ସମସ୍ତଙ୍କ ପାଇଁ ସମାଜ: ପ୍ରତିବନ୍ଧକତା, ସୁଯୋଗ ଓ ଅନ୍ତର୍ଭୁକ୍ତି
ଅନ୍ତର୍ଭୁକ୍ତି (ଇନକ୍ଲୁସିଭନେସ) ସଭ୍ୟତାର ଅଗ୍ରଗତିର ଅନ୍ୟତମ ପ୍ରଧାନ ସୂଚକ । ଏକ ସଭ୍ୟ ସମାଜ କେବଳ ଅର୍ଥନୈତିକ ଉନ୍ନୟନ ମାଧ୍ୟମରେ ନୁହଁ ବରଂ ତାହାର ପ୍ରାନ୍ତିକ ଏବଂ ଭିନ୍ନ କ୍ଷମତା ସମ୍ପନ୍ନ ମଣିଷକୁ କେତେ ମର୍ଯ୍ୟାଦା, ଅଧିକାର ଏବଂ ସୁଯୋଗ ଦେଇ ପାରିଛି ତାହାଦ୍ୱାରା ମଧ୍ୟ ମୂଲ୍ୟାୟିତ ହୁଏ । ସେଥିପାଇଁ ଆଧୁନିକ ଗଣତାନ୍ତ୍ରିକ ସମାଜରେ ପ୍ରତିବନ୍ଧି ବ୍ୟକ୍ତିମାନଙ୍କ ପ୍ରତି ଦୃଷ୍ଟିଭଙ୍ଗୀ ଏକ ଗୁରୁତ୍ୱପୂର୍ଣ୍ଣ ବିଷୟ । ଭାରତୀୟ ସମାଜରେ


