® ISSN : 3107-4979 | A Bilingual (Odia & English) Bimonthly Special Newspaper Covering News and Views on Disabilities | ® RNI Regd. No. ODIBIL/2016/67738

ଜନଗଣନା ଉପଦେଶାବଳୀ ପୁସ୍ତିକାରେ ଭିନ୍ନକ୍ଷମତା ଓ ସମ୍ପର୍କିତ ପ୍ରଶ୍ନ

ପ୍ର. 13 ଭିନ୍ନକ୍ଷମ
13 (a) ଏହି ବ୍ୟକ୍ତି କୌଣସି ମାନସିଳ / ଶାରୀରିକ ଭାବରେ ଭିନ୍ନକ୍ଷମ କି? ହଁ / ନାହିଁ
13(b) ଯଦି 13(a) ରେ ‘ହଁ’, ତେବେ 13(b) ରେ ଭିନ୍ନକ୍ଷମର ପ୍ରକାର ଚୟନ କରନ୍ତୁ । ଏକାକ ଭାବେ ଭିନ୍ନକ୍ଷମ କ୍ଷେତ୍ରରେ ସର୍ବାଧ‌ିକ ତିନି ପ୍ରକାର ଭିନ୍ନକ୍ଷମତା ଚୟନ କରନ୍ତୁ।
ଟିପ୍ପଣୀ: ଏକାଧିକ ଭାବେ ଭିନ୍ନକ୍ଷମ କହିଲେ ବ୍ୟକ୍ତି ଜଣକ ନିର୍ଦ୍ଦିଷ୍ଟ ବିକଳ୍ପ ମଧ୍ୟରୁ ଏକାଧିକ ପ୍ରକାରେ ଭିନ୍ନକ୍ଷମକୁ ବୁଝାଇବ ।

ପ୍ର.13: ଜଣେ ବ୍ୟକ୍ତି କୌଣସି ପ୍ରକାରେ ଭିନ୍ନକ୍ଷମ କି ନାହିଁ ତାହା ନିରୂପଣ କରନ୍ତୁ ।
> ଯଦି ‘ହଁ’ ତେବେ ପ୍ରଶ୍ନ 13(b) ରେ ଭିନ୍ନକ୍ଷମର ପ୍ରକାର ଚୟନ କରନ୍ତୁ ।
> ଏକାଧିକ ଭାବେ ଭିନ୍ନକ୍ଷମ କ୍ଷେତ୍ରରେ, ରିପୋର୍ଟ କରାଯାଇଥିବା ଗୁରୁତ୍ଵ କ୍ରମରେ ଡ୍ରପ୍ ଡାଉନ୍ ତାଲିକାରୁ ସର୍ବାଧିକ ୩ ପ୍ରକାର ଭିନ୍ନକ୍ଷମତା ଚୟନ କରନ୍ତୁ ।
> ଯଦି ଭିନ୍ନକ୍ଷମ ହୋଇ ନ ଥିବା ରିପୋର୍ଟ୍ କରାଯାଇଛି ତେବେ ‘ନାହିଁ’ ଚୟନ କରନ୍ତୁ ।

6.5.41 ଭିନ୍ନକ୍ଷମ ବ୍ୟକ୍ତିମାନଙ୍କ ଅଧିକାର ଆଇନ 2016 ଅନୁଯାୟୀ ‘ଭିନ୍ନ‌କ୍ଷମ ବ୍ୟକ୍ତି’ ଅର୍ଥ ହେଉଛି ଦୀର୍ଘକାଳୀନ ଶାରୀରିକ,ମାନସିକ,ବୌଦ୍ଧିକ କିମ୍ବା ଇନ୍ଦ୍ରିୟଗତ ଦୁର୍ବଳତା ଥ‌ିବା ବ୍ୟକ୍ତି ଯାହା ପାରସ୍ପରିକ ଆଦାନ ପ୍ରଦାନରେ ପ୍ରତିବନ୍ଧକ ସାଜେ,ସମାଜରେ ଅନ୍ୟମାନଙ୍କ ସହିତ ସମାନ ଭାବରେ ତାଙ୍କର ପୂର୍ବ ଏବଂ ପ୍ରଭାବଶାଳୀ ଅଂଶଗ୍ରହଣରେ ବାଧା ସୃଷ୍ଟିକରେ । ଜଣେ “ନିର୍ଦ୍ଧାରିତ ମାନଦଣ୍ଡ ଅନୁଯାୟୀ ଅକ୍ଷମ ବ୍ୟକ୍ତି”କହିଲେ ଏକ ନିର୍ଦ୍ଦିଷ୍ଟ ଭିନ୍ନକ୍ଷମତାର ଚାଳିଶ ପ୍ରତିଶତରୁ କମ୍ ହୋଇନଥିବା ବ୍ୟକ୍ତି ଯେଉଁଠାରେ ନିର୍ଦ୍ଦିଷ୍ଟ ଭିନ୍ନକ୍ଷମତାକୁ ମାପଯୋଗ୍ୟ ଭିନ୍ନକ୍ଷମତା ଭାବରେ ପରିଭାଷିତ କରାଯାଇ ନାହିଁ ଏବଂ ଏଥିରେ ଜଣେ ଭିନ୍ନକ୍ଷମତା ଥ‌ିବା ବ୍ୟକ୍ତି ଅନ୍ତର୍ଭୁକ୍ତ,ଯେଉଁଠାରେ ନିର୍ଦ୍ଦିଷ୍ଟ ଭିନ୍ନକ୍ଷମତାକୁ ମାପଯୋଗ୍ୟ ଭିନ୍ନକ୍ଷମତା ଭାବରେ ପରିଭାଷିତ କରାଯାଇଛି,ଯେପରି ପ୍ରମାଣପତ୍ର ପ୍ରଦାନକାରୀ କର୍ତ୍ତୃପକ୍ଷଙ୍କ ଦ୍ଵାରା ପ୍ରମାଣିତ।

6.5.42 ଯଦି ପରିବାରର କୌଣସି ସଦସ୍ୟଙ୍କୁ ଭିନ୍ନକ୍ଷମ ବ୍ୟକ୍ତି ଭାବରେ ରିପୋର୍ଟ କରାଯାଏ, ତେବେ ସେହି ବ୍ୟକ୍ତିଙ୍କ ପାଇଁ 13(a) ଉତ୍ତରରେ ‘ହଁ’ ବିକଳ୍ପ ଚୟନ କରନ୍ତୁ । ଯଦି 13(a) ରେ ‘ଚୟନ କରାଯାଇଥିବା ବିକଳ୍ପ ‘ହଁ’ ଅଟେ, ତେବେ ପ୍ର.13(b) ରେ ଭିନ୍ନକ୍ଷମତାର ପ୍ରକାର ଚୟନ କରନ୍ତୁ । ଯଦି ବ୍ୟକ୍ତି ଏକାଧିକ ଭିନ୍ନକ୍ଷମତାରେ ପୀଡିତ ବୋଲି ରିପୋର୍ଟ କରାଯାଏ, ତେବେ ରିପୋର୍ଟ୍ ଅନୁଯାୟୀ ଗୁରୁତ୍ବ କ୍ରମରେ 13(b)ର ବିକଳ୍ପ ମଧ୍ୟରୁ ସର୍ବାଧ‌ିକ 3ଟି ଭିନ୍ନକ୍ଷମତା ଚୟନ କରନ୍ତୁ ।

(i) ଏହି ପ୍ରଶ୍ନ କାହାକୁ ପଚରାଯିବ? ପରିବାରର ସମସ୍ତ ସଦସ୍ୟଙ୍କ ପାଇଁ ଭିନ୍ନକ୍ଷମତା ବିଷୟରେ ପ୍ରଶ୍ନ ପଚରାଯିବ । କେବଳ ବାହ୍ୟ ଚେହେରାକୁ ଦେଖ୍ ଜଣେ ବ୍ୟକ୍ତି ଭିନ୍ନ‌କ୍ଷମ କି ନୁହେଁ ତାହା ସ୍ଥିର କରନ୍ତୁ ନାହିଁ । ଅନେକ ଭିନ୍ନକ୍ଷମତା ଦୃଶ୍ୟମାନ ହୁଏ ନାହିଁ । କେତେକ ସମୟରେ ବୟସ୍କ/ବୃଦ୍ଧ ଲୋକଙ୍କୁ ଏହି ପ୍ରଶ୍ନ ପଚରାଯାଏ ନାହିଁ । ତଥାପି,ସେମାନଙ୍କୁ ମଧ୍ୟ ପଚାରିବା ଗୁରୁତ୍ୱପୂର୍ଣ୍ଣ ବୟସ ବଢିବା ସହିତ, ବହୁତ ଲୋକ ଭିନ୍ନକ୍ଷମତାର ଶିକାର ହୁଅନ୍ତି । ତେଣୁ,ଏହି ତଥ୍ୟ ଗୁରୁତ୍ବପୂର୍ଣ୍ଣ ।

(ii) ଏହି ପ୍ରଶ୍ନ କିପରି ପଚାରିବେ? ବ୍ୟକ୍ତିମାନଙ୍କୁ ସେମାନଙ୍କର ଭିନ୍ନକ୍ଷମତା ବିଷୟରେ ପଚାରିବ। ଏକ ଅତ୍ୟନ୍ତ ସମ୍ବେଦନଶୀଳ ପ୍ରସଙ୍ଗ ହୋଇପାରେ । କିଛି ଉତ୍ତରଦାତା ଖୋଲାଖୋଲି ଭାବରେ ଭିନ୍ନକ୍ଷମତା ବିଷୟରେ ସୂଚନା ଦେଇପାରନ୍ତି,କିଛି ଲୋକ ପରିବାରରେ ଜଣେ ଭିନ୍ନକ୍ଷମ ଥିବା ବ୍ୟକ୍ତି ଅଛନ୍ତି ବୋଲି ପ୍ରକାଶ କରିବାକୁ ସଂକୋଚ ଅନୁଭବ କରିପାରନ୍ତି । କିଛି ଲୋକ ରାଗି ଯାଇପାରନ୍ତି କିମ୍ବା ଅସହଜ ଅନୁଭବ କରିପାରନ୍ତି ଏବଂ ଏହା ବଦଳରେ ଆପଣଙ୍କୁ ପଚାରିପାରନ୍ତି ଯେ ଆପଣ ଏହି ପ୍ରଶ୍ନ କାହିଁକି ପଚାରୁଛନ୍ତି । ବ୍ୟକ୍ତିର କୌଣସି ପ୍ରକାରର ଭିନ୍ନକ୍ଷମତା ଅଛି କି ନାହିଁ ତାହା ପଚାରିବା ସମୟରେ ଆପଣଙ୍କୁ ବହୁତ ଭଦ୍ର ଏବଂ ପ୍ରଭାବଶାଳୀ ହେବାକୁ ପଡିବ । ତଥ୍ୟର ଗୁଣବତ୍ତା ମୁଖ୍ୟତଃ ଆପଣଙ୍କ ବ୍ୟକ୍ତିଗତ ପ୍ରୟାସ ଉପରେ ନିର୍ଭର କରିବ । ତେଣୁ,ଆପଣ ସମ୍ବେଦନଶୀଳ ଭାବରେ ପ୍ରଶ୍ନ ପଚାରିବା ଗୁରୁତ୍ବପୂର୍ଣ୍ଣ ଭିନ୍ନକ୍ଷମତା ବିଷୟକ ପ୍ରଶ୍ନକୁ ପ୍ରଭାବଶାଳୀ ଭାବରେ ପଚାରିବା ପାଇଁ ଦୟାକରି ନିମ୍ନରେ ଦିଆଯାଇଥିବା ନିର୍ଦ୍ଦେଶାବଳୀ ଅନୁସରଣ କରନ୍ତୁ:

*ଉତ୍ତରଦାତା(ମାନଙ୍କ)ଙ୍କ ସହିତ ସମ୍ପର୍କ ସ୍ଥାପନ କରନ୍ତୁ: ଭିନ୍ନ‌କ୍ଷମତା ସମ୍ୱନ୍ଧୀୟ ପ୍ରଶ୍ନର ଉତ୍ତର ଦେବା ପାଇଁ ଉତ୍ତରଦାତାଙ୍କୁ ସହ‌ଜ ଅନୁଭବ କରାଇବା ଗୁରୁତ୍ବପୂର୍ଣ୍ଣ । ଆପଣଙ୍କର ବନ୍ଧୁତ୍ଵପୂର୍ଣ୍ଣ ଏବଂ ସମ୍ମାନଜନକ ବ୍ୟବହାର ଏବଂ ଭାଷା ଆପଣଙ୍କୁ ସେମାନଙ୍କର ବିଶ୍ଵାସ ଏବଂ ଆଦର ଅର୍ଜନ କରିବାରେ ସାହାଯ୍ୟ କରିବ ।

* ଭିନ୍ନକ୍ଷମତା ଉପରେ ପ୍ରଶ୍ନ ପଚାରିବାର କାରଣ ବୁଝେଇ ଦିଅନ୍ତୁ; ଭିନ୍ନକ୍ଷମ ସମ୍ୱନ୍ଧୀୟ ତଥ୍ୟ ସରକାରଙ୍କୁ କିଭଳି ଭାବରେ ନୀତି ନିର୍ଦ୍ଧାରଣ ଏବଂ ଭିନ୍ନକ୍ଷମ ବ୍ୟକ୍ତିମାନଙ୍କୁ ସୁବିଧା ସୁଯୋଗ ଯୋଗାଇଦେବାରେ ସ‌ହାୟକ ହେବ ତାହା ଉତ୍ତରଦାତାଙ୍କୁ ଆଗତୁରା ବୁଝାଇଦେବା ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ I

ଏହାକୁ ସହଜ କରନ୍ତୁ: ସରଳ ଏବଂ ଶାଳୀନତାପୂର୍ଣ୍ଣ ଭାଷା ବ୍ୟବ‌ହାର କରନ୍ତୁ । ବୁଝାଇ କୁହନ୍ତୁ ଯେ ଭିନ୍ନକ୍ଷମତା ହେଉଛି ଏକ ଦୀର୍ଘକାଳୀନ,ଶାରୀରିକ,ମାନସିକ,କିମ୍ଵା ଇନ୍ଦ୍ରିୟଗତ ସମସ୍ୟା ଯାହା ଦୈନନ୍ଦିନ କାର୍ଯ୍ୟକଳାପରେ (ଯେପରିକି ନିଜେ ନିଜର ଯତ୍ନ ନେବା,ସ୍କୁଲ କିମ୍ଵା କଲେଜରେ ପଢିବା,କାମ କରିବା,ଚାରିଆଡେ ବୁଲାବୁଲି କରିବା କିମ୍ବା ଭାବର ଆଦାନ ପ୍ରଦାନ କରିବା) ଏବଂ ଅନ୍ୟମାନଙ୍କ ସହିତ ସମାନ ଭିତ୍ତିରେ ପାରିବାରିକ,କର୍ମକ୍ଷେତ୍ର ଏବଂ ସାମାଜିକ ଜୀବନରେ ଅଂଶଗ୍ରହଣ କରିବାରେ ଅସୁବିଧା ଉପୁଜାଏ । ଉତ୍ତରଦାତାଙ୍କ ବୋଧଗମ୍ୟ ହେଲା ଭଳି ଆପଣ ସ୍ଥାନୀୟ ଭାଷାରେ ସରଳ ଶବ୍ଦ ବ୍ୟବହାର କରି ଭିନ୍ନକ୍ଷମ ବ୍ୟକ୍ତିଙ୍କ ବିଷୟରେ ସୂଚନା । ଦେବା ପାଇଁ କୁହନ୍ତୁ ।

* ଗୋପନୀୟତା ନିଶ୍ଚିତ କରନ୍ତୁ: ଉତ୍ତରଦାତାଙ୍କୁ ନିଶ୍ଚିତ କରନ୍ତୁ ଯେ ବ୍ୟକ୍ତିଗତ ସୂଚନା ସମ୍ପ୍ରଦାୟର କାହା ସହିତ ବି ପ୍ରକାଶ କରାଯିବ ନାହିଁ ଏବଂ ଗୋପନୀୟ ରହିବ । ଦେଶର ବିଭିନ୍ନ ପ୍ରଶାସନିକ ସ୍ତରରେ ଥିବା ଭିନ୍ନକ୍ଷମ ବ୍ୟକ୍ତିଙ୍କ ପ୍ରକୃତ ସଂଖ୍ୟା ସରକାରଙ୍କଦ୍ଵାରା ସୁବିଧା ସୁଯୋଗ ପାଇଁ ଯୋଜନା କରିବା ଏବଂ ସେଥିପାଇଁ ଅର୍ଥ ବରାଦ କରିବା ପାଇଁ ଗୁରୁତ୍ବପୂର୍ଣ୍ଣ ହେବ ।

•ପ୍ରଶ୍ନକୁ ଏଡ଼ାଇ ଯାଆନ୍ତୁ ନାହିଁ କିମ୍ବା ତରବରିଆ ଭାବେ ପ୍ରଶ୍ନ ପଚାରନ୍ତୁ ନାହିଁ: ଏହା ଗୁରୁତ୍ଵପୂର୍ଣ୍ଣ ଯେ ଆପଣ ଏହି ପ୍ରଶ୍ନ ପଚାରିବେ ଏବଂ ବ୍ୟକ୍ତିଙ୍କୁ ଉତ୍ତର ଦେବା ପାଇଁ ସମୟ ଦେବେ ।

ଟିପ୍ପଣୀ: ଭିନ୍ନକ୍ଷମ ବ୍ୟକ୍ତିଙ୍କ ବିଷୟରେ ଯେଉଁ ସବୁ ମୁଖ୍ୟ ଶବ୍ଦର ବ୍ୟବହାରକୁ ଏଡାଇବାକୁ ହେବ, ତାହା ହେଲା: ଦୁର୍ବଳ,ମୁକ,ବିକଳାଙ୍ଗ,ମାନସିକ ଅକ୍ଷମ, ଅବିକଶିତ, ଅଯୋଗ୍ୟ, ଅସହାୟ, ପଙ୍ଗୁ, ତ୍ରୁଟିପୂର୍ଣ୍ଣ, ବିକୃତ, ଅକାମୀ, ଲେଙ୍ଗଡା, ଅପଙ୍ଗ, ଅଙ୍ଗହୀନ, ଅସ୍ଵାଭାବିକ, ପାଗଳ, ମୂର୍ଖ, ଅସଂଯତ, ବାତୁଳ, କ୍ରୋଧୀ, ଉନ୍ମାଦ, ମନୋରୋଗୀ, ନିର୍ବୁଦ୍ଧିଆ ଇତ୍ୟାଦି ।

(iii) ମନେରଖନ୍ତୁ:

* ଗଣନା ତାରିଖ ଅନୁଯାୟୀ ଜଣେ ବ୍ୟକ୍ତିଙ୍କ ଭିନ୍ନକ୍ଷମତା ନିର୍ଣ୍ଣୟ କରାଯିବ ।
* ଭିନ୍ନକ୍ଷମତାର ପ୍ରକାର(ଗୁଡ଼ିକ) ବିଷୟରେ ବିଷୟରେ ସୂଚନାଦାତାଙ୍କ ଧାରଣାକୁ ଚୂଡ଼ାନ୍ତ ଭାବରେ ଗ୍ରହଣ କରାଯିବ ।

* ଯେତେବେଳେ ବ୍ୟକ୍ତି କୁହନ୍ତି ଯେ ତାଙ୍କର କିମ୍ବା ପରିବାରର ଅନ୍ୟ କୌଣସି ସଦସ୍ୟଙ୍କର କୌଣସି ଭିନ୍ନକ୍ଷମତା ଅଛି, ସେତେବେଳେ ଆପଣଙ୍କର ଭାବଭଙ୍ଗୀ ପରିବର୍ତ୍ତନ କରନ୍ତୁ ନାହିଁ କିମ୍ବା ସହାନୁଭୂତି ପ୍ରକାଶ କରନ୍ତୁ ନାହିଁ କିମ୍ବା ହସନ୍ତୁ ନାହିଁ । ସେହି ସୂଚନାକୁ ଏକ ସତ୍ୟ ଭାବରେ ନିଅନ୍ତୁ ଏବଂ ଏହାକୁ ନୋଟ୍ କରିରଖନ୍ତୁ ।

* ଭିନ୍ନକ୍ଷମତା ବିଷୟରେ ନିର୍ଣ୍ଣୟ କିମ୍ବା ପ୍ରତି-ପ୍ରଶ୍ନ କରିବାକୁ ଚେଷ୍ଟା କରନ୍ତୁ ନାହିଁ । ଭିନ୍ନକ୍ଷମତାର କାରଣ କିମ୍ବା ଆରୋଗ କିମ୍ବା ଚିକିତ୍ସା କିମ୍ଵା ପୁନର୍ବାସ ବିଷୟରେ ଅନୁସନ୍ଧାନ କରିବାକୁ ଚେଷ୍ଟା କରନ୍ତୁ ନାହିଁ । ବ୍ୟକ୍ତିଟି ଭିନ୍ନକ୍ଷମ ‘ଦେଖା’ ଯାଇ ନପାରେ, କିନ୍ତୁ ଦେଖ‌ିବା, ଶୁଣିବା କିମ୍ବା ଅନ୍ୟ କୌଣସି ଭିନ୍ନକ୍ଷମତାର ଅସୁବିଧା ଥାଇପାରେ । ଆପଣ ସମସ୍ତ ଭିନ୍ନକ୍ଷମତାକୁ ‘ଦେଖି’ ପାରିବେ ନାହିଁ । ବ୍ୟକ୍ତି ବ୍ୟକ୍ତିଙ୍କ ଉତ୍ତର ଯେପରି ଅଛି ସେହିପରି ନିଆଯିବା ଉଚିତ ।

* ହାଡ଼ ଭାଙ୍ଗିଯିବା କାରଣରୁ ଅଂଗ ଚାଳନାରେ ଅସୁବିଧା କିମ୍ବା ସାମୟିକ ଅସୁସ୍ଥତା ଭଳି ଅସ୍ଥାୟୀ ଭିନ୍ନକ୍ଷମତାକୁ ଭିନ୍ନକ୍ଷମ ଭାବେ ଗଣନା କରାଯିବା ଆବଶ୍ୟକ ନାହିଁ

6.5.43 ଯଦି 13(a)ରେ ଥିବା ପ୍ରଶ୍ନ ପାଇଁ ଚୟନ କରାଯାଇଥିବା ବିକଳ୍ପ ‘ନାହିଁ’ ଅଟେ, ତେବେ ପରବର୍ତ୍ତୀ ପ୍ରଶ୍ନକୁ ଯାଆନ୍ତୁ ।

ଉଦାହରଣ 1: ଯଦି ବ୍ୟକ୍ତିଙ୍କର ଦୁଇଟି ଭିନ୍ନକ୍ଷମତା ଅଛି,ଯଥା: ଶୁଣିବାରେ ଏବଂ କ‌ହିବାରେ ତେବେ 13(b) ରେ ଦୁଇଟି ଭିନ୍ନକ୍ଷମତା ଚୟନ କରନ୍ତୁ ଯଥା: କୋଡ୍ ‘2’ ଶୁଣିବାରେ ଏବଂ ‘3’ କହିବାରେ ।

ଉଦାହରଣ 2: ଯଦି ବ୍ୟକ୍ତି ତିନୋଟି ଭିନ୍ନ‌କ୍ଷମତାରେ ପୀଡିତ, ଯଥା: ଦେଖ‌ିବାରେ,ଚଳପ୍ରଚଳନରେ ଏବଂ ମାନସିକ ରୋଗରେ,ତେବେ ତିନୋଟି ବିକଳ୍ପ ଚୟନ କରନ୍ତୁ

ବିଭିନ୍ନ ପ୍ରକର ଭିନ୍ନକ୍ଷମତାର ପରିଭାଷା:

6.5.44 ଭିନ୍ନକ୍ଷମ ବ୍ୟକ୍ତିମାନଙ୍କ ଅଧିକାର ଧାରା 2016 ଅନୁଯାୟୀ ବିଭିନ୍ନ ପ୍ରକାର ଭିନ୍ନକ୍ଷମତାର ପରିଭାଷା ନିମ୍ନରେ ଜାଣିବା ପାଇଁ ଦିଆଯାଇଛି:

ଶାରୀରିକ ଭିନ୍ନକ୍ଷମତା ମଧ୍ୟରେ ଚଳନଗତ ଭିନ୍ନ‌କ୍ଷମତା, ଦୃଷ୍ଟିଦୋଷ,ବଧିରତା ଏବଂ ବାକ୍ ଏବଂ ଭାଷା କ୍ଷମତା ଅନ୍ତର୍ଭୁକ୍ତ ।

1. ଦେଖିବାରେ ଭିନ୍ନକ୍ଷମତା ଅର୍ଥାତ୍ ଦୃଷ୍ଟିଦୋଷରେ ଅନ୍ଧତ୍ଵ ଏବଂ ଦୃଷ୍ଟିହୀନତା ଅନ୍ତର୍ଭୁକ୍ତ ।
(କ) “ଅନ୍ଧତ୍ବ” ଅର୍ଥ ଏକ ଅବସ୍ଥା ଯେଉଁଠାରେ ଜଣେ ବ୍ୟକ୍ତିଙ୍କର ସର୍ବୋତ୍ତମ ସଂଶୋଧନ ପରେ ନିମ୍ନଲିଖିତ ଅବସ୍ଥା ମଧ୍ୟରୁ କୌଣସି ଏକ ଅବସ୍ଥା ଥାଏ:
i) ଦୃଷ୍ଟିଶକ୍ତିର ସମ୍ପୂର୍ଣ ଅନୁପସ୍ଥିତି; କିମ୍ବା
ii) ସର୍ବୋତ୍ତମ ସମ୍ଭାବ୍ୟ ସଂଶୋଧନ ସହିତ ଭଲ ଆଖରେ ଦୃଷ୍ଟିଶକ୍ତିର ସ୍ପଷ୍ଟତା 3/60 ରୁ କମ୍ କିମ୍ବା 10/200 (ସ୍କେଲେନ)ରୁ କମ୍ କିମ୍ବା
iii) ଦୃଷ୍ଟିକ୍ଷେତ୍ରର ସୀମାବଦ୍ଧତା 10 ଡିଗ୍ରୀରୁ କମ୍ କୋଣ ମଧ୍ୟରେ ସୀମିତ ରହିବା ।
(ଖ) “କମ୍ ଦୃଷ୍ଟିଶକ୍ତି” ଅର୍ଥ ଏପରି ଏକ ଅବସ୍ଥା ଯେଉଁଠାରେ ଜଣେ ବ୍ୟକ୍ତିଙ୍କର ନିମ୍ନଲିଖତ ଅବସ୍ଥା ମଧ୍ଯରୁ କୌଣସି କୌଣସି ଏକ ଅବସ୍ଥା ଥାଏ, ଯଥା:
i) ସର୍ବୋତ୍ତମ ସମ୍ଭାବ୍ୟ ସଂଶୋଧନ ସହିତ ଭଲ ଆଖରେ ଦୃଷ୍ଟିଶକ୍ତିର ସ୍ପଷ୍ଟତା 6/18 ରୁ ଅଧିକ କିମ୍ବା 20/60 ରୁ କମ୍ 3/60 ପର୍ଯ୍ୟନ୍ତ କିମ୍ବା 10/200 (ସ୍କେଲେନ) ପର୍ଯ୍ୟନ୍ତ; କିମ୍ବା
ii) ଦୃଷ୍ଟିକ୍ଷେତ୍ରର ସୀମାବଦ୍ଧତା,40 ଡିଗ୍ରୀରୁ କମ୍ କୋଣରୁ 10 ଡିଗ୍ରୀ ପର୍ଯ୍ୟନ୍ତ ସୀମିତ ରହିବା ।
2. ଶୁଣିବାରେ ଭିନ୍ନକ୍ଷମତା ଅର୍ଥାତ୍ ବଧିରତା ମଧ୍ୟରେ କାଲା ଏବଂ କମ୍ ଶୁଣୁଥିବ ଅନ୍ତର୍ଭୁକ୍ତ ।
(କ) “କାଲା” କହିଲେ ଯେଉଁ ବ୍ୟକ୍ତିଙ୍କର ଦୁଇଟି କାନରେ 70 ଡେସିବଲ୍ ଶବ୍ଦ ତରଙ୍ଗରେ ଶ୍ରବଣ ଶକ୍ତି ହ୍ରାସ ଘଟିଥାଏ ।
(ଖ) “କମ୍ ଶୁଣିବା” କହିଲେ ଯେଉଁ ବ୍ୟକ୍ତିଙ୍କର ଦୁଇଟି କାନରେ 60 ରୁ 70 ଡେସିବଲ୍ ପର୍ଯ୍ୟନ୍ତ ଶବ୍ଦ ତରଙ୍ଗରେ ଶ୍ରବଣ ଶକ୍ତି ହ୍ରାସ ଘଟିଥାଏ ।

3. କହିବାରେ ଭିନ୍ନ‌କ୍ଷମତା କହିଲେ ସ୍ଥାୟୀ ଭିନ୍ନ‌କ୍ଷମତା, ଯାହା ଜୈବିକ କିମ୍ବା ସ୍ନାୟୁଗତ କାରଣରୁ ଉତ୍ପନ୍ନ କଥନ ଏବଂ ଭାଷା ବିକାର ସମସ୍ୟା ଯୋଗୁଁ ସ୍ଵରପେଟିକା କିମ୍ବା କଥା କହିବାରେ ଅନିୟନ୍ତ୍ରଣତା ହୋଇଥାଏ ।

4. ଚଳପ୍ରଚଳନରେ ଭିନ୍ନକ୍ଷମତା ଅର୍ଥାତ ଶାରୀରିକ ଚଳନରେ ଭିନ୍ନକ୍ଷମତା (ମାଂସପେଶୀ କିମ୍ବା ସ୍ନାୟୁତନ୍ତ୍ରର ପୀଡ଼ା କିମ୍ଵା ଉଭୟ ଯୋଗୁଁ ଚଳପ୍ରଚଳ ଏବଂ ସାମଗ୍ରୀ ବ୍ୟବହାର କରିବାରେ ଭିନ୍ନକ୍ଷମତା), ସହିତ ।

(କ) “କ୍ରୁଷ୍ଠ ରୋଗରୁ ମୁକ୍ତ ହୋଇଥିବା ବ୍ୟକ୍ତି” କହିଲେ ଜଣେ ବ୍ୟକ୍ତି, ଯିଏ କୁଷ୍ଠ ରୋଗରୁ ଆରୋଗ୍ୟ ହୋଇଛନ୍ତି କିନ୍ତୁ ନିମ୍ନଲିଖିତ ରୋଗରେ ପୀଡିତ ଅଛନ୍ତି:
i) ହାତ କିମ୍ବା ପାଦରେ ସ୍ପର୍ଶ ଅନୁଭବ କରିପାରୁ ନଥିବେ ତତ୍ ସହିତ ମାଂସପେଶୀରେ ଅତ୍ୟଧିକ ଦୁର୍ବଳତା ଅନୁଭବ କରୁଥିବେ କିନ୍ତୁ କୌଣସି ସ୍ପଷ୍ଟ ଅଙ୍ଗ ବିକାର ନଥିବ;
ii) ଅଙ୍ଗ ବିକାର ଏବଂ ଆଖରେ ନିଶ୍ଚେତତା ଥିବ କିନ୍ତୁ ହାତ ଏବଂ ଗୋଡରେ ଯଥେଷ୍ଟ ଗତିଶୀଳତା ଥିବ ଯଦ୍ୱାରା ସେମାନେ ସାଧାରଣ ଆର୍ଥିକ କାର୍ଯ୍ୟକଳାପରେ ନିୟୋଜିତ ଥିବେ;
iii) ଅତ୍ୟନ୍ତ ଶାରୀରିକ ବିକୃତି ହେବା ସଙ୍ଗେ ସଙ୍ଗେ ବୟସାଧିକ ଯୋଗୁଁ କୌଣସି ରୋଜଗାରକ୍ଷମ କାର୍ଯ୍ୟ ନ କରିପାରିବା ଏବଂ “କୁଷ୍ଠ ରୋଗମୁକ୍ତ” ଅଭିବ୍ୟକ୍ତିର ତଦନୁସାରେ ବ୍ୟାଖ୍ୟା କରାଯିବ:
(ଖ) ମସ୍ତିଷ୍କ ପକ୍ଷାଘାତ: ଜନ୍ମ ପୂର୍ବରୁ, ଜନ୍ମ ସମୟରେ କିମ୍ବା ଜନ୍ମର କିଛି ସମୟ ପରେ କିଛି ଅବିକଶିତ ସ୍ନାୟୁର ନିର୍ଦ୍ଦିଷ୍ଟ ଅବସ୍ଥା ଯୋଗୁଁ ମସ୍ତିଷ୍କର ଗୋଟିଏ କିମ୍ବା ଅଧିକ ପାର୍ଶ୍ବ କ୍ଷତି ହୋଇଥାଏ, ଯାହା ଫଳରେ ଶାରୀରିକ ଚଳାଚଳ ଏବଂ ମାଂସପେଶୀର ତାଳମେଳ ଠିକ୍‌ଭାବେ ହୋଇନଥାଏ;
(ଗ) ଅତିଶୟ ଖର୍ବାକୃତି (ବାମନ) କହିଲେ, ଡ଼ାକ୍ତରୀ ଭାଷାରେ କୌଣସି ପ୍ରାପ୍ତ ବୟସ୍କ ବ୍ୟକ୍ତିଙ୍କ ଉଚ୍ଚତା 4 ଫୁଟ 10 ଇଞ୍ଚ (147 ସେଣ୍ଟିମିଟର) ହୋଇଥିବ କିମ୍ବା ତା’ଠାରୁ କମ୍;
(ଘ) “ମାଂସପେଶୀ କ୍ଷୟ ରୋଗ” ହେଉଛି ଏକ ବଂଶଗତ ମାଂସପେଶୀ ରୋଗ ସମୂହ ଯାହା ମାନବ ଶରୀରର ଚଳପ୍ରଚଳରେ ସହାୟତା କରୁଥିବା ମାଂସପେଶୀଗୁଡ଼ିକୁ କ୍ରମଶଃ ଦୁର୍ବଳ କରିଦିଏ ଏବଂ ଜେନେଟିକ ସମସ୍ୟା ଥିବା ବ୍ୟକ୍ତିମାନଙ୍କର ଜିନ୍‌ଗୁଡ଼ିକରେ ତ୍ରୁଟିପୂର୍ଣ୍ଣ ଏବଂ ଅଧୁରା ତଥ୍ୟ ରହିଥାଏ, ଯାହା ଫଳରେ ସୁସ୍ଥ ମାଂସପେଶୀ ପାଇଁ ଆବଶ୍ୟକ ପ୍ରୋଟିନ୍ ତିଆରି ହୋଇପାରେ ନାହିଁ । ଏହି ରୋଗର ବୈଶିଷ୍ଟ୍ୟ ହେଉଛି କଙ୍କାଳୀୟ ମାଂସପେଶୀର କ୍ରମାଗତ ଦୁର୍ବଳତା, ମାଂସପେଶୀ ପ୍ରୋଟିନ୍‌ରେ ତ୍ରୁଟି ଏବଂ ମାଂସପେଶୀ କୋଷ ଓ ତନ୍ତୁର କ୍ରମାଗତ ନଷ୍ଟ ହେବା ।

5. ବୌଦ୍ଧିକ ଭିନ୍ନକ୍ଷମତା, ଏକ ଅବସ୍ଥା ଯାହା ମାନସିକ କାର୍ଯ୍ୟକଳାପ (ବୁଝିବ।, ଶିଖିବା, ସମସ୍ୟା ସମାଧାନ କରିବା) ଏବଂ ପରିସ୍ଥିତି ସହ ଖାପ ଖୁଆଇବାରେ ଅନେକ ଅସମାନତା ଦେଖାଦେଇଥାଏ ଯାହା ପ୍ରତିଦିନର ବିଭିନ୍ନ ସାମାଜିକ ଏବଂ ବ୍ୟବହାରିକ ଦକ୍ଷତାକୁ ଅନ୍ତର୍ଭୁକ୍ତ କରେ, ଯଥା –
(କ) “ସ୍ଵତନ୍ତ୍ର ଶିକ୍ଷଣ ଭିନ୍ନକ୍ଷମତା” କହିଲେ, ବହୁବିଧ ଅବସ୍ଥା ଯେଉଁଥିରେ କୌଣସି ଭାଷା ବୁଝିବାରେ, କହିବାରେ ବା ଲେଖିବାରେ ସମସ୍ୟା ଥାଏ । ଯଦ୍ଵାରା କି ବୁଝିବା, କହିବା, ଲେଖିବା, ଉଚ୍ଚାରଣ କରିବା, ହିସାବ କରିବା ଭିନ୍ନକ୍ଷମତାକୁ ବୁଝାଏ । ଏଥିରେ
ଅନୁଭବଗତ ଭିନ୍ନକ୍ଷମତା,ଡିସଲେକ୍ସିଆ,ଡିସଗ୍ରାଫିଆ,ଡିସକାଲକୁଲିଆ,ଡିସପ୍ରାକ୍ସିଆ ଏବଂ ବିକାଶମୂଳକ ଆଫାସିଆ ଭଳି ଅବସ୍ଥା ଅନ୍ତର୍ଭୁକ୍ତ;ଏବଂ
(ଖ) “ଅତିଜିମ୍ ସ୍ପେକଟ୍ରମ୍ ଡ଼ିସ୍ ଅର୍ଡର (autism)” କହିଲେ ଜନ୍ମର ପ୍ରଥମ ତିନି ବର୍ଷ ମଧ୍ୟରେ ହୋଇଥିବା ସ୍ନାୟବିକ ବିକାଶଜନିତ ବିକୃତି ଯଦ୍ବାରା ବ୍ୟକ୍ତିଭାବ ବିନିମୟ, ସମ୍ପର୍କକୁ ବୁଝିବା ଏବଂ ସ୍ଥାପନ କରିବାରେ ଭିନ୍ନକ୍ଷମତା ଏବଂ କୌଣସି ଏକ ପ୍ରକାରର ବ୍ୟବହାର ବା କାର୍ଯ୍ୟକଳାପ ବାରମ୍ବାର କରିବାକୁ ବୁଝାଏ ।

6. ମାନସିକ ଅସୁସ୍ଥତା ହେଉଛି ଚିନ୍ତାଧାରା, ମନୋଭାବ, ଧାରଣା, ଆଭିମୁଖ୍ୟ କିମ୍ବା ମନେ ରଖିବାର ଏକ ଗୁରୁତ୍ଵପୂର୍ଣ୍ଣ ବିକାର ଯାହା ବିଚାର, ଆଚରଣ, ବାସ୍ତବତାକୁ ଚିହ୍ନିବାର କ୍ଷମତା କିମ୍ଵା ଜୀବନର ସାଧାରଣ ଆବଶ୍ୟକତା ପୂରଣ କରିବାର କ୍ଷମତାକୁ ସମ୍ପୂର୍ଣ ପ୍ରଭାବିତ କରେ, କିନ୍ତୁ ଏଥିରେ ପ୍ରତିବନ୍ଧକ ଅନ୍ତର୍ଭୁକ୍ତ ନୁହେଁ ଯ।ହ। ଜଣେ ବ୍ୟକ୍ତିଙ୍କ ମନର ଅଟକାଯାଇଥ‌ିବା କିମ୍ୱା ଅସମ୍ପୂର୍ଣ୍ଣ ବିକାଶର ଏକ ଅବସ୍ଥା, ବିଶେଷ କରି ମାନସିକ ସ୍ତରରେ ଅନଗ୍ରସରତାକୁ ସୂଚିତ କରେ ।

7. ଏସିଡ୍ ଆକ୍ରମଣ ଯୋଗୁଁ ଭିନ୍ନକ୍ଷମତା, ଅର୍ଥ ହେଉଛି ଏସିଡ୍ ଫିଙ୍ଗିବା, ପ୍ରୟୋଗ କରିବା, ଢାଳି ହୋଇଯିବା କିମ୍ବା ସମାନ କ୍ଷୟକାରୀ ପଦାର୍ଥଦ୍ବାରା ହିଂସାତ୍ମକ ଆକ୍ରମଣ କିମ୍ବା ଆତ୍ମଘାତୀ କିମ୍ବା ଦୁର୍ଘଟଣା କାରଣରୁ ବାହ୍ୟ କିମ୍ବା ଆଭ୍ୟନ୍ତରୀଣ ଭାବରେ ବିକୃତ ବ୍ୟକ୍ତି ।

8. ଦୀର୍ଘକାଳୀନ ସ୍ନାୟୁରୋଗ ଯୋଗୁଁ ଭିନ୍ନକ୍ଷମତା ଯେପରିକି:
(କ) “Multiple sclerosis” (ମଲ୍ଟିପୁଲ ସ୍କ୍ଲେରୋସିସ୍) ର ଅର୍ଥ ହେଉଛି ଏକ ପ୍ରଦାହଜନିତ ସ୍ନାୟୁ ପ୍ରଣାଳୀର ରୋଗ, ଯେଉଁଥିରେ ମସ୍ତିଷ୍କ ଏବଂ ମେରୁଦଣ୍ଡର ସ୍ନାୟୁ କୋଷଗୁଡ଼ିକର ଆକ୍ସନ୍(axons) ଚାରିପାଖରେ ଥିବା ମାୟେଲିନ୍ ସିଥ୍ (myelin sheaths) କ୍ଷତିଗ୍ରସ୍ତ ହୋଇଥାଏ, ଯାହା ଡିମାୟେଲିନେସନ୍ (demyelination) ଆଡ଼କୁ ନେଇଯାଏ ଏବଂ ମସ୍ତିଷ୍କ ଓ ମେରୁଦଣ୍ଡରେ ଥିବା ସ୍ନାୟୁ କୋଷଗୁଡ଼ିକର ପରସ୍ପର ସହ ଯୋଗାଯୋଗ କରିବାର କ୍ଷମତାକୁ ପ୍ରଭାବିତ କରିଥାଏ; ଏବଂ
(ଖ) “କମ୍ପବାତ ରୋଗ” (Parkinson’s disease) ର ଅର୍ଥ ହେଉଛି ସ୍ନାୟୁ ପ୍ରଣାଳୀର ଏକ କ୍ରମବର୍ଦ୍ଧିଷ୍ଣୁ ରୋଗ, ଯାହା କମ୍ପନ, ମାଂସପେଶୀର ଶକ୍ତତା ଏବଂ ମନ୍ଥର ଓ ଅସ୍ପଷ୍ଟ ହଲଚଲଦ୍ବାରା ଚିହ୍ନଟ ହୋଇଥାଏ; ଏହା ମୁଖ୍ୟତଃ ମଧ୍ୟମ ବୟସ୍କ ଏବଂ ବୃଦ୍ଧ ଲୋକଙ୍କୁ ପ୍ରଭାବିତ କରିଥାଏ, ଯାହା ମସ୍ତିଷ୍କର ତଳ ଗଣ୍ଡିକା (basal ganglia) ର କ୍ଷୟ ଏବଂ ଡୋପାମାଇନ୍(dopamine)ନାମକ ନ୍ୟୁରୋଟ୍ରାନ୍ସମିଟରର ଅଭାବ ସହିତ ଜଡ଼ିତ ।

9. ରକ୍ତ ବିକୃତ ଜନିତ ଭିନ୍ନକ୍ଷମତ:
(କ) “ହିମୋଫିଲିୟା” (Haemophilia) ଅର୍ଥ ଏକ ବଂଶଗତ ରୋଗ, ଯାହା ସାଧାରଣତଃ କେବଳ ପୁରୁଷମାନଙ୍କୁ ପ୍ରଭାବିତ କରେ କିନ୍ତୁ ମହିଳାମାନଙ୍କଦ୍ଵାରା ସେମାନଙ୍କ ପୁଅ ସନ୍ତାନମାନଙ୍କୁ ସଂକ୍ରମିତ ହୁଏ, ଯାହାଦ୍ଵାରା ରକ୍ତ ସାଧାରଣ ଭାବେ ଜମାଟ ବାନ୍ଧି ନ ଥାଏ ଏବଂ ଛୋଟ କ୍ଷତରୁ ରକ୍ତ କ୍ଷରଣ ହୋଇ ମାରାତ୍ମକ ହୋଇପାରେ; ଏବଂ
(ଖ) “ଥାଲାସେମିଆ” (Thalassemia) ର ଅର୍ଥ ହେଉଛି ବଂଶଗତ ବ୍ୟାଧିଗୁଡିକର (inherited disorders) ଏକ ସମୂହ, ଯାହା ଶରୀରରେ ହିମୋଗ୍ଲୋବିନ୍‌ର(haemoglobin) ମାତ୍ରା ହ୍ରାସ ପାଇବା କିମ୍ବା ଅତ୍ୟନ୍ତ କମ୍ ପରିମାଣ ରହିବାଦ୍ଵାରା ଚିହ୍ନଟ ହୋଇଥାଏ; ଏବଂ
(ଗ) “ରକ୍ତ ସିକୁଳି ରୋଗ” (Sickle Cell) ଅର୍ଥ ହେଉଛି ଏକ ରକ୍ତଜନିତ ରୋଗ ଯାହା ଦୀର୍ଘକାଳୀନ ରକ୍ତହୀନତା, ଯନ୍ତ୍ରଣାଦାୟକ ଏବଂ ସମ୍ପୃକ୍ତ ଟିସୁ ଏବଂ ଅଙ୍ଗ କ୍ଷତି ହେତୁ ବିଭିନ୍ନ ଜଟିଳତାଦ୍ଵାରା ଚିହ୍ନିତ; “ହେମୋଲାଇଟିକ୍” ଅର୍ଥ ହେଉଛି ଲୋହିତ ରକ୍ତକଣିକାର କୋଷଝିଲ୍ଲୀର ନଷ୍ଟ ଯାହା ଫଳରେ ହେମୋଗ୍ଲୋବିନ୍ ମୁକ୍ତ ହୁଏ ।

6.5.45 ନିମ୍ନଲିଖିତ ଅନୁଚ୍ଛେଦଗୁଡ଼ିକ ଗଣନାକାରୀଙ୍କୁ ତଥ୍ୟ ସଂଗ୍ରହ ସମୟରେ ବିଭିନ୍ନ ପ୍ରକାରର ଭିନ୍ନକ୍ଷମତ ଚିହ୍ନଟ କରିବାରେ ସହାଯ୍ୟ କରିବ:
1. ଦେଖିବାରେ: ଜଣେ ବ୍ୟକ୍ତିଙ୍କୁ ‘ଦେଖିବାରେ’ ଭିନ୍ନକ୍ଷମତା ଥ‌ିବା ଭାବରେ ବିବେଚନା କରାଯିବ ଯଦି ସେ:
i) ଆଦୌ ଦେଖିପାରୁନଥିବେ; କିମ୍ଵା
ii) ଚଷମା ବ୍ୟବହାର କରି ସୁଦ୍ଧା ଆଲେ|କର ଉପସ୍ଥିତି ଅନୁଭବ କରିପାରୁନଥିବେ; କିମ୍ବା
iii) ଆଲୋକର ଅନୁଭବ ଅଛି କିନ୍ତୁ ଚଷମା, କଣ୍ଟାକ୍ଟ ଲେନ୍ସ ଇତ୍ୟାଦି ବ୍ୟବହାର କରିବା ପରେ ମଧ୍ୟ ଦୃଷ୍ଟି ଝାପ୍ପା ଅଛି ଅଛି; କିମ୍ବା
iv) ଦୃଷ୍ଟି ଝାପ୍ସା ହୋଇଛି କିନ୍ତୁ ସଂଶୋଧନମୂଳକ ପଦକ୍ଷେପ ନେବା ପରେ ତାଙ୍କର ଦୃଷ୍ଟିଶକ୍ତିରେ ଉନ୍ନତି ହେବ କି ନାହିଁ ତାହା ପରୀକ୍ଷା କରିବାର କୌଣସି ସୁଯୋଗ ପାଇନାହାନ୍ତି; କିମ୍ବା
v) ଆଲୋକ ଦେଖିପାରନ୍ତି କିନ୍ତୁ ସ୍ବାଧୀନ ଭାବରେ ଗତି କରିବା ପାଇଁ ଠିକ୍ ଭାବରେ ଦେଖିପାରନ୍ତି ନାହିଁ । ଏହି ସରଳ ପରୀକ୍ଷା ହେଉଛି ବ୍ୟକ୍ତି ଦିନର ଆଲୋକରେ 10 ଫୁଟ ଦୂରରୁ ହାତର ଆଙ୍ଗୁଠି ଗଣି ପାରୁଛନ୍ତି କି ନାହିଁ।
ଟିପ୍ପଣୀ:
> ଯେଉଁ ବ୍ୟକ୍ତି ଗୋଟିଏ ଆଖରେ ଦେଖିପାରୁ ନଥିବେ କିନ୍ତୁ ଅନ୍ୟ ଆଖରେ ଭଲଭାବେ ଦେଖିପାରୁଥିବେ (ଗୋଟିଏ ବ୍ୟକ୍ତି), ତେବେ ତାଙ୍କୁ ଦେଖ‌ିବାରେ ଅକ୍ଷମ ବୋଲି ଧରାଯିବ ନାହିଁ।
> ଅନ୍ଧାରକଣା (ନାଇଟ୍ ବ୍ଲାଇଣ୍ଡନେସ୍) ଥ‌ିବା ବ୍ୟକ୍ତିଙ୍କୁ ଦେଖ‌ିବାରେ ଭିନ୍ନକ୍ଷ ନକ୍ଷମତା ଅଛି ବୋଲି ବିବେଚନା କରାଯିବ ନାହିଁ ।
କେବଳ ରଙ୍ଗ ଚିହ୍ନିବାରେ ଅସମର୍ଥତା (କଲର ବ୍ଲାଇଣ୍ଡନେସ୍) ଥିବା ବ୍ୟକ୍ତିଙ୍କୁ ଦେଖିବାରେ ଭିନ୍ନକ୍ଷମତା ଥିବା ବ୍ୟକ୍ତି ଭାବେ ବିବେଚନା କରାଯିବ ନାହିଁ।
2. ଶୁଣିବାରେ: ଜଣେ ବ୍ୟକ୍ତିଙ୍କୁ ‘ଶୁଣିବାରେ’ ଭିନ୍ନକ୍ଷମତ ଥିବା ଭାବରେ ବିବେଚନା କରାଯିବ ଯଦି ସେ:
i) ଆଦୌ ଶୁଣିପାରୁନଥିବେ; କିମ୍ଵା
ii) ଦୈନନ୍ଦିନ କ‌ଥାବାର୍ତ୍ତା ଶୁଣିବାରେ ଅସୁବିଧା ହେଉଛି (ଉଚ୍ଚସ୍ବରରେ କଥାବାର୍ତ୍ତା ଶୁଣି ପାରନ୍ତି); କିମ୍ବା
iii) ଯଦି ସେ ଦୈନନ୍ଦିନ ଜୀବନରେ ଦୀର୍ଘକାଳୀନ ଶୁଣିବାରେ ଅସୁବିଧା ହେତୁ ଶ୍ରବଣ ଯନ୍ତ୍ର କିମ୍ବା ଅନ୍ୟାନ୍ୟ ସହାୟକ ଉପକରଣ ବ୍ୟବହାର କରୁଛନ୍ତି ।
ଟିପ୍ପଣୀ:
> କେବଳ ଗୋଟିଏ କାନରେ ରେ ଶୁଣିବାର ସମସ୍ୟା ଥିବାକୁ ଶୁଣିବାରେ ଭିନ୍ନକ୍ଷମତା ଭାବେ ବିବେଚନା କରା‌ଯିବ ନାହିଁ।

3. କହିବାରେ: କୌଣସି ବ୍ୟକ୍ତିଙ୍କୁ ‘କ‌ହିବାରେ’ ଭିନ୍ନକ୍ଷମ ବୋଲି ବିଚାର କରାଯିବ ଯଦି ସେ:
i) ଆଦୌ କ‌ଥା କହିପାରୁନଥିବେ /ବାକ୍ ସମସ୍ୟା ସହିତ ଜଡିତ କିଛି ଅସୁବିଧା ହେତୁ ସାଧାରଣ ଭାବରେ କଥା କହିପାରୁନଥିବେ । ଯଦି ବ୍ୟକ୍ତିର ବକ୍ତବ୍ୟ ଶ୍ରୋତାଙ୍କଦ୍ଵାରା ବୁଝାପଡେ ନାହିଁ, ତେବେ ଜଣେ ବ୍ୟକ୍ତିର କହୁଥିବା କ‌ଥାବାର୍ତ୍ତା ବିଶୃଙ୍ଖଳିତ ବୋଲି ବିଚାର କରାଯାଏ; କିମ୍ବା
ii) ଗୋଟିଏ ଶବ୍ଦରେ କହିପାରୁଥିବେ ଏବଂ ପୂରା ବାକ୍ୟରେ କହିପାରୁନଥିବେ; କିମ୍ବା
iii) ଏତେ ମାତ୍ରାରେ ପାଟି ଲାଗୁଥିବ ଯେ କଥାଟି ବୁଝି ବୁଝିହେବ ନାହିଁ । କିନ୍ତୁ ଯେଉଁମାନଙ୍କର ସାମାନ୍ୟ ଭୁଲ ଉଚ୍ଚାରଣ, ପାଟି ଲାଗୁଥିବ ଅଥଚ କଥା ବୁଝି ହେଉଥିବ କିମ୍ବା ଅସ୍ଥାୟୀ ବାକ୍ ସମସ୍ୟା (ଉଦାହରଣ ସ୍ଵରୂପ କୌଣସି ଗମ୍ଭୀର ବେମାର ପରେ) ଯୋଗୁଁ ସେମାନଙ୍କ କହିବାରେ ଭିନ୍ନକ୍ଷମ ବୋଲି ବିବେଚନା କରାଯିବ ନାହିଁ ।

ଟିପ୍ପଣୀ: କେତେକ କ୍ଷେତ୍ର କ୍ଷେତ୍ରରେ କଥା କହିବାରେ ବିଳମ୍ବ ହେତୁ 3 ବର୍ଷରୁ କମ୍ ପିଲାମାନଙ୍କ କ୍ଷେତ୍ରରେ ବାକ୍ ଭିନ୍ନକ୍ଷମତା ଜାଣିବା କଷ୍ଟକର । ତେଣୁ,ଏପରି କ୍ଷେତ୍ରରେ କହିବାରେ ଭିନ୍ନକ୍ଷମତା ପ୍ରଯୁଜ୍ୟ ହୋଇନପାରେ ।

4.ଚଳପ୍ରଚଳନରେ: ଜଣେ ବ୍ୟକ୍ତିଙ୍କୁ ‘ଚଳପ୍ରଚଳନରେ’ ଭିନ୍ନକ୍ଷମତା ଥ‌ିବା ଭାବରେ ବିବେଚନ କରାଯିବ ଯଦି, ହାଡ, ଗଣ୍ଠି, ମାଂସପେଶୀ, ସ୍ନାୟୁ କିମ୍ବା ମେରୁଦଣ୍ଡର ଦୀର୍ଘକାଳୀନ ସମସ୍ୟା ହେତୁ ତାଙ୍କୁ ଚାଲିବା, ଚଳପ୍ରଚଳ ହେବ, ବାହୁ କିମ୍ବା ହାତ ବ୍ୟବହାର କରିବା କିମ୍ବା ଦୈନନ୍ଦିନ ଜୀବନରେ ସନ୍ତୁଳନ ବଜାୟ ରଖିବାରେ ଗୁରୁତର ଅସୁବିଧା ହୁଏ I ଏହି ବର୍ଗରେ ଏପରି ବ୍ୟକ୍ତି ଅନ୍ତର୍ଭୁକ୍ତ, ଯାହାର ଗତିଶୀଳତାରେ ସୀମିତତା ଦୁର୍ଘଟଣା। କିମ୍ବା ଆଘାତର ଏକ ଦୀର୍ଘକାଳୀନ ପରିଣାମ ।

ଏଥିରେ ସେହି ବ୍ୟକ୍ତିମାନେ ଅନ୍ତର୍ଭୁକ୍ତ ଯେଉଁମାନେ,ଉଦାହରଣ ସ୍ଵରୂପ:
i. ଗୋଟିଏ କିମ୍ବା ଉଭୟ ବାହୁ କିମ୍ଵା ଗୋଡ ନାହିଁ, କିମ୍ବା ଅଙ୍ଗଛେଦନ ହୋଇଛି, କିମ୍ଵା ବାହୁ କିମ୍ବା ଗୋଡ ଏପରି ଭାବରେ ପ୍ରଭାବିତ ହୋଇଛି ଯେ ସେମାନଙ୍କୁ ଦୈନନ୍ଦିନ କାର୍ଯ୍ୟକଳାପରେ ଚାଲିବା, ଚଳାଇବା କିମ୍ଵା ବ୍ୟବହାର କରିବା କଷ୍ଟକର; କିମ୍ବା
ii. ଆଙ୍ଗୁଠି କିମ୍ବା ପାଦର ଆଙ୍ଗୁଠି କିମ୍ବା ବୁଢ଼ା ଆଙ୍ଗୁଠି ହରାଇଛନ୍ତି କିମ୍ବା ଏତେ ମାତ୍ରାରେ ବିକୃତ ଯାହା ଧରିରଖିବା, ଜାବୁଡି ଧରିବ କିମ୍ବା ଚାଲିବା ଉପରେ ପ୍ରଭାବ ପକାଇଥାଏ; କିମ୍ବା
iii.ଯେ କୌଣସି ଅଙ୍ଗ କିମ୍ବା ସମଗ୍ର ଶରୀର ପକ୍ଷାଘାତଗ୍ରସ୍ତ ଏବଂ ଚଲାବୁଲା କରିବାରେ ଅକ୍ଷମ; କିମ୍ବା
iv. ଚାଲି ପାରୁନାହାଁନ୍ତି, ଚଳପ୍ରଚଳ ହୋଇପାରୁନାହାଁନ୍ତି କିମ୍ଵା ପାଖରେ ରଖାଯାଇଥିବା କୌଣସି ଛୋଟ ଜିନିଷକୁ ଉଠାଇ ପାରୁନାହାଁନ୍ତି । ଏବଂ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ଯିବା ପାଇଁ ଗୁରୁଣ୍ଡି ଗୁରୁଣ୍ଡି ଯାଆନ୍ତି; କିମ୍ବା
v.କେବଳ ହ୍ଵିଲଚେୟାର, ଟ୍ରାଇସାଇକେଲ, କ୍ୟାଲିପର, ଚାଲିବା ଫେମ୍, ଆଶାବାଡ଼ି କିମ୍ବା ସମାନ ଉପକରଣ ସାହାଯ୍ୟରେ ଯିବା ଆସିବ କରିପାରୁଥିବେ; କିମ୍ବା
vi. ଗଣ୍ଠି ଏବଂ ମାଂସପେଶୀରେ ତୀବ୍ର ଏବଂ ଦୀର୍ଘକାଳୀନ ସମସ୍ୟା ଅଛି, ଯାହାର ଫଳସ୍ଵରୂପ ବାହୁ, ହାତ, ପିଚା, ଆଣ୍ଠୁ, ପାଦ କିମ୍ଵା ମେରୁଦଣ୍ଡର ଗତିବିଧ‌ି ସୀମିତ ହୋଇଛି; କିମ୍ବା
vii.ପ୍ରବଳ ମାଂସପେଶୀ ଜଡତା, ଶରୀର କଠିନ ହୋଇଯିବା, କମ୍ପନ ହେବା କିମ୍ବା ଦୁର୍ବଳ ସମନ୍ୱୟ/ଭାରସାମ୍ୟ ଯାହା ଠିଆ ହେବାରେ, ଚାଲିବାରେ କିମ୍ଵା ହସ୍ତଚାଳନାରେ ଜଟିଳ ସମସ୍ୟା ସୃଷ୍ଟିକରେ (ଉଦାହରଣ ସ୍ଵରୂପ, ପକ୍ଷାଘାତ, ଦୀର୍ଘସ୍ଥାୟୀ ସ୍ନାୟୁଗତ ସମସ୍ୟା), କିମ୍ବା
viii. ହାତ କିମ୍ବା ପାଦରେ ସମ୍ବେଦନଶୀଳତା ହରାଇବା କିମ୍ବା ଅତ୍ୟଧିକ ବିକୃତି (ଉଦାହରଣ ସ୍ଵରୂପ:- କୁଷ୍ଠ ରୋଗରୁ ମୁକ୍ତ ହୋଇଥିବା ବ୍ୟକ୍ତି); କିମ୍ବା
ix. ଶରୀରର କୌଣସି ଅଙ୍ଗର ବିକୃତି ଅଛି, ଯେପରିକି ପିଠିରେ କୁଜ ଥିବ, କିମ୍ବା
x. ବହୁତ ଛୋଟ ଉଚ୍ଚତା (ବାମନ) ଥ‌ିବେ; କିମ୍ବା
xi. ମାଂସପେଶୀରେ ଦୁର୍ବଳତା ଥ‌ିବା
ଟିପ୍ପଣୀ: ସେରେବ୍ରାଲ୍ ପାଲ୍‌ସି (ମସ୍ତିସ୍କ ପକ୍ଷଘତ) କାରଣରୁ ଚଲାବୁଲା କରିବIରେ ଶାରୀରିକ ଭିନ୍ନକ୍ଷମତାର ଲକ୍ଷଣ ଏହି ଭିନ୍ନ ଶ୍ରେଣୀରେ ଅନ୍ତର୍ଭୁକ୍ତ କରଯିବ ।

5. ବୌଦ୍ଧିକ ଭିନ୍ନକ୍ଷମତା: ଜଣେ ବ୍ୟକ୍ତିଙ୍କୁ “ବୌଦ୍ଧିକ ଭିନ୍ନକ୍ଷମତା” ଭାବରେ ବିବେଚନା କରା‌ଯିବ ଯଦି ତାଙ୍କର ସମାନ ବୟସର ଅନ୍ୟମାନଙ୍କ ତୁଳନାରେ ବୁଝିବା, ଶିଖିବା ଏବଂ ଦୈନନ୍ଦିନ କାର୍ଯ୍ୟରେ ଦୀର୍ଘ ସ୍ଥାୟୀ ଏବଂ ଉଲ୍ଲେଖନୀୟ ଅସୁବିଧା ଥିବ। ଏଥିରେ ଜଣେ ବ୍ୟକ୍ତି ଅନ୍ତର୍ଭୁକ୍ତ ହୋଇପାରନ୍ତି, ଯାହାଙ୍କର:
i) ସରଳ ଚିନ୍ତାଧାରା କିମ୍ବା ପ୍ରଶ୍ନୋତ୍ତର ମାଧ୍ୟମରେ ବୁଝିବା କିମ୍ବା ଭାବିବାରେ ସ୍ପଷ୍ଟ ଅସୁବିଧା ଅଛି; କିମ୍ବା
ii) ତାଙ୍କ ସମ ବୟସର ଅନ୍ୟ ବ୍ୟକ୍ତିଙ୍କ ତୁଳନାରେ ତାଙ୍କର ମୌଳିକ ଆବଶ୍ୟକତା ସମ୍ପର୍କରେ ଏବଂ ଚିନ୍ତାଧାରାକୁ ସ୍ପଷ୍ଟ ଭାବରେ ଜଣାଇ ପାରୁନାହାଁନ୍ତି; କିମ୍ବା
iii) ଶୌଚାଳୟ ଯିବା, ଦାନ୍ତ ସଫା କରିବା, ଗାଧୋଇବା, ପୋଷାକ ପିନ୍ଧିବା, ବ୍ୟକ୍ତିଗତ ପରିଷ୍କାର ପରିଚ୍ଛନ୍ନତା ଏବଂ ଖାଦ୍ୟପେୟର ଯତ୍ନ ନେବା ଏବଂ ସାଧାରଣ ଘରୋଇ କାର୍ଯ୍ୟ କରିବା ଭଳି ଦୈନନ୍ଦିନ କାର୍ଯ୍ୟକଳାପ କରିବାରେ ଅସୁବିଧା ହେଉଛି; କିମ୍ବା
iv) ନିତିଦିନିଆ କାର୍ଯ୍ୟ ନିର୍ଦ୍ଦେଶଗୁଡ଼ିକୁ ବୁଝିବାରେ ଅସୁବିଧା ହେଉଛି; କିମ୍ବା
v) ଯୁକ୍ତିତର୍କ କରିବା, ଜ୍ଞାନ ଆହରଣ କରିବା, ନିଷ୍ପତ୍ତି ନେବା କିମ୍ବା ସମସ୍ୟା ସମାଧାନ କରିବାରେ ଗୁରୁତର ଅସୁବିଧା ଅଛି ।
vi) ସ୍ଵତନ୍ତ୍ର ଶିକ୍ଷଣୀୟ ଭିନ୍ନକ୍ଷମତା ନିର୍ଣ୍ଣୟ କରାଯାଇଛି ।
vii) ସ୍ନାୟବିକ ବିକାଶ ଜନିତ ବିକୃତି (Autism) ଭିନ୍ନକ୍ଷମତା ନିର୍ଣ୍ଣୟ କରାଯାଇଛି ।

6. ମାନସିକ ଅସୁସ୍ଥତା: ଜଣେ ବ୍ୟକ୍ତିଙ୍କର ଭିନ୍ନକ୍ଷମତା “ମାନସିକ ରୋଗ” ଭାବରେ ବିବେଚନା କରାଯିବ ଯେତେବେଳେ ତାଙ୍କର ଦୀର୍ଘକାଳୀନ ମାନସିକ ସ୍ବାସ୍ଥ୍ୟ ଅବସ୍ଥା ଥାଏ ଯାହା ଚିନ୍ତା, ମନୋଦଶା, ଆଚରଣ କିମ୍ଵା ବାସ୍ତବତାକୁ ବୁଝିବାରେ ଗୁରୁତର ଅସୁବିଧା ସୃଷ୍ଟି କରିଥାଏ ଏବଂ ଏହା ଘରେ, ବିଦ୍ୟାଳୟରେ, କାର୍ଯ୍ୟରେ କିମ୍ବା ସମାଜରେ ଦୈନନ୍ଦିନ ଜୀବନକୁ ପ୍ରଭାବିତ କରିଥାଏ । ଜଣେ ବ୍ୟକ୍ତିଙ୍କୁ ‘ମାନସିକ ରୋଗ’ର ଭିନ୍ନକ୍ଷମତା ବୋଲି ବିବେଚନା କରାଯିବ ଯଦି ସେ:
i) ମାନସିକ ରୋଗ ପାଇଁ ଔଷଧ କିମ୍ବା ଅନ୍ୟାନ୍ୟ ଚିକିତ୍ସା ନେଉଛନ୍ତି; କିମ୍ବା
ii) ଅନାବଶ୍ୟକ ଏବଂ ଅତ୍ୟଧିକ ଚିନ୍ତା ଓ ଉତ୍କଣ୍ଠା ପ୍ରଦର୍ଶନ କରୁଥିବେ, କୌଣସି ସ୍ପଷ୍ଟ କାରଣ ବିନା ନିଜକୁ ଅଲଗା କରି ରଖିବା କିମ୍ବା ନିଦ୍ରା ସମସ୍ୟା, ଭୋକ କମିଯିବା ଏବଂ/କିମ୍ବା ଅବସାଦ, ମୃତ୍ୟୁ ବିଷୟରେ ଚିନ୍ତା, ବ୍ୟକ୍ତିଗତ ସ୍ଵଚ୍ଛତାର ଅବହେଳା ବହୁଦିନ ଧରି କରୁଥିବେ; କିମ୍ବା
iii) ପୁନରାବୃତ୍ତି (ମନୋଗ୍ରସ୍ତ-ବିବଶତା) ଆଚରଣ / ଚିନ୍ତାଧାରା ପ୍ରଦର୍ଶନ କରୁଥିବେ, ଯାହା ଦୈନନ୍ଦିନ କାର୍ଯ୍ୟକଳାପରେ ବାଧା ସୃଷ୍ଟି କରୁଥିବ; କିମ୍ବା
iv) ମନୋବଳରେ ଦୀର୍ଘସ୍ଥାୟୀ ପରିବର୍ତ୍ତନ କିମ୍ଵା ମନୋଭାବର ଉତ୍ଥାନ-ପତନ (ଆନନ୍ଦ ଓ ଦୁଃଖ) ପ୍ରଦର୍ଶନ କରୁଥିବେ, ଯାହା ଫଳରେ ଅନେକ ଦିନ କିମ୍ବା ସପ୍ତାହ ପର୍ଯ୍ୟନ୍ତ ସାଧାରଣ ଭାବରେ କାମ କରିବା, ପାଠପଢିବା କିମ୍ବା ଦୈନନ୍ଦିନ ଦାୟିତ୍ଵ ତୁଲାଇବାରେ ଅସମର୍ଥ ହେଉଥ‌ିବେ; କିମ୍ବା
v) ଅଦ୍ଭୁତ ସ୍ଵର ଶୁଣିବା, ଅଦ୍ଭୁତ ଦୃଶ୍ୟ ଦେଖ‌ିବା, ବିଚିତ୍ର ଗନ୍ଧ କିମ୍ବା ଉତ୍ତେଜନା କିମ୍ବା ବିଚିତ୍ର ସ୍ଵାଦର ଅସ୍ଵାଭାବିକ ଅନୁଭୂତି ଯାହା ଅନ୍ୟମାନେ ଅନୁଭବ କରନ୍ତି ନାହିଁ; କିମ୍ବା
vi) ଅସାମାନ୍ୟ ଆଚରଣ ପ୍ରଦର୍ଶନ କରୁଥିବେ, ଯେପରିକି ନିଜେ ନିଜ ସ‌ହ କଥା ହେବା/ହସିବା, ଶୂନ୍ୟକୁ ଚାହିଁ ରହିବା, କୌଣସି କାରଣ ବିନା ଅତ୍ୟକ ଭୟ ଓ ସନ୍ଦେହ କରୁଥିବେ; କିମ୍ବା
vii) ଘରେ, ସ୍କୁଲ କିମ୍ଵା କଲେଜରେ, କାର୍ଯ୍ୟସ୍ଥଳରେ କିମ୍ବା ସମାଜରେ ସାମାଜିକ ମିଳାମିଶା ଏବଂ ଖାପ ଖୁଆଇବାରେ ସମସ୍ୟା ଅନୁଭବ କରୁଥିବେ I

ଟିପ୍ପଣୀ: ସାମୟିକ ଚାପ,ପରିସ୍ଥିତିଜନିତ ସ୍ଵାଭାବିକ ମନଦୁଃଖ,ସ୍ଵଳ୍ପ ମିଆଦି ଶୋଇବା ସମସ୍ୟା,କିମ୍ବା ସାମନ୍ୟ ଚିନ୍ତା ଯାହା ଦୈନନ୍ଦିନ କାର୍ଯ୍ୟକଳାପକୁ ବିଶେଷ ପ୍ରଭାବିତ କରେ ନାହିଁ ତାହାକୁ ମାନସିକ ରୋଗ ଭାବରେ ଗଣାଯିବା ଉଚିତ୍ ନୁହେଁ ।

6.5.46 ଚିକିତ୍ସା ବିଜ୍ଞାନ ଅନୁସାରେ, ବିଭିନ୍ନ ପ୍ରକାର ମାନସିକ ରୋଗ ରହିଛି, ଯେପରିକି:
> ଚିନ୍ତାଜନିତ ବିଶୃଙ୍ଖଳତା: ଆତଙ୍କ, ମାନସିକ ଉଦ୍‌ବେଗ, ସାମାଜିକ ଉଦ୍‌ବେଗ, ଆକସ୍ମିକ ଆତଙ୍କ, ବାରମ୍ଵାର କୌଣସି ଚିନ୍ତା ଆସିବା ଏବଂ ସେହି କାମକୁ ଜବରଦସ୍ତ ଦୋହରାଇବା, ଆଘାତ-ପରବର୍ତ୍ତୀ ମାନସିକ ଚାପ ବିକାର ଇତ୍ୟାଦି ।
> ଭାବଗତ ବିଶୃଙ୍ଖଳତା: ଗଭୀର ଏବଂ ସ୍ଥାୟୀ ଦୁଃଖ, ବିଷାଦ କିମ୍ବା ହତାଶା, ଉନ୍ମାଦ-ଅବସାଦ ମାନସିକ ବିକାର ।
> ବୋଧଗତ ବିଶୃଙ୍ଖଳତା: ବିଭ୍ରମ, ମତିଭ୍ରମ ଏବଂ ଶୋଇଥିବା ଅବସ୍ଥାରେ ଚାଲିବା ଇତ୍ୟାଦି।
> ବ୍ୟକ୍ତିଗତ ବିଶୃଙ୍ଖଳତା: ପାଗଳାମି, ଅମୂଳକ ସନ୍ଦେହ ଇତ୍ୟାଦି।

ଗୁରୁତ୍ଵପୂର୍ଣ୍ଣ

ଏଗୁଡ଼ିକ ଚିକିତ୍ସା ସମ୍ବନ୍ଧୀୟ ଶବ୍ଦ ଏବଂ ଏହାକୁ ଏତେ ସହଜରେ ବ୍ୟାଖ୍ୟା କରାଯାଇପାରିବ ନାହିଁ । ଉପରୋକ୍ତ ବିଷୟଟି ମାନସିକ ରୋଗର ଏକ ଉଦାହରଣ ଭାବେ ଦିଆଯାଇଛି, ଯାହା ରିପୋର୍ଟ ହୋଇପାରେ । ଆପଣଙ୍କ ପାଇଁ ଏହା ଗୁରୁତ୍ଵପୂର୍ଣ୍ଣ ଯେ,ଆପଣ କେବଳ ଉତ୍ତରଦାତା ଯାହା ରିପୋର୍ଟ କରନ୍ତି ତାହା ରେକର୍ଡ କରିବେ । ଦୟାକରି ଏହି ବିଷୟରେ ବିବାଦ କରନ୍ତୁ ନାହିଁ କିମ୍ବା କୌଣସି ପ୍ରକାରର ଆଲୋଚନା ବା ବିତର୍କରେ ଯୋଗ ଦିଅନ୍ତୁ ନାହିଁ ।

ଟିପ୍ପଣୀ: ମାନସିକ ଅସୁସ୍ଥତାର ଆରମ୍ଭ କିମ୍ବା ପରିପ୍ରକାଶ କିମ୍ବା ଅନୁଭୂତି ଜନ୍ମରୁ ଦେଖାଯାଏ ନାହିଁ, ଯାହା ମନସିକ ଅନଗ୍ରସର ଦେଖାଯାଏ । ଦୟାକରି ନିଶ୍ଚିତ କରନ୍ତୁ ଯେ ପରିବାରର କୌଣସି ବ୍ୟକ୍ତିଙ୍କର ମlନସିକ ଅସୁସ୍ଥତା ଅଛି କି ନାହିଁ । ମାନସିକ ଅସୁସ୍ଥତା ଜାଣିବା ପାଇଁ କୌଣସି ପରୀକ୍ଷାର ଆବଶ୍ୟକ‌ତା ନାହିଁ। ପରିବାରର ସଦସ୍ୟଙ୍କର ମାନସିକ ରୋଗ ଅଛି କି ନାହିଁ, ତାହା ଜଣାଇବା ଉତ୍ତରଦାତାଙ୍କ ଉପରେ ନିର୍ଭର କରିବ ।

7.ଏସିଡ୍ ଆଟାକ୍ କାରଣରୁ ଭିନ୍ନକ୍ଷମତା: ଏସିଡ୍ ଆଟାକ୍ ଯୋଗୁଁ ଜଣେ ବ୍ୟକ୍ତି ଭିନ୍ନକ୍ଷମ ବୋଲି ବିବେଚନା କରାଯିବ, ଯଦି ତାଙ୍କର:
i) ଏସିଡ୍ କିମ୍ବା ସମାନ କ୍ଷତିକାରକ ପଦାର୍ଥ ହେତୁ ଚେହେରା ବିକୃତ ହୋଇଯାଇଛି, ମୁହଁରେ କିମ୍ବା ଶରୀରରେ ପୋଡାଦାଗ, କ୍ଷତଚିହ୍ନ (ଆଭ୍ୟନ୍ତରୀଣ / ବାହ୍ୟ) ଅଛି; କିମ୍ବା
ii) ଏପରି ଆକ୍ରମଣ ହେତୁ ଦେଖ‌ିବା, ଶୁଣିବା, କହିବା, ଖାଇବା, ଯିବାଆସିବା କରିବା କିମ୍ବା ଅନ୍ୟାନ୍ୟ ଦୈନନ୍ଦିନ କାର୍ଯ୍ୟକଳାପ କରିବାରେ ଅସୁବିଧା ଅଛି ।
ଟିପ୍ପଣୀ: ଘଟଣା ବିଷୟରେ ଅନାବଶ୍ୟକ କିମ୍ବା ହସ୍ତକ୍ଷେପକାରୀ ପ୍ରଶ୍ନ ପଚାରନ୍ତୁ ନାହିଁ । ଯଦି ଉତ୍ତରଦାତା କୁହନ୍ତି ଯେ ବ୍ୟକ୍ତିଙ୍କର ଏସିଡ୍ ଆକ୍ରମଣର ସ୍ଥାୟୀ ପ୍ରଭାବ ରହିଛି, ତେବେ ଏହି ଶ୍ରେଣୀ ଅଧୀନରେ ତାହା ହିଁ ରେକର୍ଡ କରନ୍ତୁ I

8. ଦୀର୍ଘକାଳୀନ ସ୍ନାୟୁ ରୋଗ ଯୋଗୁଁ ଭିନ୍ନକ୍ଷମତା: ଦୀର୍ଘକାଳୀନ ସ୍ନାୟୁ ରୋଗ ଯୋଗୁଁ ଜଣେ ବ୍ୟକ୍ତିଙ୍କୁ ଭିନ୍ନକ୍ଷମ ଭାବରେ ବିବେଚନ କରାଯିବ, ଯଦି ସେ:
i) ଏକ ଦୀର୍ଘକାଳୀନ ସ୍ନାୟବିକ ସମସ୍ୟା ଭୋଗୁଛନ୍ତି, ଯେପରିକି କମ୍ପବାତ ରୋଗ କିମ୍ବା ମଲ୍ଟିପଲ୍ ସ୍କ୍ଲେରୋସିସ୍: କିମ୍ବା
ii) ଏପରି ଅବସ୍ଥା ହେତୁ ଯାତାୟାତ, ସନ୍ତୁଳନ, ସମନ୍ଵୟ, ମାଂସପେଶୀ ନିୟନ୍ତ୍ରଣ କିମ୍ବା ବକ୍ତବ୍ୟରେ ତାଙ୍କର ଗମ୍ଭୀର ଅସୁବିଧା ଅଛି; କିମ୍ବା
iii) ଦୀର୍ଘକାଳୀନ ସ୍ନାୟୁ ରୋଗ ହେତୁ ଦୈନନ୍ଦିନ କାର୍ଯ୍ୟକଳାପ କରିବାରେ ଅସୁବିଧା ଭୋଗୁଛନ୍ତି ।
ଟିପ୍ପଣୀ: ଉତ୍ତରଦାତାଙ୍କଦ୍ଵାରା ରିପୋର୍ଟ କରାଯାଇଥିବା ପରି ଏହି ଶ୍ରେଣୀରେ ରେକର୍ଡ କରନ୍ତୁ । ଡାକ୍ତରୀ ଅବସ୍ଥା ନିଜେ ନିର୍ଣ୍ଣୟ କରିବାକୁ କିମ୍ବା ଡାକ୍ତରୀ ରିପୋର୍ଟ ମାଗିବାକୁ ଚେଷ୍ଟା କରନ୍ତୁ ନାହିଁ ।

9. ରକ୍ତ ବେମାରୀ ଜନିତ ଭିନ୍ନକ୍ଷମତା; ଜଣେ ବ୍ୟକ୍ତି ରକ୍ତ ବେମାରୀ ଜନିତ ଭିନ୍ନକ୍ଷମ ବୋଲି ବିବେଚନା କରାଯିବ, ଯଦି ସେ:
i) ଥାଲାସେମିଆ ପୀଡ଼ିତ, ହେମୋଗ୍ଲୋବିନର ହ୍ରାସ କିମ୍ବା ଅନୁପସ୍ଥିତ ପରିମାଣଦ୍ଵାରା ଚିହ୍ନିତ ହୋଇଛି; କିମ୍ବା
ii) ହେମୋଫିଲିଆ ପୀଡ଼ିତ, ରକ୍ତର ସାଧାରଣ ଜମାଟ ବାନ୍ଧିବାର କ୍ଷମତାର ହ୍ରାସ କିମ୍ବା ଦୁର୍ବଳତାଦ୍ଵାରା ଚିହ୍ନିତ ହୋଇଛି ଯାହାଦ୍ବାରା ସାମାନ୍ୟ କ୍ଷତରୁ ସାଂଘାତିକ ରକ୍ତସ୍ରାବ ହୋଇପାରେ; କିମ୍ବା
iii) ସିକ୍ଲସେଲ ରୋଗରେ ପୀଡ଼ିତ, କ୍ରନିକ୍ ରକ୍ତହୀନତା, ଯନ୍ତ୍ରଣାଦାୟକ ଅନୁଭବ ଏବଂ ସଂପୃକ୍ତ ଟିସୁ ଏବଂ ଅଙ୍ଗ ନଷ୍ଟ ହେତୁ ବିଭିନ୍ନ ଜଟିଳତା ଏହାର ମୁଖ୍ୟ କାରଣ ।

ଟିପ୍ପଣୀ: ଯଦି ଉତ୍ତରଦାତା ଜଣାଇଛନ୍ତି ଯେ ସେହି ବ୍ୟକ୍ତିଙ୍କର ଉପରୋକ୍ତ ଦୀର୍ଘକାଳୀନ ରକ୍ତ ବେମାରୀ ଅଛି, ତେବେ ଏହି ଶ୍ରେଣୀରେ ତାହାହିଁ ରେକର୍ଡ କରନ୍ତୁ । ଡାକ୍ତରୀ ପ୍ରମାଣପତ୍ର,ପରୀକ୍ଷା ରିପୋର୍ଟ କିମ୍ଵା ଚିକିତ୍ସା ବିବରଣୀ ମାଗନ୍ତୁ ନାହିଁ ।

Leave a Reply

Your email address will not be published. Required fields are marked *

Related Posts