ଦୃଷ୍ଟିପାତ : ଦିବ୍ୟାଙ୍ଗଙ୍କୁ ଅପଶବ୍ଦ ଓ କ୍ରିୟାର ପ୍ରତିକ୍ରିୟା
ବିଭିନ୍ନ ସମୟରେ ଦେଶର ସର୍ବୋଚ୍ଚ ନ୍ୟାୟାଳୟ ମାନ୍ୟବର ସୁପ୍ରିମକୋର୍ଟ ଭିନ୍ନକ୍ଷମ ମାନଙ୍କ ପ୍ରତି ଅସୂୟାତ୍ମକ,ଆକ୍ଷେପମୂଳକ ଓ ଅପମାନବୋଧକ ଶବ୍ଦର ବ୍ୟବହାରକୁ ନେଇ ନିଷିଦ୍ଧାଜ୍ଞା ଜାରି କରିଛନ୍ତି । ଏହାଛଡ଼ା ଭିନ୍ନକ୍ଷମମାନଙ୍କ ଅଧିକାରକୁ ନେଇ ପ୍ରଣୀତ ନୂତନ ଦିବ୍ୟାଙ୍ଗ ଆଇନ – ୨୦୧୬ ଅନ୍ତର୍ଗତ ଧାରା -୯୨(କ) ଏହିପରି ଆକ୍ଷେପାତ୍ମକ ଶବ୍ଦର ସର୍ବସାଧାରଣ କ୍ଷେତ୍ରରେ ପ୍ରୟୋଗକୁ ଅପରାଧ ରୂପେ ବିବେଚନା କରାଯାଇଛି । ମାତ୍ର ନିକଟରେ ଘଟି ଯାଇଥିବା ଦୁଇଟି ଘଟଣା


