® ISSN : 3107-4979 | A Bilingual (Odia & English) Bimonthly Special Newspaper Covering News and Views on Disabilities | ® RNI Regd. No. ODIBIL/2016/67738

ମାର୍ଚ୍ଚ ୨୦୨୬ର ଭିନ୍ନକ୍ଷମମାନଙ୍କ ନିଯୁକ୍ତି ଧାରାର ସଦ୍ୟତମ ରିପୋର୍ଟ(ଏନ୍ ଟାଇଡ଼୍)ରେ ଭିନ୍ନକ୍ଷମ ବର୍ଗର କାର୍ଯ୍ୟକ୍ଷମ ବ୍ୟକ୍ତିବିଶେଷମାନଙ୍କ ନିଯୁକ୍ତି କ୍ଷେତ୍ରରେ ଦ୍ରୁତ ହ୍ରାସ ପରିଲକ୍ଷିତ ହୋଇଛି । ଇରାନ୍  ସହିତ ଆମେରିକା ଓ ଇସ୍ରାଏଲର ଉପସାଗରୀୟ ଯୁଦ୍ଧ ହେତୁ ଦେଶର ଅର୍ଥନୀତି ଯେ ନିଶ୍ଚିତ ରୂପେ ପ୍ରଭାବିତ ହେବାକୁ ଯାଉଛି ଓ ଏହାର ପରିଣାମ ଭିନ୍ନକ୍ଷମଙ୍କ ଶ୍ରମ ବଜାରରେ ମଧ୍ୟ ଅନୁଭୂତ ହେବାରେ ଲାଗିଲାଣି ।

ଏନ୍ ଟାଇଡ୍‌ର ତଥ୍ୟଭିତ୍ତିକ ବିଶ୍ଳେଷଣ ଅନୁଯାୟୀ ଭିନ୍ନକ୍ଷମ ଜନସଂଖ୍ୟାର କର୍ମନିଯୁକ୍ତ ବୟସ(୧୬-୬୪) ହ୍ରାସ ପାଇ ଜାନୁୟାରୀ, ୨୦୨୬ରେ ରହିଥିବା ଧାରା ୩୮. ୪ ପ୍ରତିଶତରୁ  ଫ୍ରେବୃୟାରୀରେ ୩୮. ୧ ପ୍ରତିଶତକୁ ଖସି ଆସିଛି । ସେହିପରି କର୍ମନିଯୁକ୍ତି ଯୋଗ୍ୟ ସକ୍ଷମ ବର୍ଗ (୧୬-୬୪)ଙ୍କ ନିଯୁକ୍ତିଗତ ଧାରା ଜନସଂଖ୍ୟା ତୁଳନାରେ ନିଯୁକ୍ତିଗତ ବର୍ଗଙ୍କ ପରିସଂଖ୍ୟାନ ଉଭୟ ଜାନୁୟାରୀ ଓ ଫ୍ରେବୁୟାରୀ ୨୦୨୬ ମଧ୍ୟରେ ସମାନ ୭୪. ୫ ପ୍ରତିଶତ ଅପରିବର୍ତ୍ତିତ ରହିଛି । କର୍ମନିଯୁକ୍ତି ଓ ସମୁଦାୟ ଜନସଂଖ୍ୟାର ଅନୁପାତକୁ ଉକ୍ତ ବର୍ଗର ବ୍ୟକ୍ତିବିଶେଷଙ୍କ ପ୍ରତିଶତ ତଥ୍ୟର ସୂଚାକାଙ୍କ ଅଟେ । ଭିନ୍ନକ୍ଷମଙ୍କ ନିଯୁକ୍ତି କ୍ଷେତ୍ରର ବର୍ଦ୍ଧିଷ୍ଣୁ ଧାରା ଗତ ବର୍ଷ ନଭେମ୍ବର ଓ ଡିସେମ୍ବରରେ ଯଥାକ୍ରମେ ଶତକଡା ୩୯.୮ ଓ ୩୮.୯ ପ୍ରତିଶତ ରହିଥିଲା । ସେହିପରି ଭିନ୍ନକ୍ଷମ ବର୍ଗଙ୍କ ଶ୍ରମଶକ୍ତିରେ ଅଂଶଗ୍ରହଣ ଗତ ବର୍ଷ ୪୨ ପ୍ରତିଶତ ରହିଥିବାବେଳେ ଚଳିତ ଜାନୁୟାରୀ ମାସରୁ ଏଥିରେ ନିମ୍ନ ସୂଚକାଙ୍କ ପରିଲକ୍ଷିତ ହୋଇଛି । ଏହା ହ୍ରାସ ପାଇ ୪୧.୮ ପ୍ରତିଶତରେ ପହଞ୍ଚିଛି । କିନ୍ତୁ ସେଇ ଚଳିତ ଜାନୁୟାରୀ ମାସରେ ସକ୍ଷମ ବର୍ଗଙ୍କ ଶ୍ରମ ଶକ୍ତିରେ ଅଂଶଗ୍ରହଣ ୦.୧ ପ୍ରତିଶତ ବୃଦ୍ଧି ପାଇ ୭୮ ରୁ ୭୮. ୧ % ରେ ପହଞ୍ଚିଥିବାର ପରିଲକ୍ଷିତ ହୁଏ ।

Leave a Reply

Your email address will not be published. Required fields are marked *

Related Posts