® ISSN : 3107-4979 | A Bilingual (Odia & English) Bimonthly Special Newspaper Covering News and Views on Disabilities | ® RNI Regd. No. ODIBIL/2016/67738

୧୧ ପ୍ରତିଯୋଗୀ ଜିତିଲେ ୮ ସ୍ୱର୍ଣ୍ଣ, ୬ ରୌପ୍ୟ ଓ ୪ ବ୍ରୋଞ୍ଜସହ ୧୮ ପଦକ

ବେଙ୍ଗାଲୁରୁର କାନ୍ତିରଭା ଷ୍ଟାଡିୟମରେ ଅନୁଷ୍ଠିତ ୮ତମ ଇଣ୍ଡିଆନ ଓପନ ପାରା ଆଥଲେଟିକ୍ସ ଚାମ୍ପିୟନଶି୍ରେ ଓଡ଼ିଶା ପ୍ରତିଯୋଗୀମାନେ ଚମକôାର ପ୍ରଦର୍ଶନ କରିଛନ୍ତି । ୨୦୨୬ ଏସିଆନ ପାରା ଗେମ୍ସ ପାଇଁ ଅନ୍ତିମ ଚୟନ ଟ୍ରାଏଲ ଭାବେ ବିବେଚିତ ହେଉଥିଯବା ଏହି ସମ୍ମାନଜନକ ପ୍ରତିଯୋଗିତାରେ ଓଡ଼ିଶା ମୋଟ ୧୮ପଦକ ହାସଲ କରିଛି । ଏହା ମଧ୍ୟରେ ୮ ସ୍ୱର୍ଣ୍ଣ, ୬ ରୌପ୍ୟ ଓ ୪ ବ୍ରୋଞ୍ଜପଦକ ହାସଲ କରିଛି । ଓଡ଼ିଶାରୁ ମୋଟ ୧୧ ପାରା ଆଥଲେଟ୍ ଏଥିରେ ଅଂଶଗ୍ରହଣ କରିଥିଲେ । ଏକାଧିକ ପଦକ ଜିତି ଚର୍ଚ୍ଚାରେ ରହିଥିବା ପାରା ଆଥଲେଟ୍‌ମାନେ ହେଲେ କମଳାକାନ୍ତ ନାୟକ (୨ ସ୍ୱର୍ଣ୍ଣ, ୧ ବ୍ରୋଞ୍ଜ), ଜାନକୀ ଓରାମ (୨ ସ୍ୱର୍ଣ୍ଣ,୧ ରୌପ୍ୟ) ଓ ସ୍ୱସ୍ତିକ ସାହୁ (୧ ସ୍ୱର୍ଣ୍ଣ, ୨ ବ୍ରୋଞ୍ଜ) । ସୁଚିତ୍ରା ପରିଡ଼ା (ମହିଳା ଏଫ୍ ୫୬ ଜାଭେଲିନ୍ ଥ୍ରୋରେ ବ୍ୟକ୍ତିଗତ ଶ୍ରେଷ୍ଠ ପ୍ରଦର୍ଶନ (୧୯.୦୬) ସହ ସ୍ୱର୍ଣ୍ଣ ପଦକ କରିଥିଲେ । ଅନ୍ୟ ପଦକ ବିଜେତାମାନେ ହେଲେ ମୋହନ ସାହୁ, ଜୟନ୍ତି ବେହେରା, ଯଦୁନାଥମାଝି, ଜୟପ୍ରକାଶ ବାରିକ ଓ କୁନିଲତା ବାରିକ । ପାରାସ୍ପୋର୍ଟ ଆସୋସିଏଶନ ପକ୍ଷରୁ ପଦକ ବିଜେତା ସମସ୍ତ ଆଥଲେଟ୍, ଗାଇଡ ରନର ଓ କୋଚ୍‌ମାନଙ୍କୁ ଅଭିନନ୍ଦନ ଜ୍ଞାପନ କରାଯାଇଛି । ପ୍ରତିଯୋଗିତାପୂର୍ବରୁ ଏକ ୨୪ ଦିନିଆ ପ୍ରସ୍ତୁତି କଳିଙ୍ଗ ଷ୍ଟାଡିୟମରେ ଅନୁଷ୍ଠିତ ହୋଇଥିଲା । ଏଥିରୁ ସୁଫଳ ମିଳିଥିବାରୁ ରାଜ୍ୟ କ୍ରୀଡ଼ାବିଭାଗ ନିକଟରେ ଆସୋସିଏଶନ ପକ୍ଷରୁ କୃତଜ୍ଞତା ଜ୍ଞାପନ କରାଯାଇଛି । ପାରାସ୍ପୋର୍ଟ ଆସୋସିଏଶନ୍‌ ଅଫ୍ ଓଡ଼ିଶାର ସଭାପତି କମଳାକାନ୍ତ ରଥ ଓ ସମ୍ପାଦକ ସୁନୀଲ ପ୍ରଧାନ ସାଧାରଣବର୍ଗର ଆଥଲେଟ୍‌ ଭଳି ପାରାଆଥଲେଟ୍‌ମାନଙ୍କୁ ହଷ୍ଟେଲର ସୁବିଧା ସୁଯୋଗ ଯୋଗାଇ ଦେବାକୁ ଅନୁରୋଧ କରିଛନ୍ତି ।

Leave a Reply

Your email address will not be published. Required fields are marked *

Related Posts