୋର୍ଡ ଉପରେ ନିର୍ଭର ନ କରି ଉପଖଣ୍ଡ ଡାକ୍ତରଖାନାରେ ଏହି ସୁବିଧା ଦିବ୍ୟାଙ୍ଗମାନେ ପାଇପାରିବେ ବୋଲି ଦିବ୍ୟାଙ୍ଗ ଅଧିକାର କର୍ମୀ ରବି ତ୍ରିପାଠୀ ପ୍ରକାଶ କରିଛନ୍ତି ।

Share the post

Leave a Reply

Your email address will not be published. Required fields are marked *

ରକ୍ତଜନିତ ଭିନ୍ନକ୍ଷମତା

ଥାଲାସେମିଆ, ସିକଲ୍ ସେଲ୍ ଆନିମିଆ ଏବଂ ହିମୋଫିଲିଆ ଏହି ତିନୋଟି ରକ୍ତ ରୋଗରେ ନିମ୍ନଲିଖିତ ତ୍ରୁଟି ଦେଖାଯାଏ: ବଞ୍ଚିବା /ଜଟିଳତା ପ୍ରତିରୋଧ ପାଇଁ ବାରମ୍ୱାର ରକ୍ତ / କାରକ ପ୍ରୟୋଗ । ଯାଞ୍ଚ ପାଇଁ...