® ISSN : 3107-4979 | A Bilingual (Odia & English) Bimonthly Special Newspaper Covering News and Views on Disabilities | ® RNI Regd. No. ODIBIL/2016/67738

ପଶ୍ଚିମବଙ୍ଗର ଜଣେ ଶତକଡା ୫୫ ପ୍ରତିଶତ ମସ୍ତିଷ୍କ ପକ୍ଷାଘାତ ବା ସେରିବ୍ରାଲ ପାଲସିରେ ଆକ୍ରାନ୍ତ ବ୍ୟକ୍ତିଙ୍କ ଭିନ୍ନକ୍ଷମ ପ୍ରମାଣପତ୍ର ବା ୟୁଡ଼ିଆଇଡି ବୈଧତା ସମ୍ପର୍କରେ ରାୟ ଶୁଣାଇ କଲିକତା ହାଇକୋର୍ଟ ଏହା ପ୍ରକାଶ କରିଛନ୍ତି ।

ଏଠାରେ ପ୍ରକାଶଯୋଗ୍ୟ ଯେ ପଶ୍ଚିମବଙ୍ଗ ସରକାରଙ୍କ ଦ୍ୱାରା ବିଜ୍ଞପିତ ଫାରମାସିଷ୍ଟ ପରୀକ୍ଷାରେ ସଫଳ ହୋଇଥିବା ଏହି ଦିବ୍ୟାଙ୍ଗ ବ୍ୟକ୍ତିଙ୍କ ନିଯୁକ୍ତିକୁ ସରକାର ଖାରଜ କରିଦେଇଥିଲେ ।

ରୁଟିନ୍ ମେଡ଼ିକାଲ ଫିଟନେସ ପରୀକ୍ଷଣର ରିପୋର୍ଟ ଆଧାରରେ ସରକାର ଏପରି ନିଷ୍ପତି ଗ୍ରହଣ କରିଥିଲେ।ମାତ୍ର ମାନ୍ୟବର କୋର୍ଟ ସରକାରଙ୍କ ଏହି ରିପୋର୍ଟକୁ ଖାରଜ କରି ଭିନ୍ନକ୍ଷମ ପ୍ରମାଣପତ୍ର ବା ୟୁଡିଆଇଡି ସାର୍ଟିଫିକେଟର ଵୈଧତାକୁ ଜାହିର କରିଛନ୍ତି।ମାନ୍ୟବର ହାଇକୋର୍ଟଙ୍କ ମତରେ ଏହି ଭିନ୍ନକ୍ଷମ ପ୍ରମାଣପତ୍ର ଆଇନ ଅନୁମୋଦିତ ଧାରାରେ ଇସ୍ୟୁ କରାଯାଇଥିବାରୁ ଏହାର ବୈଧତା ସେ ପର୍ଯ୍ୟନ୍ତ କାଏମ ରହିବ ଯେ ପର୍ଯ୍ୟନ୍ତ ଏହାକୁ ଆଇନ ଅନୁମୋଦିତ ଧାରାରେ ଖାରଜ କରା ନ ଯାଇଛି  । ଏବଂ ସେପର୍ଯ୍ୟନ୍ତ ଏହାର ସମସ୍ତ ଉଦ୍ଦେଶ୍ୟ ପାଇଁ ବ୍ୟବହୃତ ହୋଇପାରିବ । ଏହି ବୈଧ ଭିନ୍ନକ୍ଷମ ପ୍ରମାଣପତ୍ର ଦ୍ୱାରା ଚାକିରୀ କ୍ଷେତ୍ରରେ ସଂରକ୍ଷଣଠାରୁ ଆରମ୍ଭ କରି ଅନ୍ୟାନ୍ୟ ସୁବିଧା ମଧ୍ୟ ପାଇପାରିବେ । ମାନ୍ୟବର କୋର୍ଟ ଚାକିରୀ କ୍ଷେତ୍ରରେ କରାଯାଉଥିବା ଡାକ୍ତରୀ ପରୀକ୍ଷଣ ଏକ ସମ୍ପୂର୍ଣ୍ଣ ଭିନ୍ନ ଉଦ୍ଦେଶ୍ୟ ବୋଲି ମତବ୍ୟକ୍ତ କରିବା ସହିତ ଏହା ୟୁଡିଆଇଡି ସାର୍ଟିଫିକେଟର ବୈଧାନିକ ଅଧିକାରକୁ ଅନଧିକୃତ କରିପାରିବ ନାହିଁ ବୋଲି ଉଲ୍ଲେଖ କରିଛନ୍ତି ।

Leave a Reply

Your email address will not be published. Required fields are marked *

Related Posts